Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନିର୍ଦ୍ଧାରିତ ମାନର ତାଲିମ, ସାର୍ଟିଫିକେସନ, ୱାଚକିପିଂ ଏବଂ ସେଥିରେ ଆବଶ୍ୟକ ସଂଶୋଧନ ପାଇଁ ସକ୍ଷମତା ସାର୍ଟିଫିକେଟ ପ୍ରଦାନ ନିମନ୍ତେ ଭାରତ-ୟୁଏଇ ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନିର୍ଦ୍ଧାରିତ ମାନର ତାଲିମ, ସାର୍ଟିଫିକେସନ, ୱାଚକିପିଂ ଏବଂ ସେଥିରେ ଆବଶ୍ୟକ ସଂଶୋଧନ ପାଇଁ ସକ୍ଷମତା ସାର୍ଟିଫିକେଟ ପ୍ରଦାନ ନିମନ୍ତେ ଭାରତ ଏବଂ ସଂଯୁକ୍ତ ଆରବ ଅମିରତନ୍ତ୍ର ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ କ୍ୟାବିନେଟ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ବୁଝାମଣାପତ୍ର ସ୍ୱାକ୍ଷର ହେବା ଦ୍ୱାରା ସାମୁଦ୍ରିକ ଶିକ୍ଷା ଓ ତାଲିମକୁ ସ୍ୱୀକୃତି ପ୍ରଦାନ, ସକ୍ଷମତା ସାର୍ଟିଫିକେଟ, ଏହାକୁ ଅନୁମୋଦନ, ନଥିପତ୍ର ପ୍ରମାଣ ସଂଗ୍ରହ ଜନିତ ତାଲିମ ଏବଂ ସମୁଦ୍ର ଯାତ୍ରା କରୁଥିବା କର୍ମଚାରୀଙ୍କୁ ମେଡିକାଲ ଫିଟନେସ ଓ ସାର୍ଟିଫିକେଟ ପ୍ରଦାନ ବ୍ୟବସ୍ଥା ସୁଗମ ହେବ । ସରକାର ଅନ୍ୟ ରାଷ୍ଟ୍ରମାନଙ୍କୁ ପ୍ରଚଳିତ ବ୍ୟବସ୍ଥା ମାଧ୍ୟମରେ ସାର୍ଟିଫିକେଟ ପ୍ରଦାନ କରିଥାନ୍ତି ।

*****