ପିଏମଇଣ୍ଡିଆ
ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ମିଃ ସି ଜିନପିଙ୍ଗ 11-12 ଅକ୍ଟୋବର, 2019ରେ ସେମାନଙ୍କ ଦ୍ୱିତୀୟ ଅନୌପଚାରିକ ଶିଖର ସମ୍ମିଳନୀ ଭାରତର ଚେନ୍ନାଇ ଠାରେ ଆୟୋଜନ କରିଛନ୍ତି ।
2. ଉଭୟ ନେତା ବୈଶ୍ୱିକ ଏବଂ କ୍ଷେତ୍ରୀୟ ଗୁରୁତ୍ୱ ବହନ କରୁଥିବା ବ୍ୟାପକ, ଦୀର୍ଘକାଳିନ ଏବଂ ରଣନୈତିକ ପ୍ରସଙ୍ଗ ଉପରେ ଏକ ବନ୍ଧୁତ୍ୱପୂର୍ଣ୍ଣ ପରିବେଶରେ ଗଭୀର ଭାବେ ମତ ବିନିମୟ କରିଥିଲେ ।
3. ଜାତୀୟ ବିକାଶ ପ୍ରତି ସେମାନେ ମଧ୍ୟ ସେମାନଙ୍କର ନିଜସ୍ୱ ଆଭିମୁଖ୍ୟ ବ୍ୟକ୍ତ କରିଥିଲେ ।
4. ଦ୍ୱିପାକ୍ଷିକ ସମ୍ପର୍କର ଦିଗକୁ ସେମାନେ ସକାରାତ୍ମକ ଢଙ୍ଗରେ ମୂଲ୍ୟାୟନ କରିଥିଲେ । ବିଶ୍ୱସ୍ତରରେ ଉଭୟ ରାଷ୍ଟ୍ରର ବୃଦ୍ଧି ପାଉଥିବା ଭୂମିକାକୁ ଦେଖି ଭାରତ-ଚୀନ ଦ୍ୱିପାକ୍ଷିକ ମତ ବିନିମୟ କିଭଳି ଆହୁରି ନିବିଡ଼ ହୋଇପାରିବ ସେ ନେଇ ଆଲୋଚନା କରିଥିଲେ ।
5. ବର୍ତ୍ତମାନ ଅନ୍ତର୍ଜାତୀୟ ପରିଦୃଶ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଥିବା ନେଇ ଉଭୟ ନେତା ସେମାନଙ୍କର ମତ ବିନିମୟ କରିଥିଲେ । ସେମାନେ ମତବ୍ୟକ୍ତ କରିଥିଲେ ଯେ ଭାରତ ଏବଂ ଚୀନ ଗୋଟିଏ ଉଦ୍ଦେଶ୍ୟ ନେଇ ଏକ ଶାନ୍ତିପୂର୍ଣ୍ଣ, ନିରାପଦ ଓ ସମୃଦ୍ଧ ବିଶ୍ୱ ପାଇଁ କାମ କରୁଛନ୍ତି, ଯେଉଁଠି ସବୁ ଦେଶ ଏକ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥା ମଧ୍ୟରେ ରହି ବିକାଶ ଲାଭ କରିପାରିବେ ।
6. 2018 ଏପ୍ରିଲରେ ଚୀନର ଉହାନ ଠାରେ ଅନୁଷ୍ଠିତ ପ୍ରଥମ ଅନୌପଚାରିକ ଶିଖର ସମ୍ମିଳନୀରେ ହୋଇଥିବା ସହମତିକୁ ସେମାନେ ଦୋହରାଇଥିଲେ । ଭାରତ ଓ ଚୀନ ବର୍ତ୍ତମାନର ଅନ୍ତର୍ଜାତୀୟ ପରିଦୃଶ୍ୟରେ ସ୍ଥିରତାର କାରଣ ହୋଇଥିବାରୁ ଉଭୟ ପକ୍ଷ ସେମାନଙ୍କ ମତଭେଦ ଦୂର କରିବେ ତଥା ମତାନ୍ତରକୁ ବିବାଦରେ ପରିବର୍ତ୍ତିତ ହେବାକୁ ଦେବେ ନାହିଁ ବୋଲି ସହମତ ହୋଇଥିଲେ ।
