ପିଏମଇଣ୍ଡିଆ
ଏଠାରେ ଉପସ୍ଥିତ ସମସ୍ତ ବରିଷ୍ଠ ମହାନୁଭବ, ଭଦ୍ର ମହିଳା ଓ ଭଦ୍ରମଣ୍ଡଳୀ ।
ସର୍ବ ପ୍ରଥମେ ମୁଁ ଦୈନିକ ଜାଗରଣର ପ୍ରତ୍ୟେକ ପାଠକଙ୍କୁ, ସମ୍ବାଦପତ୍ରର ପ୍ରକାଶନ ଏବଂ ଖବରକାଗଜକୁ ଘରେ – ଘରେ ପହଂଚାଇବାର କାର୍ଯ୍ୟ ସହିତ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ, ବିଶେଷ କରି ହକର ବନ୍ଧୁମାନଙ୍କୁ ଆପଣଙ୍କ ସଂପାଦକୀୟ ମଣ୍ଡଳୀକୁ ହୀରକ ଜୟନ୍ତୀ ଅବସରରେ ବହୁତ ବହୁତ ଶୁଭେଚ୍ଛା ଜଣାଉଛି, ବହୁତ ବହୁତ ଶୁଭକାମନା ଜଣାଉଛି ।
ବିଗତ 75 ବର୍ଷ ଧରି ଆପଣ ନିରନ୍ତର ଭାବେ ଦେଶର କୋଟି କୋଟି ଲୋକଙ୍କୁ ସୂଚନା ପ୍ରଦାନ ଏବଂ ସରକାରଙ୍କ ସହିତ ଜଡିତ ହୋଇ ରହିଛନ୍ତି । ଦେଶର ପୁନନିର୍ମାଣରେ ଦୈନିକ ଜାଗରଣ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି । ଦେଶକୁ ସଚେତନ କରାଇବାରେ ଆପଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । ଭାରତ ଛାଡ଼ ଆନ୍ଦୋଳନର ପୃଷ୍ଟଭୂମିରେ ଆପଣ ଯେଉଁ କାର୍ଯ୍ୟ ଆରମ୍ଭ କରିଥିଲେ, ତାହା ଆଜି ନୂତନ ଭାରତର ନୂତନ ଆଶା, ନୂତନ ସଂକଳ୍ପ ଏବଂ ନୂତନ ସରକାରଙ୍କୁ ଆଗକୁ ନେବାରେ ସହଯୋଗ କରୁଛି । ଦୈନିକ ଜାଗରଣ ପଢୁଥିବା ଲୋକମାନଙ୍କ ମଧ୍ୟରୁ ମୁଁ ହେଉଛି ଜଣେ । ବୋଧହୁଏ ସେହିଠାରୁ ହିଁ ଆରମ୍ଭ ହୋଇଥାଏ । ନିଜ ଅନୁଭବ ଆଧାରରେ ମୁଁ କହି ପାରୁଛି କି ବିଗତ ଦଶକ ଦଶକ ଧରି ଦୈନିକ ଜାଗରଣ ଦେଶ ଏବଂ ସମାଜରେ ପରିବର୍ତ୍ତନ ଆଣିବାର ଅଭିଯାନକୁ ଶକ୍ତି ଦେଇଛି ।
ବିଗତ ଚାରି ବର୍ଷରେ ଆପଣମାନଙ୍କର ସମୂହ ଏବଂ ଦେଶର ସମସ୍ତ ମିଡିଆ ସଂସ୍ଥାନମାନେ ରାଷ୍ଟ୍ର ନିର୍ମାଣର ସୁଦୃଢ ସ୍ତମ୍ଭ ଭାବେ ନିଜର ଦାୟିତ୍ୱକୁ ବେଶ ଭଲ ଭାବେ ନିର୍ବାହ କରିଛନ୍ତି । ସେ ‘ବେଟି ବଚାଓ-ବେଟି ପଢାଓ ଅଭିଯାନ’ ହେଉ ଅବା ‘ସ୍ୱଚ୍ଛ ଭାରତ ଅଭିଯାନ’ ହେଉ । ଏହା ଯଦି ଜନ – ଆନ୍ଦୋଳନ ପାଲଟିଛି ତ ଏଥିରେ ଗଣମାଧ୍ୟମର ମଧ୍ୟ ଏକ ସକାରାତ୍ମକ ଭୂମିକା ରହିଛି । ଦୈନିକ ଜାଗରଣ ମଧ୍ୟ ଏଥିରେ ନିଜର ପ୍ରଭାବଶାଳୀ ଯୋଗଦାନ ଦେବାରେ ସଦା ସର୍ବଦା ଆଗରେ ରହିଛି । ଏଇ ନିକଟରେ ଭିଡିଓ କନଫରେନ୍ସ ମାଧ୍ୟମରେ, ମୋତେ ଆପଣ ସମସ୍ତଙ୍କ ସହିତ କଥା ହେବାର ସୁଯୋଗ ମିଳିଥିଲା । ସେତେବେଳେ ମୋତେ ଅବଗତ କରାଯାଇଥିଲା କି ସ୍ୱଚ୍ଛତା ପାଇଁ କିପରି ଆପଣମାନେ ସମସ୍ତେ ସମ୍ପୂର୍ଣ୍ଣ ସମର୍ପଣର ସହିତ କାର୍ଯ୍ୟ କରୁଛନ୍ତି ।
ସାଥୀଗଣ, ସମାଜରେ ଗଣମାଧ୍ୟମର ଏହି ଭୂମିକା ଆଗାମୀ ସମୟରେ ଆହୁରି ଅଧିକ ମହତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଆଜି ଡିଜିଟାଲ ବିପ୍ଳବ ମିଡିଆକୁ, ସମ୍ବାଦପତ୍ରକୁ ଆହୁରି ସମ୍ପ୍ରସାରିତ କରି ଦେଇଛି ଆଉ ମୁଁ ମାନୁଛି ନୂତନ ମିଡିଆ ନୂତନ ଭାରତର ମୂଳଦୁଆକୁ ଆହୁରି ଶକ୍ତି ଆଣିଦେବ ।
ସାଥୀଗଣ, ଯେତେବେଳେ ମଧ୍ୟ ଆମେ ନୂତନ ଭାରତର କଥା କହୁ, ତ ସର୍ବନିମ୍ନ ସରକାର ସର୍ବାଧିକ ପ୍ରଶାସନ ଏବଂ ସମସ୍ତଙ୍କ ସହିତ ସମସ୍ତଙ୍କର ବିକାଶ ଏହାର ମୂଳରେ, ଏହି ମୂଳମନ୍ତ୍ରକୁ ନେଇ ଆମେ କଥା କହୁ । ଆମେ ଏପରି ଏକ ବ୍ୟବସ୍ଥାର କଥା କହୁ ଯାହା ଜନ ଭାଗୀଦାରୀ ଦ୍ୱାରା ଯୋଜନାର ନିର୍ମାଣ ହେଉ, ଏବଂ ଜନ ଭାଗୀଦାରୀ ଦ୍ୱାରା ହିଁ ତାହା ଉପରେ ନିଷ୍ପତ୍ତି ନିଆଯାଉ । ଏହି ଚିନ୍ତାଧାରାକୁ ଆମେ ବିଗତ ଚାରି ବର୍ଷ ଧରି ଆଗକୁ ବଢ଼ାଇଛୁ । କେନ୍ଦ୍ର ସରକାରଙ୍କର ଅନେକ ଯୋଜନା ଗୁଡ଼ିକୁ ଲୋକମାନେ ନିଜର ଦାୟିତ୍ୱ ଭାବି ଆଗକୁ ବଢ଼ାଉଛନ୍ତି । ସରକାର, ସରକାରଙ୍କ ସହିତ ଜଡ଼ିତ ଏବଂ ସହଯୋଗ ଏହି ଭାବନା ଦେଶରେ ସୁଦୃଢ଼ ହୋଇଛି ।
ଦେଶର ଯୁବକ ଆଜି ବିକାଶରେ ନିଜକୁ ଅଂଶୀଦାର ଭାବିବାରେ ଲାଗିଛି । ସରକାରୀ ଯୋଜନା ଗୁଡ଼ିକ ନିଜସ୍ୱ ଭାବନାରେ ଦେଖା ଯାଉଛି । ତାକୁ ଲାଗୁଛି ଯେ ତା’ସ୍ୱର ଶୁଣା ଯାଉଛି ଆଉ ଏହା ହେଉଛି କାରଣ ଯେ ସରକାର ଏବଂ ବ୍ୟବସ୍ଥା ଉପରେ ବିଶ୍ୱାସ ଆଜି ଅଭୂତପୂର୍ବ ସ୍ତରରେ ରହିଛି । ଏହି ବିଶ୍ୱାସ ସେତେବେଳେ ଜାଗ୍ରତ ହୋଇଥାଏ, ଯେତେବେଳେ ସରକାର ସ୍ଥିର କରାଯାଇଥିବା ଲକ୍ଷ୍ୟ ହାସଲ କରୁଥିବାର ଦେଖା ଯାଇଥାଏ । ପାରଦର୍ଶିତାର ସହିତ କାମ କରୁଥିବା ଦୃଷ୍ଟିଗୋଚର ହୋଇଥାଏ ।
ସାଥୀଗଣ, ଜାଗରଣ ଫୋରମରେ ଆପଣମାନେ ଅନେକ ବିଷୟରେ ଚର୍ଚ୍ଚା କରିବାକୁ ଯାଉଛନ୍ତି । ବହୁତ ଗୁଡ଼ିଏ ପ୍ରଶ୍ନ ଆସିବ, ବହୁତ ଉତ୍ତର ମଧ୍ୟ ଖୋଜାଯିବ । ଗୋଟିଏ ପ୍ରଶ୍ନ ଆପଣଙ୍କ ମଂଚରେ ମୁଁ ମଧ୍ୟ ଉଠାଉଛି । ଆଉ ପ୍ରଶ୍ନ ହେଉଛି ମୋର କିନ୍ତୁ ତା’ସହିତ ସମଗ୍ର ଦେଶର ଭାବନା ଯୋଡ଼ି ହୋଇଛି । ଆପଣ ମଧ୍ୟ ଅଧିକାଂଶ ସମୟରେ ଭାବୁଥିବେ, ଆଶ୍ଚର୍ଯ୍ୟ ହେଉଥିବେ କି ଆମ ଦେଶ କାହିଁକି ପଛୁଆ ହୋଇ ରହି ଯାଇଛି । ସ୍ୱାଧୀନତାର ଏତେ ଦଶକ ପରେ… ଏହି ଦ୍ଵନ୍ଦ୍ଵ ଆପଣଙ୍କ ମନରେ ମଧ୍ୟ ରହିଥିବ କି ଆମେ କାହିଁକି ପଛରେ ରହିଗଲେ । ଆମ ପାଖରେ ବିଶାଳ ଉତ୍ପାଦନକ୍ଷମ ଭୂମି ରହିଛି, ଆମର ଯୁବକମାନେ ବହୁତ ପ୍ରତିଭାଶାଳୀ ଏବଂ ବହୁତ ପରିଶ୍ରମୀ ମଧ୍ୟ ଅଟନ୍ତି । ଆମ ପାଖରେ ପ୍ରାକୃତିକ ସଂସାଧନର କେବେ କୌଣସି ଅଭାବ ନ ଥିଲା । ଏତେ ସବୁକିଛି ରହିଥିବା ସତ୍ୱେ ଆମ ଦେଶ ଆଗକୁ କାହିଁକି ବଢ଼ି ପାରିଲା ନାହିଁ । ଶେଷରେ କ’ଣ କାରଣ ରହିଛି କି ଛୋଟ ଛୋଟ ଦେଶର ମଧ୍ୟ, ଯେଉଁମାନଙ୍କ ସଂଖ୍ୟା ବହୁତ କମ୍ ଅଛି, ଯେଉଁମାନଙ୍କ ପାଖରେ ପ୍ରାକୃତିକ ସମ୍ପଦ ମଧ୍ୟ ନଥିଲା ଭଳି । ଏଭଳି ଦେଶ ମଧ୍ୟ ବହୁତ କମ୍ ସମୟରେ ଆମ ଠାରୁ ଆଗକୁ ବଢ଼ି ଯାଇଛନ୍ତି ।
