Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦେଶର ବିଭିନ୍ନ ସ୍ଥାନରେ ହିଂସାକୁ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା


ଦେଶର ବିଭିନ୍ନ ସ୍ଥାନରେ ସଂଘଟିତ ହିଂସା ଓ ଗଣ୍ଡଗୋଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଢ ଭାବେ ନିନ୍ଦା କରିଛନ୍ତି ।

“ଆଜିର ବିଭିନ୍ନ ହିଂସା ଅତ୍ୟନ୍ତ ଦୁଃଖଦାୟକ । ମୁଁ ଏଭଳି ହିଂସାକୁ ଦୃଢ ଭାବେ ନିନ୍ଦା କରୁଛି ଏବଂ ସମସ୍ତଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରୁଛି ।

ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ନ ନଜର ରଖାଯାଇଛି । ମୁଁ ପରିସ୍ଥିତି ସମ୍ପର୍କରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଓ ସ୍ଵରାଷ୍ଟ୍ର ସଚିବଙ୍କ ସହିତ ଆଲୋଚନା ଏବଂ ସମୀକ୍ଷା କରିଛି ।

ପ୍ରଭାବିତ ଅଞ୍ଚଳରେ ବିଭାଗୀୟ ସମ୍ପୃକ୍ତ ଅଧିକାରୀମାନଙ୍କୁ ଅନବରତ ପ୍ରୟାସପୂର୍ବକ ସ୍ଵାଭାବିକ ଅବସ୍ଥା ଫେରାଇ ଆଣିବାକୁ କହିଛି । ଆବଶ୍ୟକତା ଅନୁଯାୟୀ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।