7. ଏକବିଂଶ ଶତାବ୍ଦୀର ନୂତନ ବାସ୍ତବତାକୁ ପ୍ରତିଫଳିତ କରୁଥିବା ସଂସ୍କାର ସହିତ ଏକ ନିୟମ ଆଧାରିତ ଏବଂ ସମାବେଶୀ ଅନ୍ତର୍ଜାତୀୟ ବ୍ୟବସ୍ଥାର ସଂରକ୍ଷଣ ତଥା ବିକାଶ ପାଇଁ ଭାରତ ଓ ଚୀନର ଆପୋସ ହିତକୁ ଦୁଇ ନେତା ହୃଦୟଙ୍ଗମ କରିଥିଲେ । ବିଶ୍ୱସ୍ତରରେ ସହମତ ବାଣିଜ୍ୟ କାରବାର ଏବଂ ସର୍ତ୍ତାବଳୀ ଉପରେ ନିର୍ଦ୍ଦିଷ୍ଟ ଭାବେ ପ୍ରଶ୍ନ ଉଠିବା ସମୟରେ ନିୟମ ଆଧାରିତ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥା ପ୍ରତି ସମର୍ଥନ ଏବଂ ସୁଦୃଢ଼ୀକରଣ ଜରୁରି ବୋଲି ଉଭୟ ନେତା ମତବ୍ୟକ୍ତ କରିଥିଲେ । ସବୁ ଦେଶକୁ ଲାଭ ଦେଉଥିବା ଏକ ମୁକ୍ତ ଏବଂ ସମାବେଶୀ ବାଣିଜ୍ୟ ବ୍ୟବସ୍ଥା ପାଇଁ ଭାରତ ଓ ଚୀନ ମିଳିତ ଭାବେ କାର୍ଯ୍ୟ କରିବେ ।
8. ଜଳବାୟୁ ପରିବର୍ତ୍ତନ ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ ଭଳି ବୈଶ୍ୱିକ ବିକାଶମୂଳକ ଆହ୍ୱାନର ମୁକାବିଲା ଲାଗି ସେମାନଙ୍କ ନିଜ ନିଜ ରାଷ୍ଟ୍ରରେ ହେଉଥିବା ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଉପରେ ଉଭୟ ନେତା ଆଲୋକପାତ କରିଥିଲେ । ଏ ଦିଗରେ ସେମାନଙ୍କ ବ୍ୟକ୍ତିଗତ ପ୍ରୟାସ ଅନ୍ତର୍ଜାତୀୟ ସମୁଦାୟକୁ ଲକ୍ଷ୍ୟ ହାସଲ ଦିଗରେ ସହାୟକ ହେବ ବୋଲି ସେମାନେ ଜୋର ଦେଇଥିଲେ ।
9. ଆତଙ୍କବାଦର ସାର୍ବଜନୀନ ବିପଦ ପ୍ରତି ଉଭୟ ନେତା ଚିନ୍ତା ବ୍ୟକ୍ତ କରିଥିଲେ । କୌଣସି ବାଛବିଚାର ନକରି ସାରା ବିଶ୍ୱରେ ଆତଙ୍କବାଦୀ ସଂଗଠନକୁ ତାଲିମ, ଅର୍ଥଯୋଗାଣ ଓ ସହାୟତା ବନ୍ଦ କରିବା ପାଇଁ ଅନ୍ତର୍ଜାତୀୟ ସମୁଦାୟ କଠୋର ବ୍ୟବସ୍ଥା ସୁନିଶ୍ଚିତ କରିବା ଆବଶ୍ୟକ । ବିଶାଳ ଓ ବିବିଧ ରାଷ୍ଟ୍ର ଭାବେ ଏ ଦିଗରେ ମିଳିତ ପ୍ରୟାସ କରିବା ଉପରେ ସେମାନେ ଜୋର ଦେଇଥିଲେ ।
