ପିଏମଇଣ୍ଡିଆ
ଏଠାରେ ଉପସ୍ଥିତ ଆର୍ୟୁବେଦପ୍ରେମୀ ସମସ୍ତ ମହାନୁଭବ ।
ଧନ୍ୱନ୍ତରୀ ଜୟନ୍ତୀ ଏବଂ ଆୟୁର୍ବେଦ ଦିବସରେ ଆପଣ ସମସ୍ତଙ୍କୁ, ଆଉ ସମଗ୍ର ଦେଶକୁ ବହୁତ-ବହୁତ ଶୁଭକାମନା ।
ଏକ ପ୍ରକାରରେ ବିଧିବଦ୍ଧ ଭାବେ ଦୀପାବଳିର ପର୍ବ ମଧ୍ୟ ଆରମ୍ଭ ହୋଇ ଯାଇଥାଏ । ମୁଁ ଦେଶବାସୀମାନଙ୍କୁ ଆଉ ସାରା ବିଶ୍ୱରେ ଖେଳେଇହୋଇ ରହିଥିବା ସମସ୍ତ ଭାରତୀୟ ସମୁଦାୟଙ୍କୁ ପବିତ୍ର ଦୀପାବଳି ପର୍ବର ବହୁତ-ବହୁତ ଶୁଭକାମନା ଦେଉଛି ।
ମତେ ଅବଗତ କରାଯାଇଛି କି ଦେଶର ବହୁତଗୁଡିଏ ଆର୍ୟୁବେଦିକ କଲେଜ ଟେକ୍ନୋଲଜି ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଛନ୍ତି ସେହି ସମସ୍ତଙ୍କୁ ମଧ୍ୟ ମୁଁ ସ୍ୱାଗତ କରୁଛି । ଦେଶର ପ୍ରଥମ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନରେ ମଧ୍ୟ ଆପଣ ସମସ୍ତଙ୍କୁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି ବହୁତ-ବହୁତ ଶୁଭକାମନା ଦେଉଛି ।
ଧନ୍ୱନ୍ତରୀ ଜୟନ୍ତୀକୁ ଆର୍ୟୁବେଦ ଦିବସ ରୂପେ ପାଳନ କରିବା ଆଉ ଏହି ସଂସ୍ଥାନର ପ୍ରତିଷ୍ଠା ପାଇଁ ଆୟୂଷ ମନ୍ତ୍ରଣାଳୟକୁ ଆଉ ସେହି ମନ୍ତ୍ରଣାଳୟ ସହିତ ଜଡିତ ସମସ୍ତ ମହାନୁଭବଙ୍କୁ ମୁଁ ହୃଦୟର ସହିତ ବହୁତ ବହୁତ ସାଧୁବାଦ ଜଣାଉଛି ।
ସାଥୀଗଣ, କୌଣସି ଦେଶ ମଧ୍ୟ ବିକାଶ ପାଇଁ ଯେତେ ଚେଷ୍ଟା କଲେ କରନ୍ତୁ, କିନ୍ତୁ ସେ ସେପର୍ଯ୍ୟନ୍ତ ଆଗକୁ ବଢ଼ି ପାରିନାହିଁ, ଯେ ପର୍ଯ୍ୟନ୍ତ ସେ ନିଜର ଇତିହାସ, ନିଜର ପରମ୍ପରା, ନିଜର ସଂସ୍କୃତି, ନିଜର ଉଜ୍ଜ୍ୱଳ ପରମ୍ପରା ସେଗୁଡିକ ପ୍ରତି ଯଦି ଗର୍ବ କରିବା ଜାଣେ ନାହିଁ । ନିଜର ପରମ୍ପରାକୁ ଛାଡ଼ି ଆଗକୁ ବଢ଼ୁଥିବା ଦେଶର ପରିଚୟ ଶେଷ ହେବା ସ୍ଥିର ହୋଇଥାଏ ।
ସାଥୀଗଣ, ଯଦି ଆମେ ନିଜ ଦେଶର ଇତିହାସକୁ ଦେଖିବା, ତ ଆମେ ପାଇବା କି ସେ ସମୟ ଏତେ ସମୃଦ୍ଧଶାଳୀ ଥିଲା, ଶକ୍ତିଶାଳୀ ଥିଲା କି ଯେତେବେଳେ ଅବଶିଷ୍ଟ ଦୁନିଆ ତା’ ବିଷୟରେ ଜାଣିଲେ ଚିହ୍ନିଲେ, ଦେଖିଲେ ତ ତାଙ୍କୁ ଲାଗି ଥିଲା କି ଭାରତର ଜ୍ଞାନ ଏବଂ ବୁଦ୍ଧିମତା ସହିତ ମୁକାବିଲା କରିବା ସମ୍ଭବ ନୁହେଁ । ଆଉ ସେଥିପାଇଁ ଇତିହାସ ଜଣାଇଥାଏ କି ସେମାନେ ଅଲଗା ମାର୍ଗକୁ ଆପଣାଇଲେ । ଆମ ପାଖରେ ଯେଉଁ ଶ୍ରେଷ୍ଠ ଥିଲା, ତାହାକୁ ଧ୍ୱଂସ କରିବା ଏହି ପଥ ବୋଧହୁଏ ତାଙ୍କୁ ଅଧିକ ଉଚିତ ଲାଗିଲା । ନିଜ ରେଖାକୁ ଦୀର୍ଘ କରିବା ବଦଳରେ ଆମ ରେଖାକୁ ଛୋଟ କରିବା ପାଇଁ ଶକ୍ତି ଗୁଡିକ ଏକାଠି ହୋଇଗଲେ ।
ଆଉ ପରାଧୀନତାର ସମୟରେ ଆମର ଋଷି ପରମ୍ପରା, ଆମର ଆଚାର୍ଯ୍ୟ, କୃଷକ, ଆମର ବୈଜ୍ଞାନିକ ଜ୍ଞାନ, ଆମର ଯୋଗ, ଆମର ଆର୍ୟୁବେଦ,ଏହି ସମସ୍ତ ଶକ୍ତିର ଉପହାସ କରାଗଲା । ତାହାକୁ ଦୁର୍ବଳ କରିବାର ଚେଷ୍ଟା ହେଲା । ଆଉ ଏପରିକି ସେହି ଶକ୍ତିଗୁଡ଼ିକ ଉପରେ ହିଁ ଆମର ଲୋକ ମାନଙ୍କ ମଧ୍ୟରେ ଆସ୍ଥା କମ୍ ହେବାରେ ଲାଗିଲା ।
ଯେତେବେଳେ ପରାଧୀନତାରୁ ମୁକ୍ତି ମିଳିଲା, ତ ଗୋଟିଏ ଆଶା ଥିଲା କି ଯାହା ବଞ୍ଚି ଯାଇଛି, ତାହାକୁ ସଂରକ୍ଷିତ କରାଯିବ, ସମୟ ଅନୁକୂଳ ପରିବର୍ତ୍ତନ କରାଯିବ, କିନ୍ତୁ ଏହା ମଧ୍ୟ ଦୁର୍ଭାଗ୍ୟ ଯେ ତାହା ପ୍ରାଥମିକତା ହେଲା ନାହିଁ । ଯାହା ଥିଲା, ତାହାକୁ, ତା’ର ଅବସ୍ଥାରେ ଛାଡ଼ି ଦିଆଗଲା ।
ଆମର ଶକ୍ତିଗୁଡ଼ିକୁ ପରାଧୀନତା ସମୟରେରେ ନଷ୍ଟ କରିବାର ପ୍ରୟାସ ହେଲା ଆଉ ସ୍ୱାଧୀନତା ପରେ ଏଭଳି ଏକ ଦୀର୍ଘ ସମୟ ଆସିଲା ଯେତେବେଳେ ଏହି ଶକ୍ତିଗୁଡ଼ିକୁ ଭୁଲାଇ ଦେବାର ପ୍ରୟାସ ବନ୍ଦ ହେଲା ନାହିଁ । ଗୋଟିଏ ପ୍ରକାରରେ ନିଜର ହିଁ ପରମ୍ପରାରୁ ମୁହଁ ମୋଡ଼ି ନିଆଗଲା । ଏହି କାରଣଗୁଡ଼ିକରୁ ଏଭଳି ତମାମ ତଥ୍ୟର ପେଟେଣ୍ଟ ଅନ୍ୟ ଦେଶଙ୍କ ପାଖକୁ ଚାଲିଗଲା, ଯାହାକୁ ଆମେ କେବେ ଜେଜେ ମାଆର ଉପଚାର (Grandamma’s Remedy) ଭଳି ଘରେ-ଘରେ (ଘର ବଇଦ)ବ୍ୟବହାର କରୁଥିଲେ ।
ତାହା ଆଜି ଆଉ କାହାର ବୌଦ୍ଧିକ ସତ୍ତ୍ଵାଧୀକାର ହୋଇଯାଇଛି । ଆଜି ମୋତେ ଗର୍ବ ହୁଏ କି ଗତ ତିନି ବର୍ଷରେ ଏହି ସ୍ଥିତିକୁ ବହୁ ପରିମାଣରେ ବଦଳାଇବାର ପ୍ରୟାସ ହୋଇଛି । ଯାହା ହେଉଛି ଆମର ପରମ୍ପରା, ଯାହା ହେଉଛି ଶ୍ରେଷ୍ଠ, ତାହାର ପ୍ରତିଷ୍ଠା ଜନ-ଜନର ମନ ପୁନଃ ସ୍ଥାପିତ ହେବା ଆରମ୍ଭ ହୋଇଛି ।