ଏହା ହେଉଛି ଆମ ଦେଶବାସୀଙ୍କର କ୍ଷମତା କି ଆମର ଚନ୍ଦ୍ରଯାନ ଚନ୍ଦ୍ରରେ ପହଂଚି ଗଲା । ଆମେ ବହୁତ କମ୍ ଖର୍ଚ୍ଚରେ ମଙ୍ଗଳ ମିଶନ ଭଳି ମହାଯଜ୍ଞ ସଂପୂର୍ଣ୍ଣ କଲେ । କିନ୍ତୁ କ’ଣ କାରଣ ରହିଛି କି ଦେଶର କୋଟି କୋଟି ଲୋକଙ୍କର ଗାଁ ପର୍ଯ୍ୟନ୍ତ ସଡ଼କ ମଧ୍ୟ ପହଂଚି ପାରି ନାହିଁ ।
ସାଥୀଗଣ, ଭାରତବାସୀଙ୍କର ଆବିଷ୍କାରରେ ସାରା ଦୁନିଆ ଚମକି ଉଠୁଛି । କିନ୍ତୁ କ’ଣ କାରଣ ରହିଛି କି କୋଟି କୋଟି ଭାରତବାସୀଙ୍କୁ ବିଜୁଳି ମଧ୍ୟ ମିଳି ପାରି ନ ଥିଲା, କାହିଁକି ଆମ ଦେଶର ଲୋକ ଛଅ ଦଶକରୁ ଅଧିକ ସମୟ ପର୍ଯ୍ୟନ୍ତ ମୌଳିକ ସୁବିଧାଗୁଡ଼ିକ ପାଇଁ ମଧ୍ୟ ବ୍ୟାକୁଳ ହେଉଥିଲେ । ବଡ଼ ବଡ଼ ଲୋକ କ୍ଷମତାକୁ ଆସିଲେ, ବଡ଼ ବଡ଼ ସ୍ୱର୍ଣ୍ଣିମ ଲୋକ ମଧ୍ୟ କ୍ଷମତାକୁ ଆସିଲେ ଆଉ ଚାଲି ମଧ୍ୟ ଗଲେ । କିନ୍ତୁ ଦଶକ ଦଶକ ପର୍ଯ୍ୟନ୍ତ ଯେଉଁ ଲୋକ ଛୋଟ ଛୋଟ ସମସ୍ୟା ସହିତ ଲଢ଼େଇ କରୁଥିଲେ, ସେମାନଙ୍କର ସମସ୍ୟା ଗୁଡ଼ିକର ସମାଧାନ ହୋଇ ପାରିଲା ନାହିଁ ।
ସାଥୀଗଣ, ଲକ୍ଷ୍ୟ ସବୁ କିଛି କମ୍ ନ ଥିଲା, ଏକାଗ୍ରତାର ଅଭାବ ଥିଲା, ଅର୍ଥର ଅଭାବ ନ ଥିଲା, ଅଭାବ ଥିଲା ଇଚ୍ଛାଶକ୍ତିର । ସମାଧାନର ଅଭାବ ନ ଥିଲା, ସମ୍ବେଦନାର ଅଭାବ ଥିଲା, ସାମର୍ଥ୍ୟର ଅଭାବ ନ ଥିଲା, ଅଭାବ ଥିଲା କାର୍ଯ୍ୟ ସଂସ୍କୃତିର । ବହୁତ ସହଜରେ କିଛି ଲୋକ କବୀର ଦାସ ମହୋଦୟଙ୍କର ସେହି ଧେୟକୁ ବିଗାଡ଼ି ଦେଇ ଥଟ୍ଟା ପରିହାସରେ ଉଡ଼ାଇ ଦିଅନ୍ତି, ଯେଉଁଥିରେ ସେ କହିଥିଲେ, କାଲ୍ କରେ ସୋ ଆଜ୍ କର୍, ଆଜ୍ କରେ ସୋ ଅବ୍ (କାଲି କରିବାକୁ ଥିବା କାର୍ଯ୍ୟଟିକୁ ଆଜି କର, ଆଜି କରିବାକୁ ଥିବା କାର୍ଯ୍ୟଟିକୁ ଏବେ କର) କିନ୍ତୁ ଚିନ୍ତା କରନ୍ତୁ ଯଦି ଏହି ଭାବ ଆମ କାର୍ଯ୍ୟ ସଂସ୍କୃତିରେ ଦଶକ ପୂର୍ବରୁ ଆସି ଯାଇ ଥାଆନ୍ତା ତ ଆଜି ଦେଶର ଛବି କ’ଣ ହୋଇ ଥାଆନ୍ତା ।
ସାଥୀଗଣ, ନିକଟରେ ଏଲିଫେଂଟା ପର୍ଯ୍ୟନ୍ତ ପାଣି ତଳେ କେବୁଲ ମାଧ୍ୟମରେ ବିଜୁଳି ପହଂଚାଇବାର ଏକ ଭିଡିଓ ବହୁତ ଭାଇରାଲ ହୋଇଥିଲା । ମୋର ମଧ୍ୟ ଦୃଷ୍ଟିକୁ ଆସିଲା, ଆଶା କରୁଛି ଆପଣମାନେ ମଧ୍ୟ ଦେଖିଥିବେ । କଳ୍ପନା କରନ୍ତୁ ମୁମ୍ବାଇଠାରୁ ଅଳ୍ପ ଦୂରରେ ରହୁଥିବା ଲୋକଙ୍କୁ କିଭଳି ଲାଗୁଥିବ, ଯେତେବେଳେ ସେମାନେ ନିଜେ ଅନ୍ଧାରରେ ରାତି-ଦିନ ବିତାଇ, ମୁମ୍ବାଇର ଚମକ ଦମକକୁ ଦେଖୁଥିବେ, ସେହି ଅନ୍ଧକାର ମଧ୍ୟରେ 70 ବର୍ଷ ବିତାଇ ଦେବାର କଳ୍ପନା କରି ଦେଖନ୍ତୁ । ଏବେ କିଛି ଦିନ ପୂର୍ବରୁ ହିଁ ମୋତେ ଜଣେ ବ୍ୟକ୍ତି ପତ୍ର ଲେଖି ଧନ୍ୟବାଦ ଦେଲେ, ସେ ପତ୍ର ଏଥିପାଇଁ ଲେଖିଥିଲେ କାରଣ ମେଘାଳୟ ପ୍ରଥମ ଥର ପାଇଁ ରେଳ ଲାଇନ୍ ସହିତ ଯୋଡ଼ି ହୋଇ ଗଲା । କ’ଣ ଆପଣ କଳ୍ପନା କରି ପାରିବେ କି ଆମେ କ୍ଷମତାକୁ ଆସିବା ପୂର୍ବରୁ ମେଘାଳୟ, ମିଜୋରାମ ଆଉ ତ୍ରିପୁରା ଭାରତର ରେଳ ମାନଚିତ୍ରରେ ନ ଥିଲା । ଚିନ୍ତା କରନ୍ତୁ, କେଉଁମାନେ କିଭଳି ଭାବେ ଏହି ସବୁ ରାଜ୍ୟର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇଥିବେ ।
ସାଥୀଗଣ, ପୂର୍ବରୁ ଦେଶ କେଉଁ ଦିଗରେ, କେଉଁ ଗତିରେ ଚାଲୁଥିଲା, ଆଉ ଆଜି କେଉଁ ଦିଗରେ ଆଉ କେଉଁ ଗତିର ସହିତ କେତେ ବେଗରେ ଆଗକୁ ଯାଉଛି । ଏହା ମୋର ମିଡିଆର ବନ୍ଧୁମାନଙ୍କ ପାଇଁ ଅଧ୍ୟୟନ ଆଉ ମନ୍ଥନର ବିଷୟ ମଧ୍ୟ ହୋଇ ପାରିବ । କେତେବେଳେ କରିବା ଓ ଆମେ ତାହା ଜାଣି ନାହୁଁ । ଚିନ୍ତା କରନ୍ତୁ କାହିଁକି ସ୍ୱାଧୀନତାର 67 ବର୍ଷ ପର୍ଯ୍ୟନ୍ତ କେବଳ 38 ପ୍ରତିଶତ ଗ୍ରାମୀଣ ଘରେ ହିଁ ଶୌଚାଳୟ ତିଆରି ହୋଇଥିଲା, ଆଉ କିପରି ପ୍ରଶ୍ନର ଉତ୍ତର ଏହିଠାରୁ ଆରମ୍ଭ ହୋଇଥାଏ, କିଭଳି 4 ବର୍ଷରେ 85 ପ୍ରତିଶତ ଘରେ, ଗ୍ରାମାଂଚଳରେ ଘରେ ଶୌଚାଳୟ ଉପଲବ୍ଧ କରାଗଲା । ଶେଷରେ ଚିନ୍ତା କରନ୍ତୁ, କାରଣ କ’ଣ ଥିଲା ସ୍ୱାଧୀନତାର 67 ବର୍ଷ ପରେ କେବଳ 55 ପ୍ରତିଶତ ସାହି, ବସ୍ତି ଏବଂ ଗାଁ ପର୍ଯ୍ୟନ୍ତ ହିଁ ସଡ଼କ ପହଂଚିଥିଲା ଆଉ କିଭଳି 4 ବର୍ଷରେ ସଡ଼କ ଯୋଗାଯୋଗ ବୃଦ୍ଧି ପାଇ 90 ପ୍ରତିଶତରୁ ଅଧିକ ସାହି ବସ୍ତି ଏବଂ ଗାଁ ପର୍ଯ୍ୟନ୍ତ ପହଂଚାଇ ଦିଆଗଲା । ଶେଷରେ ଟିକେ ଚିନ୍ତା କରନ୍ତୁ କାହିଁକି ସ୍ୱାଧୀନତାର 67 ବର୍ଷ ପରେ କେବଳ 55 ପ୍ରତିଶତ ଘରେ ହିଁ ଗ୍ୟାସ ସଂଯୋଗ ଥିଲା ଆଉ ଏବେ କିପରି 4 ବର୍ଷରେ ଗ୍ୟାସ ସଂଯୋଗର ପରିସର 90 ପ୍ରତିଶତ ଘର ପର୍ଯ୍ୟନ୍ତ ପହଂଚାଇ ଦିଆଯାଇଛି । ଶେଷରେ ଚିନ୍ତା କରନ୍ତୁ… କାହିଁକି ସ୍ୱାଧୀନତାର 67 ବର୍ଷ ପର୍ଯ୍ୟନ୍ତ କେବଳ 70 ପ୍ରତିଶତ ଗ୍ରାମୀଣ ପରିବାର ପର୍ଯ୍ୟନ୍ତ ବିଜୁଳି ସୁବିଧା ପହଂଚିଥିଲା । ଆଉ ଏବେ କିପରି ବିଗତ ଚାରି ବର୍ଷରେ 95 ପ୍ରତିଶତ ଗ୍ରାମୀଣ ପରିବାର ପର୍ଯ୍ୟନ୍ତ ବିଜୁଳି ପହଂଚି ଯାଇଛି ।
