ପିଏମଇଣ୍ଡିଆ
ଭାରତ ମାତା କୀ ଜୟ
ଭାରତ ମାତା କୀ ଜୟ
ଭାରତ ମାତା କୀ ଜୟ
ଭାରତ ମାତା କୀ ଜୟ
ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ, ଦେଶର ପ୍ରଥମ ମହିଳା ଯିଏ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଉଛନ୍ତି – ଶ୍ରୀମତୀ ନିର୍ମଳା ସୀତାରମଣ ମହାଶୟା, ଡକ୍ଟର ସୁଭାଷ ଭାମ୍ରେ ମହାଶୟ, ତିନି ସେନାବାହିନୀର ଉଚ୍ଚ ପଦାଧିକାରୀଗଣ, ଏନସିସିର ମହାନିର୍ଦ୍ଦେଶକ, ବିଦେଶରୁ ଆସିଥିବା ଆମର ଅତିଥି ଏବଂ ଏନସିସିର ମହାନ ପରମ୍ପରାର ଅଂଶ ଆପଣ ସମସ୍ତେ ମୋର ଯୁବ ସାଥୀ ।
ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଗଣତନ୍ତ୍ର ଦିବସ ଶିବିରରେ ପୁଣି ଥରେ ଆପଣମାନଙ୍କ ଗହଣକୁ ଆସିବା ମୋତେ ପ୍ରତ୍ୟେକ ଥର ଭଳି ଆନନ୍ଦିତ କରୁଛି । ଯେତେବେଳେ ମଧ୍ୟ ମୁଁ ଆପଣମାନଙ୍କ ସହିତ କଥାବାର୍ତ୍ତା କରିବାକୁ ଆସିଥାଏ, ତ ଅତୀତର ଅନେକ ସ୍ମୃତି ମନ ମସ୍ତିଷ୍କରେ ନାଚି ଉଠିଥାଏ । ଉତ୍ସାହ – ଉଦ୍ଦିପନା ଏବଂ ଅନୁଶାସନରେ ଆପଣମାନେ ଏ ଯେଉଁ ଦିନ ଜୀଉଁଛନ୍ତି, ମୋତେ ମଧ୍ୟ ସେହି, ଏଭଳି ସମୟ ମଧ୍ୟରେ ଜୀଇଁବାର ସୁଯୋଗ ମିଳିଛି । ଜଣେ କ୍ୟାଡେଟ ଭାବେ ବିତାଇଥିବା ସେହି ଦିନ ଆଜି ପର୍ଯ୍ୟନ୍ତ ମୋର ସଂକଳ୍ପକୁ, ମୋର ପ୍ରେରଣାକୁ ଶକ୍ତି ଦେଉଛି ।
ସାଥୀଗଣ, ଏହି ଶିବିରର ଏକ ନିଜସ୍ୱ ଗୌରବଶାଳୀ ଅତୀତ ମଧ୍ୟ ରହିଛି ଏବଂ ଭବିଷ୍ୟତକୁ ନେଇ ଏହାର ବହୁତ ବଡ଼ ମହତ୍ତ୍ଵ ମଧ୍ୟ ରହିଛି । ଏହି ଶିବିରର ଅଂଶ ପାଲଟିଥିବା ଆପଣ ସମସ୍ତ କ୍ୟାଡେଟଙ୍କୁ ମୁଁ ବହୁତ ବହୁତ ଅଭିନନ୍ଦନ ଏବଂ ଶୁଭକାମନା ଜଣାଉଛି । ଗତ ବର୍ଷ ଯେତେବେଳେ ଆପଣମାନଙ୍କ ମଧ୍ୟକୁ ଆସିଥିଲି ତ ମୁଁ ଆପଣମାନଙ୍କୁ କିଛି ଅନୁରୋଧ କରିଥିଲି । ଦେଶ ଏବଂ ସମାଜ ସହିତ ଜଡ଼ିତ କିଛି ମହତ୍ତ୍ଵପୂର୍ଣ୍ଣ ବିଷୟଗୁଡ଼ିକରେ ସକ୍ରିୟ ଯୋଗଦାନ ପାଇଁ ଆପଣମାନଙ୍କୁ ନିବେଦନ କରିଥିଲି ।
