Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନିୟନ୍ତ୍ରକ ଫୋରମ, ଜାତୀୟ ରେଗୁଲେଟରୀ ୟୁଟିଲିଟି ଆୟୋଗଙ୍କ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର ଉପରେ କ୍ୟାବିନେଟ ମୋହର


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନିୟନ୍ତ୍ରକ ଫୋରମ ଏବଂ ଜାତୀୟ ଉପଯୋଗ ନିୟାମକ ଆୟୋଗ (NARUC) ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ ମଞ୍ଜୁରି ମିଳିଛି । ବଡ ବଡ ଗ୍ରୀଡ ମଧ୍ୟରେ ଅକ୍ଷୟ ଶକ୍ତି ସମନ୍ୱୟ କରିବା ନିମନ୍ତେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ନିମ୍ନଲିଖିତ କ୍ଷେତ୍ରରେ ମୁଖ୍ୟତଃ ଏହି ବୁଝାମଣାପତ୍ରର ସର୍ତ୍ତାବଳୀ ଅନୁସାରେ ଅକ୍ଷୟଶକ୍ତିକୁ ବଡ ବଡ ଗ୍ରୀଡ ସହ ସମନ୍ୱୟ କରିବା ଦିଗରେ ସହଯୋଗ ଲାଗି ସହାୟକ ହେବ –

1. ଅକ୍ଷୟ ଶକ୍ତି ସଂଗ୍ରହର ଗଠନ ଡିଜାଇନ ଅନ୍ତରାଷ୍ଟ୍ରୀୟ ଅଭିଜ୍ଞତାରୁ କରାଯିବ

2. ଅକ୍ଷୟ ଶକ୍ତି ବିକାଶ ପାଇଁ ନିୟନ୍ତ୍ରକ ସଂସ୍ଥାଙ୍କ ହସ୍ତକ୍ଷେପ ଯଥା- ରାଜ୍ୟ ଓ ଜାତୀୟ ଅକ୍ଷୟ ଶକ୍ତି କ୍ରୟ ନିୟମାବଳୀ, ଅକ୍ଷୟ ଶକ୍ତି ପ୍ରମାଣପତ୍ର ଢାଂଚା ଇତ୍ୟାଦି

3. ଲୋଡ ପ୍ରାକ ଆକଳନ ଓ ପ୍ରକ୍ରିୟା

4. ଚୁକ୍ତି ସ୍ୱାକ୍ଷର/ଶକ୍ତି କ୍ରୟ ରାଜିନାମା

5. ଅକ୍ଷୟ ଶକ୍ତି ଉତ୍ପାଦନ ସଂକ୍ରାନ୍ତ ପ୍ରାକ ଆକଳନ ଏବଂ ଅପରେଟରମାନଙ୍କ ଦ୍ୱାରା ଅକ୍ଷୟ ଶକ୍ତି ଉତ୍ପାଦନ ସଂକ୍ରାନ୍ତ ପ୍ରାକ ଆକଳନର ବ୍ୟବହାର କିପରି କରାଯିବ ।

6. ଅକ୍ଷୟ ଶକ୍ତି ସମନ୍ୱୟ ବିକାଶ – ଗ୍ୟାସ ସଂରକ୍ଷଣ ଦ୍ୱାରା ସନ୍ତୁଳନ ଓ ନିୟନ୍ତ୍ରଣ

7. ଉତ୍ପାଦକଙ୍କ ଦ୍ୱାରା ଗ୍ରୀଡ ଶୃଙ୍ଖଳା ରକ୍ଷା ନିୟନ୍ତ୍ରଣ ଢ଼ାଂଚା ଏବଂ ଏହାର ଉଲ୍ଲଂଘନ ପାଇଁ ଦଣ୍ଡ ବ୍ୟବସ୍ଥା

8. ଆନୁସଙ୍ଗିକ ସେବା, ବାସ୍ତବ ମେକାନିଜିମ, ନିୟନ୍ତ୍ରଣ ଓ ମାର୍କେଟିଂ

9. ଡାଟା ବିଶ୍ଳେଷଣ ଓ ମୂଲ୍ୟ-ଲାଭ ବିଶ୍ଳେଷଣ ଯାହାକି ନିୟନ୍ତ୍ରଣଜନିତ ନିଷ୍ପତ୍ତି ଗ୍ରହଣରେ ସହାୟକ ହୋଇଥାଏ ।