ପିଏମଇଣ୍ଡିଆ
ମଞ୍ଚ ଉପରେ ଉପସ୍ଥିତ ଝାଡ଼ଖଣ୍ଡର ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହାଶୟା, ଏଠାକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ରଘୁବର ଦାସ ମହାଶୟ, କେନ୍ଦ୍ର ମନ୍ତ୍ରିପରିଷଦରେ ମୋର ସାଥୀ ଶ୍ରୀଯୁକ୍ତ ଆର. କେ. ସିଂହ ମହାଶୟ, ଅଶ୍ୱିନୀ ମହାଶୟ, ସୁଦର୍ଶନ ଭଗତ ମହାଶୟ, ଝାଡ଼ଖଣ୍ଡ ସରକାରରେ ମନ୍ତ୍ରୀ ଶ୍ରୀ ଅମର କୁମାର ସିଂହ ମହାଶୟ, ରାମଚନ୍ଦ୍ର ମହାଶୟ, ଆମର ସାଂସଦ ଶ୍ରୀମାନ ପ୍ରେମ ସିଂହ ମହାଶୟ, ବିଧାୟକ ଭାଇ ଫୁଲଚନ୍ଦ ମହାଶୟ, ଆଉ ବିଶାଳ ସଂଖ୍ୟାରେ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ ।
ମୁଁ ସର୍ବ ପ୍ରଥମେ ଭଗବାନ ବିର୍ସାମୁଣ୍ଡାଙ୍କର ଏହି ବୀର ଧରଣୀକୁ ପ୍ରଣାମ କରୁଛି । ଏହି ଧରଣୀ ହେଉଛି ତ୍ୟାଗ ଏବଂ ବଳିଦାନର ଧରଣୀ । ଏହା ହେଉଛି ଜୟପାଲ ସିଂହ, ଶ୍ରୀ ମୁଣ୍ଡା ମହାଶୟଙ୍କ ସଂଘର୍ଷର ଭୂମି । ଆଉ ଏହା ହେଉଛି ଅଟଳ ବିହାରୀ ବାଜପେୟୀ ମହାଶୟଙ୍କ ସ୍ୱପ୍ନର ଭୂମି । ଏଠାକାର ଖଣିଜ ଭଣ୍ଡାର କୋଇଲାର ଖଣି, ଦେଶର ବିକାଶର ଇଞ୍ଜିନ ଭାବେ ଏକ ଉର୍ଜ୍ଜା ପ୍ରଦାନ କରିବା ଭଳି କାମ କରୁଛି ।
ମୋତେ ଅବଗତ କରାଯାଇଛି କି ଆପଣମାନେ ଦୁଇ-ଦୁଇ, ତିନି-ତିନି ଘଣ୍ଟାଧରି ଆସି ଏଠାରେ ବସିଛନ୍ତି । ଏତେ ଅଧିକ ମାତ୍ରାରେ ଉଲ୍ଲାସର ସହିତ ଆସି ଆମର ସ୍ୱାଗତ କଲେ । ଆପଣମାନେ ଆଶୀର୍ବାଦ ଦେଲେ । ଆପଣମାନଙ୍କର ଏହି ଭଲ ପାଇବା ପାଇଁ, ମୁଁ ଆପଣମାନଙ୍କର ଏହି ଆଶୀର୍ବାଦ ପାଇଁ, ଆପଣ ମାନଙ୍କ ନିକଟରେ ବହୁତ – ବହୁତ ଋଣୀ । ଯେତେବେଳେ ନିର୍ବାଚନ ସମୟରେ ମୁଁ ଝାଡ଼ଖଣ୍ଡ ଆସିଥିଲି । ତ ମୁଁ ଝାଡ଼ଖଣ୍ଡ ପାଇଁ କହିଥିଲି । ଯେ ଝାଡ଼ଖଣ୍ଡର ବିକାଶ ପାଇଁ ଡବଲ ଇଞ୍ଜିନର ଆବଶ୍ୟକତା ରହିଛି । ଗୋଟିଏ ହେଉଛି ରାଞ୍ଚିବାଲା, ଆଉ ଅନ୍ୟଟି ହେଉଛି ଦିଲ୍ଲୀବାଲା, ଆଉ ନିଜର ଚାରି ବର୍ଷରେ ଦେଖିନେଲି । ଯେତେବେଳେ ଦୁଇଟି ଯାକ ସରକାର ମିଳିମିଶି ଗୋଟିଏ ଦିଗରେ ହିଁ ସବକା ସାଥ୍ ସବକା ବିକାଶ ଅର୍ଥାତ୍ ସମସ୍ତଙ୍କ ସହିତ ସମସ୍ତଙ୍କ ବିକାଶ ଏହି ମନ୍ତ୍ରକୁ ନେଇ କରି ଚାଲୁଛି । ଲକ୍ଷ୍ୟ ନିର୍ଦ୍ଧାରିତ କରୁଛି । ଆଉ ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ କୌଣସି ବିଷୟ ଛାଡ଼େ ନାହିଁ । ବିକାଶର କିପରି ପରିଣାମ ପ୍ରାପ୍ତ ହୋଇଥାଏ, ତାହା ଝାଡ଼ଖଣ୍ଡର ଜନତା ଭଲ ଭାବରେ ଅନୁଭବ କରିଛନ୍ତି ।
ମୋର ବିଶ୍ୱାସ ରହିଛି ଯେତେବେଳେ ଆମେ ସାର୍ବଜନିନ ଜୀବନରେ କାମ କରୁଛେ । ଆମର ରାସ୍ତା ସଠିକ୍ ଅଛି କି ନାହିଁ । ଆମର ଉଦ୍ଦେଶ୍ୟ ମହତ ରହିଛି କି ରହିନାହିଁ । ଆମେ ଲୋକଙ୍କର ମଙ୍ଗଳ ପାଇଁ କାମ କରୁଛୁ କି କରୁନାହୁଁ । ଏହାର ମାନଦଣ୍ଡ ଗଣତନ୍ତ୍ରରେ ଗୋଟିଏ ହିଁ ହୋଇଥାଏ ଆଉ ତା’ହୋଇଥାଏ ଜନ ସମର୍ଥନର । ମୁଁ ଝାଡ଼ଖଣ୍ଡ ସରକାରଙ୍କୁ, ମୁଖ୍ୟମନ୍ତ୍ରୀ ରଘୁବର ଦାସ ମହାଶୟଙ୍କୁ ଏବଂ ତାଙ୍କର ପୂରା ଟିମଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାହୁଁଛି ଯେ ବିଗତ ଦିନମାନଙ୍କରେ ଏଠାରେ ଯେତେବେଳେ ସ୍ଥାନୀୟ ସ୍ୱାୟତ୍ତଶାସନ ନିର୍ବାଚନ ହେଲା, ପଞ୍ଚାୟତର ନିର୍ବାଚନ ହେଲା ଆଉ ଝାଡ଼ଖଣ୍ଡର ଜନତା ଯେଉଁ ଅଧିକ ଜନ ସମର୍ଥନ ଦେଲେ ତାହା ଝାଡ଼ଖଣ୍ଡ ସରକାର ଏବଂ ଦିଲ୍ଲୀ ସରକାରଙ୍କ କାର୍ଯ୍ୟ ପ୍ରତି ଜନସାଧାରଣଙ୍କ ଭାବନା କ’ଣ ରହିଛି ତାହା ପ୍ରକଟ କରୁଛି ।