ଆଜି ଯେତେବେଳେ ଆମେ ସମସ୍ତେ ଆର୍ୟୁବେଦ ଦିବସ ଉପଲକ୍ଷେ ଏକତ୍ରିତ ହୋଇଛେ, କିମ୍ବା ଯେତେବେଳେ 21 ଜୁନରେ ଲକ୍ଷ-ଲକ୍ଷ ସଂଖ୍ୟାରେ ବାହାରକୁ ବାହାରି ଯୋଗ ଦିବସ ପାଳନ କରୁଛେ, ତ ଆମ ପରମ୍ପରା ଏହି ଗର୍ବରେ ଭରି ହୋଇ ରହିଥାଉ । ଯେତେବେଳେ ଭିନ୍ନ ଭିନ୍ନ ଦେଶରେ ସେହି ଦିନ ଲକ୍ଷ-ଲକ୍ଷ ଲୋକ ଯୋଗ କରନ୍ତି, ତ ସେହି ଚିତ୍ରକୁ ଦେଖି ଲାଗେ କି ହଁ, ଲକ୍ଷ-ଲକ୍ଷ ଲୋକଙ୍କୁ ଯୋଡ଼ୁଥିବା ଏହି ‘ଯୋଗ’ ଭାରତ ତାଙ୍କୁ ଦେଇଛି । ଭାଇ ଓ ଭଉଣୀମାନେ, ଯେଉଁ ଯୋଗ ଭାରତର ପରମ୍ପରା ରହିଆସିଛି, ତାହା ଏବେ ବିସ୍ତାରିତ ହୋଇ ସଂପୂର୍ଣ୍ଣ ମାନବ ଜାତିର ପରମ୍ପରା ହୋଇ ଚାଲିଛି ।
ଏହି ପରିବର୍ତ୍ତନ ହେଉଛି କେବଳ ତିନି ବର୍ଷର ଦାନ ଆଉ ନିଶ୍ଚିତ ଭାବେ ଏଥିରେ ଆୟୂଷ ମନ୍ତ୍ରଣାଳୟର ବହୁତ ବଡ଼ ଭୂମିକା ରହିଛି ।
ସାଥୀଗଣ, ଆର୍ୟୁବେଦ କେବଳ ଏକ ଚିକିତ୍ସା ପଦ୍ଧତି ନୁହେଁ । ଏହାର ପରିସର ମଧ୍ୟରେ ସାମାଜିକ ସ୍ୱାସ୍ଥ୍ୟ, ସାର୍ବଜନିକ ସ୍ୱାସ୍ଥ୍ୟ, ପର୍ଯ୍ୟାବରଣ ସ୍ୱାସ୍ଥ୍ୟ ଭଳି ଅନେକ ବିଷୟ ମଧ୍ୟ ଆସେ । ଏହି ଆବଶ୍ୟକତାକୁ ବୁଝି ଏହି ସରକାର ଆର୍ୟୁବେଦ, ଯୋଗ ଆଉ ଅନ୍ୟ ଆୟୂଷ ପଦ୍ଧତିଗୁଡ଼ିକୁ ଜନ ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥାର ସମନ୍ୱୟ ଉପରେ ଗୁରୁତ୍ୱ ଦେଉଛନ୍ତି । ଆୟୁଷକୁ ସରକାର ନିଜର ଚାରୋଟି ଗୁରୁତ୍ୱପୂର୍ଣ୍ଣ ଅଂଚଳରେ ରଖିଛନ୍ତି । ଏକ ଅଲଗା ମନ୍ତ୍ରଣାଳୟ କରିବା ସହିତ ମଧ୍ୟ ଆମେ ଜାତୀୟ ସ୍ୱାସ୍ଥ୍ୟ ବୀମା ପ୍ରସ୍ତୁତ କରିବା ସମୟରେ, ସ୍ୱାସ୍ଥ୍ୟ ସେବାଗୁଡ଼ିକ ଆଉ ଆୟୁଷ ବ୍ୟବସ୍ଥାରେ ସମନ୍ୱୟ ଆଣିବା ପାଇଁ ବ୍ୟାପକ ନିୟମ ତିଆରି କରିଛନ୍ତି, ମାର୍ଗ ଦର୍ଶନ ଦେଇଛନ୍ତି ।
ସାଥୀଗଣ, ସରକାର ଏହା ମାନିନେଇ ଆଉ ଦୃଢ଼ନିଶ୍ଚୟ କରି ଚାଲୁଛନ୍ତି ଯେ ଆୟୁଷ ସ୍ୱାସ୍ଥ୍ୟ ସେବାରେ ସମନ୍ୱିତ ବ୍ୟବସ୍ଥା ଆଗ ଭଳି କେବଳ ଫାଇଲ ଭିତରେ ସୀମିତ ହୋଇ ରହିବନି, ତାହାକୁ ତୃଣମୂଳ ସ୍ତର ଯାଏଁ ପହଂଚାଯିବ । ଏହି ଦିଗରେ ଆୟୁଷ ମନ୍ତ୍ରଣାଳୟ ତରଫରୁ ଅନେକ ପଦକ୍ଷେପର ଶୁଭାରମ୍ଭ କରାଯାଇଛି । ରାଷ୍ଟ୍ରୀୟ ଆୟୁଷ ମିଶନ ଆରମ୍ଭ କରିବା, ସ୍ୱାସ୍ଥ୍ୟ ରକ୍ଷା କାର୍ଯ୍ୟକ୍ରମ ଚାଲୁ କରିବା, ମିଶନ୍ ମଧୁମେହ, ଆୟୁଷ ଗ୍ରାମର ପରିକଳ୍ପନା ହେଉଛି ଏଭଳି ଅନେକ ବିଷୟ ଯାହା ବିଷୟରେ ଏବେ ଏଠାରେ ଶ୍ରୀପଦ ନାୟକ ମହାଶୟ ଚର୍ଚ୍ଚା କରିଛନ୍ତି ।
ସାଥୀଗଣ, ଆୟୁର୍ବେଦର ବିସ୍ତାର ପାଇଁ ଏହା ବହୁତ ଆବଶ୍ୟକ ହେଉଛି କି ଦେଶର ପ୍ରତ୍ୟେକ ଜିଲ୍ଲାରେ ଏହା ସହିତ ଯୋଡ଼ି ହୋଇଥିବା ଗୋଟିଏ ଭଲ, ସମସ୍ତ ସୁବିଧା ଥିବା ଡାକ୍ତରଖାନା ନିଶ୍ଚୟ ହେଉ । ଏହି ଦିଗରେ ଆୟୁଷ ମନ୍ତ୍ରଣାଳୟ ଦ୍ରୁତ ଗତିରେ କାମ କରୁଛି ଆଉ ତିନି ବର୍ଷରେ ହିଁ 65 ରୁ ଅଧିକ ଆୟୁଷ ଡାକ୍ତରଖାନା ବିକଶିତ କରାଯାଇ ସାରିଛି ।
ଆଜି ଦିଲ୍ଲୀରେ ଏମ୍ସ ଭଳି ହିଁ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନର ଉଦ୍ଘାଟନ ମଧ୍ୟ ଏହି ଶୃଙ୍ଖଳାର ହେଉଛି ଏକ ଅଂଶ । ଏବେ ପ୍ରାରମ୍ଭିକ ଭାବରେ ଏଠାକୁ ପ୍ରତ୍ୟହ ସାଢ଼େ ସାତ ଶହରୁ ଅଧିକ ରୋଗୀ ଆସୁଛନ୍ତି । ଆଗାମୀ ଦିନମାନଙ୍କରେ ରୋଗୀଙ୍କର ସଂଖ୍ୟା ଦୁଇ ଗୁଣ ହେବାର ଅନୁମାନ କରାଯାଏ । ଏହି ସଂସ୍ଥାନକୁ ଆଧୁନିକ ଭିତ୍ତିଭୂମି ସହିତ ସଂଯୁକ୍ତ କରା ଯାଉଛି । ଏହା ସାହାଯ୍ୟରେ କେତେକ ଗମ୍ଭୀର ରୋଗକୁ ଆର୍ୟୁବେଦ ଚିକିତ୍ସାର ମଧ୍ୟ ସାହାଯ୍ୟ ମିଳିବ । ମୁଁ ଖୁସି ଯେ ଆଜି ଆୟୁର୍ବେଦ ସଂସ୍ଥାନର ସ୍ଥାପନା ଦ୍ୱାରା ଆୟୁର୍ବେଦର ବିଦ୍ୟା, ଆର୍ୟୁବେଦର ଜ୍ଞାନ ସମ୍ପଦକୁ ପୁନଃ ଶକ୍ତି ମିଳିଛି ।
ଏହା ହେଉଛି ଏକ ବହୁତ ଆଶାଜନକ ସ୍ଥିତି କି ଆର୍ୟୁବେଦ ସଂସ୍ଥାନ, ଏମ୍ସ, ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ଏବଂ ଆଉ କିଛି ଅନ୍ୟ ଅନ୍ତରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକ ସହିତ ମିଳିମିଶି କାମ କରିବ । ମୋର ଆଶା ରହିଛି କି ଏହି ରାସ୍ତାରେ ଚାଲି ଅଖିଳ ଭାରତୀୟ ଆର୍ୟୁବେଦ ସଂସ୍ଥାନ ଆନ୍ତଃ-ବିଭାଗ ଆଉ ସମନ୍ୱିତ ସ୍ୱାସ୍ଥ୍ୟ ଅଭ୍ୟାସର ମୁଖ୍ୟ କେନ୍ଦ୍ର ହେବ ।
ସାଥୀଗଣ, ଆୟୁର୍ବେଦର ଗୁଣଗୁଡ଼ିକର ତାଲିକା ହେଉଛି ଲମ୍ବା । ଦୁନିଆ ଆଜି କେବଳ ସୁସ୍ଥ ହୋଇ ରହିବାକୁ ଚାହୁଁନାହିଁ, ଏବେ ତାକୁ କଲ୍ୟାଣକାରୀ ଜୀବନ ଦରକାର ଆଉ ଏହି ଜିନିଷ ତାକୁ ଆର୍ୟୁବେଦ ଆଉ ଯୋଗରୁ ମିଳି ପାରିବ । ଆଜି ବିଶ୍ୱର ସମସ୍ତ ଦେଶରେ ‘ବେକ୍ ଟୁ ଦି ନେଚର’ ଅର୍ଥାତ୍ ‘ପୁନଃ ପ୍ରକୃତି ଆଡ଼କୁ’ର ସୂତ୍ର ଲୋକପ୍ରିୟ ହେଉଛି । ଏହିଭଳି ପଦ୍ଧତିଗୁଡ଼ିକ ଆଡ଼କୁ ଲୋକ ଢ଼ଳୁଛନ୍ତି ଏବଂ ତାହା ବଢ଼ୁଛି, ଯାହା ହେଉଛି ସିଧା ପ୍ରକୃତି ଉପରେ ଆଧାରିତ । ଏଭଳି ପରିସ୍ଥିତିରେ ଆର୍ୟୁବେଦ ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି କରିବା କଠିନ କାମ ନୁହେଁ । କେବଳ ଆମକୁ ଆଜିର ଆବଶ୍ୟକତାଗୁଡ଼ିକ ମଧ୍ୟରେ ଆର୍ୟୁବେଦର ଉପଯୋଗିତାକୁ ଅଧିକରୁ ଅଧିକ ବଢ଼ାଇବାକୁ ହେବ ।
