Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନିର୍ବାଚନକୁ ସଫଳ ଏବଂ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିଥିବାରୁ ନେପାଳର ଜନସାଧାରଣ ଏବଂ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶରେ ସଫଳତାର ସହ ଏବଂ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ପରିଚାଳନା କରିଥିବାରୁ ନେପାଳର ଜନସାଧାରଣ ଏବଂ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନେପାଳର ଲୋକମାନେ ସେମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ଅତ୍ୟନ୍ତ ଉତ୍ସାହର ସହିତ ପ୍ରୟୋଗ କରୁଥିବାର ଦେଖି ଖୁସି ଲାଗୁଛି। ସେ ଏହି ସଫଳ ନିର୍ବାଚନକୁ ଏକ ଐତିହାସିକ ମାଇଲଖୁଣ୍ଟ ଏବଂ ନେପାଳର ଗଣତାନ୍ତ୍ରିକ ଯାତ୍ରାରେ ଏକ ଗର୍ବର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଥିଲେ।

ଶ୍ରୀ ମୋଦୀ ଆହୁରି ଉଲ୍ଲେଖ କରିଛନ୍ତି ଯେ ଏକ ଘନିଷ୍ଠ ବନ୍ଧୁ ଏବଂ ପଡ଼ୋଶୀ ଭାବେ ଭାରତ ନେପାଳର ଜନସାଧାରଣ ଏବଂ ନୂତନ ସରକାରଙ୍କ ସହ ମିଶି ମିଳିତ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧିର ନୂତନ ଶିଖରରେ ପହଞ୍ଚିବା ଲାଗି କାର୍ଯ୍ୟ କରିବା ଲାଗି ନିଜର ପ୍ରତିବଦ୍ଧତାରେ ଅଟଳ ରହିଛି।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;

“ନିର୍ବାଚନର ସଫଳ ଏବଂ ଶାନ୍ତିପୂର୍ଣ୍ଣ ପରିଚାଳନା ପାଇଁ ମୁଁ ନେପାଳର ଜନସାଧାରଣ ଏବଂ ସରକାରଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ମୋର ନେପାଳୀ ଭଉଣୀ ଏବଂ ଭାଇମାନେ ସେମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ ଏତେ ଜୀବନ୍ତ ଭାବରେ ପ୍ରୟୋଗ କରୁଥିବା ଦେଖି ହୃଦୟସ୍ପର୍ଶୀ ।

ଏହି ଐତିହାସିକ ମାଇଲଖୁଣ୍ଟ ନେପାଳର ଗଣତାନ୍ତ୍ରିକ ଯାତ୍ରାରେ ଏକ ଗର୍ବର ମୁହୂର୍ତ୍ତ।

ଏକ ଘନିଷ୍ଠ ବନ୍ଧୁ ଏବଂ ପଡ଼ୋଶୀ ଭାବରେ, ଭାରତ ନେପାଳର ଜନସାଧାରଣ ଏବଂ ସେମାନଙ୍କର ନୂତନ ସରକାରଙ୍କ ସହ ମିଳିତ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧିର ନୂତନ ଶିଖରରେ ପହଞ୍ଚିବା ପାଇଁ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ନିଜର ପ୍ରତିବଦ୍ଧତାରେ ଅଟଳ ରହିଛି ।’’

HS