ପିଏମଇଣ୍ଡିଆ
ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତରେ ଜଳ ସଂରକ୍ଷଣ ଲାଗି ଏକ ବ୍ୟାପକ ଜାତୀୟ ଅଭିଯାନ ସକାଶେ ଭାରତ ଏବଂ ଇସ୍ରାଏଲ୍ ମଧ୍ୟରେ ବୁଝାମଣାପତ୍ର (ଏମ୍ଓୟୁ)କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି ।
ପରବର୍ତ୍ତୀ ପିଢ଼ି ପାଇଁ ଜଳ ସଂରକ୍ଷଣ କରି ରଖିବାରେ ଦେଶ ପାଇଁ ଏହା ସହାୟକ ହେବ ।
ଭାରତରେ ଏକ ଜାତୀୟ ଜଳ ସଂରକ୍ଷଣ ଅଭିଯାନ ଲାଗି ପେଶାଦାର ଢଙ୍ଗରେ ଜାତୀୟ, ଆଂଚଳିକ ଏବଂ ଅନ୍ତର୍ଜାତୀୟ ସ୍ତରରେ ଯୋଜନା ପ୍ରସ୍ତୁତ କରିବା, କାର୍ଯ୍ୟକାରୀ କରିବା ଏବଂ ତଦାରଖ କରିବା ଲାଗି ଦୁଇ ଦେଶ ପାରସ୍ପରିକ ସହଯୋଗ ବୃଦ୍ଧି କରିବେ । ଜଳ ସଂରକ୍ଷଣ ଅଭିଯାନରେ ନିମ୍ନୋକ୍ତ ଲକ୍ଷ୍ୟ ହାସଲ ପାଇଁ ଦୁଇ ଦେଶର ମନ୍ତ୍ରଣାଳୟ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ସହମତ ହୋଇଛନ୍ତି ।
କ. ଭାରତରେ ଜଳ ସଂରକ୍ଷଣକୁ ଜାତୀୟ ଉଦ୍ଦେଶ୍ୟ ଭାବେ ଗ୍ରହଣ କରାଯିବ
ଖ. ଦୈନନ୍ଦିନ ଜୀବନରେ ଜଳ ସଂଚୟ ଲାଗି ପ୍ରତ୍ୟେକ ନାଗରିକକୁ ଉତ୍ସାହିତ କରାଯିବ ।
ଗ. ଜଳ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ ।
ଘ. ଜଳର ପୁନଃବ୍ୟବହାର, ବିଶୋଧନ ଏବଂ ପୁନଃସକ୍ରିୟତାକୁ ପ୍ରୋତ୍ସାହନ ଦିଆଯିବ ।
ଙ. ଜଳ ସଂରକ୍ଷଣ ବିଷୟରେ ୱେବସାଇଟ୍, ମୋବାଇଲ୍ ଆପ୍ଲିକେସନ୍ ଆଦି ଡିଜିଟାଲ୍ ଟୁଲ୍ ବିକଶିତ କରାଯିବ ।
**********