କ’ଣ ପ୍ରକୃତରେ ଆଜି ଯେଉଁମାନେ ଆର୍ୟୁବେଦ ପଢି ବାହାରୁଛନ୍ତି, ସେମାନଙ୍କ ମଧ୍ୟରୁ କେତେ ପ୍ରତିଶତ ଅଛନ୍ତି, ଯେଉଁମାନଙ୍କର ଶତ ପ୍ରତିଶତ ଶ୍ରଦ୍ଧା ଏହି ବିଜ୍ଞାନ ପ୍ରତି ସମର୍ପିତ ଅଛି । ଆପଣ ଦେଖନ୍ତୁ ସେ ଯେମିତି ହସ୍ପିଟାଲ ଖୋଲନ୍ତି, ଓପିଡି ଆରମ୍ଭ କରଥାନ୍ତି । ରୋଗୀ କୁହନ୍ତି ଟିକେ ଶୀଘ୍ର ଠିକ୍ ହୋଇଯିବି ତ ଭଲ ହେବ । ମୂଲ ଲାଗିବାକୁ ଯିବାର ଅଛି, କାମ କରିବାକୁ ଯିବାକୁ ପଡିବ । ପରିବାରରେ ଅସୁବିଧା ହେଉଛି, ତ ଆର୍ୟୁବେଦ ଡ଼ାକ୍ତରଙ୍କୁ ମଧ୍ୟ ଲାଗିଥାଏ କି ଭଲ ହେବ ଏଲୋପ୍ୟାଥି ଔଷଧ ଦେଇ ଦଅ । ଇଂଜେକ୍ସନ ଦେଇ ଦିଏ । ବାହାରେ ତ ସାଇନବୋର୍ଡ ଆର୍ୟୁବେଦର ଲାଗିଛି, କିନ୍ତୁ ଭିତରେ ଶତପ୍ରତିଶତ ସମର୍ପଣ ଭାବ ନାହିଁ । ଆର୍ୟୁବେଦକୁ ପୁଣିଥରେ ବିଶ୍ୱରେ ସ୍ୱୀକୃତି ଦେବାର ପ୍ରଥମ ଆବଶ୍ୟକତା ଏହାକି ଆର୍ୟୁବେଦରେ ଲେଖା ପଢ଼ା ଜାଣିଥିବା ଯୁବକମାନଙ୍କର ଆର୍ୟୁବେଦ ପ୍ରତି ଶତ ପ୍ରତିଶତ ସମର୍ପଣ ଭାବ ଆବଶ୍ୟକ । ଯଦି ଆମ ନିଜର ହିଁ ଭରସା ନାହିଁ । ପିଲାଦିନେ ହସକଥା ଶୁଣୁଥିଲେ କି ଜଣେ ଖାଇବା ଢ଼ାବା ଖୋଲିଲା, ଆଉ ଯେତେବେଳେ ତା’ର ସେଠିକି ଜଣେ ଲୋକ ଖାଇବାକୁ ଆସିଲା ତ, ମାଲିକ ମିଲିଲେ ନାହିଁ । ଚାକରକୁ ଲୋକଟି ପଚାରିଲା ମାଲିକ କେଉଁଠି? ତ ସିଏ କହିଲା ସେ ସାମ୍ନାରେ ଥିବା ହୋଟେଲକୁ ଖାଦ୍ୟ ଖାଇବାକୁ ଯାଇଛନ୍ତି ।
ଏଭଳି ଅବସ୍ଥାରେ କିଏ ତା’ର ସେଠି ଖାଇବ ଆଉ ଏଥିପାଇଁ ବନ୍ଧୁଗଣ ଆଜି ଏହି କଥାର ମଧ୍ୟ ଆବଶ୍ୟକତା ହେଉଛି କି ଆୟୁର୍ବେଦ ସହିତ ଜଡ଼ିତ ବିଶେଷଜ୍ଞ ଆର୍ୟୁବେଦର ସେବାଗୁଡ଼ିକର ବିସ୍ତାର କରନ୍ତୁ । ତାଙ୍କୁ ସେହି କ୍ଷେତ୍ର ବିଷୟରେ ମଧ୍ୟ ଚିନ୍ତା କରିବାକୁ ହେବ, ଯେଉଁଠାରେ ଆର୍ୟୁବେଦ ଆହୁରି ଅଧିକ ପ୍ରଭାବଶାଳୀ ହୋଇ ପାରିବ । ଏଭଳି ଗୋଟିଏ କ୍ଷେତ୍ର ହେଉଛି-କ୍ରୀଡ଼ା । ଆପଣମାନେ ଦେଖିଥିବେ ନିକଟରେ କିଛି ବର୍ଷ ଭିତରେ ଫିଜିଓଥେରାପି କରୁଥିବା ଡାକ୍ତରଙ୍କ ଭୂମିକା କେତେ ଅଧିକ ବଢ଼ି ଯାଇଛି । ବଡ଼-ବଡ଼ ଖେଳାଳୀ ନିଜର ବ୍ୟକ୍ତିଗତ ଫିଜିଓଥେରାପିଷ୍ଟ ରଖୁଛନ୍ତି । ବଡ଼-ବଡ଼ ଖେଳାଳୀ ଜଣା-ଅଜାଣତରେ ଦରଜ ଔଷଧର କବଳରେ ମଧ୍ୟ ଫସି ଯାଆନ୍ତି । ଆପଣଙ୍କୁ-ମୋତେ-ଆମ ସମସ୍ତଙ୍କୁ ଜଣା ଅଛି କି ଆର୍ୟୁବେଦ ଏବଂ ଯୋଗ ଏହି ବିଷୟରେ ଅଧିକ ପ୍ରଭାବଶାଳୀ ହୋଇ ପାରିବେ । ଆର୍ୟୁବେଦ ଏବଂ ଯୋଗ ଆଧାରିତ ଫିଜିଓଥେରାପିରେ କୌଣସି ପ୍ରକାରର ପ୍ରତିବନ୍ଧିତ ଔଷଧକୁ ଭୁଲରେ ସେବନ କରି ଦେଲେ କୌଣସି ବିପଦ ହୁଏ ନାହିଁ ।
କ୍ରୀଡ଼ା ଭଳି ହିଁ ଆମର ସୁରକ୍ଷାବଳଙ୍କ ପାଇଁ ମଧ୍ୟ ଯୋଗ ଏବଂ ଆର୍ୟୁବେଦ ହେଉଛି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଆମର ଜବାନମାନେ ବହୁତ ହିଁ ଅସୁବିଧା ପରିସ୍ଥିତିରେ ଦେଶର ସୁରକ୍ଷା କରନ୍ତି । କେବେ ପାହାଡ଼ ଉପରେ, କେବେ ମରୁଭୂମୀରେ, କେବେ ସମୁଦ୍ର କୂଳରେ, କେବେ ଘଞ୍ଚ ଜଙ୍ଗଲରେ ମୁତୟନ ହୋଇଥାନ୍ତି । ଅଲଗା-ଅଲଗା ପାଣିପାଗ, ଅଲଗା-ଅଲଗା ପରିସ୍ଥିତି । ଏମିତିରେ ଯୋଗ ଏବଂ ଆୟୁର୍ବେଦ ସେମାନଙ୍କୁ କେତେ ହିଁ ରୋଗରୁ ରକ୍ଷା କରି ପାରିବ । ମାନସିକ ଅବସାଦ ଦୂର କରିବାରେ, ଏକାଗ୍ରତା ବଢ଼ାଇବାରେ, ଆମର ଜବାନମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଯୋଗ ଏବଂ ଆର୍ୟୁବେଦ ବହୁତ ଲାଭଜନକ ପ୍ରମାଣିତ ହୋଇ ପାରେ ।
ଗୁଣାତ୍ମକ ଆୟୁର୍ବେଦ ଶିକ୍ଷା ଉପରେ ମଧ୍ୟ ବହୁତ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ବରଂ ଏହାର ପରିସର ଆହୁରି ଅଧିକ ବଢ଼ାଇବା ଆବଶ୍ୟକ । ଯେପରି ପଞ୍ଚକର୍ମ ଥେରାପିଷ୍ଟ୍, ଆୟୁର୍ବେଦିକ୍ ଡାଏଟିସିଆନ୍, ପରାକୃତି ଏନାଲିଷ୍ଟ୍, ଆୟୁର୍ବେଦ ଫାର୍ମାସିଷ୍ଟ୍, ଆୟୁର୍ବେଦର ସଂପୂର୍ଣ୍ଣ ସହଯୋଗୀ ଶୃଙ୍ଖଳକୁ ମଧ୍ୟ ବିକଶିତ କରା ଯିବା ଆବଶ୍ୟକ ।
ଏହା ବ୍ୟତୀତ ମୋର ଗୋଟିଏ ପରାମର୍ଶ ଏହା ମଧ୍ୟ ହେଉଛି କି ଆୟୁର୍ବେଦ ଶିକ୍ଷାରେ କରା ଯାଉଥିବା ଭିନ୍ନ-ଭିନ୍ନ ପାଠ୍ୟକ୍ରମର ଅଲଗା-ଅଲଗା ସ୍ତରରେ ପୁଣି ଆଉ ଥରେ ବିଚାର ହେଉ । ଯେତେବେଳେ କୌଣସି ଛାତ୍ର ସ୍ନାତକ ଆୟୁର୍ବେଦ, ମେଡିସିନ ଏବଂ ସର୍ଜରୀ-ବିଏଏମଏସ ର କୋର୍ସ କରନ୍ତି ତ ପରାକୃତି, ଆୟୁର୍ବେଦିକ ଆହାର-ବିହାର, ଆୟୁର୍ବେଦିକ ଫାର୍ମାସ୍ୟୁଟିକାଲ୍ସ ବିଷୟରେ ହିଁ ପଢ଼ି ଥାନ୍ତି । ପାଞ୍ଚ-ସାଢ଼େ ପାଞ୍ଚ ବର୍ଷ ପଢ଼ିବା ପରେ ତାଙ୍କୁ ଡିଗ୍ରୀ ମିଳିଥାଏ ଆଉ ପୁଣି ସେ ନିଜର ପ୍ରାକ୍ଟିସ୍ କିମ୍ବା ଚାକିରି କିମ୍ବା ଉଚ୍ଚ ଶିକ୍ଷା ପାଇଁ ପ୍ରୟାସ କରିଥା’ନ୍ତି ।
