ପିଏମଇଣ୍ଡିଆ
ନିରନ୍ତର ଏବଂ ସ୍ମାର୍ଟ ସହରାଂଚଳ ବିକାଶ କ୍ଷେତ୍ରରେ ବୈଷୟିକ ସହଯୋଗ ଲାଗି ଭାରତ ଏବଂ ଡେନମାର୍କ ମଧ୍ୟରେ ବୁଝାମଣା ବିଷୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅବଗତ ହୋଇଛନ୍ତି ।
ଏହି ଏମଓୟୁର ଉଦ୍ଦେଶ୍ୟ ଜ୍ଞାନ, ସଂସ୍ଥାଗତ ସହଯୋଗ, ଗବେଷଣା ଏବଂ ବିକାଶ ତଥା ଏ ସଂକ୍ରାନ୍ତ ପ୍ରସଙ୍ଗରେ ବାଣିଜ୍ୟିକ ସମ୍ପର୍କର ବିନିମୟ ମାଧ୍ୟମରେ ପାରସ୍ପରିକ ଲାଭ ଆଧାରରେ ନିରନ୍ତର ଓ ସ୍ମାର୍ଟ ସହର ବିକାଶ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହିତ କରିବା । ଏହାର ଅନ୍ତର୍ଗତ ସହଯୋଗ କ୍ଷେତ୍ର ଯେପରିକି ସ୍ମାର୍ଟ ସହର ସମାଧାନ, ଜୀବିକା, ଶସ୍ତା ଏବଂ ସମନ୍ୱିତ ସହରୀ ନିୟୋଜନ, ପୁନର୍ବିକାଶ ଏବଂ ଭୂମି ଉପଯୋଗ, ବର୍ଜ୍ୟରୁ ଶକ୍ତି ସମେତ କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଶସ୍ତା ପରିବହନ ପ୍ରଣାଳୀ, ଜଳ ଏବଂ ସ୍ୱଚ୍ଛତା ପରିଚାଳନା, ଶକ୍ତି ଦକ୍ଷତା, ସମ୍ବଳର ଉପଯୋଗ ଏବଂ ଅନ୍ୟ ସମ୍ପୃକ୍ତ କ୍ଷେତ୍ର ଆଦିରେ ପାରସ୍ପରିକ ସହଯୋଗକୁ ବୃଦ୍ଧି କରିବାରେ ସହମତି ହୋଇଛି ।
କାର୍ଯ୍ୟାନ୍ୱୟନ ରଣନୀତି
ଏହି ଏମଓୟୁ ଅଧୀନରେ ଭିତ୍ତିଭୂମି ସହଯୋଗ ନିମନ୍ତେ କାର୍ଯ୍ୟକ୍ରମର ରଣନୀତି ଏବଂ ଏକ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯିବ । ଅଂଶୀଦାରଙ୍କ ସହମତି ଦ୍ୱାରା ଭାରତ ଏବଂ ଡେନମାର୍କର ଏହି ମିଳିତ କାର୍ଯ୍ୟ ଦଳ ଏକ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ବୈଠକ ଆୟୋଜନ କରିବେ ।
ପ୍ରମୁଖ ପ୍ରଭାବ
ଏହି ବୁଝାମଣା ଜ୍ଞାପନ ଦ୍ୱାରା ଦୁଇ ଦେଶ ମଧ୍ୟରେ ନିରନ୍ତର ଏବଂ ସ୍ମାର୍ଟ ସହରାଂଚଳ ବିକାଶ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବାରେ ସହାୟତା ମିଳିବ ।
ହିତାଧିକାରୀ
ଏହି ଏମଓୟୁ ଜରିଆରେ ଶକ୍ତି, ଶସ୍ତା ପରିବହନ ବ୍ୟବସ୍ଥା, ଜଳ ଏବଂ ସ୍ୱଚ୍ଛତା ପରିଚାଳନା, ଶକ୍ତି ଦକ୍ଷତା, ସମ୍ବଳ ସଂଗ୍ରହ ସହିତ କଠିନ ବର୍ଜ୍ୟ ପରିଚାଳନା ଭଳି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।
**********