Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦେଶରେ ନିବେଶ ଭିତ୍ତିଭୂମି ପାଇଁ ବ୍ୟବସ୍ଥା ପ୍ରତିଷ୍ଠା ଉଦ୍ଦେଶ୍ୟରେ ଭାରତ, ସାଉଦୀ ଆରବ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତରେ ନିବେଶ ଭିତ୍ତିଭୂମି ପାଇଁ ବ୍ୟବସ୍ଥା (ମେକାନିଜମ) ଲାଗି ବୁଝାମଣାପତ୍ରକୁ ଅନୁମୋଦନ କରିଛନ୍ତି ।

ଦେଶରେ ଭିତ୍ତିଭୂମି କ୍ଷେତ୍ରରେ ସମ୍ଭାବ୍ୟ ନିବେଶକୁ ଆକୃଷ୍ଟ କରିବା ଲାଗି ସାଉଦୀ ଆରବର ସଂସ୍ଥାନଗୁଡ଼ିକ ସହିତ ସମ୍ପର୍କ ପ୍ରତିଷ୍ଠା ଦିଗରେ ଏହି ଏମଓୟୁ ଏକ ପଦକ୍ଷେପ । ଏହା ଦ୍ୱାରା ଦେଶରେ ଭିତ୍ତିଭୂମି ବିକାଶକୁ ପ୍ରୋତ୍ସାହନ, ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି, ଆନୁସଙ୍ଗିକ ଶିଳ୍ପ/କ୍ଷେତ୍ରର ଅଭିବୃଦ୍ଧି ହୋଇପାରିବ ଯାହା ଜିଡିପି ବୃଦ୍ଧି ଏବଂ ସାମଗ୍ରୀକ ଆର୍ଥିକ ସମୃଦ୍ଧି ଦିଗରେ ବାଟ କଢେଇ ନେବ ।