Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନଦୀବନ୍ଧ ସୁରକ୍ଷା ବିଲ୍, 2018 ସଂସଦରେ ଉପସ୍ଥାପନ କରିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ନଦୀବନ୍ଧ ସୁରକ୍ଷା ବିଲ୍ 2018କୁ ସଂସଦରେ ଉପସ୍ଥାପନ କରିବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି ।

ଲାଭ :

ଏହି ବିଲ୍ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ ଏକକ ନଦୀବନ୍ଧ ସୁରକ୍ଷା ପଦ୍ଧତି ଆପଣାଇବାରେ ସହାୟକ ହେବ, ଯାହାଦ୍ୱାରା ନଦୀବନ୍ଧ ସୁରକ୍ଷା ସୁନିଶ୍ଚିତ ହୋଇପାରିବ ଏବଂ ଏହି ନଦୀବନ୍ଧରୁ ହେଉଥିବା ଲାଭ ସୁରକ୍ଷିତ ରହିପାରିବ । ଏହାଦ୍ୱାରା ମାନବ ଜୀବନ, ପଶୁଧନ ଏବଂ ସମ୍ପତ୍ତିର ସୁରକ୍ଷାରେ ସହାୟତା ମିଳିବ ।

ଅଗ୍ରଣୀ ଭାରତୀୟ ବିଶେଷଜ୍ଞ ଏବଂ ଅନ୍ତର୍ଜାତୀୟ ବିଶେଷଜ୍ଞମାନଙ୍କ ସହିତ ବ୍ୟାପକ ବିଚାରବିମର୍ଶ ପରେ ଚିଠା ବିଲକୁ ଚୂଡ଼ାନ୍ତ ରୂପ ଦିଆଯିବ ।

ବିବରଣୀ :

ବିଲରେ ଦେଶରେ କେତକ ନିର୍ଦ୍ଦିଷ୍ଟ ନଦୀବନ୍ଧର ଉଚିତ ଅନୁଧ୍ୟାନ, ନିରୀକ୍ଷଣ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ବ୍ୟବସ୍ଥା ରହିଛି, ଯାହାଦ୍ୱାରା ସେଗୁଡ଼ିକର ସୁରକ୍ଷିତ କାମକାର୍ଯ୍ୟ ସୁନିଶ୍ଚିତ କରାଯାଇପାରିବ ।

ବିଲରେ ନଦୀବନ୍ଧ ସୁରକ୍ଷା ଉପରେ ଜାତୀୟ ସମିତି ଗଠନ କରିବାର ବ୍ୟବସ୍ଥା ରହିଛି । ଏହି ସମିତି ନଦୀବନ୍ଧ ସୁରକ୍ଷା ନୀତିକୁ ବିକଶିତ କରିବ ଏବଂ ଆବଶ୍ୟକ ନିୟମ ପ୍ରଣୟନ ପାଇଁ ସୁପାରିସ କରିବ ।

ବିଲରେ ନିୟାମକ ସଂସ୍ଥା ରୂପରେ ଜାତୀୟ ନଦୀବନ୍ଧ ସୁରକ୍ଷା ପ୍ରାଧିକରଣ ଗଠନ କରାଯିବାର ପ୍ରସ୍ତାବ ରହିଛି । ଏହି ପ୍ରାଧିକରଣ ନୀତି, ନୀତି-ନିର୍ଦ୍ଦେଶ ଏବଂ ଦେଶରେ ନଦୀବନ୍ଧ ସୁରକ୍ଷା ଲାଗି ମାନଦଣ୍ଡଗୁଡ଼ିକୁ ଲାଗୁ କରିବ ।

ବିଲରେ ରାଜ୍ୟ ସରକାରଙ୍କ ଦ୍ୱାରା ନଦୀବନ୍ଧ ସୁରକ୍ଷା ଉପରେ ରାଜ୍ୟ ସମିତି ଗଠନ କରିବାର ବ୍ୟବସ୍ଥା ରହିଛି ।

ଜାତୀୟ ନଦୀବନ୍ଧ ସୁରକ୍ଷା ପ୍ରାଧିକରଣ

ଏହି ପ୍ରାଧିକରଣ ନଦୀବନ୍ଧ ସୁରକ୍ଷା ସମ୍ବନ୍ଧୀୟ ଡାଟା ଏବଂ ବ୍ୟବହାରର ମାନକୀକରଣ ଲାଗି ରାଜ୍ୟ ନଦୀବନ୍ଧ ସୁରକ୍ଷା ସଂଗଠନ ଏବଂ ନଦୀବନ୍ଧ ମାଲିକମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବ ।

ପ୍ରାଧିକରଣ ରାଜ୍ୟ ଏବଂ ରାଜ୍ୟ ନଦୀବନ୍ଧ ସୁରକ୍ଷା ସଂଗଠନକୁ ବୈଷୟିକ ଏବଂ ବ୍ୟବସ୍ଥାଗତ ସହାୟତା ଉପଲବ୍ଧ କରାଇବ ।

ପ୍ରାଧିକରଣ ଦେଶର ସମସ୍ତ ନଦୀବନ୍ଧଗୁଡ଼ିକର ଜାତୀୟ ସ୍ତରରେ ଡାଟା ବେସ ଏବଂ ପ୍ରମୁଖ ବିଫଳତାର ରେକର୍ଡ ରଖିବ ।

ପ୍ରାଧିକରଣ କୌଣସି ପ୍ରମୁଖ ନଦୀବନ୍ଧର ବିଫଳତାର କାରଣ ମଧ୍ୟ ଯାଞ୍ଚ କରିବ ।

ପ୍ରାଧିକରଣ ନିୟମିତ ନିରୀକ୍ଷଣ ଲାଗି ଏବଂ ନଦୀବନ୍ଧର ବିସ୍ତୃତ ଯାଞ୍ଚ ଲାଗି ମାନଦଣ୍ଡ ନୀତି-ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ ସୂଚୀକୁ ପ୍ରକାଶିତ କରିବ ଏବଂ ଅଧୁନାତନ ରଖିବ ।

ପ୍ରାଧିକରଣ ସେସବୁ ସଂଗଠନର ମାନ୍ୟତା କିମ୍ବା ପ୍ରତ୍ୟୟନର ରେକର୍ଡ ରଖିବ, ଯାହାର ଯାଞ୍ଚ, ନୂଆ ନଦୀବନ୍ଧର ଡିଜାଇନ ଏବଂ ନିର୍ମାଣର କାର୍ଯ୍ୟ ଅର୍ପଣ କରାଯାଇପାରିବ ।

ପ୍ରାଧିକରଣ ଦୁଇଟି ରାଜ୍ୟର ରାଜ୍ୟ ନଦୀବନ୍ଧ ସୁରକ୍ଷା ସଂଗଠନଗୁଡ଼ିକ ମଧ୍ୟରେ କିମ୍ବା କୌଣସି ରାଜ୍ୟ ନଦୀବନ୍ଧ ସୁରକ୍ଷା ସଂଗଠନ ଏବଂ ସେହି ରାଜ୍ୟର ନଦୀବନ୍ଧର ମାଲିକମାନଙ୍କ ମଧ୍ୟରେ ବିବାଦର ଉଚିତ ସମାଧାନ କରିବ ।

କେତେ ମାମଲାରେ ଯେପରିକି, ଗୋଟିଏ ରାଜ୍ୟର ନଦୀବନ୍ଧ ଅନ୍ୟ ରାଜ୍ୟର ନଦୀବନ୍ଧର ଭୂ-ଭାଗରେ ଆସୁଛି ତାହେଲେ ଜାତୀୟ ପ୍ରାଧିକରଣ ରାଜ୍ୟ ନଦୀବନ୍ଧ ସୁରକ୍ଷା ସଂଗଠନର ଭୂମିକାକୁ ତୁଲାଇବ ଏବଂ ଏହିପରି ଆନ୍ତଃରାଜ୍ୟ ବିବାଦର ସମ୍ଭାବ୍ୟ କାରଣକୁ ଦୂର କରିବ ।

ନଦୀବନ୍ଧ ସୁରକ୍ଷା ଉପରେ ରାଜ୍ୟ ସମିତି :

ଏହି ସମିତି ରାଜ୍ୟରେ ନିର୍ଦ୍ଦାରିତ ସମସ୍ତ ନଦୀବନ୍ଧର ଉଚିତ ଅନୁଧ୍ୟାନ, ନିରୀକ୍ଷଣ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବ । ପ୍ରତ୍ୟେକ ରାଜ୍ୟରେ ରାଜ୍ୟ ନଦୀବନ୍ଧ ସୁରକ୍ଷା ସଂଗଠନ ପ୍ରତିଷ୍ଠା କରିବାର ବ୍ୟବସ୍ଥା ରହିଛି ନା ନାହିଁ ତାହା ମଧ୍ୟ ଏହି ସମିତି ସୁନିଶ୍ଚିତ କରିବ । ଏହି ସଂଗଠନ କ୍ଷେତ୍ର ନଦୀବନ୍ଧ ସୁରକ୍ଷାର ଅଧିକାରୀମାନଙ୍କ ଦ୍ୱାରା ପରିଚାଳିତ ହେବ । ଅଧିକାରୀମାନଙ୍କ ମଧ୍ୟରେ ପ୍ରାଥମିକ ଭାବେ ନଦୀବନ୍ଧ ଡିଜାଇନ, ହାଇଡ୍ରୋ ମେକାନିକାଲ ଇଞ୍ଜିନିୟରିଂ, ହାଇଡ୍ରୋଲୋଜି, ଭୂ-ବୈଷୟିକ ଯାଂଚ ଏବଂ ନଦୀବନ୍ଧ ଥଇଥାନ କ୍ଷେତ୍ରର ଅଧିକାରୀମାନେ ରହିବେ ।

 

**********