ଭାଇ ଓ ଭଉଣୀମାନେ, ମୁଁ ଯେତେବେଳେ ଏଠାକୁ 2014 ରେ ନିର୍ବାଚନ ସମୟରେ ଆସିଥିଲି । ସେତେବେଳେ ମୁଁ କହିଥିଲି କି ଝାଡ଼ଖଣ୍ଡ ମୋତେ ଯେଉଁ ଭଲ ପାଇବା ଦେଉଛି, ମୁଁ ତାକୁ ସୁଧ ସହିତ ଫେରସ୍ତ କରିବି । ଆଉ ବିକାଶ କରି ଫେରାଇବି । ଆଜି ଯେତେବେଳେ ଆମେ ଗୋଟିଏ ପରେ ଗୋଟିଏ ଆମେ ଯେଉଁ ସବୁ ପଦକ୍ଷେପ ଉଠାଇଛୁ । ସେଥିରୁ ଏହା ସ୍ପଷ୍ଟ ଭାବେ ଦୃଷ୍ଟିଗୋଚର ହେଉଛି । ଦିଲ୍ଲୀରେ ବସିଥିବା ସରକାର ଝାଡ଼ଖଣ୍ଡର ବିକାଶ ପାଇଁ କେତେ ବଦ୍ଧପରିକର । ଦଳିତ ହୁଅନ୍ତୁ, ପୀଡ଼ିତ ହୁଅନ୍ତୁ, ଶୋଷିତ ହୁଅନ୍ତୁ, ବଞ୍ଚିତ ହୁଅନ୍ତୁ । ମୋର ଆଦିବାସୀ ଭାଇ ଓ ଭଉଣୀମାନେ, ମହିଳା ହୁଅନ୍ତୁ, ଯୁବକ ହୁଅନ୍ତୁ, ପ୍ରତ୍ୟେକଙ୍କର କଲ୍ୟାଣ ପାଇଁ ଗୋଟିଏ ପରେ ଆଉ ଗୋଟିଏ ବିସ୍ତୃତ ଯୋଜନା ଗୁଡ଼ିକ ସହିତ ଆମେ ଆଗକୁ ବଢ଼ି ଚାଲିଛୁ ।
ଆଜି ପାଖାପାଖି 27 ହଜାର କୋଟି ଟଙ୍କା, ଏହା ରାଜ୍ୟ ସରକାରଙ୍କ ବଜେଟଠାରୁ ମଧ୍ୟ ପରିମାଣରେ ହେଉଛି ବହୁତ ଅଧିକ । 27 ହଜାର କୋଟି ଟଙ୍କାର 5 ଟି ବଡ଼-ବଡ଼ ପ୍ରକଳ୍ପ । ଏହାର ଶିଳାନ୍ୟାସ ଝାଡ଼ଖଣ୍ଡର ଧରଣୀ ଉପରେ ହେଉଛି । ସିନ୍ଦ୍ରିରେ ସାର କାରଖାନା, ପତ୍ରାତୁର ଶକ୍ତି ପ୍ରକଳ୍ପ, ବାବା ଭୋଳାନାଥଙ୍କ ନଗରୀ, ଦେଓଘରରେ ବିମାନବନ୍ଦର ଏବଂ ଏମ୍ସ ତଥା ରାଞ୍ଚିରେ ପାଇପଲାଇନ ଦ୍ୱାରା ଗ୍ୟାସ ପହଞ୍ଚାଇବାର ପ୍ରକଳ୍ପ ଏକା ସହିତ 27 ହଜାର କୋଟି ଟଙ୍କାର କାମ ଆଜି ଝାଡ଼ଖଣ୍ଡର ଧରଣୀରେ ଏହାର ଶିଳାନ୍ୟାସ ହେଉଛି । ପାଖାପାଖି 80 ହଜାର କୋଟି ଟଙ୍କାର ଭିନ୍ନ ଭିନ୍ନ କାର୍ଯ୍ୟ ଯାହା ନିର୍ଦ୍ଧାରିତ ହୋଇଛି । 50 ରୁ ଅଧିକ କାମ ଚାଲୁ ରହିଛି । ଆପଣ କଳ୍ପନା କରି ପାରୁଥିବେ କି ଝାଡ଼ଖଣ୍ଡ ଦେଶର ଅନ୍ୟ ରାଜ୍ୟ ତୁଳନାରେ କେତେ ଆଗରେ ପହଞ୍ଚିଯିବ ।
ମୁଁ ସବୁବେଳେ କହେ ଯେ ଝାଡ଼ଖଣ୍ଡର ଜନତା ହୀରା ଉପରେ ବସିଛନ୍ତି । ଡାଇମଣ୍ଡ ଉପରେ ବସିଛନ୍ତି । କଳା ହୀରା, ବ୍ଲାକ୍ ଡାଇମଣ୍ଡ, ଇଏ ଆମର ଯେଉଁ କୋଇଲା, ହୁଏତ କଳା ରଙ୍ଗରେ ରଙ୍ଗେଇ ହୋଇଛି, କିନ୍ତୁ ତାହାର ଶକ୍ତି ହେଉଛି ଉଜ୍ଜ୍ୱଳତା ବିଛୁରିତ କରିବା ପାଇଁ । ଆଲୋକ ସୃଷ୍ଟି କରିବାର ଶକ୍ତି ତା’ଠାରେ ରହିଛି । ଉର୍ଜ୍ଜା ଭରି ଦେବାର ଶକ୍ତି ତା’ଠାରେ ରହିଛି । ଆଉ ତାହାକୁ ଧ୍ୟାନରେ ରଖି 18 ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟ ବିନିମୟରେ ଏଠାରେ ପତ୍ରାତୁରେ ଆଜି ଶକ୍ତି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଏଠାକାର କୋଇଲା, ଏଠାକାର ଶକ୍ତି ଝାଡ଼ଖଣ୍ଡର ଆର୍ଥିକ ଶକ୍ତି ହେବ ହିଁ ହେବ, ଏହା ଝାଡ଼ଖଣ୍ଡର ଯୁବକଙ୍କୁ ରୋଜଗାର ମଧ୍ୟ ଦେବ । ଆଉ ବିକାଶର ନୂତନ ଦ୍ୱାର ଖୋଲିବାର କାର୍ଯ୍ୟ ଆଜି ଏହି ପତ୍ରାତୁର ପାୱାର ପ୍ଲାଂଟରୁ ଆରମ୍ଭ ହେଉଛି । କୋଇଲା ଖଣି ଅଂଚଳରୁ ଯେଉଁମାନେ ବିସ୍ଥାପିତ ହୋଇଛନ୍ତି, ସେମାନଙ୍କର ଆତ୍ମୀୟ ସ୍ୱଜନଙ୍କୁ ରୋଜଗାର ମିଳୁ । ସେହି ପରିବାର ଲୋକଙ୍କ ପାଇଁ ଚିନ୍ତା କରାଯାଉ ।
