Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନାବିକ ସାଗର ପରିକ୍ରମା ଦଳର ମହିଳା ଅଫିସରମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା;


ଭାରତୀୟ ନୌସେନାର 6ଜଣ ସାହସୀ ମହିଳା ଅଫିସର ତାରିଣୀ ଯାନ୍ତ୍ରିକ ଡଙ୍ଗା(INSV Tarini) ରେ ବିଶ୍ୱ ପରିକ୍ରମା କରିବା ପାଇଁ ବାହାରିଛନ୍ତି । ଆଜି ସେମାନେ ସମୁଦ୍ର ପଥରେ ସେମାନଙ୍କର ଏହି ଦୁଃସାହସିକ ଜଳଯାତ୍ରା ଆରମ୍ଭ କରୁଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ନାବିକ ସାଗର ପରିକ୍ରମା ଦଳର 6ଜଣ ଯାକ ମହିଳା ଅଧିକାରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଦେଶବାସୀଙ୍କୁ ତାଙ୍କ ନରେନ୍ଦ୍ର ମୋଦୀ ଆପ ଜରିଆରେ ଏହି ମହିଳା ନୌସେନା ଅଧିକାରୀମାନଙ୍କୁ ଶୁଭେଚ୍ଛା ଓ ଉତ୍ସାହର ବାର୍ତ୍ତାମାନ ପଠାଇବା ପାଇଁ ନିବେଦନ କରିଛନ୍ତି ।

“ଆଜି ଏକ ସ୍ୱତନ୍ତ୍ର ଦିବସ ! ନୌସେନାର 6 ଜଣ ମହିଳା ଅଧିକାରୀ INSV ତାରିଣୀରେ ସମୁଦ୍ର ପଥରେ ବିଶ୍ୱ ପରିକ୍ରମା ଆରମ୍ଭ କରୁଛନ୍ତି ।

ସମଗ୍ର ଦେଶ ଆଜି ଏକତ୍ରିତ ହୋଇଛନ୍ତି ନାବିକ ସାଗର ପରିକ୍ରମା ଦଳର ମହିଳା ଅଧିକାରୀମାନଙ୍କୁ ସେମାନଙ୍କ ଅସାଧାରଣ କାର୍ଯ୍ୟ ଲାଗି ଶୁଭେଚ୍ଛା ଜଣାଇବା ପାଇଁ ।
ଆପଣମାନେ ନରେନ୍ଦ୍ର ମୋଦୀ ଆପ୍ ଜରିଆରେ ନାବିକ ସାଗର ପରିକ୍ରମାର ଦଳକୁ ସେମାନଙ୍କର ଦୁଃସାହସିକ ଜଳଯାତ୍ରା ପାଇଁ ଉତ୍ସାହର ବାର୍ତ୍ତା ପଠାନ୍ତୁ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହା ଭାରତର ପ୍ରଥମ ବିଶ୍ୱ ନୌପରିକ୍ରମା ଦଳ ଯେଉଁଥିରେ କି ସମସ୍ତ ସହଯାତ୍ରୀ ହେଉଛନ୍ତି ମହିଳା । ଆଜି ଗୋଆରୁ ସେମାନଙ୍କର ସାମୁଦ୍ରିକ ଯାତ୍ରା ଆରମ୍ଭ କରିବେ ଏବଂ ବିଶ୍ୱ ପରିକ୍ରମା ସାରି ମାର୍ଚ୍ଚ 2018 ସୁଦ୍ଧା ଗୋଆରେ ପହଂଚିବେ । ଏହି ସାମୁଦ୍ରିକ ଯାତ୍ରାର ନାମ ରଖାଯାଇଛି ନାବିକ ସାଗର ପରିକ୍ରମା । ପାଞ୍ଚଟି ପର୍ଯ୍ୟାୟରେ ପରିଚାଳିତ ହେଉଥିବା ଏହି ପରିକ୍ରମା ବିଶ୍ୱର ଚାରୋଟି ବନ୍ଦରକୁ ସ୍ପର୍ଶ କରିବ । ନୌଯାତ୍ରୀ ଦଳ INSV ତାରିଣୀ ଯୋଗେ ଅଷ୍ଟ୍ରେଲିଆର ଫ୍ରିମେଣ୍ଟାଲ, ନିଉଜିଲାଣ୍ଡର ଲିଟିଲଟନ, ଫକଲାଣ୍ଡ ଦ୍ୱିପର ପୋର୍ଟ ଷ୍ଟାନଲେ ଏବଂ ଦକ୍ଷିଣ ଆଫ୍ରିକାର କେପ୍ ଟାଉନ ବନ୍ଦର ଦେଇ ବିଶାଳ ପୃଥିବୀର ସମୁଦ୍ରପଥ ପରିକ୍ରମା କରିବ ।

*****