Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନବୀ ମୁମ୍ବାଇ ଆନ୍ତର୍ଜାତିକ ବିମାନବନ୍ଦରର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନବୀ ମୁମ୍ବାଇ ଆନ୍ତର୍ଜାତିକ  ବିମାନବନ୍ଦରର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନବୀ ମୁମ୍ବାଇ ଆନ୍ତର୍ଜାତିକ  ବିମାନବନ୍ଦରର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


  

ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀମାନ ବିଦ୍ୟାସାଗର ରାଓ, ଏଠାକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଦେବେନ୍ଦ୍ର ଫଡ଼ନବିସ୍ ମହାଶୟ, କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ସାଥୀ ଶ୍ରୀମାନ ନୀତିନ ଗଡ଼କରୀ ମହାଶୟ, ଅଶୋକ ଗଜପତି ରାଜୁ ମହାଶୟ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶ୍ରୀମାନ ରବୀନ୍ଦ୍ର ଚୌହାନ ମହାଶୟ, ବିଧାୟକ ଶ୍ରୀମାନ ପ୍ରଶାନ୍ତ ଠାକୁର ମହାଶୟ ଆଉ ବିଶାଳ ସଂଖ୍ୟାରେ ଆସିଥିବା ପ୍ରିୟ ଭାଇ ଓ ଭଉଣୀମାନେ ।

କାଲି ହେଉଛି ଛତ୍ରପତି ଶିବାଜୀ ମହାରାଜଙ୍କର ଜୟନ୍ତୀର ପର୍ବ ଆଉ ଗୋଟିଏ ଦିନ ପୂର୍ବରୁ ଆଜି ରାୟଗଡ ଜିଲ୍ଲାରେ ଏହି ସୁଯୋଗ, ନିଜକୁ-ନିଜ ମଧ୍ୟରେ ହେଉଛି ଏକ ସୁଖଦ ସଂଯୋଗ । ଆଜି ମୋତେ ଦୁଇଟି କାର୍ଯ୍ୟକ୍ରମ କରିବାର ସୁଯୋଗ ମିଳିଛି-ଗୋଟିଏ ହେଉଛି ଆମର ନୀତିନ ଗଡ଼କରୀ ମହାଶୟଙ୍କ ନେତୃତ୍ୱରେ ଭାରତର ପୋତାଶ୍ରୟ କ୍ଷେତ୍ରକୁ, ବନ୍ଦର କ୍ଷେତ୍ରକୁ ଆଉ ଜଳପଥ କ୍ଷେତ୍ରକୁ ଯେଉଁ ପ୍ରକାରରେ ଏକ ନୂତନ ଚେତନା ମିଳିଛି ଆଉ ତାହା ମାଧ୍ୟମରେ ମୁମ୍ବାଇରେ ଜେଏନପିଟିର ଚତୁର୍ଥ ଟର୍ମିନାଲର ଆଜି ଲୋକାର୍ପଣ ହେଉଛି ।

ବହୁ ବର୍ଷ ଧରି ଆମେ ଶବ୍ଦ ଶୁଣି ଆସୁଛୁ – ଜଗତୀକରଣ, ବିଶ୍ୱବ୍ୟାପାର । ଶୁଣି ତ ଆସୁଛୁ ବହୁ ବର୍ଷ ଧରି କିନ୍ତୁ ଏହି ବିଶ୍ୱବ୍ୟାପାରର ସମ୍ଭାବନା ସମ୍ବନ୍ଧରେ ଘରେ ବସି ରହି ଚର୍ଚ୍ଚା କରି ରହିବା ଦ୍ୱାରା ଆମେ ଦେଶକୁ କୌଣସି ଲାଭ ପହଂଚାଇ ପାରିବା ନାହିଁ । ବିଶ୍ୱବ୍ୟାପାରର ଲାଭ ସେତେବେଳେ ହୋଇଥାଏ କି ବିଶ୍ୱ ସହିତ ଯୋଡ଼ି ହେବା ପାଇଁ ଆପଣଙ୍କ ପାଖରେ ବିଶ୍ୱ ସ୍ତରର ଭିତ୍ତିମି ରହିଥିବ ।

ସାମୁଦ୍ରିକ ବ୍ୟାପାର ସେଥିରେ ଏକ ବହୁତ ବଡ଼ ଗୁରୁତ୍ୱ ବହନ କରିଥାଏ । ଆଉ ଭାରତ ଏକ ଭାଗ୍ୟବାନ ଦେଶ ହୋଇ ପାରିଛି କାରଣ ସାମୁଦ୍ରିକ ଶକ୍ତିକୁ ଚିହ୍ନିଲା ଭଳି ସର୍ବପ୍ରଥମ ରାଜପୁରୁଷ, ରାଷ୍ଟ୍ରପୁରୁଷ, ଛତ୍ରପତି ଶିବାଜୀ ମହାରାଜ ଥିଲେ । ଆଉ ତାହାର ହିଁ ପରିଣାମ ହେଉଛି କି ଆଜି ମହାରାଷ୍ଟ୍ରରେ ଏତେ ସବୁ ସମୁଦ୍ର ସହିତ ଯୋଡ଼ି ହୋଇଥିବା ଦୁର୍ଗର ରଚନା ଆଉ ତାହା ସହିତ ଏକ ସାମୁଦ୍ରିକ ଶକ୍ତିର ଅନୁଭବ । ଆଜି ଯେତେବେଳେ ଏତେ ବର୍ଷ ପରେ ଛତ୍ରପତି ଶିବାଜୀ ମହାରାଜଙ୍କ ସ୍ମରଣ କରୁଛେ ଆଉ ଏ ଯେଉଁ ଜେଏନପିଟିର ଚତୁର୍ଥ ଟର୍ମିନାଲର ଆମେ ଲୋକାର୍ପଣ କରୁଛେ ତ ଆମେ କଳ୍ପନା କରି ପାରିବା କି ଆମର ପୂର୍ବ ପୁରୁଷ କେତେ ଦୂରଦ୍ରଷ୍ଟା ଥିଲେ ଆଉ ଆଉ କେତେ ଦୂରଦୃଷ୍ଟି ସହିତ ଚିନ୍ତା କରୁଥିଲେ ।

