ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ନିଃସ୍ୱାର୍ଥପର କାର୍ଯ୍ୟ ହେଉଛି ମାନବତାର ସବୁଠାରୁ ବଡ଼ ଶକ୍ତି । ସେବା ଏବଂ ସମର୍ପଣର ଏହି ଭାବାନା ସହିତ ଦେଶ ପ୍ରତ୍ୟେକ ନାଗରିକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ସଂକଳ୍ପ ନେଇ ଆଗକୁ ବଢ଼ୁଛି ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଷିତମ୍ ଶେୟାର କରିଛନ୍ତି –
“हितं यत्सर्वभूतानामात्मानश्च सुखावहम्।
तत्कुर्यादीश्वरे ह्येतन्मूलं सर्वार्थसिद्धये।। ”
ସୁଭାଷିତମ୍ ଏହି ବାର୍ତ୍ତା ଦେଉଛି ଯେ ଜଣେ କେବଳ ସେହି କାର୍ଯ୍ୟ କରିବା ଉଚିତ ଯାହା ସମସ୍ତ ଜୀବଜଗତ ପାଇଁ ହିତକର ଏବଂ ନିଜ ଆତ୍ମାକୁ ଶାନ୍ତି ପ୍ରଦାନ କରେ । ଏହା ଇଶ୍ୱରଙ୍କ ନିକଟରେ ପ୍ରକୃତ ଆତ୍ମସମର୍ପଣକୁ ହୋଇଥାଏ, କାରଣ ଏହି ପଥ ସମସ୍ତ ମାନବ ପ୍ରୟାସ ଏବଂ ଆଧ୍ୟାତ୍ମିକ ଉପଲବ୍ଧିର ମୌଳିକ ଆଧାର ।
ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;
“ନିଃସ୍ୱାର୍ଥପର କାର୍ଯ୍ୟ ହେଉଛି ମାନବତାର ସବୁଠାରୁ ବଡ଼ ଶକ୍ତି । ସେବା ଏବଂ ସମର୍ପଣର ଏହି ଭାବନା ଦ୍ୱାରା ପରିଚାଳିତ ହୋଇ ଆମେ ସମସ୍ତଙ୍କ ଜୀବନକୁ ଉନ୍ନତ କରିବାର ସଂକଳ୍ପ ନେଇ ଆଗକୁ ବଢ଼ୁଛୁ ।
हितं यत्सर्वभूतानामात्मानश्च सुखावहम् ।
तत्कुर्यादीश्वरे ह्येतन्मूलं सर्वार्थसिद्धये ।।”
SR
निःस्वार्थ कर्म ही मानवता की सबसे बड़ी शक्ति है। हम सेवा और समर्पण के इसी भाव के साथ हर किसी के जीवन को बेहतर बनाने का संकल्प लेकर आगे बढ़ रहे हैं।
— Narendra Modi (@narendramodi) July 10, 2026
हितं यत्सर्वभूतानामात्मानश्च सुखावहम् ।
तत्कुर्यादीश्वरे ह्येतन्मूलं सर्वार्थसिद्धये ।। pic.twitter.com/VDRp5sdvVg