ସାଥୀଗଣ, ଏହି ଭଳି ପ୍ରଶ୍ନ ପଚାରି ପଚାରି ଘଂଟା ଘଂଟା ସମୟ ଚାଲିଯିବ । ବ୍ୟବସ୍ଥା ଗୁଡ଼ିକରେ ଅସଂପୂର୍ଣ୍ଣତା ଯୋଗୁଁ ସଂପୂର୍ଣ୍ଣତା ଆଡ଼କୁ ଅଗ୍ରସର ହେଲା ଆଉ ଆମ ଦେଶ ବିଗତ ଚାରି, ସାଢ଼େ ଚାରି ବର୍ଷରେ ଯେଉଁ ପ୍ରଗତି କରିଛି, ତାହା ହେଉଛି ଅଭୂତପୂର୍ବ ।
ସାଥୀଗଣ, ଶେଷରେ ଚିନ୍ତା କରନ୍ତୁ… କାହିଁକି ସ୍ୱାଧୀନତାର 67 ବର୍ଷ ପରେ ମଧ୍ୟ କେବଳ 50 ପ୍ରତିଶତ ପରିବାରଙ୍କ ପାଖରେ କାହିଁକି ବ୍ୟାଙ୍କ ଖାତା ଥିଲା । ଏହା କିଭଳି ହେଲା କି ଆଜି ଦେଶର ପ୍ରାୟ ପ୍ରତ୍ୟେକ ପରିବାର ବ୍ୟାଙ୍କିଙ୍ଗ ସେବା ସହିତ ଯୋଡ଼ି ହୋଇ ଯାଇଛନ୍ତି । ଚିନ୍ତା କରନ୍ତୁ କି… ଶେଷରେ ଏପରି କ’ଣ ଥିଲା କି ସ୍ୱାଧୀନତାର 67 ବର୍ଷ ପର୍ଯ୍ୟନ୍ତ ବହୁ କଷ୍ଟରେ ଦେଶର 4 କୋଟି ନାଗରିକ ହିଁ ଆୟକର ଦାଖଲ କରୁଥିଲେ । ଶହେ ପଚିଶ କୋଟିର ଦେଶ… ମାତ୍ର ଚାରି କୋଟି, କେବଳ ଚାରି ବର୍ଷ ମଧ୍ୟରେ ଆଉ ତିନି କୋଟି ନୂତନ ନାଗରିକ ଆୟକର ନେଟୱାର୍କ ସହିତ ଯୋଡ଼ି ହୋଇ ଯାଇଛନ୍ତି । ଚିନ୍ତା କରନ୍ତୁ… କି ଶେଷରେ କ’ଣ ଏଭଳି କାରଣ ଥିଲା କି ଯେ ପର୍ଯ୍ୟନ୍ତ ଜିଏସଟି ଲାଗୁ ହୋଇ ନ ଥିଲା, ଆମ ଦେଶରେ ପରୋକ୍ଷ ଟିକସ ବ୍ୟବସ୍ଥାରେ 66 ଲକ୍ଷ ଉଦ୍ୟମୀ ପଞ୍ଜୀକୃତ ହୋଇଥିଲେ ଆଉ ଏବେ ଜିଏସଟି ଲାଗୁ ହେବା ପରେ 54 ଲକ୍ଷ ନୂତନ ଲୋକ ପଞ୍ଜୀକୃତ ହୋଇଛନ୍ତି ।
ସାଥୀଗଣ, ତା’ହେଲେ ପୂର୍ବ ସରକାର ଏଭଳି କାହିଁକି କରି ପାରି ନ ଥିଲେ ଆଉ ଏବେ ଯାହା ହେଉଛି ତାହା କିପରି ହେଉଛି । ସେହି ଲୋକ ଅଛନ୍ତି, ସେହି ଅମଲାତନ୍ତ୍ର ଅଛି, ସେହି ସଂସ୍ଥା ମଧ୍ୟ ରହିଛି, ଫାଇଲ ଗୁଡ଼ିକର ଯିବା ଆସିବାର ସେହି ରାସ୍ତା ମଧ୍ୟ ରହିଛି, ଟେବୁଲ, ଚୌକି, କଲମ ସବୁକିଛି ସେହିଭଳି ଅଛି, କିନ୍ତୁ କିଭଳି ଏ ପରିବର୍ତ୍ତନ ଆସିଲା । ଏହି କଥାର ଏହା ହେଉଛି ମଧ୍ୟ ପ୍ରମାଣ ଯେ ଦେଶ ବଦଳି ପାରିବ । ଆଉ ମୁଁ ଆପଣମାନଙ୍କୁ ଏହା ମଧ୍ୟ ବିଶ୍ୱାସ ଦେବାକୁ ଚାହୁଁଛି କି ଯାହା ମଧ୍ୟ ବଦଳି ଯାଇଛି, ଯାହା ମଧ୍ୟ ପରିବର୍ତ୍ତନ ଆସିଛି, ଗତି ଆସିଛି, ତାହା ସେ ପର୍ଯ୍ୟନ୍ତ ଆସି ନ ଥାଆନ୍ତା ଯେ ପର୍ଯ୍ୟନ୍ତ ଆଦୌ ତୃଣମୂଳ ସ୍ତର ପର୍ଯ୍ୟନ୍ତ ଯାଇ ନିଷ୍ପତ୍ତି ନିଆ ନ’ଯାଏ କି ତାହା ଉପରେ କାର୍ଯ୍ୟାନୁଷ୍ଠାନ କରା ନ’ଯାଏ ।
ଆପଣ କଳ୍ପନା କରନ୍ତୁ… ଯଦି ଦେଶର ନାଗରିକଙ୍କୁ ଦଶକ ଦଶକ ପୂର୍ବରୁ ହିଁ ମୌଳିକ ଆବଶ୍ୟକତା ଗୁଡ଼ିକ ଉପଲବ୍ଧ କରାଇ ଦିଆ ଯାଇ ଥାଆନ୍ତା, ତ ଆମ ଦେଶ କେଉଁଠାରୁ ଯାଇ କେଉଁଠି ପହଂଚି ଯାଇ ଥାଆନ୍ତା । ଦେଶର ନାଗରିକଙ୍କ ପାଇଁ ଏହା ସବୁ କରିବା ମୋ ପାଇଁ ହେଉଛି ସୌଭାଗ୍ୟର କଥା । କିନ୍ତୁ ଏହା ସେତିକି ହିଁ ଦୁର୍ଭାଗ୍ୟପୂର୍ଣ୍ଣ କି ଦେଶକୁ ଏଥିପାଇଁ ଏତେ ବର୍ଷ ପର୍ଯ୍ୟନ୍ତ ବ୍ୟାକୁଳ ହୋଇ ଚାହିଁ ରହିବାକୁ ପଡ଼ିଲା ।
ସାଥୀଗଣ, ଯେତେବେଳେ ଆମ ଦେଶର ଗରିବ, ଶୋଷିତ ଆଉ ବଂଚିତକୁ ସମସ୍ତ ମୌଳିକ ସୁବିଧା ଉପଲବ୍ଧ ହୋଇ ଯିବ… ସେମାନଙ୍କୁ ଶୌଚାଳୟ, ବିଜୁଳି, ବ୍ୟାଙ୍କରେ ଖାତା, ଗ୍ୟାସ ସଂଯୋଗ, ଶିକ୍ଷା, ଆରୋଗ୍ୟ ଭଳି ଚିନ୍ତାରୁ ମୁକ୍ତି ମିଳିଯିବ ତ ପୁଣି ମୋ ଦେଶର ଗରିବ ନିଜେ ହିଁ ନିଜର ଦାରିଦ୍ର୍ୟକୁ ପରାସ୍ତ କରି ଦେବେ । ଏହା ହେଉଛି ମୋର ବିଶ୍ୱାସ । ସେ ଗରିବୀରୁ ମୁକୁଳି ଆସିବ ଆଉ ଦେଶ ମଧ୍ୟ ଦାରିଦ୍ର୍ୟରୁ ମୁକ୍ତ ହୋଇଯିବ । ବିଗତ ଚାରି ବର୍ଷରେ ଆପଣ ହେଉଥିବା ଏହି ପରିବର୍ତ୍ତନକୁ ଦେଖୁଥିବେ । ପରିସଂଖ୍ୟାନ ହେଉଛି ଏହାର ସାକ୍ଷୀ, କିନ୍ତୁ ଏ ସବୁ ପୂର୍ବରୁ ହୋଇ ନ ଥିଲା ଆଉ ପୂର୍ବରୁ ଏହା ହୋଇ ନ ଥିଲା, କାରଣ ଦାରିଦ୍ର୍ୟ କମ୍ ହୋଇଯିବ ତ ଗରିବୀ ହଟାଓର ସ୍ଳୋଗାନ କିପରି ଦିଆଯାଇ ପାରିବ । ପୂର୍ବରୁ ଏଥିପାଇଁ ହୋଇ ନ ଥିଲା, କାରଣ ଯେତେବେଳେ ମୌଳିକ ସୁବିଧା ସମସ୍ତଙ୍କୁ ମିଳିଯିବ ତ ଭୋଟ ବ୍ୟାଙ୍କର ରାଜନୀତି କିଭଳି ଚାଲିବ । ତୁଷ୍ଟିକରଣ କିପରି ହେବ ।
ଭାଇ ଓ ଭଉଣୀମାନେ, ଆଜି ଆମେ ଦେଶର ଶତ ପ୍ରତିଶତ ଲୋକଙ୍କୁ ପ୍ରାୟତଃ ସମସ୍ତ ମୌଳିକ ସୁବିଧା ଦେବାର ନିକଟରେ ପହଂଚି ଯାଇଛୁ ତ ଭାରତ ଅନ୍ୟ ଏକ ଯୁଗକୁ ଡେଇଁବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ଆମେ କୋଟି କୋଟି ଭାରତୀୟ ମାନଙ୍କର ଆଶା ସେମାନଙ୍କର ଆକାଂକ୍ଷା ଗୁଡ଼ିକୁ ପୂରଣ କରିବା ପାଇଁ ତତ୍ପର ହୋଇ ରହିଛୁ । ଆଜି ଆମେ ନିଉ ଇଣ୍ଡିଆର ସଂକଳ୍ପରୁ ସିଦ୍ଧି ଆଡ଼କୁ ଯାତ୍ରା ପଥରେ ଅଗ୍ରସର ହେଉଛୁ । ଏହି ଯାତ୍ରାରେ ଯେଉଁ ପ୍ରକାରର ଟେକ୍ନୋଲଜିର ବ୍ୟବହାର ଭାରତ କରୁଛି ସେ ଦୁନିଆର ବିକାଶଶୀଳ ଏବଂ ପଛୁଆ ଦେଶ ମାନଙ୍କ ପାଇଁ ମଧ୍ୟ ଗୋଟିଏ ମଡେଲ ବା ଉଦାହରଣ ହେଉଛି ।