ଯଦି ବିଶ୍ୱବ୍ୟାପାରରେ ଭାରତକୁ ନିଜର ସ୍ଥାନ ପ୍ରସ୍ତୁତ କରିବାର ଅଛି ତ ଭାରତ ପାଖରେ ସବୁଠାରୁ ଅଧିକ ସାମୁଦ୍ରିକ ମାର୍ଗର ଶକ୍ତିକୁ ଅନେକ ଗୁଣା ବଢ଼ାଇବାର ଆବଶ୍ୟକତା ରହିଛି । ଆମର ବନ୍ଦରଗୁଡ଼ିକୁ ଯେତେ ଅଧିକ ମାତ୍ରାରେ ବିକାଶ କରିବା, ଆଧୁନିକ ହେବ, ଟର୍ଣ୍ଣ ଏରାଉଣ୍ଡ ସମୟ ଅତିକମ ହେବ ଆଉ ଦ୍ରୁତ ଗତିରେ ଚାଲୁଥିବା ଜାହାଜର ସଂଖ୍ୟା ବୃଦ୍ଧି ହେବ, ଆମର ନିୟୁତ ନିୟୁତ ଟନ୍ ପଣ୍ୟ ବିଶ୍ୱ ବଜାରରେ ପଂହଚିବ । ଆଉ କେବେ-କେବେ ପହଂଚିବାରେ ପ୍ରତିଯୋଗିତା ହୋଇଥାଏ । ଥରେ ବରାଦ ସ୍ଥିର ହେଲା ପରେ, ଆର୍ଥିକ କାରବାର ହେବା ପରେ ଯଦି କମ୍ ସମୟରେ ମାଲ ପହଂଚି ଯାଏ ତ କିଣିଥିବା ବ୍ୟବସାୟୀଙ୍କୁ ଲାଭ ହୋଇଥାଏ । ଯଦି ସେ ଡେରିରେ ପଂହଚାଇଥାଏ ତ ତାକୁ କ୍ଷତି ହୋଇଥାଏ । କିନ୍ତୁ ତାହା ସେତେବେଳେ ପଂହଚିଥାଏ ଯେତେବେଳେ ଆମର ବନ୍ଦର କ୍ଷେତ୍ରରେ ସେହି ପ୍ରକାରର ସୁବିଧା ରହିଥିବ ।

ସାଗରମାଳା ପ୍ରକଳ୍ପ ଅଧୀନରେ ଆମେ କେବଳ ବନ୍ଦରର ହିଁ ବିକାଶ କରିବାକୁ ଚାହୁଁଛୁ, ତା’ନୁହେଁ । ଆମେ ବନ୍ଦର ଭିତ୍ତିକ ବିକାଶ ଉପରେ ଗୁରୁତ୍ୱ ଦେଉଛୁ, ଫଳରେ ଆମର ସମୁଦ୍ର ଉପକୂଳର ସାଢ଼େ ସାତ ହଜାର କିଲୋମିଟରର ବିଶାଳ ସମୁଦ୍ର ଆମ ପାଖରେ ଅଛି । ଆମକୁ ସାମୁଦ୍ରିକ ଅଂଚଳ କ୍ଷେତ୍ରରେ ଏକ ମହାଶକ୍ତି ହେବା ଭଳି ସମ୍ଭାବନା ଥିବା… ଆମକୁ ଭୌଗୋଳିକ ରୂପରେ ବ୍ୟବସ୍ଥା ମିଳିଅଛି । ଏହା ଆମ ପାଇଁ ହେଉଛି ଆହ୍ୱାନ କି ଆମେ କିଭଳି ଏହି ସୁଯୋଗର ଲାଭ ଉଠାଇବା । ଆଉ ଆମେ ନିଜର ବ୍ୟବସ୍ଥାଗୁଡ଼ିକୁ ସେହି ବିକାଶର ନୂତନ ଶିଖରକୁ ନେଇଯିବା ।