ସାଥୀଗଣ, କ’ଣ ଏହା ସମ୍ଭବ କି ବିଏଏମଏସ ର ପାଠ୍ୟକ୍ରମକୁ ଏହି ଭଳି ଭାବେ ପ୍ରସ୍ତୁତ କରାଯିବ କି ପ୍ରତି ପରୀକ୍ଷା ଉତୀର୍ଣ୍ଣ ହେଲା ପରେ ଛାତ୍ରଙ୍କୁ କୌଣସି ନା କୌଣସି ପ୍ରମାଣପତ୍ର ମିଳିବ । ଏହା ହେବା ଦ୍ୱାରା ଦୁଇଟି ଲାଭ ମିଳିବ । ଯେଉଁ ଛାତ୍ରମାନେ ଭବିଷ୍ୟତ ଶିକ୍ଷା ସହିତ ନିଜର ପ୍ରାକ୍ଟିସ୍ ଆରମ୍ଭ କରିବାକୁ ଚାହିଁବେ, ସେମାନଙ୍କୁ ସୁବିଧା ହେବ ଆଉ ଯେଉଁ ଛାତ୍ରମାନଙ୍କର ପାଠ ପଢ଼ା କୌଣସି କାରଣ ବଶତଃ ମଝିରେ ହିଁ ବନ୍ଦ ହୋଇଗଲା, ତାଙ୍କ ପାଖରେ ମଧ୍ୟ ଆୟୁର୍ବେଦର କୌଣସି ନା କୌଣସି ସ୍ତରର ପ୍ରମାଣପତ୍ର ରହିଥିବ । ଏତିକି ହିଁ ନୁହେଁ, ଯେଉଁ ଛାତ୍ର ପାଞ୍ଚ ବର୍ଷର ସଂପୂର୍ଣ୍ଣ ପାଠ୍ୟକ୍ରମ ଶେଷ କରି ବାହାରିବେ, ତାଙ୍କ ପାଖରେ ମଧ୍ୟ ରୋଜଗାରର ଆହୁରି ଭଲ ବିକଳ୍ପ ଥିବ ।
ଏବେ କିଛି ସମୟ ପୂର୍ବରୁ ଶ୍ରୀପଦ ନାୟକ ମହାଶୟ ସ୍ପଲ୍ଡିଂ ରିହାବ ହସ୍ପିଟାଲ ଏବଂ ହାୱାର୍ଡ଼ ମେଡିକାଲ ସ୍କୁଲ ସହିତ ସହଯୋଗର ସୂଚନା ଦେଉଥିଲେ । ଏହା ଶୁଣି ମୁଁ ବହୁତ ଖୁସି, ଆଉ ମୁଁ ଦୁଇ ପକ୍ଷଙ୍କୁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି । ମୋର ବିଶ୍ୱାସ ଅଛି କି ଏହି ସହଯୋଗ ଦ୍ୱାରା କ୍ରୀଡ଼ା ପାଇଁ ଔଷଧ, ରିହାବିଲିଟେସନ୍ ଔଷଧ, କଷ୍ଟ ନିବାରଣ ପାଇଁ ଆର୍ୟୁବେଦ ଉପଚାରର ସମ୍ଭାବନାଗୁଡ଼ିକୁ ଖୋଜିବାରେ ସାହାଯ୍ୟ ମିଳିବ ।
ଭାଇ ଓ ଭଉଣୀମାନେ, ମୁଁ କିଛି ସମୟ ପୂର୍ବରୁ ହିଁ ଆର୍ୟୁବେଦ ଦ୍ୱାରା ଚିକିତ୍ସା ପାଇଁ ମାନକ ଗାଇଡଲାଇନ ଏବଂ ମାନକ ଟର୍ମିନୋଲଜି ପୋର୍ଟାଲ ଆରମ୍ଭ କରିଛି । ଏହି ଦୁଇଟି ଆଗରୁ ହିଁ ବଡ଼ ମାତ୍ରରେ ଡାଟା ଜେନେରେଟ ହେବ ଯାହାର ବ୍ୟବହାର ଆୟୁର୍ବେଦକୁ ଆଧୁନିକ କଳା-କୌଶଳ ଅନୁରୂପ ବୈଜ୍ଞାନିକ ମାନ୍ୟତା ଦେବାରେ କରାଯାଇ ପାରିବ । ମୋତେ ଲାଗୁଛି କି ଏହା ପ୍ରଥମ ଆୟୁଷ ବିଜ୍ଞାନ କ୍ଷେତ୍ରରେ ମାଇଲ ଖୁଂଟ ଭାବେ ପ୍ରମାଣିତ ହେବ । ଏହା ସାହାଯ୍ୟରେ ଆୟୁର୍ବେଦର ବିଶ୍ୱସ୍ତରୀୟ ସ୍ୱୀକାର୍ଯ୍ୟତା ମଧ୍ୟ ବଢ଼ିବ ।
ଆୟୁର୍ବେଦରେ ମାନକ ଗାଇଡଲାଇନ୍ ଏବଂ ମାନକ ଟର୍ମିନୋଲୋଜି ରହିଥିବା ଏଥିପାଇଁ ହେଉଛି ଆବଶ୍ୟକ କାରଣ ଏହା ନ ରହିବା କାରଣରୁ ଏଲୋପାଥିକର ଦୁନିଆ ଆଉ ତାହାର ପ୍ରକ୍ରିୟାଗୁଡ଼ିକ ସହଜରେ ଆୟୁର୍ବେଦ ଉପରେ ପ୍ରଭାବୀ ହୋଇ ଯାଉଥିଲା । ଗୋଟିଏ ସମୟରେ ଭାରତ ସରକାରଙ୍କର ଗୋଟିଏ କମିଶନ ମଧ୍ୟ ନିଜର ରିପୋର୍ଟରେ ପରିସ୍କାର ଭାବେ କହିଥିଲେ ଯେ ଆମର ଏଠି ଆର୍ୟୁବେଦ ଲୋକଙ୍କ ଘରଠାରୁ ଏତେ ଦୂରରେ ଅଛି କାରଣ ତାହାର ପଦ୍ଧତି ଆଜିର ସମୟ ଅନୁକୂଳ ନୁହେଁ ।
ଆଉ ଏଥିପାଇଁ ଗୋଟିଏ ପଟେ ଏଲୋପାଥିକ ଔଷଧ ରହିଛି, ଯାହାକୁ ତୁରନ୍ତ ଖୋଲିଲେ ଆଉ ଖାଇନେଲେ । ସେହିଠାରେ ଆରପଟେ ଆର୍ୟୁବେଦ ଏଇଥିପାଇଁ ମାଡ଼ ଖାଇ ଯାଉଛି କାରଣ ଔଷଧ ତିଆରି କରିବା ଏବଂ ଖାଇବାର ପ୍ରକ୍ରିୟା ଏତେ ଦୀର୍ଘ ଯେ ସାଧାରଣ ବ୍ୟକ୍ତି ଚିନ୍ତା କରିଥାଏ, କିଏ ଏତେ ସମୟ ଖରାପ କରିବ । ଫାଷ୍ଟ ଫୁଡ୍ ର ଏହି ଯୁଗରେ ଆର୍ୟୁବେଦ ଔଷଧର ପୁରୁଣା ଢାଂଚାର ପ୍ୟାକିଂ ଦ୍ୱାରା କାମ ଚଳିବ ନାହିଁ । ଯେତେ-ଯେତେ ଆୟୁର୍ବେଦିକ ଔଷଧର ପ୍ୟାକିଂ ଆଧୁନିକ ହୋଇ ଚାଲିବ, ଚିକିତ୍ସାର ପ୍ରକ୍ରିୟାର ମାନକ ସ୍ଥିର ହେବ, ଟର୍ମିନୋଲଜି ସାଧାରଣ ହୋଇଯିବ, ଆପଣ ଦେଖିବେ କେତେ ଦ୍ରୁତ ଗତିରେ ତଫାତ୍ ଦୃଷ୍ଟିଗୋଚର ହେବ ।
ଆଜିର ଯୁଗରେ ଲୋକମାନେ ତୁରନ୍ତ ପରିଣାମ ଚାହାଁନ୍ତି । ତୁରନ୍ତ ପରିଣାମ ମିଳୁଛି ତ ଲୋକମାନେ ପାର୍ଶ୍ଵ ପ୍ରତିକ୍ରିୟାକୁ ଖାତିର କରନ୍ତି ନାହିଁ । ଏହି ଚିନ୍ତାଧାରା ହେଉଛି ଭୁଲ, କିନ୍ତୁ ଏହା ଚାରିଆଡ଼େ ଦେଖା ଯାଇଥାଏ । ସେଥିପାଇଁ ଆୟୁର୍ବେଦ ବିଜ୍ଞାନୀ ଆବଶ୍ୟକ ପ୍ରତିକ୍ରିୟା ଅର୍ଥାତ୍ ତତ୍କାଳ ପରିଣାମ ଦେଉଥିବା ଆଉ ପୁଣି ମଧ୍ୟ ପାର୍ଶ୍ଵ ପ୍ରତିକ୍ରିୟାରୁ ବଂଚାଉଥିବା ଔଷଧ ଉପରେ ଗବେଷଣା କରନ୍ତୁ, ଏଭଳି ଔଷଧଗୁଡ଼ିକ ବିଷୟରେ ଚିନ୍ତା କରନ୍ତୁ, ତାହାର ନିର୍ମାଣ କରନ୍ତୁ ।
ଭାଇ ଓ ଭଉଣୀମାନେ, ମୋତେ ଅବଗତ କରାଯାଇଛି କି ଆୟୁଷ ମନ୍ତ୍ରଣାଳୟ ମାଧ୍ୟମରେ 600ରୁ ଅଧିକ ଆର୍ୟୁବେଦ ଔଷଧର ଫାର୍ମାସୀ ମାନକ(Standard)କୁ ଲୋକାର୍ପଣ କରାଯାଇଛି । ଏହାର ଯେତେ ଅଧିକ ପ୍ରଚାର-ପ୍ରସାର ହେବ, ସେତିକି ହିଁ ଆର୍ୟୁବେଦ ଔଷଧଗୁଡ଼କର ଚାହିଦା ମଧ୍ୟ ବଢ଼ିବ ।
