ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦ୍ୱୈତ ଟିକସ ଏଡ଼ାଇବା ଏବଂ ଆୟ ଉପରେ ଟିକସ ସମ୍ପର୍କରେ ଆର୍ଥିକ ଫାଙ୍କି ରୋକିବା ଲାଗି ଭାରତ ଏବଂ କତାର ମଧ୍ୟରେ ବୁଝାମଣାରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।
କାତାର ସହିତ ବର୍ତ୍ତମାନର ଦ୍ୱୈତ ଟିକସ ଏଡ଼ାଇବା ବୁଝାମଣା (ଡିଟିଏ) 7 ଏପ୍ରିଲ 1999ରେ ସ୍ୱାକ୍ଷରିତ ହୋଇଥିଲା । ଏହା 15 ଜାନୁଆରୀ 2000 ପରଠାରୁ କାର୍ଯ୍ୟକାରୀ ହେଲା । ସଂଶୋଧିତ ବୁଝାମଣାରେ ନବୀନତମ ମାନକର ସୂଚନା ବିନିମୟ ଲାଗି ବ୍ୟବସ୍ଥାରେ ସୁଧାର ବ୍ୟବସ୍ଥା ରହିଛି । ଏଥିରେ ଲାଭର ସୀମାଙ୍କନ ବ୍ୟବସ୍ଥା ରହିଛି ଯାହାଦ୍ୱାରା ଟ୍ରିଟି ସପିଂକୁ ରୋକାଯାଇପାରିବ ଏବଂ ଭାରତ ସହିତ ନିକଟରେ ହୋଇଥିବା ଚୁକ୍ତିର ବ୍ୟବସ୍ଥାକୁ ସାମିଲ କରାଯାଇପାରିବ । ସଂଶୋଧିତ ବୁଝାମଣା Action-6 ଏବଂ ଜି-20 ଆଇସିଡି ଆଧାରିତ କ୍ଷରଣ ଏବଂ ଲାଭ ପରିବର୍ତ୍ତନ (ବିଇପିଏସ) ପ୍ରକଳ୍ପର Action-14 ଅନ୍ତର୍ଗତ ଆପୋସ ବୁଝାମଣାର ପ୍ରକ୍ରିୟା ଅନ୍ତର୍ଗତ ଚୁକ୍ତିର ଦୁରୂପଯୋଗ ବିଷୟରେ ସର୍ବନିମ୍ନ ମାନକକୁ ପୂରଣ କରିଥାଏ, ଯେଉଁଥିରେ ଭାରତ ସମାନ ଭାଗିଦାର ଅଟେ ।
Cabinet clears India-Qatar double taxation avoidance treaty. https://t.co/LEbGoculuA
— PMO India (@PMOIndia) March 22, 2018
via NMApp pic.twitter.com/yKQwzCllpk