ଭାରତ ସରକାର ଏହି ଦିଗରେ ଦାୟିତ୍ୱ ଉଠାଇଛନ୍ତି । ଦୁନିଆ ପର୍ଯ୍ୟାବରଣ ସଂପର୍କରେ ଚର୍ଚ୍ଚା କରୁଛି । ପରିବେଶ ଜନିତ ସମସ୍ୟାର ସମାଧାନରେ ଏକ ମହତ୍ୱପୂର୍ଣ୍ଣ କ୍ଷେତ୍ର ହେଉଛି ପରିବହନ । ଆଉ ସେହି ପରିବହନ କ୍ଷେତ୍ର ମଧ୍ୟରେ ଜଳପଥ…100ରୁ ଅଧିକ ଜଳପଥକୁ ଆମେ ଚିହ୍ନଟ କରିଛୁ । ଆଉ ସମଗ୍ର ଦେଶରେ ଆମକୁ ଲାଗୁଛି କି ପଣ୍ୟ ପରିବହନ ପାଇଁ ଯଦି ଆମେ ରେଳ କିମ୍ବା ସଡ଼କ ବ୍ୟତୀତ ଜଳପଥର ଉପଯୋଗ କରିବା, ଆମ ନଦୀଗୁଡିକର, ଆମ ସମୁଦ୍ର କୂଳର ତ ଅମେ ବହୁତ କମ୍ ଖର୍ଚ୍ଚରେ ଜିନିଷପତ୍ର ପହଂଚାଇ ପାରିବା, ଆଉ ପରିବେଶକୁ ବହୁତ କମ୍ କ୍ଷତି ପହଂଚାଇ ଆମେ ବିଶ୍ୱତାପନ ସହିତ ଯେଉଁ ଲଢାଇ ଚାଲିଛି, ସେଥିରେ ମଧ୍ୟ ଆମେ ସକାରାତ୍ମକ ଯୋଗଦାନ କରି ପାରିବା । ସେହି ବିଷୟକୁ ନେଇ ଏବେ ଆମେ ଦେଶରେ ଆଗକୁ ବଢୁଛୁ ।

ଆଜି ନବୀ ମୁମ୍ବାଇରେ ଗ୍ରୀନ ଫିଲ୍ଡ ବିମାନ ବନ୍ଦର, ଆଉ ଦେଶରେ ସ୍ୱାଧୀନତା ପରେ ଏତେ ବଡ଼ ଗ୍ରୀନ ଫିଲ୍ଡ ପ୍ରକଳ୍ପ, ବିମାନ କ୍ଷେତ୍ରର, ଏହା ସର୍ବ ପ୍ରଥମେ ହେଉଛି । ଏବେ ଆପଣ କଳ୍ପନା କରିପାରୁଥିବେ କି 20 ବର୍ଷ ଧରି ଆପଣ ଶୁଣିଛନ୍ତି, କେତେ ନିର୍ବାଚନରେ ଏହା କରିବା ପାଇଁ ପ୍ରତିଶୃତି ଦେଇଥିବେ । କେତେ ବିଧାୟକ ନିର୍ବାଚିତ ହୋଇ ଆସିଥିବେ ଏହି ପ୍ରତିଶୃତିକୁ ନେଇ, କେତେ ଏମପି ହୋଇ ଆସିଥିବେ । କେତେ ସରକାର ଗଠନ ହୋଇଥିବେ, କିନ୍ତୁ  ବିମାନ ବନ୍ଦର ତିଆରି ହେଲା ନାହିଁ । ଆଉ ଏହାର କାରଣ କ’ଣ? ଏହା ପଛରେ ସରକାରଙ୍କ କାମ କରିବାର ଶୈଳୀ ହେଉଛି ସବୁଠାରୁ ପ୍ରତିବନ୍ଧକ ।

1997ରେ ଯେତେବେଳେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଥିଲା, ସେତେବେଳେ ଏହାର ସ୍ୱପ୍ନ ଦେଖା ଯାଇଥିଲା, ଏହାର ପରିକଳ୍ପନା କରାଯାଇଥିଲା, ଆଉ କଥା ଆଗକୁ ବଢ଼ିଥିଲା । ଆଉ ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ହେଲି ତ ମୋର ଆଉ କୌଣସି କାମ ନାହିଁ, ଏକୁଟିଆ ମଣିଷ, ଖାଲି ବସିଛି, ତ ଦିନ-ରାତି ଏହା କରି ଚାଲିଛି । ତ ଖୋଜୁ-ଖୋଜୁ ମୋ ଧ୍ୟାନକୁ ଆସିଲା କି କେବଳ ନବୀ ମୁମ୍ବାଇ ବିମାନ ବନ୍ଦର ନୁହେଁ, ହିନ୍ଦୁସ୍ଥାନରେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଏଭଳି ପ୍ରକଳ୍ପ ସବୁ, କେବେ 30 ବର୍ଷ ପୂର୍ବରୁ ଘୋଷଣା ହୋଇଥିବ, ଫାଇଲରେ ମଞ୍ଜୁରି ମିଳି ଯାଇଥିବ, କେବେ 20ବର୍ଷ ପୂର୍ବରୁ ଘୋଷଣା ହୋଇଥିବ, କେତେବେଳେ ତ ନେତାମାନେ ଯାଇ ଶିଳାନ୍ୟାସ କରି ଦେଇଥିବେ, ଫଟୋ ମଧ୍ୟ ଉଠାଇଥିବେ, ଭାଷଣ ମଧ୍ୟ ଦେଇ ଦେଇଥିବେ, କିନ୍ତୁ ସେହି ପ୍ରକଳ୍ପ  କେବେ କାଗଜ ଆଉ ଫାଇଲରୁ ବାହାରି ନାହିଁ । ଏବେ ଏହା ଟିକେ ଚିନ୍ତା, ଆଉ ଆଶ୍ଚର୍ଯ୍ୟଜନକ କଥା ଥିଲା ।