ମୁଁ ଖୁସି ଯେ ଆଜି କିଛି ଯୁବକମାନଙ୍କୁ, ମୋତେ ସେମାନଙ୍କୁ ରୋଜଗାର ପତ୍ର ଦେବାର ମଧ୍ୟ ସୁଯୋଗ ମିଳିଛି । ଆଉ ଆଗାମୀ ଦିନମାନଙ୍କରେ ହଜାର ହଜାର ଯୁବକମାନଙ୍କ ପାଇଁ ରୋଜଗାରର ଅବସର ଏହାଦ୍ୱାରା ସୃଷ୍ଟି ହେବାକୁ ଯାଉଛି ।
ଆମର ସ୍ୱପ୍ନ ଥିଲା କି ହିନ୍ଦୁସ୍ଥାନର ପ୍ରତ୍ୟେକ ଗାଁକୁ ବିଜୁଳି ପହଞ୍ଚାଇବା ପାଇଁ । 2014 ରେ ଯେତେବେଳେ ମୁଁ କାର୍ଯ୍ୟଭାର ଗ୍ରହଣ କଲି, ଏହି ଦେଶର 18 ହଜାର ଗାଁ ଏଭଳି ଥିଲା, ଯେଉଁଠାରେ ଶହ-ଶହ ବର୍ଷ ବିତି ଯାଇଥିଲେ ମଧ୍ୟ, ଜୀବନ ଅନ୍ଧାର ଭିତରୁ ବାହାରକୁ ବାହାରି ପାରି ନଥିଲା । ବିଜୁଳି ସେମାନେ ଦେଖି ନଥିଲେ । ବିଜୁଳିର ଖୁଣ୍ଟ ସେମାନେ ଦେଖି ନଥିଲେ । ବିଜୁଳିର ତାର ଆସି ନଥିଲା । ବିଜୁଳିର ବଲ୍ବ ସେମାନେ ଦେଖି ନଥିଲେ । ଏହି ହଜାର-ହଜାର ଗାଁକୁ ବିଜୁଳି ଆଲୋକ ଦେବାର କାର୍ଯ୍ୟର ଭାର ଆମେ ବହନ କଲୁ । ଏହା ଦୁର୍ଗମ ଅଞ୍ଚଳ ଥିଲା, ଅବହେଳିତ ସ୍ଥାନ ଥିଲା । ଭୋଟବ୍ୟାଙ୍କର ରାଜନୀତିରେ ବୁଡ଼ି ରହିଥିବା ଲୋକମାନଙ୍କୁ ଅବହେଳିତ ବା ଉପେକ୍ଷିତ ଲୋକମାନଙ୍କ ପାଇଁ କୌଣସି ଚିନ୍ତା ନଥାଏ, ସେମାନେ କେବଳ ନିଜର ଭୋଟବ୍ୟାଙ୍କର ହିଁ ଚିନ୍ତା କରିବାରେ ଅଭ୍ୟସ୍ତ । ଆମେ ହେଉଛୁ ସମସ୍ତଙ୍କ ସହିତ, ସମସ୍ତଙ୍କ ବିକାଶର ମନ୍ତ୍ରକୁ ନେଇ ଚାଲିବା ବାଲା ଲୋକ । ଆଉ ଏଥିପାଇଁ 18 ହଜାର ଗାଁକୁ ବିଜୁଳି ଆଲୋକ ପହଞ୍ଚିବା ଦରକାର । କେତେ ହିଁ ଦୁର୍ଗମ ଅଞ୍ଚଳ ହେଉ ନା କାହିଁକି, ଘନ ଜଙ୍ଗଲ ହୋଇଥାଉ ନା କାହିଁକି, କାରରେ ପହଂଚିବା ପାଇଁ ହଜାର-ହଜାର ଲକ୍ଷ-ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲେ ମଧ୍ୟ । କିନ୍ତୁ ଥରେ ଦେଶର ପ୍ରତ୍ୟେକ ଗାଁକୁ ବିଜୁଳି ପହଂଚାଇବାର ଅଛି ।
ଆଉ ମୁଁ ଖୁସି ଯେ ନିର୍ଦ୍ଧାରିତ ସମୟ ପୂର୍ବରୁ 18 ହଜାର ଗାଁକୁ ବିଜୁଳି ଆଲୋକ ପହଞ୍ଚାଇ ଦେବାର ଅଛି । ଏହି ଦେଶରେ ଆଗରୁ କେବେ କାହାକୁ ସମୟ ନଥିଲା । ଯାଇ ପଚାରିବେ ଯେ ସ୍ୱାଧୀନତାର 50-60 ବର୍ଷ ପରେ ମଧ୍ୟ କେତେ ଗାଁ ଅଛି ଯେଉଁଠାରେ ବିଜୁଳି ପହଂଚି ନାହିଁ । କିନ୍ତୁ ଥରେ ଆମେ କଷ୍ଟ ଉଠାଇଲୁ ତ ଆଜି ଲୋକମାନେ ଗାଁ ଗାଁ ଯାଇ ଦେଖୁଛନ୍ତି କି ମୋଦୀ ଠିକ୍ କଥା କହୁଛନ୍ତି କି ଭୁଲ କଥା କହୁଛନ୍ତି । ମୁଁ ଏହାକୁ ଭଲ କଥା ବୋଲି ଗ୍ରହଣ କରୁଛି ଯେଉଁ 18 ହଜାର ଗାଁକୁ ଆଗରୁ କାହାକୁ ଦେଖିବା ପାଇଁ ସମୟ ନଥିଲା । ଆଜି ଲୋକମାନଙ୍କୁ କହୁଥିବା ଲୋକେ କହି ସେହି ଗାଁକୁ ଧୂଳି ଚାଟିବା ପାଇଁ ଯିବାକୁ ପଡ଼ୁଛି । ଏହାଠାରୁ ଅଧିକ ଖୁସିର କଥା ଆଉ କ’ଣ ହୋଇପାରେ । ଆଉ ତାହାଦ୍ୱାରା ସରକାରୀ ବାବୁମାନେ ମଧ୍ୟ ସତର୍କ ରହୁଛନ୍ତି, ସେମାନଙ୍କୁ ମଧ୍ୟ ଲାଗୁଛି କି କହିଛୁ ମାନେ ସମ୍ପୂର୍ଣ୍ଣ କରି ଦେଖାଇବାକୁ ପଡ଼ିବ । ଆଉ ସେହି କାରଣରୁ କାର୍ଯ୍ୟ ହେଉଛି । ଚାପ ସୃଷ୍ଟି ହୋଇଥାଏ । ଯେତେବେଳେ ଘୋଷଣା କରି କାମ କରନ୍ତି ତ ଚାପ ସୃଷ୍ଟି ହୋଇଥାଏ । ଯେତେବେଳେ ଆମେ 18 ହଜାର ଗାଁର କଥା କହୁଥିଲୁ ତ କିଛି ଲୋକ ଦେଶକୁ ପଥଭ୍ରଷ୍ଟ କରିବା ପାଇଁ କହୁଥିଲେ । କିନ୍ତୁ ଗାଁ ମାନଙ୍କରେ ଖୁଣ୍ଟ ପଡ଼ିଗଲା, ତାର ଲାଗିଗଲା । 5-25 ଘରେ ବିଜୁଳି ପହଞ୍ଚିଗଲା । ଏଭଳି କୌଣସି କାମ ହୋଇଛି କି ? ସେମାନଙ୍କର ଏହି ପ୍ରଶ୍ନ ମଧ୍ୟ ହେଉଛି ବଡ଼ ମହତ୍ୱପୂର୍ଣ୍ଣ ।