ସାଥୀଗଣ, ଆଜି ଭାରତରେ ସଂଯୋଗୀକରଣ ବ୍ୟବସ୍ଥାରୁ ନେଇ ଯୋଗାଯୋଗ ପର୍ଯ୍ୟନ୍ତ, ପ୍ରତିଯୋଗିତାରୁ ନେଇ ସୁବିଧା ପର୍ଯ୍ୟନ୍ତ ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ଟେକ୍ନୋଲଜି ସହିତ ଯୋଡ଼ିବାର ପ୍ରୟାସ ହେଉଛି । ଟେକ୍ନୋଲଜି ଏବଂ ମାନବ ସମ୍ବେଦନାର ଶକ୍ତି ଦ୍ୱାରା ସହାବସ୍ଥାନର ସୁଗମତା ସୁନିଶ୍ଚିତ କରାଯାଉଛି । ଆମର ବ୍ୟବସ୍ଥା ସବୁ ଦ୍ରୁତ ଗତିରେ ନୂତନ ବିଶ୍ୱର ଆବଶ୍ୟକତା ପାଇଁ ପ୍ରସ୍ତୁତ ହେଉଛି । ସୌର ଶକ୍ତି ହେଉ, ଜୈବ ଇନ୍ଧନ ହେଉ, ଏହା ଉପରେ ଆଧୁନିକ ବ୍ୟବସ୍ଥା ଗୁଡ଼ିକୁ ପ୍ରସ୍ତୁତ କରାଯାଉଛି ।
ଦେଶରେ ଆଜି ଏକବିଂଶ ଶତାବ୍ଦୀର ଆବଶ୍ୟକତା ଗୁଡ଼ିକୁ ଦେଖି ଆଗାମୀ ପିଢିର ଭିତ୍ତିଭୂମି ପ୍ରସ୍ତୁତ କରା ଯାଉଛି । ରାଜରାସ୍ତା ହେଉ, ରେଳପଥ ହେଉ, ବିମାନପଥ ହେଉ, ଜଳପଥ ହେଉ ଚତୁଃଦିଗରେ କାର୍ଯ୍ୟ କରାଯାଉଛି । ନିକଟରେ ଆପଣ ମାନେ ଦେଖିଲେ, କେଉଁ ଭଳି ଭାବେ ବାରଣାସୀ ଏବଂ କୋଲକାତା ମଧ୍ୟରେ ଜଳପଥର ନୂତନ ସୁବିଧା କାର୍ଯ୍ୟକ୍ଷମ ହୋଇ ଯାଇଛି । ଏହିଭଳି ଭାବେ ଦେଶରେ ନିର୍ମିତ ବିନା ଇଂଜିନ ଡ୍ରାଇଭରରେ ଚାଲୁଥିବା ରେଳ.. ଟ୍ରେନ୍ 18 ଏବଂ ତାହାର ପରୀକ୍ଷମୂଳକ ଗତି ତ ଆପଣମାନଙ୍କ ଖବର କାଗଜର ମୁଖ୍ୟାଂଶ ହୋଇ ରହିଛି । ବିମାନ ଉଡାଣର ତ ସ୍ଥିତି ଏଭଳି ହୋଇ ଯାଇଛି କି ଆଜି ଏସି ବଗିରେ ଯାଉଥିବା ଯାତ୍ରୀଙ୍କ ଠାରୁ ଅଧିକ ଲୋକ ଏବେ ଉଡାଜାହାଜରେ ଯାଇ ଉଡ଼ିବାକୁ ଲାଗିଲେଣି । ଏହା ଏଥିପାଇଁ ହେଉଛି କାରଣ ସରକାର ଛୋଟ ଛୋଟ ସହର ଗୁଡ଼ିକୁ ଟାୟାର-2 ସହର, ଟାୟାର-3 ସହର ଗୁଡ଼ିକୁ ମଧ୍ୟ ଉଡାଣ ଯୋଜନା ସହିତ ଯୋଡ଼ୁଛନ୍ତି । ନୂତନ ବିମାନ ବନ୍ଦର ଏବଂ ବିମାନ ପଥ ବିକଶିତ କରୁଛନ୍ତି । ବ୍ୟବସ୍ଥାରେ ଚାରିଆଡେ କିପରି ପରିବର୍ତ୍ତନ ଆସୁଛି, ଏହାକୁ ବୁଝିବା ହେଉଛି ବହୁତ ଜରୁରୀ । ଏଲପିଜି ସିଲିଣ୍ଡରର ପୁଣି ଭର୍ତ୍ତି କରିଆଣିବା ପାଇଁ ଆଗରୁ କେତେ ଦିନ ଲାଗି ଯାଉଥିଲା ଏବେ କେବଳ ଗୋଟିଏ କିମ୍ବା ଦୁଇ ଦିନରେ ହିଁ ମିଳିବାକୁ ଲାଗିଲାଣି । ଆଗରୁ ଆୟକର ଟିକସ ଫେରସ୍ତ ମିଳିବାରେ ମାସ ମାସ ଲାଗି ଯାଉଥିଲା । ଏହା ମଧ୍ୟ ଏବେ କିଛି ସପ୍ତାହ ମଧ୍ୟରେ ହେବାକୁ ଲାଗିଲାଣି । ପାସପୋର୍ଟ ତିଆରି କରିବା ପାଇଁ ମଧ୍ୟ ଆଗରୁ ମାସ ମାସର କାର୍ଯ୍ୟ ଥିଲା, ଏବେ ସେହି କାର୍ଯ୍ୟ ଗୋଟିଏ ଦୁଇଟି ସପ୍ତାହରେ ହେବାକୁ ଲାଗିଲାଣି । ବିଜୁଳି, ପାଣିର ସଂଯୋଗ ଏବେ ସହଜରେ ମିଳିବାକୁ ଲାଗିଲାଣି । ସରକାରଙ୍କର ଅଧିକାଂଶ ସେବା ଗୁଡ଼ିକ ଏବେ ଅନ୍-ଲାଇନରେ ହେଉଛି, ମୋବାଇଲ ଫୋନରେ ହେଉଛି । ଏହା ପଛରେ ରହିଥିବା ଭାବନା ହେଉଛି ଗୋଟିଏ ଯେ, ସାଧାରଣ ଜନତାଙ୍କୁ ବ୍ୟବସ୍ଥା ଗୁଡ଼ିକ ସହିତ କସରତ କରିବାକୁ ନ ପଡ଼ୁ, ଲଢେଇ କରିବାକୁ ନ ପଡ଼ୁ, ଧାଡ଼ି ନ ଲାଗୁ, ଭ୍ରଷ୍ଟାଚାର ସମ୍ଭାବନା କମ୍ ହେଉ ଏବଂ ଦୈନନ୍ଦିନ ଚିନ୍ତାରୁ ମୁକ୍ତି ମିଳୁ ।
ସାଥୀଗଣ, ସରକାର ନା କେବଳ ସେବା ଗୁଡ଼ିକ ମାଧ୍ୟମରେ ପ୍ରତ୍ୟେକଙ୍କ ନିକଟରେ ପହଂଚିବା ପାଇଁ ପ୍ରତିବଦ୍ଧ ବରଂ ଯୋଜନା ଗୁଡ଼ିକର ଲାଭ ଆବଶ୍ୟକତା ଥିବା ଲୋକ ମାନଙ୍କ ପାଖରେ ନିଶ୍ଚିତ ଭାବେ ପହଂଚୁ ଏଥିପାଇଁ ମଧ୍ୟ ସରକାର ନିରନ୍ତର ଭାବେ ପ୍ରୟାସ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦ୍ୱାରା ମିଳୁଥିବା ଘର ହେଉ, ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ମିଳୁଥିବା ଗ୍ୟାସର ସଂଯୋଗ ହେଉ, ସୌଭାଗ୍ୟ ଯୋଜନା ମାଧ୍ୟମରେ ମିଳୁଥିବା ବିଜୁଳି ସଂଯୋଗ ହେଉ, ଶୌଚାଳୟର ସୁବିଧା ହେଉ । ଏଭଳି ସମସ୍ତ ଯୋଜନାର ହିତାଧିକାରୀଙ୍କ ପର୍ଯ୍ୟନ୍ତ ସରକାର ନିଜେ ଯାଉଛନ୍ତି, ସେମାନଙ୍କର ପରିଚୟ ଖୋଜୁଛନ୍ତି, ସେମାନଙ୍କୁ ଏହି ସୁବିଧା ନେବା ପାଇଁ ପ୍ରୋତ୍ସାହିତ କରୁଛନ୍ତି । ଦେଶର 50 କୋଟିରୁ ମଧ୍ୟ ଅଧିକ ଗରିବଙ୍କର ସ୍ୱାସ୍ଥ୍ୟକୁ ସୁରକ୍ଷା କବଚ ଦେଉଥିବା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏମଜେଏୱାଇ) ଅର୍ଥାତ ଆୟୁଷ୍ମାନ ଭାରତ ଯୋଜନା ତ କଲ୍ୟାଣକାରୀ ଏବଂ ପାରଦର୍ଶି କାର୍ଯ୍ୟକାରୀତାର ହେଉଛି ସର୍ବୋକ୍ରୃଷ୍ଟ ଉଦାହରଣ ।
ଡିଜିଟାଲ ଟେକ୍ନିକ୍ ଅଟୋମେସନ୍ ଏବଂ ମାନବୀୟ ସଂବେଦନଶୀଳତାକୁ କିଭଳି ଜନ ସାଧାରଣଙ୍କର କଲ୍ୟାଣ ପାଇଁ ଉପଯୋଗ କରାଯାଇ ପାରିବ । ଏହା ଆୟୁଷ୍ମାନ ଭାରତରେ ଦେଖାଯାଏ । ଏହି ଯୋଜନାର ହିତାଧିକାରୀଙ୍କ ଚିହ୍ନଟ ପ୍ରଥମେ କରାଗଲା । ପୁଣି ତାଙ୍କର ସୂଚନାକୁ, ଡାଟାର ଟେକ୍ନିକ ମାଧ୍ୟମରେ ଯୋଡ଼ାଗଲା ଆଉ ପୁଣି ସ୍ୱର୍ଣ୍ଣ କାର୍ଡ (ଗୋଲ୍ଡ କାର୍ଡ) ଜାରି କରା ଯାଉଛି । ଗୋଲ୍ଡ କାର୍ଡ ଆଉ ଆୟୁଷ୍ମାନ ମିତ୍ର ଅର୍ଥାତ ଟେକ୍ନିକ ଏବଂ ମାନବୀୟ ସମ୍ବେଦନାର ସଙ୍ଗମରେ ଗରିବରୁ ଅତି ଗରିବଙ୍କୁ ସ୍ୱାସ୍ଥ୍ୟର ଲାଭ ପୂର୍ଣ୍ଣମାତ୍ରାରେ ମାଗଣାରେ ମିଳୁଛି ।
ସାଥୀଗଣ, ଏବେ ଏହି ଯୋଜନାକୁ 100 ଦିନ ମଧ୍ୟ ହୋଇ ନାହିଁ, କେବଳ ତିନି ମାସରୁ ମଧ୍ୟ କମ୍ ସମୟ ହୋଇଛି ଆଉ ଏ ପର୍ଯ୍ୟନ୍ତ ଦେଶର ସାଢ଼େ ଚାରି ଲକ୍ଷ ଗରିବ ଯାହାର ଲାଭ ଉଠାଇ ସାରିଲେଣି, କିମ୍ବା ବର୍ତ୍ତମାନ ହାସ୍ପାତାଳରେ ଚିକିତ୍ସା କରାଉଛନ୍ତି । ଗର୍ଭବତୀ ମହିଳାଙ୍କ ସର୍ଜରୀରୁ ନେଇ କର୍କଟ ଭଳି ଜଟିଳ ରୋଗର ଚିକିତ୍ସା ଆୟୁଷ୍ମାନ ଭାରତ କାରଣରୁ ସମ୍ଭବ ହୋଇଛି ।
ଏଭଳି ସ୍ଥିତିରେ ବସିଥିବା, ଏହି ଚମକ ଦମକରୁ ଦୂରରେ ଅନେକ ଲୋକ ମାନଙ୍କ ବିଷୟରେ ଚିନ୍ତା କରନ୍ତୁ.. କି ଏ ଲୋକ ମାନେ ହେଉଛନ୍ତି କେଉଁମାନେ ଏ ହେଉଛନ୍ତି ଶ୍ରମିକ, ଏ ହେଉଛନ୍ତି କର୍ମ କରୁଥିବା ଲୋକ, ହେଉଛନ୍ତି କୃଷକ, ଚାଷଜମି ଏବଂ କାରଖାନାରେ ଶ୍ରମିକ ଭାବେ ଖଟୁଥିବା ଲୋକ, ଠେଲା ଚଲାଉଥିବା ଲୋକ, ରିକ୍ସା ଚଲାଉଥିବା ଲୋକ । ହେଉଛନ୍ତି କପଡ଼ା ସିଲେଇର କାମ କରୁଥିବା ଲୋକ । ହେଉଛନ୍ତି କପଡ଼ା ଧୋଇ ଜୀବନ ଅତିବାହିତ କରୁଥିବା ଲୋକ । ଗାଁ ଏବଂ ସହରର ସେହି ଲୋକ ଯେଉଁମାନେ ଗୁରୁତର ରୋଗର ଚିକିତ୍ସା କେବଳ ଏଥିପାଇଁ ଘୁଂଚାଇ ଚାଲି ଥିଲେ, କାରଣ ସେମାନଙ୍କ ସମ୍ମୁଖରେ ସଦା ସର୍ବଦା ଠିଆ ହୋଇ ରହୁଥିଲା… ନିଜର ଔଷଧ ପାଇଁ ଖର୍ଚ୍ଚ କରିବେ କିମ୍ବା ପରିବାର ପାଇଁ ଦୁଇ ଓଳିର ଖାଇବାରେ ଖର୍ଚ୍ଚ କରିବେ । ନିଜର ଔଷଧ ପାଇଁ ଖର୍ଚ୍ଚ କରିବେ କିମ୍ବା ପିଲାଙ୍କ ପାଠ ପଢ଼ାରେ ଖର୍ଚ୍ଚ କରିବେ । ଗରିବ ମାନଙ୍କୁ ଏହି ପ୍ରଶ୍ନର ଉତ୍ତର ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ମିଳି ଯାଇଛି ।
ସାଥୀଗଣ, ଗରିବଙ୍କ ସଶକ୍ତୀକରଣର ମାଧ୍ୟମ କରାଇବାର ଏହି କାର୍ଯ୍ୟ କେବଳ ଏ ପର୍ଯ୍ୟନ୍ତ ସୀମିତ ରହିବା ଭଳି ନୁହେଁ । ଏହାକୁ ଆଗାମୀ ସମୟରେ ବିସ୍ତାର କରି ଦିଆଯିବ । ଆମର ପ୍ରୟାସ ହେଉଛି ଏହା କି ମଧ୍ୟସ୍ଥିଙ୍କୁ ଟେକ୍ନିକ ମାଧ୍ୟମରେ ହଟେଇ ଦିଆଯିବ । ଉତ୍ପାଦକ ଏବଂ ଉପଭୋକ୍ତାଙ୍କୁ ଯେତେ ଦୂର ସମ୍ଭବ ନିକଟକୁ ଅଣାଯିବ । ଭ୍ରଷ୍ଟାଚାର ହୁଏତ ଯେ କୌଣସି ସ୍ତରରେ ଥାଉ, ଆମର ନୀତି ହେଉଛି ସ୍ପଷ୍ଟ ମଧ୍ୟ ଆଉ ଦୃଢ଼ ମଧ୍ୟ । ଏହି କ୍ଷେତ୍ରରେ କରାଯାଉଥିବା ଆମର ଏ ସବୁ ପ୍ରୟାସ ଗୁଡ଼ିକୁ ଦୁନିଆ ମଧ୍ୟ ଦେଖୁଛି । ଆଉ ଏଥିପାଇଁ ଭାରତକୁ ସମ୍ଭାବନାର ଦେଶ ଭାବେ ଜଣାଇ ଦିଆ ଯାଉଛି ।
ସାଥୀଗଣ, ଯେମିତି କି ଆପଣମାନେ ଜାଣନ୍ତି ଯେ କିଛି ଦିନ ତଳେ ଆର୍ଜେଂଟିନାରେ ଜି-20 ର ସମ୍ମିଳନୀ ହେଲା । ସେହି ସମ୍ମିଳନୀକୁ ଆସିଥିବା ନେତା ମାନଙ୍କ ସହିତ ମୋର ବାର୍ତ୍ତାଳାପ ହେଲା । ଆମେ ନିଜର ମତାମତ ମଧ୍ୟ ଦୁନିଆର ଶକ୍ତିଶାଳୀ ଅର୍ଥବ୍ୟବସ୍ଥା ମଧ୍ୟରେ ରଖିଲୁ । ଯେଉଁମାନେ ଆର୍ଥିନୈତିକ ଅପରାଧ କରିବାକୁ ଯାଉଛନ୍ତି, ପଳାୟନପନ୍ଥୀ ଅଟନ୍ତି, ସେମାନଙ୍କୁ ଦୁନିଆରେ କେଉଁଠି ହେଲେ ମଧ୍ୟ ସୁରକ୍ଷିତ ଆଶ୍ରୟ ସ୍ଥଳୀ ନ ମିଳୁ ଏଥିପାଇଁ ଭାରତ କିଛି ପରାମର୍ଶ ଅନ୍ତରାଷ୍ଟ୍ରୀୟ ସମୁଦାୟ ପାଖରେ ରଖିଲା । ମୋର ଏହି ବିଶ୍ୱାସ ରହିଛି କି ଆମର ଏହି ଆନ୍ଦୋଳନ ଆଜି ନ ହେଲେ କାଲି କେବେ ନା କେବେ ସୁଫଳ ଆଣି ଦେବ ।
ସାଥୀଗଣ, ଏହି ବିଶ୍ୱାସର ପଛରେ ହେଉଛି ଗୋଟିଏ ବଡ଼ କାରଣ ଏହା କି ଆଜି ଭାରତର କଥାକୁ ଦୁନିଆ ଶୁଣୁଛି, ବୁଝିବାକୁ ଚେଷ୍ଟା କରୁଛି, ଆମର ଦୁନିଆର ସମସ୍ତ ଦେଶ ସହିତ ସମ୍ପର୍କ ଖୁବ୍ ମଧୁର ହୋଇଛି । ତାହାର ପରିଣାମ ଆପଣ ମାନେ ସମସ୍ତେ ଆଉ ସମଗ୍ର ଦେଶ ମଧ୍ୟ ଦେଖୁଛି, ଅନୁଭବ ମଧ୍ୟ କରୁଛି । ଏବେ ତିନି-ଚାରି ଦିନ ପୂର୍ବେ ହିଁ ଏହାର ଆଉ ଏକ ଉଦାହରଣ ଆପଣ ମାନେ ଦେଖିଛନ୍ତି, ଏ ସବୁ ସମ୍ଭବ ହେଉଛି ଆମ୍ଭ ମାନଙ୍କ ଆତ୍ମ ବିଶ୍ୱାସ କାରଣରୁ, ଆମ ଦେଶର ଆତ୍ମ ବିଶ୍ୱାସ କାରଣରୁ ।
ସାଥୀଗଣ, ଆଜି ବଡ଼ ଲକ୍ଷ୍ୟ, କଡ଼ା ଏବଂ କଠୋର ନିଷ୍ପତ୍ତି ନେବାର ସାହସ ଯଦି ସରକାର କରି ପାରିଛନ୍ତି ତ ତାହାର ପଛରେ ହେଉଛି ଗୋଟିଏ ସୁଦୃଢ଼ ସରକାର । ପୂର୍ଣ୍ଣ ବହୁମତ ଦ୍ୱାରା ନିର୍ବାଚିତ ହୋଇଥିବା ସରକାର । ନିଉ ଇଣ୍ଡିଆ ପାଇଁ ସରକାରଙ୍କର ଦୃଷ୍ଟିଭଙ୍ଗୀ – ସାମର୍ଥ୍ୟ, ସଂସାଧନ, ସଂସ୍କାର, ପରମ୍ପରା, ସଂସ୍କୃତି ଏବଂ ସୁରକ୍ଷା ଉପରେ ରହିଛି । ବିକାଶର ପଂଚ ଧାରା, ଯାହା ବିକାଶର ପଂଚଗଙ୍ଗାକୁ ଆଗକୁ ବଢ଼ାଇବ । ଏହି ବିକାଶର ପଂଚ ଧାରା – ପିଲା ମାନଙ୍କର ପାଠପଢ଼ା, ଯୁବକ ମାନଙ୍କର ରୋଜଗାର, ବୃଦ୍ଧ ମାନଙ୍କୁ ଔଷଧ, କୃଷକ ମାନଙ୍କୁ ଜଳ ସେଚନ, ଜନ-ଜନର ଶୁଣାଣୀ । ଏହି ପଂଚଧାରା ଏହାକୁ ହିଁ କେନ୍ଦ୍ରରେ ରଖି ସରକାର ବିକାଶର ଗଙ୍ଗାକୁ ଆଗକୁ ବଢ଼ାଉଛନ୍ତି ।
