ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆୟ ଉପରେ ଟିକସ ମାମଲାରେ ଦ୍ଵୈତ ଟିକସ/ଦୋହରା କରାଧାନ (ଡବଲ ଟ୍ୟାକ୍ସେସନ) ଏଡ଼ାଇବା ଏବଂ ଟିକସ ଚୋରି ରୋକିବା ଲାଗି ଭାରତ ଏବଂ ଚୀନ ମଧ୍ୟରେ ହୋଇଥିବା ବୁଝାମଣାରେ ସଂଶୋଧନ ପାଇଁ ଆବଶ୍ୟକ ପ୍ରୋଟୋକଲରେ ସ୍ୱାକ୍ଷର ଏବଂ ଅନୁସମର୍ଥନକୁ ମଞ୍ଜୁରି ପ୍ରଦାନ କରାଯାଇଛି ।
ଅନ୍ୟ ପରିବର୍ତ୍ତନ ବ୍ୟତୀତ ଏହି ପ୍ରୋଟୋକଲ ସୂଚନା ଆଦାନପ୍ରଦାନ ବ୍ୟବସ୍ଥାକୁ ଅନ୍ତର୍ଜାତୀୟ ମାନକ ଅନୁଯାୟୀ ଅଧୁନାତନ କରିଥାଏ । ଏହାବ୍ୟତୀତ ଏହି ପ୍ରୋଟୋକଲର ଆଧାର ସଂକୋଚନ ଏବଂ ଲାଭ ଅନ୍ତରଣ (ବିଇପିଏସ) ପ୍ରକଳ୍ପ, ଯେଉଁଥିରେ ଭାରତ ସମାନ ଭାବେ ଭାଗ ନେଇଛି, ତା’ର କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଅର୍ନ୍ତଗତ ଚୁକ୍ତି ସମ୍ବନ୍ଧୀୟ ଆଇନର ସର୍ବନିମ୍ନ ମାନକକୁ ଲାଗୁ କରିବା ଲାଗି ଆବଶ୍ୟକ ପରିବର୍ତ୍ତନକୁ ମଧ୍ୟ ସାମିଲ କରିବ । ସର୍ବନିମ୍ନ ମାନକର ବ୍ୟତୀତ ଏହି ପ୍ରୋଟୋକଲ ବିଇପିଏସର କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଅନୁରୂପ ଦୁଇ ପକ୍ଷଙ୍କ ସହମତିରେ ପରିବର୍ତ୍ତନ ମଧ୍ୟ ଆଣିବ ।
**********