Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦେଶର ଉତ୍ତର-ପୂର୍ବାଞ୍ଚଳରେ ବନ୍ୟା ପରିସ୍ଥିତି ନେଇ ବ୍ୟଥା ପ୍ରକାଶ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ଉତ୍ତର-ପୂର୍ବାଞ୍ଚଳର ବିଭିନ୍ନ ଭାଗରେ ଗମ୍ଭୀର ବନ୍ୟା ପରିସ୍ଥିତି ନେଇ ବ୍ୟଥିତ ହୋଇଛନ୍ତି ।

“ଉତ୍ତର-ପୂର୍ବାଞ୍ଚଳରେ ବନ୍ୟା ପରିସ୍ଥିତି ବଢୁଥିବାରୁ ମୁଁ ଅତ୍ୟନ୍ତ ବ୍ୟଥିତ । ବନ୍ୟାରେ ପ୍ରଭାବିତ ସମସ୍ତ ଲୋକଙ୍କ ପ୍ରତି ମୁଁ ମୋର ସମବେଦନା ଜଣାଉଛି ।

ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସାରା ଦେଶର ଲୋକେ ଉତ୍ତର-ପୂର୍ବାଞ୍ଚଳ ଲୋକଙ୍କ ସହିତ ରହିଛନ୍ତି । ବନ୍ୟା ପରିସ୍ଥିତିର ମୁକାବିଲା ଏବଂ ସ୍ଵାଭାବିକ ଅବସ୍ଥା ଫେରାଇ ଆଣିବା ଦିଗରେ କେନ୍ଦ୍ର ସବୁମନ୍ତେ ସହାୟତା କରିବାକୁ ପ୍ରତିଶ୍ରୁତିବଦ୍ଧ ।

ପରିସ୍ଥିତି ସମ୍ପର୍କରେ ମୁଁ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଏବଂ ଦିଲ୍ଲୀ ତଥା ବନ୍ୟା ପ୍ରଭାବିତ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କ ସହ କଥାବାର୍ତ୍ତା କରିଛି ।

ଆହୁରି ମଧ୍ୟ ମୁଁ ମୋର କ୍ୟାବିନେଟ ସହଯୋଗୀ କିରଣ ରିଜିଜୁଙ୍କ ସହ କଥାବାର୍ତ୍ତା କରିଛି ଏବଂ ତାଙ୍କୁ ବନ୍ୟା ରିଲିଫ ଓ ଉଦ୍ଧାର କାର୍ଯ୍ୟର ପ୍ରତ୍ୟକ୍ଷ ଭାବେ ତଦାରଖ କରିବାକୁ ପରାମର୍ଶ ଦେଇଛି । ବନ୍ୟା ଦୁର୍ଗତଙ୍କ ପାଇଁ ଆବଶ୍ୟକ ସହାୟତା ଯୋଗାଣରେ କୌଣସି ତ୍ରୁଟି ନ ରଖିବାକୁ ନିର୍ଦ୍ଦେଶ ଦେଇଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********