10. ମହାନ ପରମ୍ପରା ଥିବା ଗୁରୁତ୍ୱପୂର୍ଣ୍ଣ ସମସାମୟିକ ସଭ୍ୟତା ହୋଇଥିବାରୁ ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ସାଂସ୍କୃତିକ ବୁଝାମଣା ବୃଦ୍ଧି କରିବା ଲାଗି ଭାବ ବିନିମୟ କରିବା ଉପରେ ଉଭୟ ନେତା ଜୋର ଦେଇଥିଲେ । ଉଭୟ ନେତା ଏଥିପ୍ରତି ମଧ୍ୟ ସହମତ ହୋଇଥିଲେ ଯେ, ଇତିହାସର ବୃହତ ସଭ୍ୟତା ହୋଇଥିବା ଦୃଷ୍ଟିରୁ ବିଶ୍ୱର ଅନ୍ୟ ପ୍ରାନ୍ତରେ ସଂସ୍କୃତି ଓ ସଭ୍ୟତାଗୁଡ଼ିକ ମଧ୍ୟରେ ମତ ବିନିମୟ ଏବଂ ବୁଝାମଣା ବୃଦ୍ଧି କରିବା ଦିଗରେ ସେମାନେ ମିଳିତ ଭାବେ କାର୍ଯ୍ୟ କରିପାରିବେ ।
11. କ୍ଷେତ୍ରୀୟ ସମୃଦ୍ଧି ଓ ସ୍ଥିରତା ସୁନିଶ୍ଚିତ କରିବାକୁ ହେଲେ ଏହି କ୍ଷେତ୍ରରେ ଏକ ମୁକ୍ତ, ସମାବେଶୀ, ସମୃଦ୍ଧ ଓ ଶାନ୍ତିପୂର୍ଣ୍ଣ ପରିବେଶ ଜରୁରି ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଆପୋସ ଲାଭ ଏବଂ କ୍ଷେତ୍ରୀୟସ୍ତରରେ ଏକ ବିସ୍ତୃତ ତଥା ସନ୍ତୁଳିତ ଆର୍ଥିକ ଭାଗିଦାରୀ ଲାଗି ଆଲୋଚନାକୁ ଚୁଡ଼ାନ୍ତ ରୂପ ଦେବା ଆବଶ୍ୟକ ବୋଲି ସେମାନେ ସହମତ ହୋଇଥିଲେ ।
12. ବିଗତ ଦୁଇ ସହସ୍ରାବ୍ଦୀ ଧରି ଭାରତ ଓ ଚୀନ ମଧ୍ୟରେ ଥିବା ପ୍ରାଚୀନ ବାଣିଜ୍ୟିକ ଓ ଜନ ସମ୍ପର୍କ, ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ସମ୍ପର୍କ ବିଷୟରେ ଉଭୟ ନେତା ମତବିନିମୟ କରିଥିଲେ । ଏହି ପରିପ୍ରେକ୍ଷୀରେ, ତାମିଲନାଡ଼ୁ ଓ ଫୁଜିଆନ ପ୍ରାନ୍ତ ମଧ୍ୟରେ ବନ୍ଧୁ ରାଜ୍ୟ ସମ୍ପର୍କ ପ୍ରତିଷ୍ଠା ଲାଗି ଦୁଇ ନେତା ରାଜି ହୋଇଥିଲେ । ଡୁନହ୍ୱାଙ୍ଗ ଏବଂ ଅଜନ୍ତା ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଗବେଷଣାରୁ ପ୍ରାପ୍ତ ଅନୁଭୂତି ଆଧାରରେ ଏହି ଦୁଇ ପ୍ରାନ୍ତ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଅଧ୍ୟୟନ ଲାଗି ଏକ ଏକାଡେମୀ ପ୍ରତିଷ୍ଠା କରାଯିବାର ସମ୍ଭାବନା ଉଜାଗର କରିବା ଉପରେ ଦୁଇ ନେତା ସହମତ ହୋଇଥିଲେ । ଅନେକ ଶତାବ୍ଦୀ ଧରି ଆମର ବିସ୍ତୃତ ସମ୍ପର୍କକୁ ଆଖି ଆଗରେ ରଖି ଭାରତ ଓ ଚୀନ ମଧ୍ୟରେ ଥିବା ସାମୁଦ୍ରିକ ସମ୍ପର୍କ ଉପରେ ଗବେଷଣା ପାଇଁ ଉଭୟ ନେତା ରାଜି ହୋଇଥିଲେ ।
