Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନିରନ୍ତର ବିକାଶ ଲକ୍ଷ୍ୟ ଉପରେ ଜାତୀୟ ଅନୁଧ୍ୟାନ ରୂପରେଖକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ସମ୍ବନ୍ଧିତ ଲକ୍ଷ୍ୟଗୁଡ଼ିକ ସହିତ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି)ର ଅନୁଧ୍ୟାନ ଲାଗି ଜାତୀୟ ସଂକେତକ ଢାଂଚା (ଏନଆଇଏଫ)ର ସମୟ ବ୍ୟବଧାନରେ ସମୀକ୍ଷା ଏବଂ ସେଥିରେ ସୁଧାର ଲାଗି ଏକ ଉଚ୍ଚସ୍ତରୀୟ ଷ୍ଟିଅରିଂ କମିଟି ଗଠନ କରିବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି ।

ଉଚ୍ଚସ୍ତରୀୟ ସମିତିର ଅଧ୍ୟକ୍ଷତା କରିବେ ଭାରତର ମୁଖ୍ୟ ପରିସଂଖ୍ୟାବିତ୍ତ ଏବଂ ପରିସଂଖ୍ୟାନ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ (ଏମଓଏସପିଆଇ)ର ସଚିବ । ସମିତିରେ ତଥ୍ୟର ସ୍ରୋତ ମନ୍ତ୍ରଣାଳୟ ଏବଂ ନୀତି ଆୟୋଗର ସଚିବ ସଦସ୍ୟଙ୍କ ରୂପରେ ରହିବେ । ଏହାବ୍ୟତୀତ ଅନ୍ୟ ସମ୍ବନ୍ଧିତ ମନ୍ତ୍ରଣାଳୟର ସଚିବ ବିଶେଷ ଆମନ୍ତ୍ରିତ ସଦସ୍ୟ ଭାବେ ରହିବେ । ଏହାର କାର୍ଯ୍ୟ ହେବ ସମୟ ସମୟରେ ସଂକେତକଗୁଡ଼ିକରେ ସୁଧାର ସହିତ ଜାତୀୟ ସଂକେତକ ଢାଂଚାର ସମୀକ୍ଷା କରିବା ।

ଲକ୍ଷ୍ୟ:

ବିକାଶ ସମ୍ବନ୍ଧୀୟ ଆହ୍ୱାନର ସମ୍ମୁଖୀନ ହେବା ଲାଗି ବର୍ତ୍ତମାନ ଜାତୀୟ, କାର୍ଯ୍ୟକ୍ରମ ଏବଂ ରଣନୀତି କାର୍ଯ୍ୟ ଯୋଜନାରେ ମୁଖ୍ୟ ନିରନ୍ତର ବିକାଶ ଲକ୍ଷ୍ୟର ଉପାୟ ବାହାର କରିବା

ଏନଆଇଏଫର ପରିସଂଖ୍ୟାନ ସଂକେତକ ଜାତୀୟ ଏବଂ ରାଜ୍ୟ ସ୍ତରରେ ଏସଡିଜି ଅନୁଧ୍ୟାନର ମୂଳଦୁଆ ହେବେ ଏବଂ ବିଭିନ୍ନ ଏସଡିଜି ଅନ୍ତର୍ଗତ ଲକ୍ଷ୍ୟକୁ ହାସଲ କରିବାର ନୀତି ପରିଣାମକୁ ବୈଜ୍ଞାନିକ ପଦ୍ଧତିରେ ମୂଲ୍ୟାଙ୍କନ କରିବେ ।

ପରିସଂଖ୍ୟାନ ସଂକେତକର ଆଧାରରେ ଏମଓଏସପିଆଇ ଏସଡିଜିର କାର୍ଯ୍ୟାନ୍ୱୟନ ଉପରେ ଜାତୀୟ ରିପୋର୍ଟ ଆଣିବ । ଏହି ରିପୋର୍ଟ ପ୍ରଗତିର ଆକଳନକୁ ସରଳ  କରିବା, ଆହ୍ୱାନ ଚିହ୍ନଟ କରିବା ଏବଂ ଜାତୀୟ ସ୍ତରରେ ଆଗକୁ କାର୍ଯ୍ୟ କରିବା ଲାଗି ସୁପାରିସ କରିବ ।