ମୁଁ ପ୍ରଗତି ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କଲି । ଟେକ୍ନୋଲଜିର ଉପଯୋଗ କରି ଦେଶର ସମସ୍ତ ମୁଖ୍ୟ ସଚିବଙ୍କ ସହିତ ଏବଂ ଭାରତ ସରକାରଙ୍କ ସମସ୍ତ ସଚିବଙ୍କ ସହିତ ଏହି ପ୍ରକଳ୍ପକୁ ନେଇ ବସୁଛି । ଆଉ ନିଜେ ମଧ୍ୟ ତାହାର ଅନୁଧ୍ୟାନ ଓ ସମୀକ୍ଷା କରୁଛି । ଏବେ ସେଥିରେ, ଯେପରି ବର୍ତ୍ତମାନ ଦେବେନ୍ଦ୍ର ଫଡନବୀସ ମହାଶୟ ବର୍ଣ୍ଣନା କରୁଥିଲେ, ଏହି ପ୍ରକଳ୍ପ ମୋ ସାମ୍ନାରେ ଅଛି-କିଛି ହୋଇ ନ ଥିଲା ଆଜ୍ଞା । କେବଳ କାଗଜରେ ଥିଲା, କାଲି ଆସିବ, କାଲି କେହି ଜଣେ ତ ବୟାନ ଦେବ, ଏହା ତ ଆଙ୍କ ସମୟରେ ହୋଇଥିଲା । ଏଭଳି ଲୋକଙ୍କର ଅଭାବ ନାହିଁ । ଆଉ ଏଥିପାଇଁ ସେହି ପ୍ରଗତି ଅନୁସାରେ ସମସ୍ତ ବିଭାଗକୁ ବସାଇ ସମସ୍ୟାଗୁଡ଼ିକର ସମାଧାନ କରନ୍ତୁ ଭାଇ । ଯଦି ଯୋଜନା ହୋଇଥିଲା ତ ସେହି ସମୟରେ ଭୁଲ କାହିଁକି କଲେ? ଯଦି ସେହି ସମୟରେ ଭୁଲ କରି ନ ଥାଆନ୍ତେ ତ ଆଜି ପର୍ଯ୍ୟନ୍ତ କାହିଁକି ଲାଗୁ କଲେ ନାହିଁ? ସଠିକ ପ୍ରଶ୍ନ ଦ୍ୱାରା କାମ ଆଗକୁ ବଢ଼ାନ୍ତୁ । ଆପଣମାନେ ଜାଣି ଖୁସି ହେବେ, ଏହି ପ୍ରଗତିର ଅନୁଧ୍ୟାନ ଦ୍ୱାରା 20-20, 30-30 ବର୍ଷ ପୁରୁଣା ଅଟକି ରହିଥିବା, ଆଉ ପୂର୍ବ ସରକାରଙ୍କ ସ୍ୱଭାବ ଥିଲା-ଝୁଲାଇ ରଖିବା, ଅଟକାଇ ରଖିବା, ଦିଗଭ୍ରଷ୍ଟ କରି ରଖିବା । ଏପରି ହୋଇ ଚାଲିଥିଲା । ଆପଣ ଆଶ୍ଚର୍ଯ୍ୟ ହେବେ, ପାଖାପାଖି 10 ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଯାହା ଏପରି ଲଟକି ଥିବା, ଅଟକି ଥିବା, ଦିଗଭ୍ରଷ୍ଟ ହୋଇ ପଡ଼ି ରହିଥିଲା ସେସବୁକୁ ଆମେ କାର୍ଯ୍ୟକାରୀ କରିଛୁ । ଅର୍ଥର ବ୍ୟବସ୍ଥା କରିଛୁ, ଆଉ ଧନର ବ୍ୟବସ୍ଥା କରିଛୁ, ଆଉ ଦ୍ରୁତ ଗତିରେ କାମ ଆଗେଇ ଚାଲିଛି । ଆଉ ସେଥି ମଧ୍ୟରେ ନବୀ ମୁମ୍ବାଇ ବିମାନ ବନ୍ଦରର କାମ ଅଛି ଆଜ୍ଞା ।