ମୁଁ ଆନନ୍ଦିତ ଯେ ବିଗତ ବର୍ଷରେ ଏନସିସିର କ୍ୟାଡେଟ ସେମାନଙ୍କର ମହତ୍ତ୍ଵପୂର୍ଣ୍ଣ ପଦକ୍ଷେପ ସହିତ ନିଜକୁ ସାମିଲ କରିଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନ ହେଉ, ଡିଜିଟାଲ କାରବାର ହେଉ, ବେଟୀ ବଚାଓ – ବେଟୀ ପଢ଼ାଓ ଅଭିଯାନ ହେଉ, ପର୍ଯ୍ୟାବରଣ ସହିତ ଜଡିତ ପ୍ରସଙ୍ଗ ହେଉ । ଜନ-ଚେତନା ଜାଗ୍ରତ କରିବାର ଅନେକ ଏଭଳି ପ୍ରସଙ୍ଗକୁ ନେଇ ଆପଣମାନଙ୍କର ପ୍ରୟାସ ହେଉଛି ବେଶ ପ୍ରଶଂସନୀୟ ।
ବିଶେଷ ଭାବେ କେରଳରେ ଭୀଷଣ ବନ୍ୟା ପରେ ରିଲିଫ୍ ଓ ଥଇଥାନ କାର୍ଯ୍ୟରେ ଏନସିସିର କ୍ୟାଡେଟମାନଙ୍କର ଯୋଗଦାନ ହେଉଛି ବହୁତ ପ୍ରଶଂସନୀୟ । ସହଯୋଗ ଏବଂ ସମର୍ପଣର ଏହି ପାଠ ଆପଣମାନେ ଏଠାରେ ଶିଖିଛନ୍ତି, ତାହାକୁ ଆପଣମାନେ କେରଳରେ ଜଟିଳ ପରିସ୍ଥିତିରେ ଫସି ରହିଥିବା ନିଜର ଲୋକମାନଙ୍କୁ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ସଫଳତାର ସହିତ ସମ୍ପାଦନ କରିଛନ୍ତି । ମୋର ବିଶ୍ୱାସ ରହିଛି କି ଆପଣମାନେ ଏହିଭଳି ଭାବେ ଅନେକ ପ୍ରକାରର ଦାୟିତ୍ୱକୁ ଅତି ନିଷ୍ଠାର ସହ ତୁଲାଇବେ ।
ସାଥୀଗଣ, ଦୁଇ ଦିନ ପୂର୍ବେ ହିଁ ଆମ ଗଣତନ୍ତ୍ର 70 ବର୍ଷରେ ପାଦ ରଖିଛି । ପ୍ରଥମେ ରାଜପଥରେ ଆଉ ଆଜି ଏଠାରେ ଆପଣମାନଙ୍କ ମୁଖମଣ୍ଡଳର ଚମକ ଆଉ ନିଜସ୍ୱ ଅନୁଶାସନର ଝଲକ ସ୍ପଷ୍ଟ ଦେଖିବାକୁ ମିଳୁଛି ଆଉ ସେହି ଝଲକରେ ମୋତେ ନୂତନ ଭାରତର କଦମ୍ ତାଲ୍ ଦେଖିବାକୁ ମିଳିଛି । ସଂପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ଛାତି ଫୁଲେଇ, ମୁଣ୍ଡ ଉପରକୁ ରଖି, ରାଷ୍ଟ୍ରର ଗୌରବ ପାଇଁ ତତ୍ପର ଏହି ଅସୀମ ଉର୍ଜ୍ଜା ଉତ୍ସାହ ଦେବା ଭଳି ହୋଇଛି । ଆପଣଙ୍କର ଏହି ଉତ୍ସାହ ଓ ଉଦ୍ଦୀପନା ଯୋଗୁଁ ହିଁ ଭାରତ ପାଇଁ ଆଜି ନୂତନ ଆତ୍ମବିଶ୍ୱାସ ଭରି ରହିଛି । ଆଜି ଦୁନିଆ କହୁଛି କି ଭାରତ ନା କେବଳ ସମ୍ଭାବନାରେ ଭରପୂର ଦେଶ ବରଂ ତାହାକୁ ସାକାର ମଧ୍ୟ କରୁଛି ।