ହର୍ବାଲ ଔଷଧ ପାଇଁ ଆଜି ବିଶ୍ୱରେ ଏକ ବଡ଼ ବଜାର ସୃଷ୍ଟି ହୋଇଛି । ଭାରତକୁ ଏଥିରେ ମଧ୍ୟ ନିଜର ପୂର୍ଣ୍ଣ କ୍ଷମତାର ପ୍ରୟୋଗ କରିବାକୁ ହେବ । ହର୍ବାଲ ଏବଂ ଔଷଧୀୟ ବୃକ୍ଷ, ଗୁଳ୍ମ-ଲତା ରୋଜଗାରର ବହୁତ ବଡ଼ ମାଧ୍ୟମ ହେବାକୁ ଯାଉଛନ୍ତି ।
ଆୟୁର୍ବେଦରେ ତ ସମସ୍ତ ଏଭଳି ଗଛଗୁଡ଼ିକରୁ ଔଷଧ ତିଆରି ହୁଏ ଯାହାଙ୍କୁ ନା ଅଧିକ ପାଣି ଆବଶ୍ୟକ ହୋଇଥାଏ ନା ହିଁ ଉର୍ବର ମାଟି । କେତେ ଚିକିତ୍ସା ଉପଯୋଗୀ ଉଦ୍ଭିଦ ତ ଏମିତି ହିଁ ଉଠିଥା’ନ୍ତି । କିନ୍ତୁ ସେହି ଉଦ୍ଭିଦଗୁଡ଼ିକର ପ୍ରକୃତ ମହତ୍ୱ ନ ଜାଣିଥିବା କାରଣରୁ ତାହାକୁ ଅନାବନା ଭାବି ଉପାଡ଼ି ଫୋପାଡ଼ି ଦିଆଯାଏ । ସଚେତନତା ଅଭାବରୁ ହେଉଥିବା ଏହି କ୍ଷତିରୁ କିପରି ରକ୍ଷା ପାଇବା, ଏହା ଉପରେ ମଧ୍ୟ ବିଚାର କରିବାର ଆବଶ୍ୟକତା ରହିଛି ।
ଔଷଧୀୟ ବୃକ୍ଷଲତା ଚାଷ ଦ୍ୱାରା ରୋଜଗାରର ନୂଆ ସୁଯୋଗ ମଧ୍ୟ ସୃଷ୍ଟି ହେଉଛି । ମୁଁ ଚାହିଁବି କି ଆୟୁଷ ମନ୍ତ୍ରଣାଳୟ, କୌଶଳ ବିକାଶ ମନ୍ତ୍ରଣାଳୟ ସହିତ ମିଶି ଏହି ଦିଗରେ କୃଷକ କିମ୍ବା ଛାତ୍ରମାନଙ୍କ ପାଇଁ କୌଣସି କ୍ଷୁଦ୍ର ମିଆଦୀ ପାଠ୍ୟକ୍ରମର ମଧ୍ୟ ବିକାଶ କରିପାରିବେ କି । କ’ଣ ଆର୍ୟୁବେଦ ଏବେ ସାମୁଦ୍ରିକ ଘାସ ଓ ଗଛ ଉପରେ ଗବେଷଣା କରିଛି । ଭାରତର ସମୁଦ୍ର ଉପକୂଳ ହେଉଛି ଏକ ବହୁତ ବଡ଼ ସମ୍ପଦ । ଆର୍ୟୁବେଦିକ ଔଷଧ ନିର୍ମାଣରେ କାମରେ ଲାଗିପାରିବ କି । ଆଉ ମୁଁ ମାନୁଛି କି, ମୁଁ ଏ ବିଷୟରେ ଜ୍ଞନୀ ନୁହେଁ । କିନ୍ତୁ ଆମ ଏହି ପ୍ରକାରର ନୂତନ କ୍ଷେତ୍ରରେ ମଧ୍ୟ ପଦାର୍ପଣ କରିବା ଗବେଷଣା କରିବା, ତ ବୋଧହୁଏ ଆମେ ସେହି ମତ୍ସ୍ୟଜୀବୀଙ୍କ ଜୀବନରେ ପରିବର୍ତ୍ତନ ଆଣି ପାରିବା । ଆଉ ଆମେ ବନସ୍ପତି ଆଧାରିତ ଔଷଧକୁ ଆହୁରି ଅଧିକ ସମୃଦ୍ଧ ଔଷଧ ତିଆରି କରି ଯେଉଁମାନେ ସୁସ୍ଥ ଜୀବନ ଯାପନରେ ଆଗ୍ରହ ରଖୁଛନ୍ତି । ସେହି ବର୍ଗର ସେବା କରିପାରିବା । ପାରମ୍ପରିକ ଚାଷ ସହିତ କୃଷକ ଯେତେବେଳେ ଚାଷଜମି କଡ଼ରେ ଖାଲି ସ୍ଥାନ ପଡି ରହିଥାଏ, ପାଚେରୀ ଭଳି ବଡ଼ ବାଡ ଲଗାଇ ଦିଆଯାଏ । ଯଦି ସେହି ଜମିର ବ୍ୟବହାର କରାଯାଏ, ଆଉ ଯଦି ଔଷଧୀୟ ଗୁଳ୍ମ-ଲତା ଚାଷ ତଥା ବାଡ ପାଇଁ ବ୍ୟବହାର କରିବାକୁ ଲାଗିବ ତ ତାହାର ଆୟ ମଧ୍ୟ ବଢ଼ିବ । ଆଉ 2022ରେ ସ୍ୱାଧୀନତାର 75 ବର୍ଷ ହେବ ତେବେ ଆମେ ହିନ୍ଦୁସ୍ଥାନର କୃଷକମାନଙ୍କ ଆୟ ଦୁଇଗୁଣା କରିବାକୁ ଚାଂହୁଛୁ । ଯଦି ତା ଜମିର କଡରେ ଔଷଧୀୟ ବୃକ୍ଷ ଚାଷ କରିବା ପାଇଁ ଆୟୁଷ ମନ୍ତ୍ରଣାଳୟ, କୃଷି ମନ୍ତ୍ରଣାଳୟ, ମିଳିମିଶି ଆମ କୃଷକମାନଙ୍କୁ ମାର୍ଗ ଦର୍ଶନ କରିବେ । ତାଙ୍କୁ ସାହାଯ୍ୟ କରିବେ ତ ଇଏ ମଧ୍ୟ ଏକ ନୂତନ ଆୟର ସାଧନ ଆମ କୃଷକ ଭାଇ-ଭଉଣୀମାନଙ୍କ ପାଇଁ ହୋଇ ପାରିବ ।
ସାଥୀଗଣ ଏହି କ୍ଷେତ୍ରର ବିକାଶ ଆଉ ବିସ୍ତାର ପାଇଁ ଏବେ ପ୍ରଚୁର ନିବେଶର ଆବଶ୍ୟକତା ଅଛି । ସରକାର ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥାରେ ଶତ ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ-ଏଫଡିଆଇକୁ ସ୍ୱୀକୃତି ଦେଇଛନ୍ତି । ସ୍ୱାସ୍ଥ୍ୟ ସୁରକ୍ଷାରେ ଏଫଡିଆଇର ଲାଭ ଆର୍ୟୁବେଦ ଆଉ ଯୋଗକୁ କିପରି ମିଳିବ, ଏହି ବିଷୟରେ ମଧ୍ୟ ପ୍ରୟାସ କରାଯିବା ଦରକାର ।
ମୁଁ ଦେଶର ସମସ୍ତ କମ୍ପାନୀଗୁଡ଼ିକୁ ଆଉ ଘରୋଇ କ୍ଷେତ୍ରକୁ ମଧ୍ୟ ଅନୁରୋଧ କରୁଛି କି ଯେଉଁଭଳି ଭାବେ ସେ ଏଲୋପାଥିକ ଜନିତ ବଡ଼-ବଡ଼ ଡାକ୍ତରଖାନା ପାଇଁ ଆଗକୁ ଆସନ୍ତି, ସେହିଭଳି ଭାବେ ଯୋଗ ଆଉ ଆୟୁର୍ବେଦ ପାଇଁ ଆଗକୁ ଆସନ୍ତୁ । ନିଜର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଅର୍ଥାତ୍ ସିଏସ୍ଆର୍ ପାଣ୍ଠିର କିଛି ଅଂଶ ଆର୍ୟୁବେଦ ଆଉ ଯୋଗ ପାଇଁ ମଧ୍ୟ ଲଗାନ୍ତୁ ।
ଆମକୁ ଏହା ମଧ୍ୟ ଧ୍ୟାନରେ ରଖିବାକୁ ହେବ କି ହଜାରେ ବର୍ଷ ପୂର୍ବେ ଆମର ପୂର୍ବ ପୁରୁଷମାନେ ଯେଉଁ ଜ୍ଞାନ ପ୍ରାପ୍ତ କରିଥିଲେ, ତାହା ପଛରେ ଅକ୍ଳାନ୍ତ ପରିଶ୍ରମ ଥିଲା, ମାନବ ଜାତିର କଲ୍ୟାଣ ପାଇଁ ପ୍ରେରଣା ଥିଲା । କିଛି ନୂଆ ପରୀକ୍ଷଣ କରିବା, କିଛି ନବସୃଜନ କରିବାର ଚିନ୍ତା ହିଁ ଯୋଗ ଏବଂ ଆର୍ୟୁବେଦ ଭଳି ଚମତ୍କାରିତାକୁ ଜନ୍ମ ଦେଲା । କିନ୍ତୁ ଯେମିତି ହିଁ ଆମେ ନବସୃଜନରୁ ପଛକୁ ହଟିଲୁ, ସ୍ଥିତି ସବୁ ବଦଳିବାକୁ ଲାଗିଲା, ଆମର ପ୍ରଭାବ କମ୍ ହେବାକୁ ଲାଗିଲା ।
