Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନୂଆଦିଲ୍ଲୀଠାରେ ‘ଶିକ୍ଷା ପୁନରୁତ୍ଥାନରେ ଶୈକ୍ଷିକ ନେତୃତ୍ୱ’ ସମ୍ମିଳନୀକୁ ଆସନ୍ତାକାଲି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି (ଶନିବାର) ସେପ୍ଟେମ୍ବର 29, 2018ରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ Academic Leadership on Education for Resurgence ଉପରେ ଆୟୋଜିତ ଏକ ସମ୍ମିଳନୀକୁ ଉଦଘାଟନ କରିବେ । ଏହି ସମ୍ମିଳନୀରେ 350ରୁ ଅଧିକ ବିଶ୍ୱବିଦ୍ୟାଳୟଗୁଡିକର କୁଳପତି/ ନିର୍ଦ୍ଦେଶକ ଅଂଶଗ୍ରହଣ କରିବେ । ଏହି ସମ୍ମିଳନୀ ଯୁଜିସି, ଏଆଇସିଟିଇ, ଆଇସିଏସଏସଆର, ଇଗ୍ନାସା, ଇଗ୍ନୌ, ଜେଏନୟୁ ଏବଂ ଏସଜିଟି  ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଛି  ।

ସମ୍ମିଳନୀରେ ଭାରତୀୟ ଶିକ୍ଷା ପ୍ରଣାଳୀରେ ଦେଖାଦେଉଥିବା ଆହ୍ୱାନଗୁଡିକ ସହିତ ଆଶାନୁରୂପ ଶୈକ୍ଷିକ ପରିଣାମ ହାସଲ କରିବା ଏବଂ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ପାଇଁ ଏକ ଯୋଜନା ପ୍ରସ୍ତୁତ କରିବା ଉପରେ ଆଲୋଚନା କରାଯିବ  ।

ଏହି ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ପୂର୍ବାହ୍ନ 10.30ରେ ଉଦଘାଟନ କରିବେ  । ସମ୍ମିଳନୀରେ ଆଠଟି ବିଷୟଗତ କ୍ଷେତ୍ରଗୁଡିକ ବିଷୟରେ ଆଲୋଚନା କରାଯିବ  ।

1-     ଶିକ୍ଷାର୍ଥୀ କୈନ୍ଦ୍ରୀକ ଶିକ୍ଷା ପାଇଁ ଅଧ୍ୟାପନା-କଳା କୁ ଉନ୍ନତ କରିବା- ବିଶିଷ୍ଟ ଆବଶ୍ୟକତା ଥିବା ଶିକ୍ଷା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରିବା  ।

2-     ରୋଜଗାର ଅନ୍ୱେଷଣ କରିବା ପରିବର୍ତ୍ତେ ରୋଜଗାର ବୃଦ୍ଧି ଦିଗରେ କାର୍ଯ୍ୟ କରିବା- ନୂତନ ଏବଂ ଉଦ୍ୟମୀତାକୁ ପ୍ରାଧାନ୍ୟ ପ୍ରଦାନ  ।

3-     ଗବେଷଣାର ଗୁଣାତ୍ମକ ମାନରେ ସଂସ୍କାର ଆଣିବା- ଭାରତର ଆବଶ୍ୟକତା ଉପରେ ଗୁରୁତ୍ଵ ପ୍ରଦାନ କରିବା  ।

4-     ଶିକ୍ଷଣ ପ୍ରତିଷ୍ଠାନଗୁଡିକ ମଧ୍ୟରେ ସାମଞସ୍ୟ ପ୍ରତିଷ୍ଠା କରିବା- ଶୈକ୍ଷିକ ସଂଶାଧନର ସଂଯୋଜନା କରି ପୁସ୍ତକାଳୟଗୁଡିକର ଉଚିତ ବ୍ୟବହାର କରିବା ଏବଂ ଜ୍ଞାନର ଆଦାନ ପ୍ରଦାନ କରିବା  ।

5-     ସାମଗ୍ରିକ ଏବଂ ଏକୀକୃତ କ୍ୟାମ୍ପସ ନିର୍ମାଣ କରିବା- ଏହିଭଳି କାର୍ଯ୍ୟ ଆୟୋଜିତ କରାଯିବ ଯାହାଦ୍ୱାରା ବିଦ୍ୟାର୍ଥୀମାନଙ୍କର କ୍ୟାମ୍ପସ ସହିତ ଭାବନାତ୍ମକ ଭାବେ ଜଡିତ ରହିବା ସମ୍ଭବ ହେବ  ।

6-     ସହଭାଗୀତାପୂର୍ଣ୍ଣ ଗଭର୍ନାନ୍ସ ମଡେଲ- ଗଭର୍ନାନ୍ସ ସହ ଜଡିତ ପ୍ରକ୍ରୀୟାଗୁଡିକରେ ବିଦ୍ୟାର୍ଥୀମାନଙ୍କର ଅଂଶୀଦାରୀତାକୁ ସୁବିଧାଜନକ କରିବା  ।

7-     ସୁବ୍ୟବସ୍ଥିତ ଆର୍ଥିକ ମଡେଲ ପ୍ରସ୍ତୁତ କରିବା- ପୂର୍ବ ବିଦ୍ୟାର୍ଥୀମାନଙ୍କ ସହିତ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସଆର) ରୁ ଆର୍ଥିକ ସହାୟତା ପ୍ରାପ୍ତ କରି ସରକାରୀ ସଂସାଧନର ପୂରକ ବ୍ୟବସ୍ଥା କରିବା  ।

8-     ଶିକ୍ଷାରେ ସାର୍ବଭୌମିକ ମୂଲ୍ୟ ଏବଂ ଜୀବନ କୌଶଳକୁ ସମାହିତ କରି ନୈତିକ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା  ।

ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ପ୍ରକାର ଜାଭଡେକର ଅନ୍ତିମ ଅଧିବେଶନରେ ଅଧ୍ୟକ୍ଷତା କରିବେ  । ଏହି ସମ୍ମିଳନୀରେ ଆଠଟି ସମୂହ ମଧ୍ୟରୁ ପ୍ରତ୍ୟେକ ଗ୍ରୁପ ପାରସ୍ପରିକ ସହମତିରେ ପ୍ରସ୍ତୁତ କରିଥିବା କାର୍ଯ୍ୟ ଯୋଜନା ଉପସ୍ଥାପ କରିବେ  । ପୂର୍ଣ୍ଣାଙ୍ଗ ଅଧିବେଶନରେ ଏହା ଆଗାମୀ କାର୍ଯ୍ୟପନ୍ଥା ଉପରେ ନିଷ୍ପତ୍ତି ନିଆଯିବ  । ଏହା ଆଶା କରାଯାଉଛି ଯେ ଦେଶରେ ଉଚ୍ଚଶିକ୍ଷାର ମାନରେ ଉନ୍ନତି ସୁନିଶ୍ଚିତ କରିବା ପାଇଁ କୌଣସି ବ୍ୟାପକ କାର୍ଯ୍ୟ ଯୋଜନା ପ୍ରସ୍ତୁତ ହେବ  ।