ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଶିଳ୍ପ ନୀତି ଏବଂ ପ୍ରୋତ୍ସାହନ ବିଭାଗର ନିମ୍ନ ପ୍ରସ୍ତାବଗୁଡିକୁ ମଞ୍ଜୁରି ପ୍ରଦାନ କରାଯାଇଛି।
a) ନୂଆଦିଲ୍ଲୀର ଦ୍ୱାରକାଠାରେ ପ୍ରଦର୍ଶନୀ ଏବଂ ସମ୍ମିଳନୀ କେନ୍ଦ୍ର (ECC) ଏବଂ ଆନୁସଙ୍ଗିକ ଭିତ୍ତିଭୂମିକୁ 25,703 କୋଟି ଟଙ୍କାର ମୋଟ ଆନୁମାନିକ ବ୍ୟୟ ତଥା ପିପିପି ଏବଂ ଅଣ ପିପିପି ମୋଡ (ପ୍ରଦର୍ଶନୀ ଏବଂ ସମ୍ମିଳନୀ ସ୍ଥଳ କ୍ଷେତ୍ର, ପ୍ରମୁଖ ଭିତ୍ତିଭୂମି, ମେଟ୍ରୋ/ଏନଏଚଆଇ ସମ୍ପର୍କ, ହୋଟେଲ, କାର୍ଯ୍ୟାଳୟ ଏବଂ ଖୁଚୁରା କାରବାର ସ୍ଥାନ ଆଦି ସହିତ)ରେ 2025 ସୁଦ୍ଧା ବିକଶିତ କରାଯିବ ।
b) ଶିଳ୍ପ ନୀତି ଏବଂ ପ୍ରୋତ୍ସାହନ ବିଭାଗ ମାଧ୍ୟମରେ ସରକାରଙ୍କ 100 ପ୍ରତିଶତ ଇକ୍ୟୁଟି ସହିତ ପ୍ରକଳ୍ପର କାର୍ଯ୍ୟକାରୀତା ତଥା ବିକାଶ ନିମନ୍ତେ ଏକ ବିଶେଷ ସଂସ୍ଥା (SPV) ଗଠନ କରାଯିବ । ଏସପିଭିର ପ୍ରାରମ୍ଭିକ ପ୍ରଦତ୍ତ ପୁଞ୍ଜି 5 କୋଟି ଟଙ୍କା ହେବ । ଭାରତ ସରକାରଙ୍କ ଦ୍ୱାରା ପ୍ରମୁଖ ଭିତ୍ତିଭୂମି, ପ୍ରଦର୍ଶନୀ କେନ୍ଦ୍ରର ଭାଗ, ଉପକକ୍ଷ, ସମ୍ମିଳନୀ କେନ୍ଦ୍ର ମେଟ୍ରୋ ସମ୍ପର୍କ, ଡିଡିଏକୁ ଭୂମି ଲଗାଣ ପରିଶୋଧ ସହିତ ଏନଏଚଆଇଏଆଇ ଯୋଗାଯୋଗ ସମ୍ପର୍କ, ଜଳ ଏବଂ ସ୍ୱିରେଜ ଭିତ୍ତିଭୂମି, ମେଟ୍ରୋ ଯୋଗାଯୋଗ ନିମନ୍ତେ ରେଳବାଇ ଭୂମି ତଥା ଅନ୍ୟ ଅଣ ପିପିପି ଉପାଦାନ ବ୍ୟୟ ନିମନ୍ତେ ଏସପିଭିକୁ 3 ବର୍ଷ ଅବଧି ଇକ୍ୟୁଟି ରୂପରେ 2037.39 କୋଟି ଟଙ୍କାର ଅତିରିକ୍ତ ବଜେଟ ସହାୟତା ଉପଲବ୍ଧ କରାଯିବ ।
c) ଏସପିଭି ଦ୍ୱାରା 1381 କୋଟି ଟଙ୍କା ବଜାରରୁ ସରକାରୀ ଗ୍ୟାରେଣ୍ଟି ରୂପରେ ଏବଂ 4 ହଜାର କୋଟି ଟଙ୍କା ସରକାରୀ ଭୂମିର ବିକ୍ରି ତଥା ବାର୍ଷିକ ଯୋଜନା ରାଜସ୍ୱ ମାଧ୍ୟମରେ ସଂଗ୍ରହ କରାଯିବ । ଭୂମି ବିକ୍ରି ଆୟ ତଥା ଏସପିଭି ଦ୍ୱାରା ସଂଗୃହିତ ବାର୍ଷିକ ଆୟକୁ ଏସପିଭି ଦ୍ୱାରା ଯୋଜନାର ଅଣ-ପିପିପି ଉପାଦାନ ଲାଗି ବ୍ୟବହାର କରାଯିବ ।
d) DMICDC 10 ବର୍ଷର ପ୍ରାରମ୍ଭିକ ଅବଧି ନିମନ୍ତେ ସର୍ବନିମ୍ନ 5 କୋଟି ଟଙ୍କା ତଥା ସର୍ବାଧିକ 10 କୋଟି ଟଙ୍କା ପ୍ରତିବର୍ଷର ସର୍ତ୍ତର ଅଧୀନରେ ଅନ୍ତରୀଣ ବାର୍ଷିକ ପ୍ରାପ୍ତିର 1 ପ୍ରତିଶତର ଦରରେ ବାର୍ଷିକ ଶୁଳ୍କର ପରିଶୋଧ କରି ଏହି ପ୍ରକଳ୍ପ ନିମନ୍ତେ ଜ୍ଞାନ ସହଭାଗୀ ଭାବେ କାର୍ଯ୍ୟ କରିବ ।