ନୂତନ ଭାରତର ନୂତନ ସ୍ୱପ୍ନକୁ ସାକାର କରିବା ପାଇଁ ଦୈନିକ ଜାଗରଣର, ସଂପୂର୍ଣ୍ଣ ଗଣମାଧ୍ୟମ ଜଗତର ମଧ୍ୟ ଗୋଟିଏ ମହତ୍ୱପୂର୍ଣ୍ଣ ଭୂମିକା ରହିବାକୁ ଯାଉଛି । ବ୍ୟବସ୍ଥା ଉପରେ ପ୍ରଶ୍ନ ପଚାରିବା ଏହା ହେଉଛି ଆପଣଙ୍କର ଦାୟିତ୍ୱ ଆଉ ଆପଣ ମାନଙ୍କର ଅଧିକାର ମଧ୍ୟ । ଗଣ ମାଧ୍ୟମର ପରାମର୍ଶ ଏବଂ ଆପଣଙ୍କର ଆଲୋଚନାକୁ ମୁଁ ସର୍ବଦା ସ୍ୱାଗତ କରୁଛି । ନିଜର ସ୍ୱତନ୍ତ୍ରତାକୁ ବଜାୟ ରଖି, ନିଜର ନିରପେକ୍ଷତାକୁ ବଜାୟ ରଖି ଦୈନିକ ଜାଗରଣ ସମୂହ ରାଷ୍ଟ୍ରନିର୍ମାଣର ପ୍ରହରୀ ଭାବେ ନିରନ୍ତର କାର୍ଯ୍ୟ କରି ଚାଲିଥିବ । ଏହି ଭରସା, ଏହି ବିଶ୍ୱାସର ସହିତ ମୁଁ ନିଜର କଥାକୁ ସମାପ୍ତ କରୁଛି । ଆପଣମାନଙ୍କୁ ସମସ୍ତଙ୍କୁ 75 ବର୍ଷ ପୂରଣ କରିଥିବା ହେତୁ ପୁଣି ଥରେ ଶୁଭେଚ୍ଛା ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅନେକ-ଅନେକ ଶୁଭ କାମନା ଜଣାଇ ମୋର ବାଣୀକୁ ବିରାମ ଦେଉଛି ।
ବହୁତ – ବହୁତ ଧନ୍ୟବାଦ ।
**********
सबसे पहले मैं दैनिक जागरण के हर पाठक को, अख़बार के प्रकाशन और अख़बार को घर-घर तक पहुंचाने के कार्य से जुड़े हर व्यक्ति को, हॉकर बंधुओं को आपकी संपादकीय टीम को, हीरक जयंति पर बहुत-बहुत बधाई देता हूं, शुभकामनाएं देता हूं: PM @narendramodi
— PMO India (@PMOIndia) December 7, 2018
देश के पुनर्निर्माण में आपने महत्वपूर्ण भूमिका निभाई है, देश को जागरुक करने में दैनिक जागरण का अहम रोल रहा है। भारत छोड़ो आंदोलन की पृष्ठभूमि में जो कार्य आपने शुरु किया, वो आज नए भारत की नई उम्मीदों, नए संकल्पों और नए संस्कारों को आगे बढ़ाने में सहयोग कर रहा है: PM
— PMO India (@PMOIndia) December 7, 2018
मैं तो खुद भी दैनिक जागरण का पाठक रहा हूं। अपने अनुभव के आधार पर मैं कह सकता हूं कि बीते दशकों में दैनिक जागरण ने देश और समाज में बदलाव लाने की मुहिम को शक्ति दी है: PM @narendramodi
— PMO India (@PMOIndia) December 7, 2018
बीते चार वर्षों में आपके समूह और देश के तमाम मीडिया संस्थानों ने राष्ट्र निर्माण के मजबूत स्तंभ के तौर पर अपने दायित्व का बखूबी निर्वहन किया है: PM @narendramodi
— PMO India (@PMOIndia) December 7, 2018
चाहे वो बेटी बचाओ, बेटी पढ़ाओ अभियान हो, स्वच्छ भारत अभियान हो, ये अगर जन आंदोलन बने हैं, तो इसमें मीडिया की भी एक सकारात्मक भूमिका रही है। दैनिक जागरण भी इसमें अपना प्रभावी योगदान देने के लिए हमेशा आगे रहा है: PM @narendramodi
— PMO India (@PMOIndia) December 7, 2018
समाज में मीडिया का ये रोल आने वाले समय में और भी महत्वपूर्ण होने वाला है। आज डिजिटल क्रांति ने मीडिया को, अखबारों को और विस्तार दिया है। मेरा मानना है कि ये नया मीडिया, नए भारत की नींव को और ताकत देगा: PM @narendramodi
— PMO India (@PMOIndia) December 7, 2018
नए भारत की जब भी हम बात करते हैं तो Minimum Government, Maximum Governance और सबका साथ, सबका विकास इसके मूल में है। हम एक ऐसी व्यवस्था की बात करते हैं जहां जनभागीदारी से योजनाओ का निर्माण भी हो और जनभागीदारी से ही उन पर अमल भी हो: PM @narendramodi
— PMO India (@PMOIndia) December 7, 2018
इसी सोच को हमने बीते चार वर्षों से आगे बढ़ाया है। केंद्र सरकार की अनेक योजनाओं को जनता अपनी जिम्मेदारी समझकर आगे बढ़ा रही हैं। सरकार, सरोकार और सहकार, ये भावना देश में मज़बूत हुई है: PM @narendramodi
— PMO India (@PMOIndia) December 7, 2018
देश का युवा आज विकास में खुद को स्टेक होल्डर मानने लगा है, सरकारी योजनाओं को अपनेपन के भाव से देखा जाने लगा है। उसको लगने लगा है कि उसकी आवाज़ सुनी जा रही है: PM @narendramodi
— PMO India (@PMOIndia) December 7, 2018
यही कारण है कि सरकार और सिस्टम पर विश्वास आज अभूतपूर्व स्तर पर है। ये विश्वास तब जागता है, जब सरकार तय लक्ष्य हासिल करते हुए दिखती है, पारदर्शिता के साथ काम करती हुई नज़र आती है: PM @narendramodi
— PMO India (@PMOIndia) December 7, 2018
आप भी अकसर सोचते होंगे, हैरत में पड़ते होंगे, कि आखिर हमारा देश पिछड़ा क्यों रह गया? आजादी के इतने दशकों के बाद ये कसक आपके मन में भी होगी कि हम क्यों पीछे रह गए।
— PMO India (@PMOIndia) December 7, 2018