ସାଥୀଗଣ, ଦେଶର ଅର୍ଥବ୍ୟବସ୍ଥା ହେଉ ଅବା ପୁଣି ଶତ୍ରୁ ସହିତ ମୁକାବିଲା କରିବାରେ ଆମର ସାମର୍ଥ୍ୟ ପ୍ରତ୍ୟେକ ସ୍ତରରେ ଆମର କ୍ଷମତାକୁ ବିସ୍ତାରିତ କରିଛି । ଆମର ସେନା ଏହି ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି କି ଆମେ କାହାକୁ ଉସୁକାଉ ନାହିଁ କିନ୍ତୁ କେହି ଯଦି ଆମକୁ ଉସୁକାଇବ ତ ଆମେ ମଧ୍ୟ ଛାଡିବୁ ନାହିଁ । ଆମେ ହେଉଛୁ ଶାନ୍ତିର ପ୍ରବଳ ସମର୍ଥକ । କିନ୍ତୁ ରାଷ୍ଟ୍ରର ସୁରକ୍ଷା ପାଇଁ ଯେକୌଣସି ପଦକ୍ଷେପ ଉଠାଇବାକୁ ଆମେ ପଛଘୁଞ୍ଚା ଦେବୁ ନାହିଁ । ଏହି କାରଣ ହେଉଛି କି ବିଗତ ସାଢ଼େ ଚାରି ବର୍ଷରେ ଦେଶର ପ୍ରତିରକ୍ଷା ଏବଂ ସୁରକ୍ଷାକୁ ସର୍ବୋଚ୍ଚ ଗୁରୁତ୍ୱ ପ୍ରଦାନ କରି ଅନେକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ସାଥୀଗଣ, ଭାରତ ଦୁନିଆର ସେହି ପ୍ରମୁଖ ଦେଶ ମଧ୍ୟରେ ସାମିଲ ହୋଇଛି ଯେଉଁମାନଙ୍କ ପାଖରେ ଜଳ, ସ୍ଥଳ ଏବଂ ଆକାଶରୁ ପରମାଣୁ ଆକ୍ରମଣ ଏବଂ ଆତ୍ମରକ୍ଷା କରିବାର କ୍ଷମତା ଅଛି । ଏହା ବ୍ୟତୀତ, ଦଶକ ଦଶକ ଧରି ପଡ଼ି ରହିଥିବା ଯୁଦ୍ଧବିମାନ ଏବଂ ଆଧୁନିକ ତୋପ ସହିତ ଜଡ଼ିତ ବୁଝାମଣାକୁ କାର୍ଯ୍ୟକାରୀ କରାଯାଇଛି । ଦେଶରେ ମଧ୍ୟ କ୍ଷେପଣାସ୍ତ୍ରଠାରୁ ନେଇ ଟ୍ୟାଙ୍କ, ଗୋଳାବାରୁଦ ଏବଂ ହେଲିକପ୍ଟର ନିର୍ମାଣ କରାଯାଉଛି । ମୁଁ, ଆପଣ ଯୁବ ସାଥୀମାନଙ୍କୁ ଆଶ୍ୱସ୍ତ କରୁଛି କି ଆଗାମୀ ସମୟରେ ପ୍ରତ୍ୟେକଟି ବଡ଼ ଏବଂ କଠୋର ନିଷ୍ପତ୍ତି ନିଆଯିବ ଯାହା ରାଷ୍ଟ୍ରର ସୁରକ୍ଷା ପାଇଁ ଜରୁରୀ । ଯଦି ରାଷ୍ଟ୍ର ସୁରକ୍ଷିତ ରହିବ, ସକ୍ଷମ ରହିବ ତେବେ ଯୁବକମାନେ ନିଜ ସ୍ୱପ୍ନ ସାକାର କରିପାରିବେ ।