ଆମର ବିମାନ ଚଳାଚଳ କ୍ଷେତ୍ର ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଆମର ଗଜପତି ରାଜୁ ମହାଶୟ ଆପଣମାନଙ୍କୁ ବିସ୍ତୃତ ଭାବରେ ଏବେ କହୁଥିଲେ । ଆଜକୁ 20-25ବର୍ଷ ପୂର୍ବେ ସମଗ୍ର ହିନ୍ଦୁସ୍ଥାନର ବିମାନ ବନ୍ଦର ଉପରେ ଯେତେ ଭିଡ (ଟ୍ରାଫିକ) ଥିଲା, ଯାତ୍ରୀ ଆସୁଥିଲେ-ଯାଉଥିଲେ, ଆଜି ତାହାଠାରୁ ମଧ୍ୟ ଅଧିକ କେବଳ ମୁମ୍ବାଇ ବିମାନ ବନ୍ଦରରେ ସେତିକି ଭିଡ (ଟ୍ରାଫିକ)ରହିଛି । ଆପଣ ଭାବନ୍ତୁ, ସମଗ୍ର ଦେଶରେ ଯାହା ଥିଲା, ଆଜି ତାହା କେବଳ ମୁମ୍ବାଇରେ ଅଛି । ଆଜି ସମୟ ଏପରି ବଦଳି ଯାଇଛି କି ଯେପରି ଆପଣ ବସ୍ ପାଇଁ ଅପେକ୍ଷା କରିଥିବା ଧାଡିରେ ଲୋକଙ୍କୁ ଦେଖୁଛନ୍ତି, ଯଦି ବିମାନ ବନ୍ଦରକୁ ଯିବା, ଲମ୍ବା ଧାଡ଼ିରେ ଲୋକ ଠିଆ ହୋଇଥିବେ ବିମାନରେ ଚଢ଼ିବା ପାଇଁ । ଆଉ ଏହା ସାରା ଦିନ ହିନ୍ଦୁସ୍ଥାନର ଅନେକ ବିମାନ ବନ୍ଦରରେ ଆପଣ ମାନଙ୍କୁ ଦେଖିବାକୁ ମିଳିବ ।

ଯେଉଁ ଦ୍ରୁତ ଗତିରେ ବିମାନ ଚଳାଚଳ କ୍ଷେତ୍ରର ଅଭିବୃଦ୍ଧି ଘଟୁଛି, ସେହି ଆବଶ୍ୟକତା ଅନୁସାରେ ଆମକୁ ବିମାନ ଚଳାଚଳ କ୍ଷେତ୍ରର ଭିତ୍ତିମିରେ ବହୁତ ପଛରେ ରହିଛୁ । ଆମର ପ୍ରୟାସ ହେଉଛି କି ଗତି ବଢ଼ାଇବା, ତାକୁ ଶେଷ କରିବାର ପ୍ରୟାସ କରିବା । ଆମେ, ଏବେ ଆପଣମାନେ ଆଜିଠାରୁ କେତେ ବର୍ଷ ପୂର୍ବେ, 80 ଦଶକରେ, ଏକବିଂଶ ଶତାବ୍ଦୀ ଆସୁଛି, ଏକବିଂଶ ଶତାବ୍ଦୀ ଆସୁଛି, ପ୍ରତ୍ୟେକ ଦିନ ସମ୍ବାଦପତ୍ରରେ ଆସୁଥିଲା । ପ୍ରତ୍ୟେକ ଦିନ ପ୍ରଧାନମନ୍ତ୍ରୀ ମହାଶୟଙ୍କ ମୁହଁରେ ଏକବିଂଶ ଶତାବ୍ଦୀର ଚର୍ଚ୍ଚା ହେଉଥିଲା । କିନ୍ତୁ ଏକବିଂଶ ଶତାବ୍ଦୀର ଶବ୍ଦରୁ ଆଗକୁ ଗାଡ଼ି କେବେ ବଢ଼ି ନଥିଲା ।

ଯଦି ଏକବିଂଶ ଶତାବ୍ଦୀର ବିମାନ ଚଳାଚଳ କ୍ଷେତ୍ର କିଭଳି ହେବ, ଏଥିପାଇଁ କେହି ଆଜିଠାରୁ 20-25 ବର୍ଷ ପୂର୍ବରୁ ଚିନ୍ତା କରି ଥାଆନ୍ତେ, ତ ବୋଧ ହୁଏ ଆମକୁ ଆଜି ଯେତେ ଧାଁ-ଧପଡ଼ କରିବାକୁ ପଡ଼ୁଛି, ବୋଧହୁଏ ଏହା କରିବାକୁ ପଡ଼ି ନ ଥାଆନ୍ତା । ଏହି ଦେଶରେ ସ୍ୱାଧୀନତା ପରେ କୌଣସି ସରକାର ଏତେ ମହତ୍ୱପୂର୍ଣ୍ଣ କ୍ଷେତ୍ର-ଆଗାମୀ ଦିନ ମାନଙ୍କରେ ଏହାର ମାହାତ୍ମ୍ୟ ବଢ଼ିବାକୁ ଯାଉଛି, ଏଥିରେ କୌଣସି ଦ୍ୱିମତ ହେବାର କାରଣ ନଥିଲା-ପୁଣି ମଧ୍ୟ ଆମ ଦେଶରେ କେବେ-ମଧ୍ୟ ବିମାନ ଚଳାଚଳ ନୀତି ନଥିଲା । ଆମେ ଆସିବା ପରେ ବିମାନ ଚଳାଚଳ ନୀତି ପ୍ରସ୍ତୁତ କଲୁ, ଆଉ ବିମାନ ଚଳାଚଳକୁ ଯଦି ଆମେ ଏହି ଭୁଲ କରିବା, କାରଣ ଗୋଟିଏ ସମୟ ଥିଲା ତା’ଉପରେ ମହାରାଜାଙ୍କର ଛବି ରହୁଥିଲା । ଆଜି ଏହା ହେଉଛି ସାଧାରଣ ଲୋକଙ୍କର । ଯେତେବେଳେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଥିଲା ତ ଆମର ଜଣେ ବିମାନ ଚଳାଚଳ ମନ୍ତ୍ରୀ ଥିଲେ । ମୁଁ ତ ରାଜନୀତିରେ ବହୁତ ସଂଗଠନର କାର୍ଯ୍ୟ ଗୋଟିଏ କୋଣରେ କରୁଥିଲି । ମୁଁ ତାଙ୍କୁ କହିଲି କି ଆଜି ମଧ୍ୟ କାହିଁକି ମହାରାଜାଙ୍କ ଛବି ଏଥିରେ ଲଗାଇ ରଖିଛନ୍ତି, ସେହି ସମୟରେ ମହାରାଜାମାନଙ୍କର ଛବି ଲାଗି ରହୁଥିଲା । ମୁଁ କହିଲି କି ଏବେ ତ ଆପଣମାନଙ୍କୁ ଲକ୍ଷଣଙ୍କ କାର୍ଟୁନରେ ଯେଉଁ ସାଧାରଣ ମଣିଷ ଅଛନ୍ତି ନା ତାଙ୍କ ଚିହ୍ନ ଲଗାଇବାର ଅଛି, ସେ ଉଡ଼ାଜାହାଜରେ ବସିଥାଏ । ଆଉ ପରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରଙ୍କ ସମୟରେ ତାହାର ମଧ୍ୟ ଶୁଭାରମ୍ଭ କରାଯାଇଥିଲା ।

