Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦେଶବ୍ୟାପୀ ମୁଦ୍ରା ଯୋଜନା ହିତାଧିକାରୀଙ୍କ ସହ ଭିଡିଓ ବ୍ରିଜ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବ୍ରିଜ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବ୍ୟାପୀ ମୁଦ୍ରା ଯୋଜନା ହିତାଧିକାରୀମାନଙ୍କ ସହ ଭାବ ବିନିମୟ କରିଛନ୍ତି । ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ସହ ମତ ବିନିମୟ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ରମରେ ଏହି ଭିଡିଓ ସମ୍ମିଳନୀ ହେଉଛି ଦ୍ୱିତୀୟ ।

ହିତାଧିକାରୀମାନଙ୍କ ସହିତ ଭାବ ବିନିମୟ କରିବାରେ ସମର୍ଥ ହୋଇଥିବାରୁ ଖୁସି ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୁଦ୍ରା ଯୋଜନା ଗୁଣାତ୍ମକ ହାରରେ ନିଯୁକ୍ତି ବୃଦ୍ଧି କରୁଛି । ସେ ପୁନଶ୍ଚ ପ୍ରକାଶ କରିଥିଲେ ଯେ ଏହି ପଦକ୍ଷେପ ଉଦ୍ୟୋଗୀମାନଙ୍କୁ ମହାଜନ ଓ ମଝି ବ୍ୟକ୍ତିମାନଙ୍କ ଦୁଶ୍ଚକ୍ରରୁ ରକ୍ଷା କରୁଛି । ଏହା ଯୁବବର୍ଗ, ମହିଳା ଏବଂ ବ୍ୟବସାୟ ଆରମ୍ଭ ଓ ଏହାର ପ୍ରସାର ଚାହୁଁଥିବା ବ୍ୟକ୍ତିମାନଙ୍କ ପାଇଁ ନୂତନ ସୁଯୋଗ ଆଣି ଦେଇଛି ।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ସରକାର ଏପର୍ଯ୍ୟନ୍ତ 5.75ଲକ୍ଷ କୋଟି ଟଙ୍କାର ବାର କୋଟି ଋଣ ପ୍ରଦାନ କରିଛନ୍ତି । ଏଥିମଧ୍ୟରୁ 3.28 ଲକ୍ଷ କୋଟି ଟଙ୍କାର ଶତକଡା 28 ପ୍ରତିଶତ ଋଣ ପ୍ରଥମ କରି ଉଦ୍ୟୋଗ ଆରମ୍ଭ କରୁଥିବା ଉଦ୍ୟୋଗୀମାନଙ୍କୁ ପ୍ରଦାନ କରାଯାଇଛି । ମୋଟ ପ୍ରଦାନ କରାଯାଇଥିବା ଋଣ ହିତାଧିକାରୀ ମାନଙ୍କ ମଧ୍ୟରେ ରହିଛନ୍ତି ଶତକଡା 74 ପ୍ରତିଶତ ମହିଳା ଏବଂ ଶତକଡା 55 ପ୍ରତିଶତ ଋଣ ତଫସିଲ ଭୁକ୍ତ ଜାତି, ଉପଜାତି ତଥା ଅନ୍ୟାନ୍ୟ ପଛୁଆ ବର୍ଗର ବ୍ୟକ୍ତିମାନଙ୍କୁ ପ୍ରଦାନ କରାଯାଇଛି ।

ପିଏମଏମୱାଇ ହିତାଧିକାରୀମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ଯେ ଏହି ଯୋଜନା ଗରିବ ବ୍ୟକ୍ତିମାନଙ୍କ ଜୀବନକୁ ରୂପାନ୍ତରିତ କରିଛି । ସେ କହିଲେ ଯେ କ୍ଷୁଦ୍ର ଏବଂ ଅତି କ୍ଷୁଦ୍ର ବ୍ୟବସାୟକୁ ସହାୟତା ପ୍ରଦାନ କରିବା ଦ୍ୱାରା ଜନସାଧାରଣଙ୍କ ଅର୍ଥନୈତିକ ଓ ସାମାଜିକ ସ୍ଥିତି ସୁଦୃଢ଼ ହେବା ସହ ଏହା ସେମାନଙ୍କୁ ସଫଳ ହେବା ନେଇ ଏକ ଭିତ୍ତିଭୂମି ପ୍ରଦାନ କରିଛି ।

ଆତ୍ମ ନିଯୁକ୍ତି ଉପରେ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏବେ ଆତ୍ମନିଯୁକ୍ତ ହେବା ଏକ ଗର୍ବର ବିଷୟ ଏବଂ ଏହା ପୂର୍ବରୁ ଅସମ୍ଭବ ମନେ ହେଉଥିବା ବିଷୟକୁ ଲୋକମାନେ ହାସଲ କରିବାରେ ସହାୟତା ପ୍ରଦାନ କରିଛି ।

ଭାବ ବିନିମୟ କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ କହିଲେ ଯେ ମୁଦ୍ରା ଯୋଜନା ଆଉ କିଛି ବର୍ଷ ତଳେ ପ୍ରଣୟନ ହୋଇଥିଲେ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ନିଜ ବ୍ୟବସାୟ ପ୍ରତିଷ୍ଠା କରିବାରେ ଏହା ସହାୟକ ହୋଇଥାନ୍ତା ଏବଂ ଏହା ଫଳରେ ଦେଶାନ୍ତରୀକରଣକୁ ରୋକାଯାଇ ପାରିଥାନ୍ତା ।

ପ୍ରଧାନମନ୍ତ୍ରୀଙ୍କ ସହ ଭାବ ବିନିମୟ କରି ହିତାଧିକାରୀମାନେ ବର୍ଣ୍ଣନା କରିଥିଲେ ଯେ ମୁଦ୍ରା ଯୋଜନା ସେମାନଙ୍କୁ କିପରି ଭାବେ ନିଜର ବ୍ୟବସାୟ ପ୍ରତିଷ୍ଠା କରିବାରେ ସହାୟତା କରିଛି ଏବଂ ଅନ୍ୟମାନଙ୍କୁ ନିଯୁକ୍ତି ପ୍ରଦାନରେ ମଧ୍ୟ ସହାୟତା ପ୍ରଦାନ କରିଛି ।

2015 ଏପ୍ରିଲ 8 ତାରିଖରେ ଅଣ-କର୍ପୋରେଟ, ଅଣ-କୃଷି କ୍ଷୁଦ୍ର/ଅତି କ୍ଷୁଦ୍ର ଉଦ୍ୟୋଗ ଗୁଡ଼ିକୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ)ର ଶୁଭାରମ୍ଭ କରାଯାଇଥିଲା । ଏହି ଋଣକୁ ଏମଏମୱାଇ ଅଧୀନରେ ମୁଦ୍ରା ଭାବେ ବିଭାଗୀକରଣ କରାଯାଇଥିଲା । ଏହି ଋଣକୁ ବ୍ୟବସାୟିକ ବ୍ୟାଙ୍କ, ଆରଆରବିଏସ, କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ, ସମବାୟ ବ୍ୟାଙ୍କ, ଏମଏଫଆଇଏସ ଏବଂ ଏନବିଏଫସିଏସ ମାଧ୍ୟମରେ ପ୍ରଦାନ କରାଯାଇଥାଏ ।

*****