13. ନିଜସ୍ୱ ଅର୍ଥବ୍ୟବସ୍ଥାର ବିକାଶ ପାଇଁ ଦୁଇ ନେତା ସେମାନଙ୍କର ଆପୋସ ଦୃଷ୍ଟିକୋଣ ବ୍ୟକ୍ତ କରିଥିଲେ । ସେମାନେ ସହମତ ହୋଇଥିଲେ ଯେ ଭାରତ ଓ ଚୀନର ସମାନ୍ତରାଳ ବିକାଶ ଆପୋସ ଲାଭର ସୁଯୋଗ ଆଣିଥାଏ । ତେଣୁ ଉଭୟଙ୍କ ବନ୍ଧୁତା ଓ ସହଯୋଗର ପାରସ୍ପରିକ ଦିଗ ଆଧାରରେ ଜଣେ ଅନ୍ୟ ଜଣଙ୍କ ନୀତି ଓ କାର୍ଯ୍ୟପଦ୍ଧତିକୁ ସମ୍ମାନ କରିବେ ଏବଂ ଏକ ସକାରାତ୍ମକ, ବ୍ୟବହାରିକ ତଥା ମୁକ୍ତ ଆଭିମୁଖ୍ୟ ଗ୍ରହଣ କରିବେ । ଏହି ପରିପ୍ରେକ୍ଷୀରେ, ସେମାନେ ରାଜି ହୋଇଥିଲେ ଯେ ସମସ୍ତ ପ୍ରସଙ୍ଗରେ ରଣନୈତିକ ଆଲୋଚନା ବୃଦ୍ଧି କରିବେ ଏବଂ ସମସ୍ତ ଆଲୋଚନା ବ୍ୟବସ୍ଥାର ଉପଯୋଗ କରି ଉଚ୍ଚସ୍ତରୀୟ ମତ ବିନିମୟ ଜାରି ରଖିବେ ।
14. ଉଭୟ ନେତା ଏହି ମତ ରଖିଥିଲେ ଯେ ସମ୍ପର୍କର ସକାରାତ୍ମକ ଦିଗ ଦ୍ୱିପାକ୍ଷିକ ସମ୍ବନ୍ଧକୁ ଆହୁରି ଅଧିକ ଉଚ୍ଚତାକୁ ନେବା ଲାଗି ସମ୍ଭାବନା ଉନ୍ମୁକ୍ତ କରିଛି । ସେମାନେ ରାଜି ହୋଇଥିଲେ ଯେ ଏହି ପ୍ରୟାସ ପ୍ରତି ଉଭୟ ରାଷ୍ଟ୍ରର ଜନସାଧାରଣଙ୍କ ଦୃଢ଼ ସମର୍ଥନର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ, 2020 ବର୍ଷକୁ ଭାରତ-ଚୀନ ସାଂସ୍କୃତିକ ଓ ଲୋକ ସମ୍ପର୍କର ବର୍ଷ ଭାବେ ମାନ୍ୟତା ପ୍ରଦାନ କରିବାକୁ ଦୁଇ ନେତା ରାଜି ହୋଇଥିଲେ । ଏହି ବର୍ଷ ଭାରତ-ଚୀନ ସମ୍ପର୍କର 70ବର୍ଷ ପୂରଣ ହେଉଛି । ସମସ୍ତ କ୍ଷେତ୍ରରେ ଭାବ ବିନିମୟକୁ ନିବିଡ଼ କରାଯାଇ ଏହି ଅବସରକୁ ସମ୍ପୂର୍ଣ୍ଣ ଭାବେ ଉପଯୋଗ କରାଯିବ । ଉଭୟ ରାଷ୍ଟ୍ରର ବ୍ୟବସ୍ଥାପିକା, ରାଜନୈତିକ ଦଳ, ସାଂସ୍କୃତିକ ଓ ଯୁବ ସଂଗଠନ ଏବଂ ସେନା ମଧ୍ୟରେ ବ୍ୟାପକ ସମ୍ପର୍କ ପ୍ରତିଷ୍ଠା ଲାଗି ଦୁଇ ନେତା ସହମତ ହୋଇଥିଲେ । କୂଟନୈତିକ ସମ୍ପର୍କର 70 ବର୍ଷ ପୂର୍ତ୍ତି ପାଳନ କରିବା ଲାଗି ଦୁଇ ଦେଶ ପକ୍ଷରୁ 70ଟି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଥିରେ ଦୁଇ ସଭ୍ୟତା ମଧ୍ୟରେ ରହିଥିବା ଐତିହାସିକ ସମ୍ପର୍କକୁ ଠାବ କରିବା ଲାଗି ଜଳଯାତ୍ରା ଉପରେ ଏକ ସମ୍ମିଳନୀ ଆୟୋଜନ ସାମିଲ ରହିଛି ।
15. ଆର୍ଥିକ ସହଯୋଗକୁ ଆହୁରି ଗଭୀର କରିବା ଏବଂ ନିବିଡ଼ ବିକାଶ ସହଭାଗୀତାକୁ ବୃଦ୍ଧି କରିବା ଲାଗି ପ୍ରୟାସ ସ୍ୱରୂପ ଦୁଇ ନେତା ଏକ ଉଚ୍ଚସ୍ତରୀୟ ଆର୍ଥିକ ଓ ବାଣିଜ୍ୟ ଆଲୋଚନା ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ନିଷ୍ପତି ନେଇଥିଲେ । ଯାହାର ଉଦ୍ଦେଶ୍ୟ ହେବ ପରିବର୍ଦ୍ଧିତ ବାଣିଜ୍ୟ ଓ ବ୍ୟବସାୟିକ ସମ୍ପର୍କ ବୃଦ୍ଧି କରିବା ଏବଂ ଦୁଇ ଦେଶ ମଧ୍ୟ ବାଣିଜ୍ୟ ସନ୍ତୁଳନ ପ୍ରତିଷ୍ଠା କରିବା । ଏକ ଉତ୍ପାଦନ ଭାଗିଦାରୀ ବିକଶିତ କରିବା ମାଧ୍ୟମରେ ଚିହ୍ନଟ କରାଯାଇଥିବା କ୍ଷେତ୍ରରେ ପାରସ୍ପରିକ ନିବେଶକୁ ପ୍ରୋତ୍ସାହନ ଦେବା ଲାଗି ମଧ୍ୟ ସେମାନେ ରାଜି ହୋଇଥିଲେ । ପ୍ରଥମ ଉଚ୍ଚସ୍ତରୀୟ ଅର୍ଥନୈତିକ ଓ ବାଣିଜ୍ୟ ଆଲୋଚନାର ପ୍ରଥମ ବୈଠକରେ ଏହି ପ୍ରସଙ୍ଗରେ ଅଗ୍ରଗତି କରିବା ଲାଗି ସେମାନଙ୍କ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ ।
16. ସୀମା ପ୍ରସଙ୍ଗ ସମେତ ସାମ୍ପ୍ରତିକ ପ୍ରସଙ୍ଗ ଉପରେ ଦୁଇ ନେତା ମତ ବିନିମୟ କରିଥିଲେ । ସେମାନେ ସ୍ୱତନ୍ତ୍ର ପ୍ରତିନିଧିମାନଙ୍କ କାର୍ଯ୍ୟକୁ ସ୍ୱାଗତ କରିଥିଲେ ଏବଂ 2005ରେ ଉଭୟ ପକ୍ଷ ସହମତ ହୋଇଥିବା ନିର୍ଦ୍ଧାରିତ ସିଦ୍ଧାନ୍ତ ଏବଂ ରାଜନୈତିକ ମାନଦଣ୍ଡ ଆଧାରିତ ଏକ ସ୍ୱଚ୍ଛ, ଉଚିତ ଏବଂ ଉଭୟ ପକ୍ଷ ପାଇଁ ସ୍ୱୀକାର୍ଯ୍ୟ ସମାଧାନ ଲାଗି ଆପୋସ ସହମତିରେ ଏକ ଢାଂଚା ପ୍ରସ୍ତୁତ କରିବା ଲାଗି ପ୍ରୟାସ ଜାରି ରଖିବା ନିମନ୍ତେ ସେମାନଙ୍କୁ ଅନୁରୋଧ କରିଥିଲେ । ସୀମାବର୍ତ୍ତୀ ଅଂଚଳରେ ଶାନ୍ତି ଏବଂ ସ୍ଥିରତା ସୁନିଶ୍ଚିତ କରିବା ଲାଗି ସେମାନେ ପାରସ୍ପରିକ ସହମତିକୁ ଦୋହରାଇଥିଲେ । ଏହି ଉଦ୍ଦେଶ୍ୟରେ ଅତିରିକ୍ତ ବିଶ୍ୱାସ ବୃଦ୍ଧି ଲାଗି ପଦକ୍ଷେପ ନେବା ଜାରି ରଖିବାକୁ ଉଭୟ ପକ୍ଷ ସହମତ ହୋଇଥିଲେ ।
17. ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ସି ଅନୌପଚାରିକ ଶିଖର ସମ୍ମିଳନୀ ଆୟୋଜନକୁ ସକାରାତ୍ମକ ଦୃଷ୍ଟିକୋଣ ସହିତ ପ୍ରଂଶସା କରିଥିଲେ । ‘ଉହାନ ଭାବନା’ ଏବଂ ‘ଚେନ୍ନାଇ ସମ୍ପର୍କ’ ମାର୍ଗରେ ଏହା ନେତୃତ୍ୱସ୍ତରୀୟ ପାରସ୍ପରିକ ଆଲୋଚନା ଏବଂ ଆପୋସ ବୁଝାମଣାକୁ ନିବିଡ଼ କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଅବସର ସୃଷ୍ଟି କରୁଛି । ଭବିଷ୍ୟତରେ ସେମାନେ ଏପରି ସମ୍ପର୍କ ଜାରି ରଖିବାକୁ ରାଜି ହୋଇଥିଲେ । ତୃତୀୟ ଅନୌପଚାରିକ ଶିଖର ସମ୍ମିଳନୀ ଲାଗି ଚୀନ ଗସ୍ତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଷ୍ଟ୍ରପତି ସି ନିମନ୍ତ୍ରଣ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ନିମନ୍ତ୍ରଣକୁ ସ୍ୱୀକାର କରିଥିଲେ ।
**********
Discussions continued with President Xi Jinping at Mamallapuram. We’ve been having productive deliberations on further improving India-China relations. pic.twitter.com/EncWliO1mG
— Narendra Modi (@narendramodi) October 12, 2019
The #ChennaiConnect was about enhancing friendship between India and China.
— PMO India (@PMOIndia) October 12, 2019
Here are highlights from a historic Informal Summit in Tamil Nadu. pic.twitter.com/U0Tom54Yzq