ଆମେ କହିଲୁ କି କାହିଁକି ନା ମୋ ଦେଶରେ ଯିଏ ହାୱାଇ ଚପଲ ପିନ୍ଧୁଛି, ସେ ମଧ୍ୟ ଉଡ଼ାଜାହାଜରେ ଉଡ଼ିବା ଦରକାର, ଆମେ ଉଡ଼ାଣ ଯୋଜନା ଆଣିଲୁ । ଦେଶରେ 100 ରୁ ଅଧିକ ବିମାନ ବନ୍ଦର ତିଆରି କଲୁ ଅଥବା ପୁରୁଣା ପଡ଼ି ରହିଥିଲା ତ ସେଗୁଡ଼ିକୁ ଠିକ୍ କରିବା, ସେଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଦିଗରେ ଆମେ କାମ କରୁଛୁ ।

ଛୋଟ-ଛୋଟ ସ୍ଥାନକୁ ଉଡ଼ାଜାହାଜ ଚାଲୁ, ଛୋଟ ବିମାନ ଚାଲୁ-20 ଜଣ ଲୋକଙ୍କୁ ନେଇ କରି ଗଲା ଭଳି, 30ଜଣ ଲୋକଙ୍କୁ ନେଇ ଯିବା ଭଳି, କିନ୍ତୁ ଆଜି ଲୋକଙ୍କୁ ଗତି ଦରକାର । ଆଉ ଆମେ ଗୋଟିଏ ଏଭଳି ଯୋଜନା ପ୍ରସ୍ତୁତ କଲୁ-ବିଶେଷ କରି ଉତ୍ତର-ପୂର୍ବର ଲୋକମାନଙ୍କ ପାଇଁ କି ଯେଉଁଥିରେ ଅଢ଼େଇ ହଜାର ଟଙ୍କାର ଟିକେଟ ଆଉ ଉତ୍ତର-ପୂର୍ବରେ ଯେଉଁ କଷ୍ଟକର ଅଂଚଳ ରହିଛି, ଯେଉଁଠାରେ ଯୋଗାଯୋଗ ବ୍ୟବସ୍ଥା ହେଉଛି ବହୁତ ଜରୁରୀ, ତାହା ଉପରେ ମଧ୍ୟ ଆମେ ଗୁରୁତ୍ୱ ଦେଉଛୁ ।

ଆପଣମାନେ ଜାଣି ଖୁସି ହେବେ ଭାଇ ଓ ଭଉଣୀମାନେ, ଆମ ଦେଶରେ ଏତେ ବର୍ଷ ଧରି ଯେଉଁ ଉଡ଼ାଜାହାଜ କିଣା ଯାଇଥିଲା, ଚାଲୁଥିଲା-ଆଜି ଆମ ଦେଶରେ ପାଖାପାଖି 450 ଉଡ଼ାଜାହାଜ କାର୍ଯ୍ୟକ୍ଷମ ଅଛି, ଦେଶ ସେବାରେ ଲାଗୁଛି, ସରକାରୀ ହେଉ, ବେସରକାରୀ ହେଉ-ସବୁକୁ ମିଶାଇ-ସାଢ଼େ ଚାରି ଶହ । ସ୍ୱାଧୀନତା ପରଠାରୁ ଏ ପର୍ଯ୍ୟନ୍ତ 450 ରେ ପହଂଚିଛି । ଆପଣମାନେ ଜାଣି ଖୁସି ହେବେ କି ଏହି ଗୋଟିଏ ବର୍ଷରେ ଦେଶର ବିମାନ ଚଳାଚଳ କ୍ଷେତ୍ରରେ ଲୋକମାନଙ୍କ ଦ୍ୱାରା 900 ନୂତନ ଉଡ଼ାଜାହାଜ ଖର୍ଦ୍ଦି ପାଇଁ ବୁକିଂ କରାଯାଇଛି । ଅର୍ଥାତ ସ୍ୱାଧୀନତାର 70 ବର୍ଷ ହୋଇଗଲା-450 ଆଉ ଏହି ଗୋଟିଏ ବର୍ଷରେ 900 ନୂତନ ଉଡ଼ାଜାହାଜର କ୍ରୟ ପାଇଁ ବୁକିଂ ବରାଦ ଦିଆ ଯାଇଛି । ଆପଣ କଳ୍ପନା କରି ପାରୁଥିବେ କି କେତେ ଦ୍ରୁତ ଗତିରେ ବିମାନ ଚଳାଚଳ କ୍ଷେତ୍ର ଆଗକୁ ବଢ଼ୁଛି ।