ସାଥୀଗଣ, ଆପଣମାନେ ଏଠାକୁ ଦେଶର ଭିନ୍ନ ଭିନ୍ନ ଞ୍ଚଳରୁ ଆସିଛନ୍ତି । ଆପଣମାନଙ୍କ ମଧ୍ୟରୁ ଅନେକ ଛୋଟ – ଛୋଟ ଗାଁ ଏବଂ ବସ୍ତିରୁ ଭିନ୍ନ-ଭିନ୍ନ ପୃଷ୍ଠଭୂମିରୁ ଆସିଥିବେ । ଆପଣମାନେ କରୁଥିବା ପରିଶ୍ରମ ଉପରେ ମୋର ଅନୁଭବ ରହିଛି । ଆପଣମାନଙ୍କର ସମର୍ପଣର ଅନୁଭବ ମୋର ରହିଛି । ମୁଁ ଆପଣମାନଙ୍କୁ କେବଳ ଏତିକି କହିବି କି ଏହି ପରିଶ୍ରମ ଆମ ସମସ୍ତଙ୍କୁ ସମୃଦ୍ଧ କରିଥାଏ । ଆମର ମୂଳଦୁଆକୁ ମଜଭୁତ କରିଥାଏ । ପରିଶ୍ରମର କ’ଣ ପରିଣାମ ହୋଇଥାଏ, ଏହା ଜାଣିବା ପାଇଁ ଏନସିସିର କେଡେଟ ଭାବେ ଆପଣମାନଙ୍କୁ ବହୁତ ଦୂରକୁ ଯିବାର ଆବଶ୍ୟକତା ନାହିଁ । ଆପଣମାନଙ୍କ ଭିତରେ ଅନେକ ବନ୍ଧୁମାନେ ନିକଟରେ ମଧ୍ୟ ଅଦ୍ଭୁତ ସାହସ ପ୍ରଦର୍ଶନ କରି ଦେଶର ଗୌରବର ମୁହୂର୍ତ୍ତ ପ୍ରଦାନ କରିଛନ୍ତି ।
ପର୍ବତାରୋହଣ ଆଉ ଟ୍ରାକିଂ ଭଳି ସାହାସିକ କାର୍ଯ୍ୟକଳାପ ହେଉ ଅବା ପୁଣି ଖେଳପଡ଼ିଆରେ ତ୍ରିରଙ୍ଗା ଉଡ଼ାଇବାର କାର୍ଯ୍ୟ, ଅନେକ କେଡେଟ ଆଗକୁ ଆସିଛନ୍ତି । ଉତ୍ତର-ପୂର୍ବାଞ୍ଚଳ ନିର୍ଦ୍ଦେଶାଳୟର କେଡେଟ ହିମା ଦାସଙ୍କୁ ତ ଆଜି ଦୁନିଆ ଗୌରବପୂର୍ଣ୍ଣ ଭାବେ ବିବେଚନା କରୁଛି । ଧାନ ବିଲରେ ଦୌଡ଼ି ଦୌଡ଼ି, ବିଲ ହିଡ଼ରେ ସନ୍ତୁଳନ ରକ୍ଷା କରି ହିମା ଦାସ ଆଜି ଏହି ସ୍ତରରେ ପହଞ୍ଚିଛନ୍ତି । ଅଭାବକୁ ସୁଯୋଗ ଭାବି ହିମା ପ୍ରଥମେ ଜୁନିୟର ଦୌଡ଼କୁଦ ଚମ୍ପିୟାନସିପରେ ଏବଂ ପରେ ଏସିୟ କ୍ରୀଡ଼ାରେ ଦେଶକୁ ଗୌରବାନ୍ୱିତ କରିଛନ୍ତି । ଏଭଳି ଅନେକ ଯୁବ ପ୍ରତିଭାଙ୍କୁ ଯେତେବେଳେ ମୁଁ ଦେଖୁଥାଏ, ଯେତେବେଳେ ତାଙ୍କୁ ସାକ୍ଷାତ କରିଥାଏ, ମୋର ଭରସା ତ ଦୃଢ଼ ହୋଇଯାଇଥାଏ । ଏହି ଭରସାକୁ ଆହୁରି ସଶକ୍ତ କରିବାର ଉର୍ଜ୍ଜା ମଧ୍ୟ ମିଳିଥାଏ ।