ଏଭଳି ପ୍ରଶ୍ନ କରିବା ବାଲାଙ୍କୁ ଜଣାଥିବା ଦରକାର କି ସ୍ୱାଧୀନତାର 70 ବର୍ଷ ପରେ ଏହି ଦେଶରେ 20 ପ୍ରତିଶତରୁ ଅଧିକ ଘର ଏପରି ଅଛି, ପାଖାପାଖି 4 ହଜାର କୋଟି ଘର ଏପରି ଅଛି, ଯେଉଁଠି ବିଜୁଳି ସ୍ୱାଧୀନତାର 70 ବର୍ଷ ପରେ ନା ବିଜୁଳିର ତାର ପହଂଚିଛି ନା ବିଜୁଳିର ବଲ୍ବ ଲାଗିଛି, ନା ସେହି ପରିବାର କେବେ ଆଲୋକ ଦେଖିଛନ୍ତି । କିନ୍ତୁ ଏହି ମୋଦି ଆସି କାହାର ଘରେ ବିଜୁଳି ଥିଲା, ଆଉ କାଟି ଦେଲା, ତାହା ତ ନୁହେଁ । ଏହା ସେହି ଲୋକମାନଙ୍କର ପାପ ଥିଲା କି ଯେଉଁ କାରଣ ପାଇଁ 60 ବର୍ଷ ପର୍ଯ୍ୟନ୍ତ ଏହି ଲୋକମାନଙ୍କୁ ଅନ୍ଧକାରର ଜୀବନ ଅତିବାହିତ କରିବାକୁ ପଡ଼ିଲା । ଆମେ ତ ଦାୟିତ୍ୱ ନେଇଛୁ । ଯେ ଆମେ ଆମର ନିର୍ଦ୍ଧାରିତ ସମୟରେ ଯେପରି 18 ହଜାର ଗାଁରେ ବିଜୁଳି ପହଞ୍ଚାଇବାର କାର୍ଯ୍ୟ ସଂପୂର୍ଣ୍ଣ କଲୁ । ସୌଭାଗ୍ୟ ଯୋଜନା ମାଧ୍ୟମରେ ଚାରି କୋଟି ଘରେ ମଧ୍ୟ ବିଜୁଳି ପହଞ୍ଚାଇ ହିଁ ବିଶ୍ରାମ ନେବୁ । ଏହି ଦାୟିତ୍ୱ ଆମେ ଉଠାଇଛୁ ।
ଯେଉଁ ଲୋକମାନେ ସକାଳେ-ସନ୍ଧ୍ୟାରେ ଧନୀ ଲୋକମାନଙ୍କୁ ମନେ ନ ପକାଇ ରହି ପାରନ୍ତି ନାହିଁ, ଯେଉଁ ଲୋକମାନଙ୍କର ଧନୀ ଲୋକଙ୍କୁ ଗାଳି ଦେଇ ନିଜର ଗରିବଙ୍କ ପ୍ରତି ଭକ୍ତି ଦେଖାଇବାର ସଉକ ରହିଛି । ଏକ ଫେସନ ହୋଇ ଯାଇଛି । ସେମାନେ ଦିନ-ରାତି କହୁଛନ୍ତି କି ମୋଦି ଧନୀ ଲୋକଙ୍କ ପାଇଁ କାମ କରୁଛି । ଯେଉଁ 18 ହଜାର ଗାଁରେ ବିଜୁଳି ପହଞ୍ଚିଛି ସେଠାରେ କେଉଁ ଧନୀ ବ୍ୟକ୍ତି ରହନ୍ତି, ମୁଁ ଟିକେ ଏଭଳି ଲୋକଙ୍କୁ ପଚାରିବାକୁ ଚାହୁଁଛି । ଯେଉଁ ଚାରି କୋଟି ଘରେ ଆଜି ମଧ୍ୟ ଅନ୍ଧକାର ଅଛି । ଯେଉଁଠାରେ ମୋଦି ବିଜୁଳି ପହଂଚାଇବା ପାଇଁ ଦିନ-ରାତି ଲାଗିଛନ୍ତି । ସେହି ଚାରି କୋଟି ଘରେ କେଉଁ ଧନୀ ମା-ବାପା ଅବା ପୁଅ ରହନ୍ତି । ମୁଁ ଟିକେ ସେହି ନାମକରା ଲୋକଙ୍କୁ ପଚାରିବାକୁ ଚାହୁଁଛି । ଯେଉଁମାନେ ପରିଶ୍ରମୀ ତଥା ଶ୍ରମିକ ବର୍ଗଙ୍କ କଷ୍ଟ ଜାଣନ୍ତି ନାହିଁ ଆଉ ଏଥିପାଇଁ ଭାଇ ଓ ଭଉଣୀମାନେ ମୁଁ କହିବାକୁ ଚାହୁଁଛି ।
ଆମେ ସମାଜର ଶେଷ ଲୋକ ପାଖରେ, ଦଳିତ ହୁଅନ୍ତୁ, ଶେ।ଷିତ ହୁଅନ୍ତୁ, ବଂଚିତ ହୁଅନ୍ତୁ, ପୀଡିତ ହୁଅନ୍ତୁ, ତାଙ୍କୁ ଆମେ ବିକାଶ ଯାତ୍ରାରେ ଯୋଡିବାକୁ ଚାହୁଁଛୁ । ଝାଡଖଣ୍ଡରେ ମଧ୍ୟ ଏହି ଚାରି କୋଟି ପରିବାର ଗୁଡିକ ମଧ୍ୟରୁ 32 ଲକ୍ଷ ପରିବାର, ଝାଡଖଣ୍ଡରେ ଅଛନ୍ତି । ଆଉ ମୁଁ ଖୁସି ଯେ ମୁଖ୍ୟମନ୍ତ୍ରୀ ମହାଶୟ ମଧ୍ୟ ଭାରତ ସରକାରଙ୍କ ସହିତ ପାଦରେ ପାଦ ମିଶାଇ ସମୟ ସୀମା ମଧ୍ୟରେ ଏହି 32 ଲକ୍ଷ ଘରେ ମଧ୍ୟ ବିଜୁଳି ପହଂଚାଇବାର କଷ୍ଟ ଉଠାଇଛନ୍ତି ଆଉ ସଫଳ ହୋଇ କରି ରହିବେ । ଏହା ହେଉଛି ମୋର ବିଶ୍ୱାସ ।
