ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନାବାର୍ଡ ଆଇନ, 1981ର ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ସଂଶୋଧନ ଫଳରେ କେନ୍ଦ୍ର ସରକାର ନାବାର୍ଡର ଅଧିକୃତ ପୁଞ୍ଜି ପରିମାଣକୁ 5 ହଜାର କୋଟିରୁ 30 ହଜାର କୋଟି ଟଙ୍କାକୁ ବୃଦ୍ଧି କରିପାରିବେ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ପରାମର୍ଶ କରି ଏହାକୁ 30 ହଜାର କୋଟି ଟଙ୍କାରୁ ଅଧିକ କରିପାରିବେ । ସେହିପରି ନାବାର୍ଡରେ ଥିବା ରିଜର୍ଭ ବ୍ୟାଙ୍କର 20 କୋଟି ଟଙ୍କା ମୂଲ୍ୟର 0.4 ପ୍ରତିଶତ ଇକ୍ୟୁଟି କେନ୍ଦ୍ର ସରକାରଙ୍କ ନିକଟକୁ ହସ୍ତାନ୍ତର ହେବ । ଏହାବ୍ୟତୀତ ନାବାର୍ଡ ଆଇନରେ ଏହି ସଂଶୋଧନ ଫଳରେ ଦୀର୍ଘ ମିଆଦି ପରିବର୍ତ୍ତନ ଏବଂ ନାବାର୍ଡ ଅଧିକାର କ୍ଷେତ୍ରକୁ ବ୍ୟାପକ କରାଯାଇ ମଧ୍ୟମ ଉଦ୍ୟୋଗ ଏବଂ ହସ୍ତତନ୍ତ ଶିଳ୍ପକୁ ଅଣାଯାଇପାରିବ ।