हमारे पास विशाल उपजाऊ भूमि है: PM @narendramodi
हमारे नौजवान बहुत प्रतिभाशाली और मेहनती भी हैं। हमारे पास प्राकृतिक संसाधनों की भी कोई कमी नहीं। इतना सब कुछ होने के बावजूद हमारा देश आगे क्यों नहीं बढ़ पाया: PM @narendramodi
— PMO India (@PMOIndia) December 7, 2018
मंजिलों की कमी नहीं थी, नीयत की कमी थी।
— PMO India (@PMOIndia) December 7, 2018
पैसों की कमी नहीं थी, Passion की कमी थी।
Solutions की कमी नहीं थी, संवेदना की कमी थी।
सामर्थ्य की कमी नहीं थी, कमी थी कार्यसंस्कृति की।
बहुत आसानी से कुछ लोग कबीरदास जी के उस दोहे को बिगाड़कर मजाक बना देते हैं जिसमें उन्होंने कहा था- “काल करे सो आज कर, आज करे सो अब”: PM @narendramodi
— PMO India (@PMOIndia) December 7, 2018
हाल ही मैंने एलिफेंटा तक Underwater Cables के जरिए बिजली पहुंचाने का एक वीडियो देखा। उम्मीद है, आपने भी देखा होगा: PM @narendramodi
— PMO India (@PMOIndia) December 7, 2018
कल्पना कीजिए, मुंबई से थोड़ी ही दूरी पर बसे लोगों को कैसा लगता होगा, जब वो खुद अंधेरे में रात-दिन गुजारते हुए मुंबई की चकाचौंध को देखते होंगे। उस अंधेरे में 70 साल गुजार देने की कल्पना करके देखिए: PM @narendramodi
— PMO India (@PMOIndia) December 7, 2018
अभी कुछ दिन पहले ही मुझे एक व्यक्ति ने पत्र लिखकर धन्यवाद दिया। उसने पत्र इसलिए लिखा क्योंकि मेघालय पहली बार ट्रेन सेवा से जुड़ गया है: PM @narendramodi
— PMO India (@PMOIndia) December 7, 2018
क्या आप कल्पना कर सकते हैं कि हमारे सत्ता में आने से पहले मेघालय, मिजोरम और त्रिपुरा भारत के रेल मैप में ही नहीं थे। सोचिए, इसने किस तरह इन राज्यों के लोगों की जिंदगी पर असर डाला होगा: PM @narendramodi
— PMO India (@PMOIndia) December 7, 2018
सोचिए, आखिर क्यों आजादी के 67 साल तक केवल 38 प्रतिशत ग्रामीण घरों में ही शौचालय बने और कैसे केवल चार साल में 95 प्रतिशत ग्रामीण घरों को शौचालय उपलब्ध करा दिए: PM @narendramodi
— PMO India (@PMOIndia) December 7, 2018
सोचिए, आखिर क्यों, आजादी के 67 साल बाद तक केवल 55 प्रतिशत बस्तियों, टोले और गांव तक ही सड़क पहुंची थी और कैसे केवल चार साल में सड़क संपर्क को बढ़ाकर 90 फीसदी से ज्यादा बस्तियों, गांव, टोलों तक पहुंचा दिया गया: PM @narendramodi
— PMO India (@PMOIndia) December 7, 2018
सोचिए, आखिर क्यों आजादी के 67 साल बाद तक केवल 55 प्रतिशत घरों में ही गैस का कनेक्शन था और अब कैसे केवल 4 साल में गैस कनेक्शन का दायरा 90 फीसदी घरों तक पहुंचा दिया: PM @narendramodi
— PMO India (@PMOIndia) December 7, 2018
सोचिए, आखिर क्यों, आजादी के बाद के 67 वर्षों तक केवल 70 प्रतिशत ग्रामीण परिवारों तक ही बिजली की सुविधा पहुंची थी और अब कैसे बीते चार वर्षों में 95 प्रतिशत ग्रामीण परिवारों तक बिजली पहुंच गई है: PM @narendramodi
— PMO India (@PMOIndia) December 7, 2018
व्यवस्थाओं में अपूर्णता से संपूर्णता की तरफ बढ़ते हमारे देश ने पिछले चार-साढ़े चार वर्षों में जो प्रगति की है, वो अभूतपूर्व है: PM @narendramodi
— PMO India (@PMOIndia) December 7, 2018
सोचिए कि आखिर क्यों, आजादी के 67 वर्षों तक देश के सिर्फ 50 प्रतिशत परिवारों के पास ही बैंक खाते थे और ऐसा कैसे हुआ कि आज देश का लगभग हर परिवार बैंकिंग सेवा से जुड़ गया है: PM @narendramodi
— PMO India (@PMOIndia) December 7, 2018
सोचिए, कि आखिर ऐसा क्यों था कि आजादी के 67 वर्षों तक बमुश्किल 4 करोड़ नागरिक ही इनकम टैक्स रिटर्न भर रहे थे और केवल चार वर्ष में ही तीन करोड़ नए नागरिक इनकम टैक्स के नेटवर्क से जुड़ गए हैं: PM @narendramodi