ଆଉ ବିମାନ ଚଳାଚଳ କ୍ଷେତ୍ର ରୋଜଗାରର ମଧ୍ୟ ନୂତନ ସମ୍ଭାବନା ନେଇ ଆସେ । ଆଉ ଏବେ ଯେତେବେଳେ ଦେବେନ୍ଦ୍ର ଫଡନବିସ୍ କହୁଥିଲେ କି ଏହା ସହିତ ଭିତ୍ତିଭୂମି ପ୍ରସ୍ତୁତ ହେବ- ଜଳରେ, ଭୂମିରେ, ଆକାଶରେ, ଏହା କାରଣରୁ ଅର୍ଥନୈତିକ କାର୍ଯ୍ୟକଳାପ କେତେ ସକ୍ରିୟ ହୋଇଥାଏ । ଏହା ଦୁନିଆର ଏକ ଅଧ୍ୟୟନ ରହିଛି କି ବିମାନ ଚଳାଚଳ କ୍ଷେତ୍ରର ଭିତ୍ତିଭୂମିରେ ଯଦି ଶହେ ଟଙ୍କା ଲଗା ଯାଇଥାଏ ତ ସମୟ ଥାଉ ଥାଉ ସେଥିରେ ତିନି ଶହ ପଚିଶ ଟଙ୍କା ବାହାରି ଥାଏ । ଏତେ ଶକ୍ତି ରହିଛି, ରୋଜଗାର ଦେବାର ସମ୍ଭାବନା ବହୁତ ରହିଛି । ଭାରତର ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହନ ଦେଇଛି ।

ଭାରତ ହେଉଛି ବିବିଧତାରେ ଭରା ଏପରି ଏକ ଦେଶ, ଯଦି  ଉପଯୁକ୍ତ ଯୋଗାଯୋଗ ମିଳି ଯାଏ ତ ସାରା ବିଶ୍ୱର ଲୋକ ଯଦି ଗୋଟିଏ ଜିଲ୍ଲାରେ ଗୋଟିଏ ମାସ ମଧ୍ୟ ଅତିବାହିତ କରନ୍ତି ତ, ତେବେ ମଧ୍ୟ ବୋଧହୁଏ ସମଗ୍ର ଦେଶ ଭଲ ଭାବେ ଦେଖିକରି ଯାଇ ପାରିବେ ନାହିଁ, ଏତେ ବିବିଧତାରେ ପରିପୂର୍ଣ୍ଣ ହେଉଛି ଆମର ଦେଶ । ଏହି ବିମାନ ଚଳାଚଳ କ୍ଷେତ୍ର, ଏହାର ଗୁରୁତ୍ୱ ଦେଶର ପର୍ଯ୍ୟଟନକୁ ମଧ୍ୟ ବହୁତ ବଡ଼ ଶକ୍ତି ଦେବ । ଆଉ ପର୍ଯ୍ୟଟନ ହେଉଛି ଏଭଳି ଏକ କ୍ଷେତ୍ର କି ଯେଉଁଠାରେ ଅତି କମ୍ ପୁଞ୍ଜି ନିବେଶରେ ଅଧିକରୁ ଅଧିକ ଦୈନଦିନ ଆୟ କରିହେବ । ଏବେ ପର୍ଯ୍ୟଟନରୁ ଯେ କେହି ରୋଜଗାର କରିପାରିବେ – ଟେକ୍ସି ଚଲାଇଲା ବାଲା ଆୟ କରିପାରିବେ, ଅଟୋ ରିକ୍ସା ବାଲା ଆୟ କରିପାରିବେ, ଗେଷ୍ଟ୍ ହାଉସ ବାଲା ଆୟ କରିପାରିବେ, ଫୁଲ-ଫଳ ବିକ୍ରି କରିଲାବାଲା ଆୟ କରିପାରିବେ, ମନ୍ଦିର ବାହାରେ ବସିଥିବା ପୂଜାପାଠ କରିଲାବାଲା ଆୟ କରିପାରିବେ; ପ୍ରତ୍ୟେକ ଆୟ କରୁଛନ୍ତି ।

