Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦ୍ୱୈତ ଟିକସ ଏଡାଇବା ପାଇଁ ବେଲଜିୟମ ସହିତ ରାଜିନାମାକୁ କେବିନେଟର ଅନୁମୋଦନ


ଦ୍ୱୈତ ଟିକସ ବ୍ୟବସ୍ଥା ତଥା ଟିକସ ଫାଙ୍କିକୁ ଏଡାଇବା ପାଇଁ ବେଲଜିୟମ ସହିତ ହୋଇଥିବା ରାଜିନାମାକୁ ବୁଧବାର ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ଅନୁମୋଦନ ଦେଇଛନ୍ତି । ବିଶେଷକରି ଆୟ ଉପରେ ଟିକସ ଫାଙ୍କିକୁ ଏଡାଇବା ପାଇଁ ଏପରି କରାଯାଇଛି ।

ଏହି କୂଟନୈତିକ ବ୍ୟବସ୍ଥାରେ ସଂଶୋଧନ ଦ୍ୱାରା ଉଭୟ ଦେଶ ମଧ୍ୟରେ ଟିକସ ସଂକ୍ରାନ୍ତ ସୂଚନା ବ୍ୟବସ୍ଥାକୁ ଅଧିକ ବ୍ୟାପକ ହୋଇପାରିବ । ଏହାଦ୍ୱାରା ଟିକସ ଫାଙ୍କି ଏବଂ ଟିକସ ଏଡାଇବାକୁ ଧରିବା ସହଜ ହେବ । ଏହା ମଧ୍ୟ ଟିକସ ଆଦାୟ କ୍ଷେତ୍ରରେ ପ୍ରଚଳିତ ରାଜିନାମା ବ୍ୟବସ୍ଥାରେ ପାରସ୍ପରିକ ସହଯୋଗକୁ ଦୃଢ଼ୀଭୂତ କରିବ ।