Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ଭାରତ-ମରକ୍କୋ ସହଯୋଗ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ


ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ଭାରତ ଏବଂ ମରକ୍କୋ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା (ଏମଓୟୁ)କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପିଛିଲା ଭାବେ ମଞ୍ଜୁରି ମିଳିଛି । ଏହି ବୁଝାମଣାପତ୍ର 10 ଏପ୍ରିଲ, 2018ରେ ନୂଆଦିଲ୍ଲୀଠାରେ ସ୍ୱାକ୍ଷରିତ ହୋଇଥିଲା ।

ନୂତନ ଏବଂ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ପାରସ୍ପରିକ ଲାଭ, ସମାନତା ଏବଂ ସ୍ୱାର୍ଥ ଆଧାରରେ ବୈଷୟିକ ଦ୍ୱିପାକ୍ଷିକ ବୁଝାମଣାକୁ ପ୍ରୋତ୍ସାହିତ କରିବା ଏବଂ ଏହାର ବୃଦ୍ଧି ଲାଗି ସହଯୋଗମୂଳକ ସଂସ୍ଥାଗତ ସମ୍ପର୍କ ପ୍ରତିଷ୍ଠା କରିବା ଉଭୟ ପକ୍ଷଙ୍କ ଉଦ୍ଦେଶ୍ୟ । ଏହି ବୁଝାମଣାପତ୍ରରେ ସହଯୋଗ କ୍ଷେତ୍ର ସହ ଜଡ଼ିତ ବିଷୟଗୁଡ଼ିକର ସମୀକ୍ଷା, ଅନୁଧ୍ୟାନ ଏବଂ ଚର୍ଚ୍ଚା ସମ୍ପର୍କରେ ବ୍ୟବସ୍ଥା କରାଯାଇଛି । ବୁଝାମଣାର ଉଦ୍ଦେଶ୍ୟ ବିଶେଷଜ୍ଞମାନଙ୍କ ବିନିମୟ ଏବଂ ସୂଚନା ନେଟୱାର୍କିଂ ପ୍ରତିଷ୍ଠା କରିବା ।

ଏହି ଏମଓୟୁ ଦ୍ୱାରା ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବୁଝାମଣାକୁ ଆହୁରି ସୁଦୃଢ଼ କରିବାରେ ସହାୟତା ମିଳିପାରିବ ।

 

**********