ସାଥୀଗଣ, ସ୍ୱପ୍ନ ଦେଖିବା ଆଉ ଆକାଂକ୍ଷାଗୁଡ଼ିକୁ ଉଡାଣ ଦେବା ଏହା ହେଉଛି ଯୁବକଙ୍କର ପରିଚୟ ଆଉ ଏହା ହେଉଛି ତାଙ୍କର ସ୍ୱାଭାବିକ ପ୍ରବୃତ୍ତି । ନିଜର ସ୍ୱପ୍ନ ଆଉ ଆକାଂକ୍ଷାଗୁଡ଼ିକୁ ଉଚ୍ଚ ଉଡାଣ ଦିଅନ୍ତୁ । ନିଜର ପ୍ରୟାସଗୁଡ଼ିକୁ ସଂପୂର୍ଣ୍ଣ ବିସ୍ତାର କରନ୍ତୁ । ବର୍ତ୍ତମାନ ସରକାର ଦେଶର ଯୁବକଙ୍କୁ ପ୍ରତ୍ୟେକ ସ୍ୱପ୍ନ ଦେଖାଇଲା ବାଲାଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଠିଆ ହୋଇଛନ୍ତି ଆଉ ପାଦରେ ପାଦ ମିଶାଇ ଚାଲିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ନୂତନ ଭାରତ ପ୍ରତ୍ୟେକ କର୍ମଯୋଗୀଙ୍କୁ ସମ୍ମାନ ଦେବ, ସୁଯୋଗ ମଧ୍ୟ ଦେବ । ଆପଣ ସମସ୍ତ ସାଥୀ ଯେତେବେଳେ ଦେଶର କାର୍ଯ୍ୟ ଶକ୍ତି ମଧ୍ୟକୁ ଯିବା ପାଇଁ ପ୍ରସ୍ତୁତ ଅଛନ୍ତି । ସେତେବେଳେ ମୁଁ ଆପଣମାନଙ୍କୁ ଏହି ବିଶ୍ୱାସ ଦେବାକୁ ଚାହୁଁଛି । ଆପଣ କେଉଁ ପରିବାରରେ ଜନ୍ମ ନେଇଛନ୍ତି, ଆପଣମାନଙ୍କର ଚିହ୍ନା-ପରିଚୟ କାହା ସହିତ ଅଛି, ଆପଣମାନଙ୍କର ଆର୍ଥୀକ ସ୍ଥିତି ହେଉଛି କେଉଁଭଳି ଏହା ଆଧାରରେ ଆପଣମାନଙ୍କର ଭବିଷ୍ୟତ ସ୍ଥିର ହେବ ନାହିଁ । ଆପଣମାନଙ୍କର କୌଶଳ, ଆପଣମାନଙ୍କର ଆତ୍ମବିଶ୍ୱାସ, ଆପଣମାନଙ୍କର ପାଦର ଗତି ହିଁ ଆପଣମାନଙ୍କୁ ପରିଣାମ ଦେବାକୁ ଯାଉଛି ।
ସାଥୀଗଣ, ଏହି ପରମ୍ପରାକୁ ଭାଙ୍ଗିବା ପାଇଁ ସମାଜରେ ପ୍ରତ୍ୟେକ ପ୍ରକାରର ଅସନ୍ତୁଳନ, ଅସମାନତାକୁ ବାଣ୍ଟିବା ପାଇଁ ଏକ ସାର୍ଥକ ପ୍ରୟାସ ହେଉଛି ଆବଶ୍ୟକ । ଭିଆଇପି ନୁହେଁ ଇପିଆଇ ଅର୍ଥାତ ପ୍ରତ୍ୟେକ ବ୍ୟକ୍ତି ହେଉଛନ୍ତି ଗୁରୁତ୍ୱପୁର୍ଣ୍ଣ (Every person is important) ଏହି ସଂସ୍କାରକୁ ସୁଦୃଢ଼ କରିବା ପାଇଁ ଲଗାତାରେ ଭାବେ ପ୍ରୟାସ ଜାରି ରହିଛି । ଗାଡ଼ି ଉପରୁ ଲାଲବତୀ ହଟାଇ ଦିଆଯାଇଛି । ଏବେ ମନ-ମସ୍ତିଷ୍କରୁ ମଧ୍ୟ ଏହାକୁ ହଟାଇବାର ପ୍ରୟାସ କରାଯାଉଛି । ଆପଣମାନେ ଆଶ୍ୱସ୍ତ ରୁହନ୍ତୁ ଆପଣମାନଙ୍କର ସ୍ୱପ୍ନକୁ ଆପଣମାନଙ୍କର ଆକାଂକ୍ଷାଗୁଡ଼ିକୁ କେବଳ ଅଭାବ ଏବଂ ପରିସ୍ଥିତି କାରଣରୁ ସମାପ୍ତ ହେବାକୁ ଦିଆଯିବ ନାହିଁ ।