ଭାଇ ଓ ଭଉଣୀମାନେ, ଆଜି ମୋତେ ସିନ୍ଦ୍ରିରେ ୟୁରିଆ କାରଖାନା ପୁଣି ଥରେ ଆରମ୍ଭ କରିବାର ସୁଯୋଗ ମିଳିଛି । ପାଖାପାଖି 16 ବର୍ଷ, ଏହି କାରଖାନା ବନ୍ଦ ରହିଲା । କିନ୍ତୁ ଏହା ହେଉଛି ସେହି କାରଖାନା, ଯାହାକୁ ଭାରତୀୟ ଜନ ସଂଘ ସଂସ୍ଥାର ଡକ୍ଟର ଶ୍ୟାମା ପ୍ରସାଦ ମୁଖ।ର୍ଜୀ ଯେତେବେଳେ କେନ୍ଦ୍ର ସରକାରରେ ମନ୍ତ୍ରୀ ହୋଇଥିଲେ । ସେ ଏହି ସିନ୍ଦ୍ରିର ୟୁରିଆ କାରଖାନାର ଶିଳାନ୍ୟାସ କରିଥିଲେ । ପରେ ବନ୍ଦ ହୋଇଗଲା । ଆଉ ମୁଁ 2014 ନିର୍ବାଚନରେ ଆପଣମାନଙ୍କୁ କହିଥିଲି କି ଝାଡ଼ଖଣ୍ଡର ଏହି ସିନ୍ଦ୍ରି କାରଖାନାକୁ ଆମେ ଆଗକୁ ଯାଇ ଚାଲୁ କରିବା ।
ଭାଇ ଓ ଭଉଣୀମାନେ, ସମୟ ସହିତ ଜ୍ଞାନ କୌଶଳ ବଦଳିବା ଆବଶ୍ୟକ । ସେ ବଦଳିଲା ନାହିଁ, ଆମେ ଗ୍ୟାସ ଆଧାରରେ କାମ କରିବା ଦିଗରେ ପଦକ୍ଷେପ ଉଠାଇଲୁ । ଆଉ ଆଗାମୀ କିଛି ସମୟ ମଧ୍ୟରେ ଏହି କାରଖାନା ମଧ୍ୟ ଚାଲୁ ହୋଇଯିବ । ପୂର୍ବ ଉତ୍ତରପ୍ରଦେଶର ଗୋରଖପୁରଠାରେ ମଧ୍ୟ ଏପରି ଏକ କାରଖାନା ଆରମ୍ଭ ହୋଇଯିବ ।
ଭାଇ ଓ ଭଉଣୀମାନେ, ସିନ୍ଦ୍ରି ଏବଂ ଧାନବାଦ ଗୋଟିଏ ପ୍ରକାରରେ ଆଙ୍କର ସହରର ଧୃବତାରା ଭଳି ବାଣ୍ଟି ହୋଇ ପାରନ୍ତି । ପ୍ରଗତିର ଅପାର ସମ୍ଭାବନା ସେମାନଙ୍କ ମଧ୍ୟରେ ପଡ଼ି ରହିଛି । ଭାଇ ଓ ଭଉଣୀମାନେ, ଏହି ୟୁରିଆର କାରଖାନା ଗୁଡ଼ିକ, ଯେଉଁଗୁଡ଼ିକୁ ସହଜରେ ଗ୍ୟାସ ମିଳିବ । ବିହାରର ବରୌନୀ ହେଉ, ପୂର୍ବ ଉତ୍ତରପ୍ରଦେଶର ଗୋରଖପୁର ହେଉ, ଅଥବା ଝାଡ଼ଖଣ୍ଡର ସିନ୍ଦ୍ରି ହେଉ, ୟୁରିଆର ଏହି ତିନୋଟି କାରଖାନା ଆରମ୍ଭ ହେବ ତ ପୂର୍ବ ଭାରତରେ ଦୂର-ଦୂରାନ୍ତରୁ ଯେଉଁ ୟୁରିଆ ପରିବହନ କରି ଆଣିବାକୁ ପଡ଼ୁଛି, ସେହି ଖର୍ଚ୍ଚ କମ୍ ହୋଇଯିବ । ଏଠାକାର ଯୁବକମାନଙ୍କୁ ରୋଜଗାର ମିଳିବ । ଆଉ ୟୁରିଆ ପାଇବା ସହଜ ହେବା କାରଣରୁ ଦେଶରେ ଯେଉଁ ଦ୍ୱିତୀୟ କୃଷି ବିପ୍ଳବ ଯାହା ପୂର୍ବ ଭାରତରେ ହେବାର ଅଛି, ତାହାକୁ ବହୁତ ବଡ଼ ସହାୟତା କରିବ । ଆଉ ସେହି କାର୍ଯ୍ୟକୁ ମଧ୍ୟ ଆମେ ଆଗକୁ ବଢ଼ାଇବାକୁ ଚାହୁଁଛୁ ।
ଆମେ ନିମ-ଲେପିତ ୟୁରିଆର କାମ ଆରମ୍ଭ କଲୁ । ପୂର୍ବରୁ କୃଷକଙ୍କ ନାମରେ ରିହାତି ଯାଉଥିଲା, ୟୁରିଆ କ୍ଷେତରେ ପହଂଚୁ ନଥିଲା । ଧନୀ ଲୋକଙ୍କ କାରଖାନାରେ ପହଂଚି ଯାଉଥିଲା । ଆଉ ଯେଉଁ ନାମକରା ଧନୀଙ୍କ ସେବାରେ 70 ବର୍ଷ ସରକାର ଚଲାଇଛନ୍ତି, ସେମାନେ କେବେ ଚିନ୍ତା କରି ନଥିଲେ କି ୟୁରିଆ ଚୋରି ହୋଇ କେମିକାଲ କାରଖାନାକୁ ଚାଲି ଯାଉଛି । ସରକାରୀ ରାଜକୋଷରୁ ହଜାର ହଜାର କୋଟି ଟଙ୍କାର ରିହାତି ଚାଲି ଯାଇଥାଏ, ଏହି ୟୁରିଆ ରୋକିବାର ରାସ୍ତା ଖୋଜିବା ଦରକାର । ଆମେ ଆସିବା ପରେ ଶତ ପ୍ରତିଶତ ୟୁରିଆକୁ ନିମ ଲେପିତ କରିଦେଲୁ । ନିମର ଯେଉଁ ଫଳ ଥାଏ, ତାହାର ତେଲ ଲଗାଇବା ଦ୍ୱାରା ୟୁରିଆ ଚୋରି ହୋଇ ପାରିବ ନାହିଁ, ୟୁରିଆ କୌଣସି କାରଖାନା କାମରେ ଆସିବ ନାହିଁ । ୟୁରିଆ କେବଳ ଚାଷ କାମରେ ଆସି ପାରିବ । ଆଉ ଏହି କାରଣରୁ ଚୋରି ବନ୍ଦ ହୋଇଗଲା ।
ଧନୀ ଲୋକଙ୍କ ପାଇଁ ଜୀଇଁବା-ମରିବାବାଲା ଲୋକ, ଏବେ ଏହି ଚୋରି ବନ୍ଦ ହୋଇଗଲା ସେହି କାରଣରୁ ଚିନ୍ତିତ ଅଛନ୍ତି, କିନ୍ତୁ ମୋର ବିଶ୍ୱାସ ସେମାନଙ୍କର ଅଧିକାର ୟୁରିଆ ପାଇଁ ଏବେ ତାଙ୍କୁ ଧାଡ଼ିରେ ଠିଆ ହୋଇ ରହିବାକୁ ପଡ଼ୁ ନାହିଁ । କଳାବଜାରରେ ୟୁରିଆ ଆଣିବାକୁ ପଡ଼ୁ ନାହିଁ । ୟୁରିଆ ପାଇବା ପାଇଁ କେବେ ପୋଲିସର ଲାଠି ଖାଇବାକୁ ପଡ଼ୁଥିଲା । ଏବେ ସେ ସେଥିରୁ ବଂଚି ଯାଇଛି । ଆଜି ଦୁଇ ବର୍ଷ ହୋଇଗଲା । ହିନ୍ଦୁସ୍ଥାନରେ ୟୁରିଆ ନାହିଁ, ଏଭଳି ଏକ ସ୍ୱର ଉଠି ନାହିଁ । କାରଣ ଆମେ ଚୋରି ବନ୍ଦ କରି ଦେଇଛୁ ।
