Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନିର୍ବାଚନ ପରିଚାଳନା ଏବଂ ପ୍ରଶାସନ କ୍ଷେତ୍ରରେ ସହଯୋଗ ଲାଗି ଭାରତ-ସୁରୀନାମ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ନିର୍ବାଚନ ପରିଚାଳନା ଏବଂ ପ୍ରଶାସନ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ସୁରୀନାମ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାକୁ  ମଞ୍ଜୁର କରିଛନ୍ତି । ଏହି ଏମଓୟୁ ଅଧୀନରେ ଉଭୟ ଦେଶ ମଧ୍ୟରେ ନିର୍ବାଚନ ପ୍ରକ୍ରିୟାର ସଂଗଠନାତ୍ମକ ଏବଂ ବୈଷୟିକ ବିକାଶ କ୍ଷେତ୍ରରେ ଆପୋସ ସୂଚନାର ଆଦାନପ୍ରଦାନ, ସଂସ୍ଥାଗୁଡ଼ିକୁ ସଶକ୍ତ କରିବା, କ୍ଷମତା ବିକାଶ ଏବଂ ପ୍ରଶିକ୍ଷଣ ଲାଗି ଜ୍ଞାନ ଏବଂ ଅନୁଭବ ବାଂଟିବା ଏବଂ ନିୟମିତ ବିଚାର-ବିମର୍ଷ ପ୍ରକ୍ରିୟାକୁ ଜାରି ରଖିବାର ବ୍ୟବସ୍ଥା ରହିଛି ।

ଏହି ବୁଝାମଣା ଦ୍ୱାରା ଉଭୟ ଦେଶ ମଧ୍ୟରେ ବୈଷୟିକ ସହଯୋଗ ବୃଦ୍ଧି ପାଇବ ଏବଂ ସୁରୀନାମକୁ ନିର୍ବାଚନ ପରିଚାଳନା ଏବଂ ପ୍ରଶାସନ କ୍ଷେତ୍ରରେ ସହଯୋଗ କରିବା ସମ୍ଭବ ହୋଇପାରିବ । ଏହଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଇପାରିବ ।