Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦେଶର ବିବିଧତା ମଧ୍ୟରେ ଏକତାର ଉତ୍ସବ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ


 

ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ସମୃଦ୍ଧ ବିବିଧତା ଏବଂ ହଜାର ହଜାର ବର୍ଷ ପୁରୁଣା ଜୀବନଶୈଳୀକୁ ପ୍ରଶଂସା କରିଛନ୍ତି ଏହା ଜାତୀୟ ଏକତା ଓ ଅଖଣ୍ଡତା ବଜାୟ ରଖିବାରେ ସହାୟତା କରୁଛି ବୋଲି ସେ କହିଛନ୍ତି

ଆଜି କେଡିଆଠାରେ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଆୟୋଜିତ ରାଷ୍ଟ୍ରୀୟ ଏକତା ଦିବସକୁ ସେ ସମ୍ବୋଧିତ କରିଥିଲେ ।

ଆମ ବିବିଧତା ମଧ୍ୟରେ ଏକତା ହେଉଛି ଆମର ଗର୍ବ । ଏଥିରୁ ଆମେ ଆମର ସମ୍ମାନ ଏବଂ ପରିଚୟ ପାଇଥାଉ,” ବୋଲି ସେ କହିଛନ୍ତି ।

ଆମେ ବିବିଧତା ମଧ୍ୟରେ ଆମର ଏକତା ଉତ୍ସବକୁ ପାଳନ କରୁ । ଆମ ବିବିଧତା ମଧ୍ୟରେ କୌଣସି ବିରୋଧାଭାଷ ଆମେ ପାଇନଥାଉ, ବରଂ ଆମେ ଏଥିରେ ଏକ ସୁଦୃଢ଼ ଏକତାର ସୂତ୍ର ପାଇଥାଉ ।

ବିବିଧତାର ଉତ୍ସବ ପାଳନ, ବିବିଧତାର ପର୍ବ ପ୍ରକୃତରେ ଆମ ହୃଦୟରେ ଏକତାର ସୂତ୍ରକୁ ସ୍ପର୍ଶ କରିଥାଏ,” ବୋଲି ସେ କହିଥିଲେ ।

ଆମେ ଯେତେବେଳେ ଆମର ଭିନ୍ନ ଭିନ୍ନ ଜୀବନଧାରା ଓ ପରମ୍ପରାକୁ ସମ୍ମାନ କରୁ ସେତେବେଳେ ଏକତା ଓ ଭାତୃତ୍ୱର ଅନୁଭବ ପୁନଶ୍ଚ ବିକଶିତ ହୋଇଥାଏ । ତେଣୁ ପ୍ରତ୍ୟେକ ମୁହୂର୍ତ୍ତରେ ଆମକୁ ଆମ ବିବିଧତାର ଉତ୍ସବକୁ ପାଳନ କରିବାକୁ ପଡିବ ଏବଂ ଏହା ହେଉଛି ଦେଶ ଗଠନର ମୂଳମନ୍ତ୍ର

ସେ କହିଲେ ଯେ, “ଏହି ବିବିଧତା ହେଉଛି ଭାରତର ପରି ଏକ ସାମର୍ଥ୍ୟ, ଯାହା ବିଶ୍ୱର ଅନ୍ୟ କେଉଁଠାରେ ମିଳିବ ନାହିଁ । ଦକ୍ଷିଣ ଭାରତରୁ ଆସିଥିବା ଶଙ୍କର ଉତ୍ତରରେ ଆଶ୍ରମ ପ୍ରତିଷ୍ଠା କରିଥିଲେ ଏବଂ ବଙ୍ଗରୁ ଆସିଥିବା ସ୍ଵାମୀ ବିବେକାନନ୍ଦ ଦକ୍ଷିଣର କନ୍ୟାକୁମାରୀରେ ଆତ୍ମଜ୍ଞାନ ଲାଭ କରିଥିଲେ

ପାଟନାରେ ଜନ୍ମ ନେଇଥିବା ଗୁରୁ ଗୋବିନ୍ଦ ସିଂ ପଞ୍ଜାବରେ ଖାଲସା ପନ୍ଥ ପ୍ରତିଷ୍ଠା କରିଥିଲେ ଏବଂ ରାମେଶ୍ୱରମରେ ଜନ୍ମ ନେଇଥିବା ଏପିଜେ ଅବଦୁଲ କଲାମ ଦିଲ୍ଲୀରେ ଶ୍ରେଷ୍ଠ ପଦବୀରେ ଅବସ୍ଥାପିତ ହୋଇଥିଲେ ।

ଭାରତୀୟ ସମ୍ବିଧାନରେ ବର୍ଣ୍ଣିତ ପ୍ରସ୍ତାବନା ଆମେ ଭାରତର ଜନସାଧାରଣସମ୍ବନ୍ଧରେ ସୂଚନା ପ୍ରଦାନ କରି ସେ କହିଲେ ଯେ, ଏହା ସମ୍ବିଧାନର ଆରମ୍ଭରେ ଥିବା କେବଳ ଏକ ଖଣ୍ଡବାକ୍ୟ ନୁହେଁ ବରଂ ଏହା ହଜାର ହଜାର ବର୍ଷ ଧରି ପ୍ରଚଳିତ ଭାରତୀୟ ଜୀବନଧାରାର ପ୍ରତିନିଧିତ୍ୱ କରିଥାଏ

ଯେତେବେଳେ ସର୍ଦ୍ଦାର ପଟେଲ 500ରୁ ଊର୍ଦ୍ଧ୍ଵ ଦେଶୀୟ ରାଜ୍ୟଗୁଡିକୁ ଏକାଠି କରିବାର ବଡ ଦାୟିତ୍ୱ ନିର୍ବାହ କରିଥିଲେ, ତାଙ୍କ ଚୁମ୍ବକୀୟ ଶକ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଏହି ଦେଶରେ ସାମିଲ ହେବା ପାଇଁ ଆକୃଷ୍ଟ କରିଥିଲା ।

ସେ କହିଲେ ଯେ ଆଜି ଭାରତର ପ୍ରଭାବ ଓ ଏହି ଦେଶ ପାଇଁ ସଦିଚ୍ଛା ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହା ଆମ ଏକତା ପାଇଁ ସମ୍ଭବ ହୋଇଛି ।

ଆଜି ସମଗ୍ର ବିଶ୍ୱ ଭାରତକୁ ଗୁରୁତ୍ୱର ସହ ଗ୍ରହଣ କରୁଛି ଏବଂ ଏହା ଆମର ଜାତୀୟ ଏକତା ଦ୍ୱାରା ସମ୍ଭବ ହୋଇଛି । ଯଦି ଭାରତ ବିଶ୍ୱର ସର୍ବବୃହତ ଅର୍ଥବ୍ୟବସ୍ଥାରେ ପରିଣତ ହୋଇପାରିଛି ତେବେ ଏହା ଆମର ଜାତୀୟ ଏକତା ଦ୍ୱାରା ହୋଇପାରିଛି,”ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ, “ଯେଉଁମାନେ ଆମ ବିପକ୍ଷରେ ଯୁଦ୍ଧ ଜିତି ପାରିବେ ନାହିଁ, ସେମାନେ ଆମ ଏକତାକୁ ଆହ୍ୱାନ ଦେଉଛନ୍ତି । ମାତ୍ର ସେମାନେ ଭୁଲି ଯାଉଛନ୍ତି ଯେ ବର୍ଷ ବର୍ଷ ଧରି ବ୍ୟାକୁଳ ହେବା ପରେ ମଧ୍ୟ ସେମାନେ ଆମ ଏକତାକୁ ଭାଙ୍ଗି ପାରିନାହାନ୍ତି ।

ସେ କହିଲେ, “ସର୍ଦ୍ଦାର ପଟେଲଙ୍କ ଆଶୀର୍ବାଦ ଯୋଗୁ ଦେଶ କିଛି ସପ୍ତାହ ତଳେ ବିଚ୍ଛିନ୍ନତାବାଦୀ ଗୋଷ୍ଠୀଙ୍କୁ ପରାସ୍ତ କରିବା ପାଇଁ ଏକ ବଡ ଧରଣର ନିଷ୍ପତ୍ତି ନେଇଛି ଏବଂ ଏହା ହେଉଛି ଧାରା 370ର ଉଚ୍ଛେଦ ।

ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ଭାରତୀୟ ସମ୍ବିଧାନର ଧାରା 370 ଜମ୍ମୁ-କଶ୍ମୀରକୁ କେବଳ ବିଚ୍ଛନ୍ନତାବାଦ ଓ ଆତଙ୍କବାଦ ଦେଇଥିଲା ।