— PMO India (@PMOIndia) December 7, 2018
सोचिए कि आखिर क्यों ऐसा था कि जब तक GST नहीं लागू हुआ था, हमारे देश में Indirect Tax सिस्टम से 66 लाख उद्यमी ही रजिस्टर्ड थे और अब GST लागू होने के बाद 54 लाख नए लोगों ने रजिस्टर कराया है: PM @narendramodi
— PMO India (@PMOIndia) December 7, 2018
जब हमारे देश के गरीब, शोषित और वंचितों को सारी मूलभूत सुविधाएं उपलब्ध हो जाएंगी, उन्हें शौचालय, बिजली, बैंक अकाउंट, गैस कनेक्शन जैसी चीजों की चिंताओं से मुक्ति मिल जाएगी, तो फिर मेरे देश के गरीब खुद ही अपनी गरीबी को परास्त कर देंगे: PM @narendramodi
— PMO India (@PMOIndia) December 7, 2018
बीते चार वर्षों में आप इस परिवर्तन को होते हुए देख भी रहें हैं। आंकड़े इसकी गवाही दे रहे हैं।
— PMO India (@PMOIndia) December 7, 2018
लेकिन ये सब पहले नहीं हुआ।
पहले इसलिए नहीं हुआ क्योंकि गरीबी कम हो जाएगी, तो ‘गरीबी हटाओ’ का नारा कैसे दे पाएंगे: PM @narendramodi
आज हम शत-प्रतिशत लोगों को करीब-करीब सभी मूलभूत सुविधाएं देने के करीब पहुंच गए हैं, तो भारत दूसरे युग में छलांग लगाने के लिए तैयार है। करोड़ों भारतीयों की Aspirations, उनकी आकांक्षाओं को पूरा करने के लिए तत्पर हैं। आज हम न्यू इंडिया की संकल्प से सिद्धि की यात्रा की ओर अग्रसर हैं।
— PMO India (@PMOIndia) December 7, 2018
आज भारत में Connectivity से लेकर Communication तक, Competition से लेकर Convenience तक, जीवन के हर पहलू को तकनीक से जोड़ने का प्रयास हो रहा है। तकनीक और मानवीय संवेदनाओं की शक्ति से Ease of Living सुनिश्चित की जा रही है: PM @narendramodi
— PMO India (@PMOIndia) December 7, 2018
गरीब के सशक्तिकरण का माध्यम बनाने का ये काम सिर्फ यहीं तक सीमित नहीं रहने वाला है, इसको आने वाले समय में विस्तार दिया जाना है। हमारा प्रयास है कि बिचौलियों को तकनीक के माध्यम से हटाया जाए: PM @narendramodi
— PMO India (@PMOIndia) December 7, 2018
उत्पादक और उपभोक्ता को जितना संभव हो पाए उतना पास लाया जाए। भ्रष्टाचार चाहे किसी भी स्तर पर हो, हमारी नीति स्पष्ट भी है और सख्त भी: PM @narendramodi
— PMO India (@PMOIndia) December 7, 2018
जैसा कि आप सभी जानते हैं पिछले दिनों अर्जेंटीना में G-20 का सम्मेलन हुआ। उस सम्मेलन में आए नेताओं से मेरी बातचीत हुई, हमने अपनी बातें भी दुनिया की ताकतवर अर्थव्यवस्थाओं के बीच रखी: PM @narendramodi
— PMO India (@PMOIndia) December 7, 2018
जो आर्थिक अपराध करने वाले हैं, भगोड़े हैं, उनको दुनिया में कहीं भी सुरक्षित पनाहगाह ना मिले इसके लिए भारत ने कुछ सुझाव अंतर्राष्ट्रीय समुदाय के बीच रखे हैं। मुझे विश्वास है कि हमारी ये मुहिम रंग लाएगी: PM @narendramodi
— PMO India (@PMOIndia) December 7, 2018
आज बड़े लक्ष्यों, कड़े और बड़े फैसलों का अगर साहस सरकार कर पाती है, तो उसके पीछे एक मजबूत सरकार है, पूर्ण बहुमत की सरकार है। New India के लिए सरकार का फोकस सामर्थ्य, संसाधन, संस्कृति और सुरक्षा पर है: PM @narendramodi
— PMO India (@PMOIndia) December 7, 2018
विकास की पंचधारा यानि बच्चों को पढ़ाई, युवा को कमाई, बुजुर्गों को दवाई,किसान को सिंचाई और जन-जन की सुनवाई, इसी को केंद्र में रखते हुए सरकार आगे बढ़ रही है: PM @narendramodi
— PMO India (@PMOIndia) December 7, 2018
नए भारत के, नए सपनों को साकार करने में दैनिक जागरण की, पूरे मीडिया जगत की भी एक महत्वपूर्ण भूमिका रहने वाली है। सिस्टम से सवाल करना आपकी जिम्मेदारी है, आपका अधिकार है।
— PMO India (@PMOIndia) December 7, 2018
मीडिया के सुझावों, और आपकी आलोचनाओं का तो मैं हमेशा स्वागत करता रहा हूं: PM @narendramodi