ପିଏମଇଣ୍ଡିଆ
2022ରେ ଭାରତ ସ୍ୱାଧୀନତାର 75 ବର୍ଷ ପୂରଣ କରିବାକୁ ଯାଉଥିବାରୁ ଆମ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନର ଭାରତ ଗଠନ ଲାଗି ରାଜ୍ୟ ସରକାରଗୁଡ଼ିକ କେନ୍ଦ୍ର ସରକାରଙ୍କ ସହ ‘ଟିମ୍ ଇଣ୍ଡିଆ’ ଭାବେ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଜଣାଇଛନ୍ତି । ନୀତି ଆୟୋଗ ପରିଚାଳନା ପରିଷଦର ତୃତୀୟ ବୈଠକରେ ଉଦଯାପନୀ ଅଭିଭାଷଣ ରଖି ପ୍ରଧାନମନ୍ତ୍ରୀ ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ଏବଂ ସମସ୍ତ ବେସରକାରୀ ସଂସ୍ଥାଗୁଡ଼ିକୁ ମିଳିତ ଭାବେ 2022 ପାଇଁ ସ୍ୱତନ୍ତ୍ର ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଏବଂ ତାହାକୁ ପୂରଣ କରିବା ଦିଗରେ କାର୍ଯ୍ୟ କରିବା ଲାଗି ଆହ୍ୱାନ ଜଣାଇଥିଲେ ।
ଆଜିର ବୈଠକରେ ଗଠନମୂଳକ ଆଲୋଚନା ହୋଇଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରସାରିତ ଭିଜନ୍ ଡକୁମେଣ୍ଟ ଡ୍ରାଫ୍ଟ ଆକାରରେ ରହିଛି, ଏଦିଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀମାନଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ପରାମର୍ଶକୁ ଗୁରୁତ୍ୱ ଦିଆଯିବ । ସେ ଉତ୍ତମ ପ୍ରଶାସନ ଉପରେ ଗୁରୁତ୍ୱ ଦେଇଥିଲେ ଏବଂ କହିଥିଲେ ଏହା ସମ୍ବଳର ସର୍ବାଧିକ ଉପଯୋଗ ଦିଗରେ ଆଗେଇ ନେଇଥାଏ । କେତେଜଣ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଠାଯାଇଥିବା ଆଞ୍ଚଳିକ ବୈଷମ୍ୟ ପ୍ରସଙ୍ଗ ପ୍ରତି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଉଭୟ ଜାତୀୟ ଏବଂ ରାଜ୍ୟସ୍ତରରେ ଏହାକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରାଯିବ ।
ଜାମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପ୍ରସଙ୍ଗ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ଯେ ରାଜ୍ୟଗୁଡ଼ିକ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ଆବଶ୍ୟକ । ସେହିପରି ଜାମ୍ମୁ-କଶ୍ମୀର ଛାତ୍ରଛାତ୍ରୀଙ୍କୁ ଅନ୍ୟ ରାଜ୍ୟରେ ପଢ଼ିବା ଲାଗି ରାଜ୍ୟ ସରକାରମାନେ ସୁଯୋଗ ଦେବା ଲାଗି ଜାମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ଅନ୍ୟ ରାଜ୍ୟ ସରକାରଙ୍କୁ ଏ ଦିଗରେ କାର୍ଯ୍ୟ କରିବା ଲାଗି ପରାମର୍ଶ ଦେଇଥିଲେ । ସମୟ ସମୟରେ ଏହିପରି ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବା ଲାଗି ସେ ଆହ୍ୱାନ ଜଣାଇଥିଲେ ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ଗୁରୁତ୍ୱ ଦେଇ କହିଥିଲେ ଯେ ଜିଏସଟି ପାଇଁ ବୈଧାନିକ ବିଧିବ୍ୟବସ୍ଥା କରିବା ଲାଗି ରାଜ୍ୟସ୍ତରରେ ଉଦ୍ୟମ କରାଯିବାରେ ଆଉ ବିଳମ୍ବ ହେବା ଅନୁଚିତ୍ ।
ସେହିପରି ସରକାରୀ କାର୍ଯ୍ୟରେ ଦୁର୍ନୀତି ଦୂର କରିବା ଏବଂ ସ୍ୱଚ୍ଛତା ଆଣିବା ଲାଗି ରାଜ୍ୟଗୁଡ଼ିକ ଜିଇଏମ୍ ପ୍ଲାଟଫର୍ମ- ଗଭର୍ଣ୍ଣମେଂଟ ଇ-ମାର୍କେଟପ୍ଲେସ ପ୍ଲାଟଫର୍ମ ବ୍ୟବହାର କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଥିଲେ । ସେ କହିଥିଲେ ଯେ ଭିମ୍ ଏବଂ ଆଧାର ଭଳି ଟେକ୍ନୋଲୋଜି ବ୍ୟବହାର କରିବା ଦ୍ୱାରା ରାଜ୍ୟଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ସଂଚୟରେ ସଫଳ ହୋଇପାରିବେ ।
ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଜିଲ୍ଲା ଖଣି ପାଣ୍ଠି, କାମ୍ପା ପାଣ୍ଠି ଏବଂ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠି ରାଜ୍ୟର ସମ୍ବଳରେ ଉଲ୍ଲେଖନୀୟ ଯୋଗଦାନ ଦେବ । ରାଜ୍ୟଗୁଡ଼ିକ ଦ୍ୱାରା ଏପରି ପାଣ୍ଠିର ସୁବିନିଯୋଗ ଲାଗି ରୋଡ୍ ମ୍ୟାପ ପ୍ରସ୍ତୁତ କରିବା ଲାଗି ସେ ନୀତି ଆୟୋଗକୁ ପରାମର୍ଶ ଦେଇଥିଲେ ।
ଗତବର୍ଷ ସର୍ଦ୍ଦାର ପଟେଲଙ୍କ ଜନ୍ମବାର୍ଷିକୀରେ ଆରମ୍ଭ ହୋଇଥିବା ‘ଏକ୍ ଭାରତ, ଶ୍ରେଷ୍ଠ ଭାରତ’ ଅଭିଯାନ ସହ ଯୋଡ଼ି ହେବା ଲାଗି ସେ ରାଜ୍ୟଗୁଡ଼ିକୁ ଆହ୍ୱାନ ଜଣାଇଥିଲେ । ସେ କହିଥିଲେ ଯେ ଭାରତର ସାଂସ୍କୃତିକ ସମୃଦ୍ଧି ଏବଂ ଐତିହ୍ୟକୁ ଆଉ ଅଧିକ ଅଣଦେଖା କରାଯାଇପାରିବ ନାହିଁ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟ ନିର୍ବାଚନକୁ ମିଳିତ ଭାବେ ଆୟୋଜନ କରିବା ଲାଗି ଗଠନମୂଳକ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୀର୍ଘଦିନ ଧରି ଭାରତ ଅର୍ଥନୈତିକ ଏବଂ ରାଜନୈତିକ କୁପରିଚାଳନା ଦେଇ ଗତି କରୁଛି । ସେ କହିଥିଲେ ଯେ ଖରାପ ସମୟ ପରିଚାଳନା କାରଣରୁ ଅନେକ ଭଲ ଯୋଜନା ଏବଂ କାର୍ଯ୍ୟକ୍ରମ ଆଶାନୁରୂପ ଫଳ ପାଇବା ପୂର୍ବରୁ ବିଫଳ ହୋଇଯାଉଛି । ବିବିଧତା ମଧ୍ୟରେ ଭଲ ଭାବେ କାର୍ଯ୍ୟ କରିପାରୁଥିବା ଏକ ମଜଭୂତ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ଆଗୁଆ ବଜେଟ ଉପସ୍ଥାପନ ତାରିଖ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଦେଶରେ କୃଷିଭିତ୍ତିକ ଆୟ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ନିର୍ଦ୍ଦିଷ୍ଟ ବର୍ଷର କୃଷି ଆୟ ହୋଇସାରିବା ପରେ ତୁରନ୍ତ ବଜେଟ୍ ପ୍ରସ୍ତୁତ କରିବା ଉଚିତ । ସେ କହିଥିଲେ ଯେ ଜାନୁଆରୀରୁ ଡିସେମ୍ବର ମଧ୍ୟରେ ଗୋଟିଏ ଆର୍ଥିକ ବର୍ଷ କରିବା ଲାଗି ତାଙ୍କୁ ପରାମର୍ଶ ମିଳିଛି । ରାଜ୍ୟଗୁଡ଼ିକ ଏ ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଥିଲେ ।
Delivered the opening remarks at the start of the 3rd meeting of the @NITIAayog Governing Council. https://t.co/pwOxW0xUW8 pic.twitter.com/6VfpPEsYFF
— Narendra Modi (@narendramodi) April 23, 2017
Today’s @NITIAayog meeting is a great opportunity to exchange views on innovative policies & their proper implementation. pic.twitter.com/xfFrvqDCyJ
— Narendra Modi (@narendramodi) April 23, 2017
Sub-groups of CMs that were formed have given vital inputs on many issues including cleanliness, skill development and digital payments.
— Narendra Modi (@narendramodi) April 23, 2017
Thanked CMs for consensus on GST, which showcased cooperative federalism. GST represents ‘One nation, One aspiration, One determination.’ pic.twitter.com/PpWGiMP43h
— Narendra Modi (@narendramodi) April 23, 2017
PM specially urged states to actively take part in 'Ek Bharat Shreshtha Bharat.' India's unparalleled diversity is our pride. pic.twitter.com/MAQJFc3jZW
— PMO India (@PMOIndia) April 23, 2017