ସେ କହିଲେ ଯେ ଦଶନ୍ଧି ଧରି ଏହି ଧାରାର ଉପସ୍ଥିତି କେବଳ ଦେଶ ଓ ଜନସାଧାରଣଙ୍କ ମଧ୍ୟରେ ମତଭେଦର ଏକ କୃତ୍ରିମ ପ୍ରାଚୀର ସୃଷ୍ଟି କରୁଥିଲା ।

ଆଜି କେଡିଆଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀର ପାଳନ ଅବସରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଏକତା ଦିବସକୁ ସମ୍ବୋଧିତରି ସେ କହିଲେ ଯେ, ଧାରା 370 କିଛି ବି ଦେଇ ନାହିଁ କେବଳ ବିଚ୍ଛନ୍ନତାବାଦୀ ଚିନ୍ତାଧାରା ଏବଂ ଆତଙ୍କବାଦ ଦେଇଛି ଯାହାକି ଏହି କୃତ୍ରିମ ପ୍ରାଚୀରର ଅନ୍ୟ ପଟେ ରହୁଥିବା ଆମ ଭାଇ ଓ ଭଉଣୀମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏହି କାନ୍ଥକୁ ଭାଙ୍ଗି ଦିଆଯାଇଛି ।

ସମଗ୍ର ଦେଶରେ ଜମ୍ମୁ ଏବଂ କଶ୍ମୀର ହେଉଛି ଏକମାତ୍ର ସ୍ଥାନ ଯେଉଁଠାରେ ଧାରା 370 ପ୍ରଚଳିତ ଥିଲା,”ବୋଲି ସେ କହିଥିଲେ ।

ସେ କହିଲେ, “ଗତ ତିନି ଦଶନ୍ଧି ମଧ୍ୟରେ 40,000ରୁ ଅଧିକ ଲୋକ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁ ପ୍ରାଣ ହରାଇଛନ୍ତି । ଅନେକ ମାସେମାନଙ୍କର ସନ୍ତାନକୁ ହରାଇଛନ୍ତି, ଅନେକ ଭଉଣୀ ସେମାନଙ୍କ ଭାଇମାନଙ୍କୁ ହରାଇଛନ୍ତି ଏବଂ ଛୋଟ ପିଲା ସେମାନଙ୍କ ପିତା-ମାତାଙ୍କୁ ହରାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଲେ, “ଥରେ ସର୍ଦ୍ଦାର ପଟେଲ କହିଥିଲେ ଯେ ଯଦି ଜମ୍ମୁ-କଶ୍ମୀର ବିଷୟ ତାଙ୍କ ଉପରେ ଛାଡି ଦିଆଯାଇଥାନ୍ତା, ତେବେ ଏହାର ସମାଧାନ ପାଇଁ ଏତେ ସମୟ ଲାଗି ନଥାନ୍ତା ।

ସେ କହିଲେ, “ଧାରା 370ର ଉଚ୍ଛେଦକୁ ମୁଁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଉତ୍ସର୍ଗ କରୁଛି ।

ମୁଁ ଖୁସି ଯେ ଆମର ଏହି ନିଷ୍ପତ୍ତି ଫଳରେ ଜମ୍ମୁ-କଶ୍ମୀର ଓ ଲଦାଖ ଏକ ଉନ୍ନତ ଭବିଷ୍ୟତ ଏବଂ ବିକାଶର ପଥରେ ଆଗେଇବ ।

ଏଇ ନିକଟରେ ଜମ୍ମୁ-କଶ୍ମୀରରେ ସମ୍ପନ୍ନ ହୋଇଥିବା ବ୍ଳକ ଉନ୍ନୟନ ପରିଷଦ ନିର୍ବାଚନ ସମ୍ବନ୍ଧରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ, “98 ପ୍ରତିଶତ ଭୋଟର ଏହି ନିର୍ବାଚନରେ ଭୋଟଦାନ କରିଥିଲେ । ପଞ୍ଚସରପଞ୍ଚ ଥିବା ଭୋଟରମାନେ ବହୁସଂଖ୍ୟାରେ ଆସି ଭୋଟ ଦାନ କରିଥିଲେ ଏବଂ ଏହା ଏକ ବଡ ବାର୍ତ୍ତା ପ୍ରଦାନ କରେ ।