ଭାଇ ଓ ଭଉଣୀମାନେ, ମୁଁ ହେଉଛି ଭ୍ରଷ୍ଟାଚାର ବିରୁଦ୍ଧରେ ଲଢ଼େଇ କରୁଥିବା ଲୋକ । ବେଇମାନୀ ବିରୁଦ୍ଧରେ ଲଢ଼େଇ କରୁଥିବା ଲୋକ । ଆଉ ଗୋଟିଏ ପରେ ଗୋଟିଏ ପଦକ୍ଷେପ ତା’ ସହିତ ଜଡ଼ିତ ହୋଇ ଅଛି । ଆଜି ମୋତେ ରାଂଚିରେ ଘରେ-ଘରେ ପାଇପ୍ ଲାଇନରେ ଗ୍ୟାସ ପହଂଚାଇବାର ପ୍ରକଳ୍ପକୁ ମଧ୍ୟ ଶିଳାନ୍ୟାସ କରିବାର ସୁଯୋଗ ମିଳିବ । ଏକବିଂଶ ଶତାବ୍ଦୀର ଭିତ୍ତିଭୂମି କିପରି ହେବ, ଯେଉଁଥିରେ ଗ୍ୟାସ ଗ୍ରୀଡ଼୍ ହେଉ, ଅପ୍ଟିକାଲ ଫାଇବର ନେଟୱାର୍କ ହେଉ, ପାଣିର ଗ୍ରୀଡ଼୍ ହେଉ, ବିଜୁଳିର ଗ୍ରୀଡ଼୍ ହେଉ, ପ୍ରତ୍ୟେକ ପ୍ରକାରର ଆଧୁନିକ ବ୍ୟବସ୍ଥାମାନ ହେଉ । କ’ଣ କାରଣ ଅଛି କି ମୋ ଝାଡ଼ଖଣ୍ଡ ପଛରେ ରହିଯାଉ । ଆଉ ଏଥିପାଇଁ ରାଞ୍ଚି ହିନ୍ଦୁସ୍ଥାନରେ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ସହରର ସମକକ୍ଷ ହେବାରେ ଲାଗିଯିବ । ସେହି ସ୍ୱପ୍ନକୁ ଦେଖି ଆମେ ଗ୍ୟାସ ଗ୍ରିଡର କାର୍ଯ୍ୟ କରିବାକୁ ଯାଉଛୁ । ଘରେ-ଘରେ ଗ୍ୟାସ ପହଂଚିବ ଆଉ ଆଗକୁ ଯାଇ ଏହି ଗ୍ୟାସ ୟୁପି, ବିହାର, ପଶ୍ଚିମବଙ୍ଗ, ଓଡ଼ିଶା ଆଉ ଆସାମ ପାଖାପାଖି 70 ଟି ଜିଲ୍ଲାରେ ପାଇପ୍ ଲାଇନ୍ ମାଧ୍ୟମରେ ଗ୍ୟାସ ପହଞ୍ଚିବ ।
ଆପଣ କଳ୍ପନା କରି ପାରିବେ କି ଧୂଆଁ ମୁକ୍ତ ରୋଷେଇ ଘର, ଆମର ଏ ଯେଉଁ ସ୍ୱପ୍ନ ଥିଲା, ତାହାକୁ ପୂରଣ କରିବା ପାଇଁ ଆମେ ଉଜ୍ଜ୍ୱଳା ଯୋଜନା ଆରମ୍ଭ କଲୁ । ଏବେ ଦ୍ୱିତୀୟ ପଦକ୍ଷେପ ହେଉଛି ପାଇପ୍ ଲାଇନ୍ ମାଧ୍ୟମରେ ଗ୍ୟାସ ପହଂଚାଇବା ଏବଂ ଏକ ତୃତୀୟ ପଦକ୍ଷେପ ଉପରେ କାମ ଚାଲୁ ରହିଛି । ସ୍ୱଚ୍ଛ ରୋଷେଇ ବା ସୌର ଶକ୍ତି ଯୁକ୍ତ ଚୂଲା ଫଳରେ ଗରିବମାନଙ୍କ ପାଇଁ ସୂର୍ଯ୍ୟଙ୍କ ଶକ୍ତିରୁ ହିଁ ଖାଦ୍ୟ ରୋଷେଇ ହୋଇଯିବ । ସେମାନଙ୍କୁ ଇନ୍ଧନର ଖର୍ଚ୍ଚ ମଧ୍ୟ ନ ଲାଗୁ । ସେହି ଦିଗରେ ମଧ୍ୟ ଗବେଷଣା କାର୍ଯ୍ୟ ଚାଲୁ ରହିଛି ।
ଆଜି ମୋତେ ଏଠାରେ ଦେଓଘରରେ ଏମ୍ସ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିବାର ସୁଯୋଗ ମିଳିଛି । ସମଗ୍ର ପୂର୍ବ ଭାରତରୁ ବହୁତ ସଂଖ୍ୟାରେ ରୋଗୀଙ୍କୁ ଦିଲ୍ଲୀ ଏମ୍ସ ପର୍ଯ୍ୟନ୍ତ ପହଂଚାଇବାକୁ ପଡ଼ୁଥିଲା । ଗରିବଙ୍କ ପାଖରେ ପଇସା ନଥାଏ, ଅସୁବିଧା ହୋଇଥାଏ । ଆମେ ପୂର୍ବ ଭାରତରେ ଏମ୍ସର ନେଟୱାର୍କ ବିଛାଇ ଦେଶର ଗରିବରୁ ଗରିବ ବ୍ୟକ୍ତିଙ୍କୁ ଉତ୍ତମରୁ ଉତ୍ତମ ସୁବିଧା ମିଳୁ, ସେହି ଦିଗରେ କାମ ଆରମ୍ଭ କରିଛୁ । ତାହାଦ୍ୱାରା ଆଜି ଦେଓଘରରେ ଏମ୍ସର କାର୍ଯ୍ୟ ଆରମ୍ଭ ହେଉଛି, ଶିଳାନ୍ୟାସ ହେଉଛି । ଏଭଳି ଭାବେ ଦେଓଘର ହେଉଛି ଏକ ତୀର୍ଥସ୍ଥଳ, ବାବା ଭୋଳାନାଥଙ୍କର ଧରଣୀ । ଏହା ମଧ୍ୟ ଏକ ଶକ୍ତି ପୀଠ । ସାରା ଦେଶର ଯାତ୍ରୀ ଏଠାକୁ ଆସିବାକୁ ଚାହାଁନ୍ତି । ପର୍ଯ୍ୟଟନ ପାଇଁ ପ୍ରଚୁର ସମ୍ଭାବନା ରହିଛି । ଏଥିପାଇଁ ତାହାକୁ ବିମାନବନ୍ଦର ସହିତ ସଂଯୋଗ କରିବା ପାଇଁ ଆମେ କାର୍ଯ୍ୟ କରୁଛୁ ।