ଏ ଯେଉଁ ବିମାନ ଚଳାଚଳ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପଛରେ ଆମର ଯେଉଁ ପ୍ରୟାସ ଅଛି, ତାହା ପର୍ଯ୍ୟଟନ ସହିତ ମଧ୍ୟ ସିଧା ସଳଖ ଜଡ଼ିତ ଅଛି । ମୋର ବିଶ୍ୱାସ କି ଆଜିର ଏହି ନବୀ ମୁମ୍ବାଇ ଗ୍ରୀନ ଫିଲ୍ଡ ବିମାନବନ୍ଦରର ଶିଳାନ୍ୟାସ ଆଉ ମୁଁ ସବୁବେଳେ କାର୍ଯ୍ୟକ୍ରମରେ ପଚାରିଥାଏ କି, କେବେ ଶେଷ ହେବ । କାରଣ ସେହି ପୁରୁଣା ସମୟର ଅନୁଭବ କିପରି ଅଛି, ଆପଣମାନଙ୍କୁ ଜଣାଅଛି । ତ ଆମମାନଙ୍କୁ ଦେଶକୁ ସେହି ସଂସ୍କୃତିରୁ ବାହାର କରିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ୁଛି । କିନ୍ତୁ କରିବୁ- ଆପଣମାନେ କାମ ଦେଇଛନ୍ତି ତ ଆମେ ତାହାକୁ ସଂପୂର୍ଣ୍ଣ କରି ରହିବୁ ।

ଆଉ ମୁଁ ଦେଖିପାରୁଛି କି ଯେଉଁ ପ୍ରକଳ୍ପ, ଏହି ଦିନମାନଙ୍କରେ ମୁଁ ଦେଖିପାରୁଛି କି ଯେଉଁ ପ୍ରକଳ୍ପ ମୁମ୍ବାଇ ଏବଂ ମହାରାଷ୍ଟ୍ରରେ- ମୁଁ ବଡ଼ ବଡ଼ ଅନୁମାନ ଲଗାଉଛି କି 2022 ଏବଂ 2022ର ସମୟ ମଧ୍ୟରେ କିପରି ହେବ । ସେହି ଛବିକୁ ଟିକେ ଆପଣମାନେ ମନ ଭିତରେ ଆଙ୍କିବାକୁ ଚେଷ୍ଟା କରନ୍ତୁ – କ’ଣ ହେବ? ବୋଧ ହୁଏ ଏହା ପୂର୍ବରୁ 20 ବର୍ଷ, 25 ବର୍ଷ ମଧ୍ୟରେ ଆପଣ ଭାବିପାରି ନ ଥିବେ । ଯଦି 2022, 23, 24, 25, ଏହି ସମୟକୁ ଦେଖିବା ତ ଆପଣ ଦେଖିବେ କି ଏଠାରୁ ଆପଣଙ୍କ ଆଖି ସାମ୍ନାରେ ନବୀ ମୁମ୍ବାଇର ବିମାନ ବନ୍ଦରରୁ ବିମାନ ଉଡିବାରେ ଲାଗିବେ ।

ଏହି ସମୟରେ ଯେତେବେଳେ ସମୁଦ୍ର ଉପରେ 22 କିଲୋମିଟର ଦୀର୍ଘ Trans Harbour Link Road  ଉପରେ ଆପଣଙ୍କ ଗାଡିଗୁଡିକ ସଂପୂର୍ଣ୍ଣ ଗତିରେ ଦୌଡୁଥିବ । ଏହି ସମୟରେ ଯେତେବେଳେ ମୁମ୍ବାଇ ଦୁଇଥାକିଆ ଉପ-ନଗରୀ କରିଡରର କାର୍ଯ୍ୟ ଦ୍ରୁତ ଗତିରେ ଶେଷ ହୋଇଯାଇଥିବ । ସେହିଭଳି ଭାବେ ସେହି ସମୟରେ ଆପଣଙ୍କର ଏଠାରେ ସମୁଦ୍ର ସହିତ ଜଡିତ ହୋଇଥିବା ଯେତେଗୁଡିଏ ପ୍ରକଳ୍ପ ଅଛି- ପାଣି ସହିତ ଜଡିତ ହୋଇଥିବା, ରେଳ ସହିତ ଜଡିତ ହୋଇଥିବା ଏକ ସଙ୍ଗେ 22 ପାଖାପାଖି ସମୟରେ ଆପଣଙ୍କ ଦୃଷ୍ଟି ଗୋଚର ହେବେ । ଆଉ ଅନ୍ୟପଟେ ଛତ୍ରପତି ଶିବାଜୀ ମହାରାଜଙ୍କର ଭବ୍ୟ ପ୍ରତିମା ମଧ୍ୟ ପ୍ରସ୍ତୁତ ହୋଇଯାଇଥିବ । ଆପଣ କଳ୍ପନା କରିପାରୁଥିବେ କି  କିପରି ବଦଳିଯିବ ।

ମୁଁ ଏହି ସମସ୍ତ ପଦକ୍ଷେପ ପାଇଁ ଶ୍ରୀମାନ ଦେବେନ୍ଦ୍ର ଫଡନବିସ୍ ମହାଶୟଙ୍କୁ, କେନ୍ଦ୍ରରେ ମୋ ଟିମର ସାଥୀ ଗଜପତିରାଜୁ ମହାଶୟ, ନୀତିନ ଗଡ଼କରି ମହାଶୟ, ଏହି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ, ଆପଣ ସମସ୍ତଙ୍କୁ ବହୁତ ଶୀଘ୍ର ଏହି ବିମାନ ଯାତ୍ରାର ସୁଯୋଗ ଏଠାରୁ ମିଳି ଯାଉ, ଏଥି ପାଇଁ ବହୁତ ବହୁତ ଶୁଭକାମନା ଦେଉଛି । ଧନ୍ୟବାଦ ।

 

**********