ଏହି ସ୍ଥିତିକୁ ଏବେ ସଂପୂର୍ଣ୍ଣ ରୂପେ ବଦଳାଇବାର ଆବଶ୍ୟକତା ରହିଛି । ଆଜି ସମୟର ହିଁ ନୁହେଁ, ପୂରା ମାନବତାର ଆବଶ୍ୟକତା ହେଉଛି କି ଭାରତ ନିଜର ସ୍ଥିତିକୁ ବଦଳାଉ । ସାଥୀଗଣ, ଆଜି ଦୁନିଆ ବୌଦ୍ଧିକ ସ୍ୱାସ୍ଥ୍ୟ ସୁରକ୍ଷାର ମାର୍ଗ ଖୋଜୁଛି, କିନ୍ତୁ ତାହାକୁ ରାସ୍ତା ମିଳୁ ନାହିଁ । ସେ ବହୁତ ଆଶା ଭରସା ନେଇ ଭାରତର ଆର୍ୟୁବେଦ ଆଉ ଯୋଗ ଶକ୍ତିକୁ ଦେଖୁଛି । ତାକୁ ମଧ୍ୟ ବିଶ୍ୱାସ ହେଉଛି କି ଯୋଗ ଆଉ ଆର୍ୟୁବେଦରେ ଭାରତର ଅନୁଭବ ସାରା ବିଶ୍ୱର କଲ୍ୟାଣ କାମରେ ଆସିପାରେ । ଏଥିପାଇଁ ଏହା ମଧ୍ୟ ଆମ ପାଇଁ ହେଉଛି ଏକ ମହତ୍ୱପୂର୍ଣ୍ଣ ସମୟ କି ଏବେ ଗୋଟିଏ କ୍ଷଣ ମଧ୍ୟ ନଷ୍ଟ କରା ନ ଯାଉ । ସଂକଳ୍ପ ନେଇକରି ଆଗକୁ ବଢ଼ାଯାଉ, ତାହାକୁ ସିଦ୍ଧି କରାଯାଉ ।
ସାଥୀଗଣ, ଭାରତର ‘ଏକମ୍ ଶତ ବିପ୍ରା ବହୁଧା ବଦନ୍ତି’ର ଚିନ୍ତାଧାରା ସମସ୍ତ ପ୍ରକାରର ଔଷଧ ପ୍ରଣାଳୀ କିମ୍ବା ସ୍ୱାସ୍ଥ୍ୟ ପଦ୍ଧତି ଉପରେ ମଧ୍ୟ ଲାଗୁ ହେଉଛି । ଆମେ ପ୍ରତ୍ୟେକ ପ୍ରକାରର ସ୍ୱାସ୍ଥ୍ୟ ପଦ୍ଧତିକୁ ସମ୍ମାନ କରୁ ଆଉ ସମସ୍ତଙ୍କର ପ୍ରଗତି ହେଉ ଏହି କାମନା କରୁଛୁ । ଭାରତରେ ଆଧ୍ୟାତ୍ମିକ ଜନତନ୍ତ୍ର ଭଳି ଉପଚାର ପ୍ରଣାଳୀ ମଧ୍ୟ ହେଉଛି ଜନତନ୍ତ୍ର । ସମସ୍ତଙ୍କୁ ନିଜର ପ୍ରଗତି କରିବାର ଅଧିକାର ରହିଛି, ସମସ୍ତଙ୍କର ସମ୍ମାନ ଅଛି । ସବୁ ପ୍ରକାରର ସ୍ୱାସ୍ଥ୍ୟ ପଦ୍ଧତିକୁ ଆଗକୁ ବଢ଼ାଇବା ପଛରେ ସରକାରଙ୍କର ଧ୍ୟେୟ ହେଉଛି କି ଗରିବଙ୍କୁ ଶସ୍ତାରୁ ଶସ୍ତା ଚିକିତ୍ସା, ସହଜରେ ଉପଲବ୍ଧ ହେଉ ।
ଏହି କାରଣରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମର ଗୁରୁତ୍ୱ ଦୁଇଟି ପ୍ରମୁଖ ଜିନିଷ ଉପରେ କ୍ରମାଗତଭାବେ ରହିଛି- ପ୍ରଥମ ପ୍ରତିଷେଧକ ସ୍ୱାସ୍ଥ୍ୟ ସୁରକ୍ଷା ଆଉ ଦ୍ୱିତୀୟଟି ହେଉଛି ସ୍ୱାସ୍ଥ୍ୟ ସେବା ସୁଲଭ ଏବଂ ସମସ୍ତଙ୍କ ପାଖରେ ଉପଲବ୍ଧ ହେଉ ।
ପ୍ରତିଷେଧକ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ଆମେ ମିଶନ ଇନ୍ଦ୍ରଧନୁଷର ଶୁଭାରମ୍ଭ କରିଥିଲୁ ଫଳରେ 2020 ଯାଏଁ ସେହି ସମସ୍ତ ପିଲାମାନଙ୍କର ଟୀକାକରଣ କରାଯାଇ ପାରିବ ଯେଉଁମାନେ ସାଧାରଣ ଟୀକାକରଣ ଅଭିଯାନରେ ସାମିଲ ନ ହୋଇ ରହି ଯାଆନ୍ତି । ସରକାର ନିଷ୍ପତ୍ତି ନେଇଛନ୍ତି କି ଏଭଳି ପିଲାମାନଙ୍କର ପୂର୍ଣ୍ଣ ରୂପରେ ଟୀକାକରଣ କରି ସେମାନଙ୍କୁ 12 ପ୍ରକାରର ରୋଗରୁ ବଂଚାଇବେ । ମିଶନ୍ ଇନ୍ଦ୍ରଧନୁଷ୍ ମାଧ୍ୟମରେ ଏ ପର୍ଯ୍ୟନ୍ତ ଅଢ଼େଇ କୋଟିରୁ ଅଧିକ ପିଲା ଆଉ ପାଖାପାଖି 70 ଲକ୍ଷ ଗର୍ଭବତୀ ମହିଳାଙ୍କୁ ଟୀକା ଦିଆ ଯାଇ ସାରିଛି ।
ଏହା ହେଉଛି ସରକାରଙ୍କର ପ୍ରୟାସର ପରିଣତି କି ଦେଶରେ ଟୀକାକରଣର ଯେଉଁ ବେଗ ବାର୍ଷିକ ଏକ ପ୍ରତିଶତ ହାରରେ ବଢ଼ୁଥିଲା, ତାହା ମିଶନ ଇନ୍ଦ୍ରଧନୁଷ ପରେ ସାଢ଼େ 6 ପ୍ରତିଶତ ପର୍ଯ୍ୟନ୍ତ ପହଂଚି ଯାଇଛି । କେଉଁଠି ଏକ ପ୍ରତିଶତ ବୃଦ୍ଧି ଆଉ କେଉଁଠି ସାଢ଼େ 6 ପ୍ରତିଶତ ବୃଦ୍ଧି । ସେହି କାର୍ଯ୍ୟତନ୍ତ୍ରକୁ ଯଦି ଲକ୍ଷ୍ୟ ସ୍ଥିର କରି ଗୁରୁତ୍ୱ ଦେବେ ତ ପରିଣାମ ଦୃଷ୍ଟିଗୋଚର ହେଉଛି । ଏବେ ଏହି ମାସରେ ସରକାର ଏହି ମିଶନକୁ ଆହୁରି କେନ୍ଦ୍ରିତ କରି ଦେଇଛନ୍ତି । ତ୍ୱରିତ ମିଶନ ଇନ୍ଦ୍ରଧନୁଷର ଶୁଭାରମ୍ଭ କରାଯାଇଛି ଯାହା ମାଧ୍ୟମରେ ସେହି ଜିଲ୍ଲା-ସହର-ଅଂଚଳ ଉପରେ ଫୋକସ୍ କରାଯିବ ଯେଉଁଠାରେ ଟୀକାକରଣର ପରିସର ସବୁଠାରୁ କମ୍ ଅଛି । ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ଦେଶର 173 ଜିଲ୍ଲାରେ ପ୍ରତି ମାସରେ ସପ୍ତାହକୁ 7 ଦିନ ଲଗାତାର ଟୀକାକରଣ ଅଭିଯାନ ଚାଲିବ । ସରକାରଙ୍କର ଲକ୍ଷ୍ୟ ହେଉଛି କି ଡିସେମ୍ବର 2018 ଯାଏଁ ଦେଶରେ ସଂପୂର୍ଣ୍ଣ ଟୀକାକରଣ କଭରେଜ ଲକ୍ଷ୍ୟକୁ ପ୍ରାପ୍ତ କରି ନିଆଯିବ ।
ସାଥୀଗଣ, ଆଗରୁ ଏହା ବୁଝାପଡ଼ୁଥିଲା କି ସ୍ୱାସ୍ଥ୍ୟ ସୁରକ୍ଷାର ଯେଉଁ ଦାୟିତ୍ୱ ତା’ହେଉଛି କେବଳ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର । କିନ୍ତୁ ଆମର ଚିନ୍ତାଧାରା ହେଉଛି ଅଲଗା । ତ୍ୱରିତ ମିଶନ ଇନ୍ଦ୍ରଧନୁଷରେ ଏବେ ସରକାରଙ୍କର 12ଟି ଅଲଗା-ଅଲଗା ମନ୍ତ୍ରଣାଳୟ, ଏପରିକି ରକ୍ଷା ମନ୍ତ୍ରଣାଳୟର ମଧ୍ୟ ସାହାଯ୍ୟ ନିଆ ଯାଉଛି ।