ପ୍ରଧାନମନ୍ତ୍ରୀ କହିଲେ, “ର୍ତ୍ତମାନ ଜମ୍ମୁ-କଶ୍ମୀରରେ ରାଜନୈତିକ ସ୍ଥିରତାର ଯୁଗ ଆରମ୍ଭ ହେବ । ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସରକାର ଗଠନ କରିବାର ଖେଳ ଶେଷ ହୋଇଯିବ ଏବଂ ଆଞ୍ଚଳିକ ସ୍ତରରେ ବିଭେଦ ମଧ୍ୟ ଦୂର ହେବ ।

ଏହି ଅଞ୍ଚଳରେ ସହଯୋଗୀ ସଂଘୀୟ ବ୍ୟବସ୍ଥାରେ ବାସ୍ତବ ସମ୍ପୃକ୍ତିର ଯୁଗ ଆରମ୍ଭ ହେବ । ନୂଆ ରାଜପଥ, ନୂଆ ରେଳ ଲାଇନ, ନୂଆ ବିଦ୍ୟାଳୟ, ନୂଆ କଲେଜ, ନୂଆ ହସପିଟାଲ ଜମ୍ମୁ-କଶ୍ମୀରକୁ ପ୍ରଗତିର ଏକ ନୂତନ ଉଚ୍ଚତାକୁ ନେଇଯିବ ।

ତ୍ତର-ପୂର୍ବାଞ୍ଚଳରେ ହୋଇଥିବା ବିକାଶ ସମ୍ବନ୍ଧରେ ସୂଚନା ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଲେ, “ଆଜି ଉତ୍ତର-ପୂର୍ବାଞ୍ଚରେ ବିଚ୍ଛନ୍ନତାବାଦର ଅନ୍ତ ଘଟିଛି ଏବଂ ମିଳନ ଓ ପ୍ରଗତିର ଯୁଗ ଆରମ୍ଭ ହୋଇଛି ଦଶନ୍ଧି ଦଶନ୍ଧି ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେଉଛି । ସମଗ୍ର ଉତ୍ତର-ପୂର୍ବାଞ୍ଚଳ ଏବେ ବହୁ ବର୍ଷ ପୁରୁଣା ହିଂସା ଏବଂ ପ୍ରତିବନ୍ଧକରୁ ନିଜକୁ ମୁକ୍ତ କରୁଛି ।

ସେ କହିଲେ, “ସର୍ଦ୍ଦାର ପଟେଲଙ୍କ କାର୍ଯ୍ୟରୁ ମିଳିଥିବା ପ୍ରେରଣା ଆମକୁ ଦେଶର ସମ୍ପୂର୍ଣ୍ଣ ଭାବଗତ, ଅର୍ଥନୈତିକ ଓ ସାମ୍ବିଧାନିକ ସମନ୍ୱୟ ପାଇଁ ବଳ ଦେଉଛି । ଏହା ହେଉଛି ଏପରି ଏକ ପ୍ରୟାସ ଯାହା ବିନା ଆମେ ଏକବିଂଶ ଶତାବ୍ଦୀରେ ଏକ ଶକ୍ତିଶାଳୀ ଭାରତର ପରିକଳ୍ପନା କରିପାରିବା ନାହିଁ ।

ସର୍ଦ୍ଦାର ପଟେଲଙ୍କ ଆଦର୍ଶ ସମ୍ବନ୍ଧରେ ସୂଚନା ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଲେ, “ଦେଶର ସ୍ଥାୟୀତ୍ୱ ପାଇଁ ଉଦ୍ଦେଶ୍ୟର ଏକତା, ପ୍ରୟାସର ଏକତା ଏବଂ ଲକ୍ଷ୍ୟର ଏକତା ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ହେଉଛି ସର୍ଦ୍ଦାର ପଟେଲଙ୍କ ଆଦର୍ଶ ଯେ ଆମେ ଆମ ଲକ୍ଷ୍ୟ ଓ ଉଦ୍ଦେଶ୍ୟରେ ଏକ ସମାନ ରହିବା

ପ୍ରଧାନମନ୍ତ୍ରୀ କହିଲେ ଯେ ଆମେ ଯେତେବେଳେ ଜାତୀୟ ଏକତାର ପଥରେ ଗତି କରିବା କେବଳ ସେତେବେଳେ ଯାଇ ଆମେ ଏକ ଭାରତ, ଶ୍ରେଷ୍ଠ ଭାରତର ଲକ୍ଷ୍ୟ ହାସଲ କରିପାରିବା