ପର୍ଯ୍ୟଟନ ମନ୍ତ୍ରଣାଳୟ ମଧ୍ୟ ଏହି କାର୍ଯ୍ୟ କରୁଛି । ଆଉ ମୋର ସ୍ୱପ୍ନ ହେଉଛି କି ହାୱାଇ ଚପଲ ପିନ୍ଧୁଥିବା ଲୋକ ମଧ୍ୟ ଉଡାଜାହାଜ ବା ବିମାନରେ ଯାତ୍ରା କରୁ । ଏହା ହେଉଛି ଆମର ସ୍ୱପ୍ନ । ଆଉ ଆପଣମାନେ ଜାଣି ଖୁସି ହେବେ କି ବିଗତ ବର୍ଷ ରେଳବାଇର ଏସି ବଗିରେ ଯାତ୍ରା କରିଥିବା ଲୋକଙ୍କଠାରୁ ଅଧିକ ଲୋକ ଉଡ଼ାଜାହାଜରେ ଯାତ୍ରା କରିଥିବା ସଂଖ୍ୟା ବାହାରିଛି । ଏହା ସୂଚାଉଛି କି ଦେଶ, କିଭଳି ଭାବେ ସାଧାରଣ ଲୋକର ଜୀବନରେ ପରିବର୍ତ୍ତନ ଆଣୁଛି ।
ଭାଇ ଓ ଭଉଣୀମାନେ, ବିକାଶର ଅନେକ ପ୍ରକଳ୍ପ ନେଇ କରି ଆଜି ଆମେ ଆଗକୁ ବଢ଼ୁଛୁ । ସେତେବେଳେ 2022 ପର୍ଯ୍ୟନ୍ତ ଗରିବ ମାନଙ୍କୁ ଘର ଦେବାର ସ୍ୱପ୍ନ ଅଛି । ଆଉ ଘର ହେଉ, ଶୌଚାଳୟ ହେଉ, ପାଣି ହେଉ, ବିଜୁଳି ହେଉ, ଆଉ ପିଲାମାନଙ୍କ ପାଇଁ ପାଖରେ ପାଠ ପଢ଼ିବାର ସୁବିଧା ମଧ୍ୟ ହେଉ, ଏପରି ଘରର ଯୋଜନା ବହୁତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । 2022 ସ୍ୱାଧୀନତାର 75 ବର୍ଷରେ ଦେଶର କୌଣସି ଲୋକ, ବାସହରା ହୋଇ ନ ରହୁ । ଏହି ସ୍ୱପ୍ନ ନେଇ କରି ଆମେ ଚାଲୁଛୁ ।
ଭାଇ ଓ ଭଉଣୀମାନେ, ମୋର ଆପଣମାନଙ୍କୁ ଅନୁରୋଧ କି ଆମେ ବିକାଶ ଯାତ୍ରାରେ ଭାଗୀଦାରୀ ହେବା, ଆଜି ଦେଶ ସଚ୍ଚୋଟତା ଆଡ଼କୁ ଚାଲିବାରେ ଲାଗିଛି । ଆଉ ହିନ୍ଦୁସ୍ଥାନର ସାଧାରଣ ମଣିଷ ସଚ୍ଚୋଟତାର ସହିତ ବଂଚିଥାଏ । ସଚ୍ଚୋଟତା ପାଇଁ ଲଢ଼େଇ କରିଥାଏ । ଆଉ ଏହି ସରକାର ସେହି ସାଧାରଣ ଲୋକଙ୍କ ସହିତ ଠିଆ ହୋଇଛନ୍ତି, ଯେଉଁମାନେ ସଚ୍ଚୋଟତା ପାଇଁ ବଂଚି ଥାଆନ୍ତି ଏବଂ ସଚ୍ଚୋଟତା ପାଇଁ ଲଢ଼େଇ କରିଥାଆନ୍ତି । ଆଉ ଏଥିପାଇଁ ଭାଇ ଓ ଭଉଣୀମାନେ ଆପଣ ମାନଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସହିତ ଆମେ ଆଗକୁ ବଢ଼ୁଛୁ । ଏତେ ବଡ଼ ସଂଖ୍ୟାରେ ଆସି ଆପଣମାନେ ଆଶୀର୍ବାଦ ଦେଲେ, ଏତେ ବଡ଼ କାର୍ଯ୍ୟକ୍ରମ ମଧ୍ୟରେ ଆଜି ଝାଡ଼ଖଣ୍ଡ ଏକ ନୂତନ ଶିଖରରେ, ନୂତନ ଝାଡ଼ଖଣ୍ଡ ଆଡ଼କୁ ଅଗ୍ରସର ହେବ । ଏହି ବିଶ୍ୱାସର ସହିତ ଆପଣ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ ।
*****
I begin by paying homage to Bhagwan Birsa Munda. This land of Jharkhand is a land of courage: PM @narendramodi
— PMO India (@PMOIndia) May 25, 2018
For the last four years the Central Government and Government of Jharkhand have been working for the progress of the state and empowerment of the people: PM @narendramodi
— PMO India (@PMOIndia) May 25, 2018
The Central Government is devoting significant resources for the empowerment of the power, Dalits and Tribal communities.
— PMO India (@PMOIndia) May 25, 2018
Today, we have laid the foundation stone for five big projects. The total cost of these projects is Rs. 27,000 crore: PM @narendramodi
The holy land of Deoghar will get a state-of-the-art airport and AIIMS: PM @narendramodi
— PMO India (@PMOIndia) May 25, 2018
All the development projects in the state will give opportunities to the youth of Jharkhand: PM @narendramodi
— PMO India (@PMOIndia) May 25, 2018
When we assumed office there were 18,000 villages lacking access to electricity. We worked to brighten the lives of people in these villages and took electricity there: PM @narendramodi
— PMO India (@PMOIndia) May 25, 2018
Now, we have gone a step further and we are ensuring every household in India has access to electricity: PM @narendramodi
— PMO India (@PMOIndia) May 25, 2018
Fertiliser plants which had stopped working are in the process of being revived. Eastern India will gain the most from this: PM @narendramodi
— PMO India (@PMOIndia) May 25, 2018
The coming of AIIMS will transform the healthcare sector in Jharkhand. The poor will get access to top quality healthcare: PM @narendramodi
— PMO India (@PMOIndia) May 25, 2018
It is our Government that has made aviation accessible and affordable. We want more Indians to fly. Better connectivity will also improve tourism: PM @narendramodi
— PMO India (@PMOIndia) May 25, 2018
Addressed a huge public meeting in Sindri, Jharkhand. Paid tributes to Bhagwan Birsa Munda and highlighted the development initiatives being undertaken by the Central Government for welfare of the poor, Dalits and Tribal communities. https://t.co/2p0oHvSSKh pic.twitter.com/IwvyqVlyNA
— Narendra Modi (@narendramodi) May 25, 2018
The foundation stones for key development projects were laid during the public meeting in Jharkhand. This includes the revival of the Sindri Fertiliser Project, which is a part of our efforts to revive fertiliser plants in Eastern India. pic.twitter.com/MjLwHZgP1e
— Narendra Modi (@narendramodi) May 25, 2018
Today is a memorable day for the people of Deoghar. The upcoming AIIMS will cater to the healthcare needs of people. The development of Deoghar Airport will bring more pilgrims and tourists to this blessed land. pic.twitter.com/tplxDKT8Zd
— Narendra Modi (@narendramodi) May 25, 2018