ତଥ୍ୟ ଉତ୍ସ ମନ୍ତ୍ରଣାଳୟ/ବିଭାଗ ଆବଶ୍ୟକ ଅନ୍ତରାଳରେ ଏହି ସଂକେତକଗୁଡ଼ିକ ବିଷୟରେ ଏବଂ ଏସଡିଜିର ଜାତୀୟ ଉପଜାତୀୟ ପ୍ରତିବେଦନ ଲାଗି ଏମଓଏସପିଆଇକୁ ନିୟମିତ ଏବଂ ଭିନ୍ନ ଭିନ୍ନ ସୂଚନା ପ୍ରଦାନ କରିବ ।

ନିକଟରୁ ଏବଂ ପ୍ରଭାବୀ ଅନୁଧ୍ୟାନ ଲାଗି ଅତ୍ୟାଧୁନିକ ଆଇଟି ଉପକରଣକୁ ବ୍ୟବହାର କରାଯିବ ।

ପ୍ରମୁଖ ପ୍ରଭାବ :

ଏସଡିଜି ବିକାଶର ଆର୍ଥିକ, ସାମାଜିକ ଏବଂ ପରିବେଶ ସମ୍ବନ୍ଧୀୟ ଦିଗକୁ ସମାହିତ କରାଯାଇଛି । ଏହାର ଉଦ୍ଦେଶ୍ୟ ସମସ୍ତଙ୍କ ସହିତ ସମସ୍ତଙ୍କ ବିକାଶର ମୂଳ ଭାବନା ସହିତ ପରିବର୍ତ୍ତିତ ବିଶ୍ୱରେ ଦାରିଦ୍ର୍ୟ ଦୂରୀକରଣ ସମୃଦ୍ଧିକୁ ପ୍ରୋତ୍ସାହନ ଦେବା ।

17ଟି ଲକ୍ଷ୍ୟ ଏବଂ 169ଟି ଉଦ୍ଦେଶ୍ୟ ସହିତ ଏସଡିଜି ନିରନ୍ତର, ସାମଗ୍ରୀକ ଏବଂ ସମାନ ଆର୍ଥିକ ବିକାଶକୁ ପ୍ରୋତ୍ସାହନ, ସମସ୍ତଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା, ଅସମାନତା କମ କରିବା, ଜୀବନଯାପନ କରିବାର ମୌଳିକ ସ୍ଥିତିରେ ସୁଧାର, ସମାନା ସାମାଜିକ ବିକାଶକୁ ପ୍ରୋତ୍ସାହନ ଏବଂ ସମାବେଶନ, ପ୍ରାକୃତିକ ସମ୍ବଳ ଏବଂ ପରିବେଶ ପ୍ରଣାଳୀର ସମନ୍ୱିତ ଏବଂ ନିରନ୍ତର ପରିଚାଳନାକୁ ପ୍ରୋତ୍ସାହନ ଦେବାକୁ ଚାହୁଁଛି ।

ଏନଆଇଏଫ ଜାତୀୟ ସ୍ତରରେ ଏସଡିଜିର ପ୍ରକୃତି ବିଷୟରେ ଫଳାଫଳ ଆଧାରିତ ଅନୁଧ୍ୟାନ ଏବଂ ସୂଚନା ଦେବାରେ ସହାୟତା କରିବ ।

ଜାତୀୟ ସଂକେତକ ଢାଂଚାର କାର୍ଯ୍ୟାନ୍ୱୟନରେ କୌଣସି ପ୍ରତ୍ୟକ୍ଷ ଆର୍ଥିକ ପ୍ରଭାବ ପଡ଼ିବ ନାହିଁ । ତଥାପି ସମୃକ୍ତ ମନ୍ତ୍ରଣାଳୟଗୁଡ଼ିକୁ ଏସଡିଜି ସଂକେତକଗୁଡ଼ିକର ଅନୁଧ୍ୟାନକୁ ସରଳ କରିବା ଲାଗି ସେଗୁଡ଼ିକ ପରିସଂଖ୍ୟାନ ପ୍ରଣାଳୀକୁ ପୁଣି ସଂଗଠିତ ଏବଂ ସୁଦୃଢ଼ କରିବାକୁ ହେବ ।

ଆଶା କରାଯାଉଛି ଯେ ଏସଡିଜି ଲୋକାମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବ ଏବଂ ଏସଡିଜିର କାର୍ଯ୍ୟାନ୍ୱୟନ ପ୍ରଗତିର ଅନୁଧ୍ୟାନ ଦ୍ୱାରା ସାରା ଦେଶ ଲାଭାନ୍ୱିତ ହେବ ।

 

**********