Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦେଶର ବିଭିନ୍ନ ଭାଗରେ ପର୍ବପର୍ବାଣୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ଭାଗରେ ପର୍ବପର୍ବାଣୀ ପାଳନ ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

“ଆଜି ଭାରତର ବିଭିନ୍ନ ଭାଗରେ ଜନସାଧାରଣ ଅନେକ ପର୍ବପର୍ବାଣୀ ପାଳନ କରୁଛନ୍ତି । ଏହି ପବିତ୍ର ପର୍ବପର୍ବାଣୀ ପାଳନ ପାଇଁ ଜନସାଧାରଣଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ!
ମକର ସଂକ୍ରାନ୍ତିର ଶୁଭକାମନା । ଏହି ପର୍ବ ଜନସାଧାରଣଙ୍କ ଜୀବନରେ ଆନନ୍ଦ ଉଲ୍ଲାସ ଓ ସମୃଦ୍ଧି ଆଣିଦେଉ ।

ମୋର ତାମିଲ ବନ୍ଧୁ ତଥା ଜନସାଧାରଣଙ୍କୁ ପବିତ୍ର ପୋଙ୍ଗଲ ଅବସରରେ ଶୁଭେଚ୍ଛା ଓ ଅନେକ ଅନେକ ଅଭିନନ୍ଦନ ।

ପବିତ୍ର ମାଘ ବିହୂ ଅବସରରେ ଆସାମର ଜନସାଧାରଣଙ୍କୁ ମୋର ଶୁଭକାମନା ଓ ଅଭିନନ୍ଦନ ।
ଗୁଜରାଟର ଜନସାଧାରଣଙ୍କୁ ପବିତ୍ର ଉତ୍ତରାୟଣ ଅବସରରେ ଅନେକ ଅନେକ ଶୁଭକାମନା ।
ଏଭଳି ଅନେକ ପର୍ବ ଆଜିର ଦିବସରେ ଭାରତର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସ ଓ ବର୍ଣ୍ଣାଢ଼୍ୟ ପରିବେଶରେ ପାଳନ କରାଯାଉଛି । ଏହି ସାଂସ୍କୃତିକ ବିବିଧତା ଆମର ବୈଚିତ୍ର ଏବଂ ବହୁତ ବଡ଼ ଶକ୍ତି ।

ଏହି ସବୁ ପର୍ବ ଆମର ପରିଶ୍ରମୀ ଓ କର୍ମଠ ଚାଷୀ ଭାଇମାନଙ୍କ ଜୀବନରେ ଅପାର ସୁଖ ଓ ସମୃଦ୍ଧି ଆଣିଦେବ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

*****