Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନମାମୀ ବ୍ରହ୍ମପୁତ୍ର ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭକାମନା


ନମାମୀ ବ୍ରହ୍ମପୁତ୍ର ମହୋତ୍ସବ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

“ଏହା ଏକ ଗର୍ବର ବିଷୟ ଯେ ଆସାମ ସରକାର ନମାମୀ ବ୍ରହ୍ମପୁତ୍ର ଉତ୍ସବ ପାଳନ ଆରମ୍ଭ କରୁଛନ୍ତି । ଏହି ଉତ୍ସବ ପାଇଁ ଶୁଭକାମନା ।

ଆସାମ ଏବଂ ଉତ୍ତର-ପୂବାଂଚଳ ପାଇଁ ବ୍ରହ୍ମପୁତ୍ର ହେଉଛି ଜୀବନରେଖା ଏବଂ ଏଠାକାର ଜନସାଧାରଣଙ୍କ ପାଇଁ ଏହା ଜୀବିକାର ଉତ୍ସ ।

ଭାରତର ଇତିହାସ ଓ ସଂସ୍କୃତିରେ ନଦୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଭାରତର ବିକାଶ ପାଇଁ ନଦୀର ସ୍ଵଛତା ଓ ଏହାର ପରିବେଶର ସଂରକ୍ଷଣ ନିଶ୍ଚିତ କରିବା ଦିଗରେ ଆସନ୍ତୁ ସମସ୍ତେ ମିଳିମିଶି କାର୍ଯ୍ୟ କରିବା । ନମାମୀ ବ୍ରହ୍ମପୁତ୍ର ସମ୍ବନ୍ଧରେ ଅଧିକ ତଥ୍ୟ http://namamibrahmaputra.comରୁ ମିଳିପାରିବ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।