Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦ୍ୱୀପସମୁହର ସାମଗ୍ରିକ ବିକାଶ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା

ଦ୍ୱୀପସମୁହର ସାମଗ୍ରିକ ବିକାଶ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି (21.09.2016) ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଭାରତୀୟ ଦ୍ୱୀପସମୁହର ସାମଗ୍ରିକ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା ।

ସାମଗ୍ରିକ ବିକାଶ ଲକ୍ଷ୍ୟ ପାଇଁ ନୀତି ଆୟୋଗ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ମତକୁ ନେଇ ଏକ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ ଆଗରେ ଉପସ୍ଥାପନା କରାଯାଇଥିଲା ।

ଭାରତରେ ମୋଟ 1382 ଦ୍ୱୀପ ରହିଛି। ସେଥିମଧ୍ୟରୁ ସାମଗ୍ରିକ ବିକାଶ ପାଇଁ 26ଟି ପ୍ରସ୍ତାବ ଅଧିକାରୀମାନେ ଦେଇଛନ୍ତି । ଏହି 26ଟି ଦ୍ୱୀପ ଭାରତର ବିଭିନ୍ନ ସାମୁଦ୍ରିକ ଅଂଚଳ ଏବଂ ଆଣ୍ଡାମାନ ଏବଂ ଲାକ୍ଷ୍ୟାଦ୍ୱୀପରେ ଅବସ୍ଥିତ । ଆବଶ୍ୟକ ଭିତ୍ତିଭୂମି, ପର୍ଯ୍ୟଟନ, କୃଷି (ଜୈବ କୃଷି ଏବଂ ମତ୍ସ୍ୟ ପାଳନ) ଏବଂ କାର୍ବନ ନ୍ୟୁଟ୍ରାଲ ଶକ୍ତି ଉତ୍ପାଦନ ଭଳି ବିକାଶଶୀଳ କାର୍ଯ୍ୟ ସଂପୃକ୍ତ ଦ୍ୱୀପସମୁହରେ କରାଯିବାର ଆବଶ୍ୟକତା ରହିଛି ବୋଲି ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ଭାରତର ଦ୍ୱୀପ ସମ୍ବଳର ସାମରିକ ମହତ୍ୱ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଏହିସବୁ କ୍ଷେତ୍ରରେ ପର୍ଯ୍ୟଟନ ପାଇଁ ଅନେକ ସୁଯୋଗ ରହିଛି ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ଏହିସବୁ ଦ୍ୱୀପର ବିକାଶ ପାଇଁ ଯଥାଶୀଘ୍ର କାର୍ଯ୍ୟ ଖସଡା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟରେ ସୌରଶକ୍ତିର ବିସ୍ତୃତ ବ୍ୟବହାର ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ ।