ପିଏମଇଣ୍ଡିଆ
ନିଶା ଓ ମାଦକ ଦ୍ରବ୍ୟ, ସେଗୁଡ଼ିକର ରାସାୟନିକ ଯୌଗିକ ଚୋରା କାରବାର ଏବଂ ତତସମ୍ପର୍କିତ ଅପରାଧ ହ୍ରାସ ଏବଂ ବେଆଇନ ଉପଯୋଗ ରୋକିବା ଲାଗି ଭାରତ, ଫ୍ରାନ୍ସ ମଧ୍ୟରେ ବୁଝାମଣାକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି ।
ଏହି ବୁଝାମଣାର ଉଦ୍ଦେଶ୍ୟ ହେଉଛି ନିଶାଦ୍ରବ୍ୟ, ମାଦକ ଦ୍ରବ୍ୟ, ସେଗୁଡ଼ିକର ରାସାୟନିକ ଯୌଗିକ ଚୋରା କାରବାର ଏବଂ ତତସମ୍ପର୍କିତ ଅପରାଧ ହ୍ରାସ ଏବଂ ବେଆଇନ ଉପଯୋଗ ରୋକିବା ଲାଗି ଉଭୟ ଦେଶ ମଧ୍ୟରେ ଆପୋସ ସହଯୋଗ ବୃଦ୍ଧି କରିବା । ଏହି ଉଦ୍ଦେଶ୍ୟକୁ ସୂଚନା, ବିଶେଷଜ୍ଞତା ଏବଂ କ୍ଷମତା ନିର୍ମାଣର ବିନିମୟ ଜରିଆରେ ସମ୍ପୂର୍ଣ୍ଣ କରାଯିବ । ବୁଝାମଣା ଜରିଆରେ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ବ୍ୟବସ୍ଥାକୁ ସମାପ୍ତ କରିବା ଲାଗି ପଦକ୍ଷେପ ସହିତ ଦେଶ ଦେଶ ମଧ୍ୟରେ ନିଶା ଦ୍ରବ୍ୟର ଚୋରା କାରବାର ରୋକିବା ଏବଂ ପ୍ରଭାବଶାଳୀ ସଂସ୍ଥାଗତ ଆଦାନପ୍ରଦାନର ପ୍ରତିଷ୍ଠା ମଧ୍ୟ କରାଯିବ ।