Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନିରନ୍ତର ସହର ବିକାଶ କ୍ଷେତ୍ରରେ ଭାରତ, ବ୍ରିଟେନ ବୈଷୟିକ ସହଯୋଗ ବୁଝାମଣା ନେଇ ଅବଗତ ହେଲେ କ୍ୟାବିନେଟ


ନିରନ୍ତର ସହର ବିକାଶ କ୍ଷେତ୍ରରେ ବୈଷୟିକ ସହଯୋଗ ଲାଗି ଭାରତ ଏବଂ ବ୍ରିଟେନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ର (ଏମଓୟୁ) ବିଷୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟକୁ ଅବଗତ କରାଯାଇଥିଲା ।

ବିବରଣୀ :

ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ନିରନ୍ତର ସହର ବିକାଶ କ୍ଷେତ୍ରରେ ଭାରତ ଏବଂ ବ୍ରିଟେନ ମଧ୍ୟରେ ସଂସ୍ଥାଗତ ସହଯୋଗ ଉପଲବ୍ଧ କରାଇବା ଏବଂ ଏହାକୁ ସୁଦୃଢ଼ କରିବା । ସହଯୋଗର କ୍ଷେତ୍ରରେ ସ୍ମାର୍ଟ ସିଟିର ବିକାଶ, କଠିନ ବର୍ଜ୍ୟ ପରିଚାଳନା, ପରିବେଶ ଅନୁକୂଳ ଶସ୍ତା ବାସଗୃହ, ବର୍ଜ୍ୟ ଜଳ ପରିଚାଳନା, ସହରୀ ପ୍ରତିଷ୍ଠାନଗୁଡ଼ିକର କ୍ଷମତା ନିର୍ମାଣ, ସହରୀ କ୍ଷେତ୍ରରେ ଦକ୍ଷତା ବିକାଶ, ସହରୀ ପରିବହନ, ଚତୁର ପରିବହନ ବ୍ୟବସ୍ଥା ଏବଂ ଟ୍ରାଞ୍ଜିଟ-କୈନ୍ଦ୍ରିକ ବିକାଶ, ଆର୍ଥିକ ପ୍ରସାରରେ ନବୋନ୍ମେଷ ଏବଂ ଅନ୍ୟ ସମ୍ପୃକ୍ତ କ୍ଷେତ୍ର ମଧ୍ୟ ସାମିଲ ରହିଛି । ଉଭୟ ପକ୍ଷ ଏହି କ୍ଷେତ୍ରରେ ସହଯୋଗ ଲାଗି ଆପୋସ ସହମତି ବ୍ୟକ୍ତ କରିଥିଲେ ।

କାର୍ଯ୍ୟକାରୀ ରଣନୀତି

ଏହି ଏମଓୟୁ ଅନ୍ତର୍ଗତ ଏକ ଭାରତ-ବ୍ରିଟେନ ମିଳିତ କାର୍ଯ୍ୟ ଦଳ ଗଠନ କରାଯିବ ଯାହା ବୁଝାମଣାର ପରିଧି ମଧ୍ୟରେ ରହି ସହଯୋଗ ଉପରେ ରଣନୀତି ଏବଂ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରିବ । ସହରୀ ବିକାଶ ଉପରେ ମିଳିତ କାର୍ଯ୍ୟ ଗୋଷ୍ଠୀର ବୈଠକ ବର୍ଷରେ ଗୋଟିଏ ଥର ହେବ ଏବଂ ଥର ଥର କରି ଭାରତ ଏବଂ ବ୍ରିଟେନରେ ହେବ ।

ପ୍ରମୁଖ ପ୍ରଭାବ :

ଏହି ଏମଓୟୁ ଉଭୟ ଦେଶ ମଧ୍ୟରେ ନିରନ୍ତର ସହରୀ ବିକାଶ କ୍ଷେତ୍ରରେ ଦୀର୍ଘାବଧି ଦ୍ୱିପାକ୍ଷିକ ସହଯୋଗକୁ ଗଭୀରତା ଏବଂ ସୁଦୃଢ଼ତା ପ୍ରଦାନ ଲାଗି ପ୍ରୋତ୍ସାହିତ କରିବ ।

ହିତାଧିକାରୀ :

ଏହି ଏମଓୟୁ ଦ୍ୱାରା ସ୍ମାର୍ଟ ସିଟି ବିକାଶ, କଠିନ ବର୍ଜ୍ୟ ପରିଚାଳନା, ପରିବେଶ ଅନୁକୂଳ ଶସ୍ତା ବାସଗୃହ, ବର୍ଜ୍ୟ ଜଳ ପରିଚାଳନା, ସହରୀ କ୍ଷେତ୍ରରେ ଦକ୍ଷତା ବିକାଶ, ଚତୁର ସହରାଞ୍ଚଳ ପରିବହନ ବ୍ୟବସ୍ଥା ବିକଶିତ ହେବ

 

**********