ଭାଇ ଓ ଭଉଣୀମାନେ ପ୍ରତିଷେଧକ ସ୍ୱାସ୍ଥ୍ୟ ସୁରକ୍ଷାର ଅନ୍ୟ ଏକ ଶସ୍ତା ଆଉ ସୁସ୍ଥ ଉପାୟ ହେଉଛି-ସ୍ୱଚ୍ଛତା । ସ୍ୱଚ୍ଛତାକୁ ଏହି ସରକାର ଜନଆନ୍ଦୋଳନ ଭାବେ ଘରେ-ଘରେ ପହଂଚାଇଛନ୍ତି । ସରକାର ତିନି ବର୍ଷରେ 5 କୋଟିରୁ ଅଧିକ ଶୌଚାଳୟର ନିର୍ମାଣ କରାଇଛନ୍ତି । ସ୍ୱଚ୍ଛତାକୁ ନେଇ ଲୋକମାନଙ୍କର ଚିନ୍ତାଧାରାରେ କିଭଳି ପରିବର୍ତ୍ତନ ଆସିଛି, ଏହାର ଉଦାହରଣ ହେଉଛି କି ଏବେ ଶୌଚାଳୟକୁ କିଛି ଲୋକ ଉଜ୍ଜତ ଘର କହିବା ଆରମ୍ଭ କରିଛନ୍ତି । ଏବେ ଆପଣ କିଛି ଦିନ ପୂର୍ବରୁ ଆସିଥିବା ୟୁନିସେଫ୍ ରିପୋର୍ଟ ମଧ୍ୟ ପଢ଼ିଥିବେ । ଏହି ରିପୋର୍ଟରେ କୁହାଯାଇଛି କି ଯେଉଁ ପରିବାର ଗାଁରେ ଗୋଟିଏ ଶୌଚାଳୟ ତିଆରି କରିଥାଏ, ପ୍ରତିବର୍ଷ ତାଙ୍କର 50 ହଜାର ଟଙ୍କା ପର୍ଯ୍ୟନ୍ତ ସଂଚୟ ହୋଇଥାଏ । ନଚେତ ଏହି ଟଙ୍କା ତାର ବେମାରୀର ଚିକିତ୍ସା ପାଇଁ ଖର୍ଚ୍ଚ ହୋଇ ଯାଇଥାଏ । ଆପଣ ବିଚାର କରନ୍ତୁ ଗୋଟିଏ ଗରିବର ଜୀବନରେ ଶୌଚାଳୟର ତିଆରି ହେବାରୁ ଯଦି 50 ହଜାର ଟଙ୍କା ପର୍ଯ୍ୟନ୍ତ ସଂଚୟ ହୋଇଯାଇ ଥାଏ, ତ ସେହି ଗରିବର କେତେ ସେବା ହୋଇଥାଏ ।
ପ୍ରତିଷେଧକ ସ୍ୱାସ୍ଥ୍ୟ ସୁରକ୍ଷାକୁ ପ୍ରୋତ୍ସାହନ ଦେବା ସହିତ ସରକାର ସ୍ୱାସ୍ଥ୍ୟ ସେବାକୁ ସୁଲଭ ଏବଂ ସମସ୍ତଙ୍କ ପାଇଁ ଗ୍ରହଣଯୋଗ୍ୟ କରିବାକୁ ପ୍ରାରମ୍ଭରୁ ସାମଗ୍ରିକ ଦୃଷ୍ଟିକୋଣ ନେଇ ଚାଲୁଛନ୍ତି । ମେଡିକାଲ କଲେଜରେ ଡ଼ାକ୍ତରୀ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ନାତକୋତ୍ତର(ପିଜି) ଆସନ ସଂଖ୍ୟା ବୃଦ୍ଧି କରାଯାଇଛି । ଏହାର ସିଧାସଳଖ ଲାଭ ଆମର ଯୁବମାନଙ୍କୁ ତ ମିଳିବ ଏହା ସହିତ ଗରିବମାନଙ୍କର ଚିକିତ୍ସା ପାଇଁ ସହଜରେ ଡ଼ାକ୍ତର ମଧ୍ୟ ଉପଲବ୍ଧ ହେବେ । ସାରା ଦେଶରେ ଲୋକଙ୍କୁ ଉନ୍ନତ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବା ପାଇଁ ବିଭିନ୍ନ ରାଜ୍ୟରେ ନୂଆ ନୂଆ ଏମ୍ସ ମଧ୍ୟ ଖୋଲା ଯାଉଛି । ଷ୍ଟେଣ୍ଟ ଦର ମଧ୍ୟ ବହୁତ ପରିମାଣରେ ହ୍ରାସ କରାଯାଇଛି, ଆଣ୍ଠୁ ପ୍ରତିରୋପଣ ଉପକରଣର ମୂଲ୍ୟକୁ ମଧ୍ୟ ନିୟନ୍ତ୍ରିତ କରିବା ଭଳି ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଜନଔଷଧି କେନ୍ଦ୍ରଗୁଡିକ ମାଧ୍ୟମରେ ଗରିବଙ୍କୁ ମଧ୍ୟ ଶସ୍ତା ଔଷଧ ଉପଲବ୍ଧ ହେଉ ଆଉ ତା ପାଇଁ ମଧ୍ୟ ଜନଔଷଧି କେନ୍ଦ୍ର ଡ଼ାକ୍ତରଖାନାରେ ଖୋଲାଯାଇଛି । ସେଠାରେ ସବୁଠାରୁ ଭଲ ଔଷଧ, ଯାହାକେବେ 12 ଟଙ୍କାରେ ମିଳୁଥିଲା, ତାହା ଦେଢ ଟଙ୍କାରେ ମିଳିଯିବ ଏଭଳି ବ୍ୟବସ୍ଥା କରିବାର କାମ ସରକାର କରିଛନ୍ତି ।
ସାଥୀଗଣ, ମୋତେ ଅବଗତ କରାଯାଇଛି କି ଏଇ ବର୍ଷ ପାଖାପାଖି 24ଟି ଦେଶରେ ଥିବା ଆମର ଦୂତାବାସ ପକ୍ଷରୁ ମଧ୍ୟ ଆର୍ୟୁବେଦ ଦିବସ ପାଳନ କରୁଛନ୍ତି । ବିଗତ 30 ବର୍ଷରେ ଦୁନିଆରେ ଆଇଟି ବିପ୍ଳବ ଦେଖାଯାଇଛି । ଏବେ ଆର୍ୟୁବେଦର ନେତୃତ୍ୱରେ ସ୍ୱାସ୍ଥ୍ୟ ବିପ୍ଳବ ହେବା ଆବଶ୍ୟକ । ଆସନ୍ତୁ ଆମେ ଏହି ଶୁଭ ଦିନରେ ଶପଥ ନେବା- “ଆମେ ଆର୍ୟୁବେଦର ଅଭ୍ୟାସ କରିବା, ଆମେ ଆର୍ୟୁବେଦକୁ ଜୀବିତ କରି ରଖିବା ଆଉ ଆମେ ଆର୍ୟୁବେଦ ପାଇଁ ବଂଚିବା” ।
ଭାଇ ଓ ଭଉଣୀମାନେ, ଆପଣ ସମସ୍ତଙ୍କୁ ଆର୍ୟୁବେଦ ଦିବସ, ଅଖିଳ ଭାରତୀୟ ଆର୍ୟୁବେଦ ସଂସ୍ଥାନର ବହୁତ-ବହୁତ ଶୁଭକାମନାର ସହିତ ମୁଁ ନିଜ ବକ୍ତବ୍ୟ ସମାପ୍ତ କରୁଛି ।
ବହୁତ-ବହୁତ ଧନ୍ୟବାଦ !!!
**********
मैं धन्वंतरि जंयती को आयुर्वेद दिवस के रूप में मनाने और इस संस्थान की स्थापना के लिए आयुष मंत्रालय को भी साधुवाद देता हूं: PM @narendramodi
— PMO India (@PMOIndia) October 17, 2017
कोई भी देश विकास की कितनी ही चेष्टा करे, कितना ही प्रयत्न करे, लेकिन वो तब तक आगे नहीं बढ़ सकता, जब तक वो अपने इतिहास, अपनी विरासत पर गर्व करना नहीं जानता। अपनी विरासत को छोड़कर आगे बढ़ने वाले देशों की पहचान खत्म होनी तय होती है: PM @narendramodi
— PMO India (@PMOIndia) October 17, 2017
गुलामी के कालखंड में हमारी ऋषि परंपरा, हमारे आचार्य, किसान, हमारे वैज्ञानिक ज्ञान, हमारे योग, हमारे आयुर्वेद, इन सभी की शक्ति का उपहास उड़ाया गया, उसे कमजोर करने की कोशिश हुई और यहां तक की उन शक्तियों पर हमारे ही लोगों के बीच आस्था कम करने का प्रयास भी हुआ: PM @narendramodi
— PMO India (@PMOIndia) October 17, 2017
आज मुझे गर्व है कि पिछले तीन वर्षों में इस स्थिति को काफी हद तक बदल दिया गया है। जो हमारी विरासत है, जो श्रेष्ठ है, उसकी प्रतिष्ठा जन-जन के मन में स्थापित हो रही है: PM @narendramodi
— PMO India (@PMOIndia) October 17, 2017
Watch Live: https://t.co/vbG9VFN31Q
