Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦ୍ଵୈତ ଟିକସ ଏଡ଼ାଇବା ଏବଂ ବିତ୍ତୀୟ ଫାଙ୍କି ନିରାକରଣ ପାଇଁ ଭାରତ, ହଂକଂ ସ୍ୱତନ୍ତ୍ର ପ୍ରଶାସନ ଅଞ୍ଚଳ ମଧ୍ୟରେ ଚୁକ୍ତିକୁ କ୍ୟାବିନେଟ ମଞ୍ଜୁରି


ଦୋହରା କରାଧାନ ବା ଦ୍ଵୈତ ଟିକସ ଏଡ଼ାଇବା ଏବଂ ବିତ୍ତୀୟ ଫାଙ୍କି ନିରାକରଣ ପାଇଁ ଭାରତ ଏବଂ ହଂକଂ ସ୍ୱତନ୍ତ୍ର ପ୍ରଶାସନ ଅଞ୍ଚଳ (HKSAR) ମଧ୍ୟରେ ହୋଇଥିବା ଚୁକ୍ତିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି ।

ଏହି ଚୁକ୍ତି ଦ୍ୱାରା ନିବେଶ ପ୍ରବାହ, ଭାରତ ଓ ଏଚକେଏସଏଆର ମଧ୍ୟରେ ପ୍ରଯୁକ୍ତି ଏବଂ ଶ୍ରମଶକ୍ତି ଆଦାନପ୍ରଦାନ ତ୍ୱରାନ୍ୱିତ ହେବ, ଦୋହରା ଟିକସ ଏଡ଼ାଇବା, ଏବଂ ଦୁଇ ଚୁକ୍ତି ପକ୍ଷ ମଧ୍ୟରେ ସୂଚନା ଆଦାନପ୍ରଦାନ ସମ୍ଭବ ହୋଇପାରିବ । ଟିକସ ମାମଲାରେ ଏହା ସ୍ୱଚ୍ଛତା ବୃଦ୍ଧି କରିବା ସହ ଟିକସ ଫାଙ୍କି ଏବଂ ଦ୍ଵୈତ ଟିକସକୁ ରୋକିପାରିବ ।

***************