e) ଏସପିଭି ବୋର୍ଡର ଏହି ପ୍ରକଳ୍ପର ବିଭିନ୍ନ ପର୍ଯ୍ୟାୟରେ ଆବଶ୍ୟକତା ଅନୁଯାୟୀ ସମସ୍ତ ଅନୁମୋଦିତ ଆର୍ଥିକ ସୀମା ଏବଂ ସମ୍ଭାବନା ମଧ୍ୟରେ ବିସ୍ତୃତ ଲଗାଣ ଅନୁମାନ, ପ୍ରକଳ୍ପ ଉପାଦାନ ବିବରଣୀ, ପ୍ରକଳ୍ପ ପର୍ଯ୍ୟାୟରେ ସଂଶୋଧନ, କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ଆଦିର ଅନୁମୋଦନ ନିମନ୍ତେ ଅଧିକୃତ କରିବା । ବଜାରସ୍ଥିତିର ନିର୍ଭରଶୀଳତା, ଭୂମିବିକ୍ରି ମାଧ୍ୟମରେ ଋଣ ଯୋଗାଡ଼ ତଥା ସମ୍ବଳ ଯୋଗାଣ କରିବା ଲାଗି ଏସପିଭିକୁ ଅଧିକୃତ କରାଯିବ ।
ପ୍ରଦର୍ଶନୀ ଏବଂ ସମ୍ମିଳନୀ କେନ୍ଦ୍ର ସହିତ ମୁଖ୍ୟ ଭିତ୍ତିଭୂମି ବିଶିଷ୍ଟ ପ୍ରକଳ୍ପର ପର୍ଯ୍ୟାୟ-1କୁ ଡିସେମ୍ବର 2019 ସୁଦ୍ଧା କାର୍ଯ୍ୟକାରୀ କରାଯିବ । ପ୍ରକଳ୍ପର ପର୍ଯ୍ୟାୟ-2, ଯେଉଁଥିରେ ଶେଷ ପ୍ରଦର୍ଶନୀ କ୍ଷେତ୍ର ସାମିଲ ରହିଛି, ତାକୁ ମାର୍ଚ୍ଚ 2025 ସୁଦ୍ଧା କାର୍ଯ୍ୟକାରୀ କରାଯିବ । ହୋଟେଲ, ଖୁଚୁରା ଏବଂ କାର୍ଯ୍ୟାଳୟ ସମ୍ବନ୍ଧୀୟ ପିପିପି ଉପାଦାନ ପିପିପି ମାଧ୍ୟମରେ କାର୍ଯ୍ୟକାରୀ କରାଯିବ ।
ଏହା ଅନୁମାନ କରାଯାଉଛି ଯେ ପ୍ରସ୍ତାବିତ ଇସିସି ସୁବିଧାରେ ପୁଣି ଥରେ ପୂର୍ଣ୍ଣରୂପେ ପ୍ରଚଳନ ହେଲେ ବାଣିଜ୍ୟିକ ରୂପରେ 100 ରୁ ଅଧିକ ପ୍ରମୁଖ ଅନ୍ତର୍ଜାତୀୟ ଏବଂ ସ୍ଥାନୀୟ ପ୍ରଦର୍ଶନୀ କାର୍ଯ୍ୟକ୍ରମର ଚାହିଦା ବଢ଼ିବ । ବାଣିଜ୍ୟିକ ଭାବେ ପ୍ରଦର୍ଶନୀ ସୁବିଧାରେ ପ୍ରଥମ ପର୍ଯ୍ୟାୟ (2019-20)ରେ 10 ନିୟୁତରୁ ଅଧିକ ସଂଖ୍ୟାରେ ଲୋକମାନଙ୍କ ଗସ୍ତ (ପରିଶୋଧ ଆଗନ୍ତୁକ) କରାଯିବାର ଅନୁମାନ ରହିଛି ଏବଂ ଦ୍ୱିତୀୟ ପର୍ଯ୍ୟାୟ (2025) ସମ୍ପୂର୍ଣ୍ଣ ହେବା ପରେ 23 ନିୟୁତ ଲୋକଙ୍କ ଗସ୍ତ ହେବାର ଅନୁମାନ ରହିଛି । ଏହି ପ୍ରକାରର ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ସଫଳତାପୂର୍ବକ ସମ୍ପୂର୍ଣ୍ଣ ହେବା ପରେ ବାର୍ଷିକ ଭାବେ ସମ୍ମିଳନୀ ଆଧାରିତ ଶିଷ୍ଟମଣ୍ଡଳର ଉପସ୍ଥିତି 1.5 ନିୟୁତକୁ ଅତିକ୍ରମ କରିଯିବ ବୋଲି ଅନୁମାନ କରାଯାଉଛି ।
ପ୍ରକଳ୍ପ ଦ୍ୱାରା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ 5 ଲକ୍ଷରୁ ଅଧିକ ରୋଜଗାର ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ରୋଜଗାର ସୃଷ୍ଟିର ପ୍ରମୁଖ ଇସିସି ସୁବିଧା ତଥା ଇସିସି ଭୂମିକୁ ଖୁଚୁରା, କାର୍ଯ୍ୟାଳୟ ଏବଂ ଆତିଥ୍ୟ ଭଳି ଉପଯୋଗ ପାଇଁ ସହାୟତା କରାଯିବ ।
************