Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦେଶରେ ଜାତୀୟ ଜଳ ସଂରକ୍ଷଣ ଅଭିଯାନ ଲାଗି ଭାରତ-ଇସ୍ରାଏଲ୍ ମଧ୍ୟରେ ଏମଓୟୁକୁ କ୍ୟାବିନେଟ ଅନୁମୋଦନ


ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତରେ ଜଳ ସଂରକ୍ଷଣ ଲାଗି ଏକ ବ୍ୟାପକ ଜାତୀୟ ଅଭିଯାନ ସକାଶେ ଭାରତ ଏବଂ ଇସ୍ରାଏଲ୍ ମଧ୍ୟରେ ବୁଝାମଣାପତ୍ର (ଏମ୍ଓୟୁ)କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି  ।

ପରବର୍ତ୍ତୀ ପିଢ଼ି ପାଇଁ ଜଳ ସଂରକ୍ଷଣ କରି ରଖିବାରେ ଦେଶ ପାଇଁ ଏହା ସହାୟକ ହେବ  ।

ଭାରତରେ ଏକ ଜାତୀୟ ଜଳ ସଂରକ୍ଷଣ ଅଭିଯାନ ଲାଗି ପେଶାଦାର ଢଙ୍ଗରେ ଜାତୀୟ, ଆଂଚଳିକ ଏବଂ ଅନ୍ତର୍ଜାତୀୟ ସ୍ତରରେ ଯୋଜନା ପ୍ରସ୍ତୁତ କରିବା, କାର୍ଯ୍ୟକାରୀ କରିବା ଏବଂ ତଦାରଖ କରିବା ଲାଗି ଦୁଇ ଦେଶ ପାରସ୍ପରିକ ସହଯୋଗ ବୃଦ୍ଧି କରିବେ  । ଜଳ ସଂରକ୍ଷଣ ଅଭିଯାନରେ ନିମ୍ନୋକ୍ତ ଲକ୍ଷ୍ୟ ହାସଲ ପାଇଁ ଦୁଇ ଦେଶର ମନ୍ତ୍ରଣାଳୟ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ସହମତ ହୋଇଛନ୍ତି  ।

କ.     ଭାରତରେ ଜଳ ସଂରକ୍ଷଣକୁ ଜାତୀୟ ଉଦ୍ଦେଶ୍ୟ ଭାବେ ଗ୍ରହଣ କରାଯିବ

.     ଦୈନନ୍ଦିନ ଜୀବନରେ ଜଳ ସଂଚୟ ଲାଗି ପ୍ରତ୍ୟେକ ନାଗରିକକୁ ଉତ୍ସାହିତ କରାଯିବ  ।

.     ଜଳ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ ।

ଘ.     ଜଳର ପୁନଃବ୍ୟବହାର, ବିଶୋଧନ ଏବଂ ପୁନଃସକ୍ରିୟତାକୁ ପ୍ରୋତ୍ସାହନ ଦିଆଯିବ  ।

.     ଜଳ ସଂରକ୍ଷଣ ବିଷୟରେ ୱେବସାଇଟ୍, ମୋବାଇଲ୍ ଆପ୍ଲିକେସନ୍ ଆଦି ଡିଜିଟାଲ୍ ଟୁଲ୍ ବିକଶିତ କରାଯିବ 

 

**********