आज जब हम सभी आयुर्वेद दिवस पर एकत्रित हुए हैं, या जब 21 जून को लाखों की संख्या में बाहर निकलकर योग दिवस मनाते हैं, तो अपनी विरासत के इसी गर्व से भरे होते हैं। जब अलग-अलग देशों में उस दिन लाखों लोग योग करते हैं, तो लगता है कि लाखों लोगों को जोड़ने वाला ये योग भारत ने दिया है: PM
— PMO India (@PMOIndia) October 17, 2017
आयुर्वेद सिर्फ एक चिकित्सा पद्धति नहीं है। इसके दायरे में सामाजिक स्वास्थ्य, सार्वजनिक स्वास्थ्य, पर्यावरण स्वास्थ्य जैसे अनेक विषय भी आते हैं। इसी आवश्यकता को समझते हुए ये सरकार आयुर्वेद, योग और अन्य आयुष पद्धतियों के Public Healthcare system में integration पर जोर दे रही है: PM
— PMO India (@PMOIndia) October 17, 2017
आयुर्वेद के विस्तार के लिए ये बहुत आवश्यक है कि देश के हर जिले में इससे जुड़ा एक अच्छा, सारी सुविधाओं से युक्त अस्पताल जरूर हो। इस दिशा में आयुष मंत्रालय तेजी से काम कर रहा है और तीन वर्षों में ही 65 से ज्यादा आयुष अस्पताल विकसित किए जा चुके हैं: PM
— PMO India (@PMOIndia) October 17, 2017
हर्बल दवाइयों का आज विश्व में एक बड़ा मार्केट तैयार हो रहा है। भारत को इसमें भी अपनी पूर्ण क्षमताओं का इस्तेमाल करना होगा। हर्बल और मेडिसिनल प्लांट्स कमाई का बहुत बड़ा माध्यम बन रहे हैं: PM @narendramodi
— PMO India (@PMOIndia) October 17, 2017
सरकार ने Health Care System में सौ प्रतिशत Foreign Direct Investment- FDI को स्वीकृति दी है। Health Care में FDI का फायदा आयुर्वेद और योग को कैसे मिले, इस बारे में भी प्रयास किए जाने चाहिए: PM @narendramodi
— PMO India (@PMOIndia) October 17, 2017
सभी तरह के हेल्थ सिस्टम को आगे बढ़ाने के पीछे सरकार का ध्येय है कि गरीबों को सस्ते से सस्ता इलाज उपलब्ध हो।
— PMO India (@PMOIndia) October 17, 2017
इस वजह से हेल्थ सेक्टर में हमारा जोर दो प्रमुख चीजों पर लगातार रहा है - पहला Preventive Health Care और दूसरा ये कि हेल्थ सेक्टर में affordability और access बढ़े: PM
Preventive Health Care एक और सस्ता और स्वस्थ तरीका है- स्वच्छता। स्वच्छता को इस सरकार ने जनआंदोलन की तरह घर-घर तक पहुंचाया है। सरकार ने तीन वर्षों में 5 करोड़ से ज्यादा शौचालयों का निर्माण करवाया है: PM
— PMO India (@PMOIndia) October 17, 2017
अभी आपने कुछ दिनों पहले आई Unicef की रिपोर्ट भी पढ़ी होगी। इस रिपोर्ट में कहा गया है कि जो परिवार गांव में एक शौचालय बनवाता है, उसके प्रतिवर्ष 50 हजार रुपए तक बचते हैं। वरना यही पैसे उसके बीमारियों के इलाज में खर्च हो जाते हैं: PM @narendramodi
— PMO India (@PMOIndia) October 17, 2017
Preventive HealthCare को बढ़ावा देने के साथ ही सरकार स्वास्थ्य सेवा में affordability और access बढ़ाने के लिए शुरू से ही holistic approach लेकर चल रही है। मेडिकल कॉलेजों में डॉक्टरी की पढ़ाई करने वाले छात्रों के लिए पीजी मेडिकल सीट में वृद्धि की गई है: PM
— PMO India (@PMOIndia) October 17, 2017
बेहतर इलाज और स्वास्थ्य उपलब्ध कराने के लिए में नए एम्स भी खोले जा रहे हैं। स्टेंट के दामों में भी भारी कटौती, Knee Implants की कीमतों को नियंत्रित करने जैसे फैसले भी लिए गए हैं। जन औषधि केन्द्रों के माध्यम से भी गरीबों को सस्ती दवाएं भी उपलब्ध करवाई जा रही हैं: PM @narendramodi
— PMO India (@PMOIndia) October 17, 2017