ସାଥୀଗଣ, ସୁଯୋଗରେ ସମାନତାର କଥା ଯେତେବେଳେ-ଯେତେବେଳେ ଆସିଥାଏ ତ ଏକ ମହତ୍ୱପୂର୍ଣ୍ଣ ବିଷୟ ଆମ ଝିଅମାନଙ୍କ ସହିତ ଯୋଡ଼ି ହୋଇ ରହିଥାଏ । ମୋ ସାମାନରେ ବସିଥିବା ସମସ୍ତ କ୍ୟାଡେଟ ସେ ହୁଏତ ପୁଅ ହୋଇଥାଆନ୍ତୁ କିମ୍ବା ଝିଅ, ଆପଣମାନଙ୍କର ଉତ୍ସାହ ଏବଂ ଆପଣମାନଙ୍କର ସାମର୍ଥ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଝିଅମାନଙ୍କୁ ପ୍ରତ୍ୟେକ ପ୍ରକାରର ଅବସର ସହିତ ଯୋଡ଼ିବା ହେଉଛି ଆମ ସରକାରଙ୍କର ପ୍ରାଥମିକତା । ବିଗତ ସାଢ଼େ ଚାରି ବର୍ଷ ମଧ୍ୟରେ ଝିଅମାନଙ୍କୁ କାର୍ଯ୍ୟଶକ୍ତିରେ ପ୍ରୋତ୍ସାହନ ଦେବା ପାଇଁ ଅନେକ ପଦକ୍ଷେପ ଉଠାଯାଇଛି । ଶ୍ରମ, ସେବା ଏବଂ ଉଦ୍ୟମ ସହିତ ହିଁ ଦେଶର ପ୍ରତିରକ୍ଷାକୁ ମଧ୍ୟ ଆମ ନାରୀ ସଶକ୍ତ କରୁଛନ୍ତି । ଏଥିପାଇଁ ଅନେକ ଐତିହାସିକ ପଦକ୍ଷେପ ଉଠାଯାଇଛି । ପ୍ରଥମଥର ପାଇଁ ଆମ ଝିଅମାନେ ଯୁଦ୍ଧ ବିମାନରେ ପାଇଲଟ୍ ହୋଇଛନ୍ତି । ତାରିଣୀଙ୍କର ଗୌରବକୁ ସମଗ୍ର ଦୁନିଆ ଦେଖିଛି । ଏବେ ସେନାରେ ମଧ୍ୟ ଝିଅମାନଙ୍କ ଅଂଶଗ୍ରହଣକୁ ଆହୁରି ସୁଦୃଢ଼ କରିବା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି । ମିଲିଟାରୀ ପୁଲିସରେ ମୋଟ ପୁଲିସ ବାହିନୀର 20 ପ୍ରତିଶତ ମହିଳାଙ୍କର ଭର୍ତ୍ତି କରିବା ପାଇଁ ପଦକ୍ଷେପ ଉଠାଯାଉଛି ।
ସାଥୀଗଣ, ନାରୀ ଶକ୍ତିର ଦମ୍ ବିଗତ ସାଢ଼େ ଚାରି ବର୍ଷ ମଧ୍ୟରେ ରାଜପଥରେ ମଧ୍ୟ ଦେଖାଯାଇଛି । ପୂର୍ବଥର ମହିଳା ସ୍କ୍ୱାଡ ରାଜପଥରେ ବାହାରିଥିଲେ ତ ଏହି ବର୍ଷ ଦେଶର ଇତିହାସରେ ପ୍ରଥମ ଥର ମହିଳା ଯବାନମାନଙ୍କର ପୂରା ଦଳ ପରେଡରେ ସାମିଲ ହୋଇଛନ୍ତି । ଦେଶ ତ ଏହା ମଧ୍ୟ ପ୍ରଥମ ଥର ପାଇଁ ଦେଖିଲା କି ପୁରୁଷ ଦଳଙ୍କର ନେତୃତ୍ୱ ଜଣେ ଝିଅ କରିଛନ୍ତି । ଝିଅମାନେ ସମାଜର ପ୍ରତ୍ୟେକ କ୍ଷେତ୍ରରେ ପ୍ରତିନିଧିତ୍ୱ କରନ୍ତୁ, ଏଥିପାଇଁ ଉନ୍ନତ ଧରଣର ପରିବେଶ ସୃଷ୍ଟି କରିବାର ପ୍ରୟାସ କରାଯାଉଛି । ବିଗତ ସାଢ଼େ ଚାରି ବର୍ଷ ମଧ୍ୟର ସଂପୂର୍ଣ୍ଣ ଛବିକୁ ଆପଣ ଦେଖିବେ ତ ଆପଣମାନଙ୍କୁ ଏହି ଆଶ୍ୱାସନ ମିଳିବ କି ଏବେ ନାରୀ ସଶକ୍ତିକରଣରେ ଝିଅମାନଙ୍କର ଉପଯୁକ୍ତ ଭାଗୀଦାରୀ ସମ୍ପର୍କରେ ଚର୍ଚ୍ଚା ନୁହେଁ କାର୍ଯ୍ୟକାରୀ ହେଉଛି ।
ସାଥୀଗଣ, ସୁଯୋଗରେ ସମାନତା ରାସ୍ତାରେ ଭ୍ରଷ୍ଟାଚାର ମଧ୍ୟ ହେଉଛି ଏକ ବହୁତ ବଡ଼ ବାଧା । ଲାଞ୍ଚ, ଭାଇ-ପୁତୁରାବାଦ, ନିଜ-ପର ଆମ ବ୍ୟବସ୍ଥାରେ ଏଥିପାଇଁ କୌଣସି ସ୍ଥାନ ରହିବା ଉଚିତ ନୁହେଁ ।
ଭ୍ରଷ୍ଟାଚାର, ନୂତନ ଭାରତର ସଂସ୍କାର ହିଁ ହୋଇ ପାରିବନାହିଁ । ମୋର ଏବଂ ମୋ ସରକାରଙ୍କର ଚିନ୍ତାଧାରା ଏବଂ କାର୍ଯ୍ୟକଳାପ ଦୁଇଟିଯାକ ହେଉଛି ଏହି କଥାର ସାକ୍ଷୀ ଯେ ଭ୍ରଷ୍ଟଆଚରଣ କରିବାବାଲା, କେତେ ହେଲେ ମଧ୍ୟ ବଡ଼ ହେଉ, କେତେ ହେଲେ ମଧ୍ୟ ଶକ୍ତିଶାଳୀ ହୋଇଥାଉ ନା କାହିଁକି କେହି ହେଲେ ମଧ୍ୟ ବଞ୍ଚି ପାରିବେ ନାହିଁ । ନିଜର ଆଧିପତ୍ୟ ଦ୍ୱାରା ପ୍ରକ୍ରିୟାଗୁଡ଼ିକୁ ପ୍ରଭାବିତ କରିବାବାଲାଙ୍କୁ, ଦଲାଲମାନଙ୍କୁ ଏବଂ ମଧ୍ୟସ୍ଥିମାନଙ୍କ ମାଧ୍ୟମରେ ପ୍ରତ୍ୟେକ ନିଷ୍ପତ୍ତି, ପ୍ରତ୍ୟେକ ଫାଇଲ ପାଇଁ ଦାମ୍ ଲଗାଉଥିବା ଲୋକଙ୍କୁ, ଗରିବରୁ ଅତି ଗରିବ ବ୍ୟକ୍ତିଙ୍କର ଅଧିକାରକୁ ଲୁଟ୍ କରୁଥିବା ଲୋକଙ୍କର ସଫେଇ କରିବାରେ ମୁଁ ମୋର ସମ୍ପୂର୍ଣ୍ଣ କ୍ଷମତା ଏବଂ ସଚ୍ଚୋଟତାର ସହିତ ଲାଗି ପଡ଼ିଛି ।
ସାଥୀଗଣ, ଆଜି ସରକାର ଯାହା କିଛି ମଧ୍ୟ କରି ପାରିଛନ୍ତି, ତା’ପଛରେ ଆପଣ ସମସ୍ତ ଯୁବ ସାଥୀଙ୍କର ସକ୍ରିୟ ଯୋଗଦାନ ରହିଛି । ସ୍ୱଚ୍ଛ ଭାରତ ଦ୍ୱାରା ଦେଶରେ ସ୍ୱଚ୍ଛତାର ଆନ୍ଦୋଳନକୁ ଆପଣମାନେ ଆଗକୁ ବଢ଼ାଇଛନ୍ତି । ବିମୁଦ୍ରାକରଣ ଭଳି କଠିନ ନିଷ୍ପତ୍ତି ଦ୍ୱାରା ଭ୍ରଷ୍ଟାଚାର ବିରୁଦ୍ଧରେ ଲଢ଼େଇକୁ ଆପଣମାନେ ସମର୍ଥନ ଦେଇଛନ୍ତି । ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ସଚ୍ଚୋଟତା ଏବଂ ପାରଦର୍ଶୀ ବ୍ୟବସ୍ଥା ପ୍ରସ୍ତୁତ କରିବାରେ ଆପଣମାନଙ୍କର ବହୁତ ବଡ଼ ଭୂମିକା ରହିଛି । ଅର୍ଥାତ ପ୍ରତ୍ୟେକ ଯୋଜନାକୁ ଆପଣମାନେ ସରକାରଙ୍କୁ ଅସୁବିଧା ହେବାରୁ ଆପଣ ବଞ୍ଚାଇଛନ୍ତି । ଆଉ ଗୋଟିଏ ଅନୁରୋଧ ଆପଣମାନଙ୍କୁ ରହିଛି, ଦେଶର ପରମ୍ପରା, ଦେଶର ରାଷ୍ଟ୍ରନାୟକଙ୍କ ସ୍ମୃତି ସହିତ ଜଡ଼ିତ ବିଗତ ତିନି-ଚାରି ବର୍ଷ ମଧ୍ୟରେ ଏଠାରେ ଦିଲ୍ଲୀରେ ଏଭଳି ଅନେକ ଏବଂ ପବିତ୍ର ସ୍ଥଳ ନିର୍ମାଣ କରାଯାଇଛି, ଯେଉଁଠିକୁ ଆପଣ ଯିବେ ତ ବହୁତ କିଛି ଶିଖିବାକୁ ମିଳିବ । ହୋଇପାରେ ଆପଣମାନଙ୍କ ମଧ୍ୟରୁ କିଛି ଲୋକ ଏ ସ୍ଥାନଗୁଡ଼ିକୁ ବୁଲି ଆସିଥିବେ । କିନ୍ତୁ ପୁଣି ମଧ୍ୟ ଆପଣମାନଙ୍କୁ ଏଗୁଡ଼ିକ ବିଷୟରେ କହିବାକୁ ଚାହୁଁଛି । ଯେପରି ଏବେ ନିକଟରେ ହିଁ ଲାଲକିଲ୍ଲାରେ କ୍ରାନ୍ତି ମନ୍ଦିରର ଲୋକାର୍ପଣ କରାଯାଇଛି । ଏହି କ୍ରାନ୍ତୀ ମନ୍ଦିର ନୋତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଉଦ୍ଦେଶ୍ୟରେ ସମର୍ପିତ ହୋଇଛି । ଯେତେବେଳେ ଆପଣମାନେ ସେଠାକୁ ଯିବେ ତ ଆପଣମାନଙ୍କୁ ଏହି ତଥ୍ୟ ମଧ୍ୟ ମିଳିବ କି ଆଜାଦ ହିନ୍ଦ ଫୌଜ ଏବଂ ଲାଲକିଲ୍ଲାର ମଧ୍ୟରେ କ’ଣ ସମ୍ପର୍କ ରହିଛି । ଏହିଭଳି ଭାବେ ଗତ ବର୍ଷ ରାଷ୍ଟ୍ରୀୟ ପୁଲିସ ସ୍ମାରକର ମଧ୍ୟ ଲୋକାର୍ପଣ ହୋଇଛି । ଦେଶର ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ ଆଇନକାନୁନ ବ୍ୟବସ୍ଥାକୁ ସୁଦୃଢ଼ କରି ରଖିବା ପାଇଁ ଶହୀଦ ହୋଇଥିବା ହଜାର ହଜାର ପୁଲିସ ଏବଂ ସୁରକ୍ଷାବଳଙ୍କ ସ୍ମୃତିରେ ଏହି ସ୍ମାରକର ନିର୍ମାଣ ହୋଇଛି । ଆପଣମାନେ ସମସ୍ତେ ଅଲିପୁର ରୋଡ଼ରେ ନିର୍ମିତ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କର ମହାପରିନିର୍ବାଣ ସ୍ଥଳକୁ ମଧ୍ୟ ଯାଇପାରିବେ ।
ସାଥୀଗଣ, ଏହି ସ୍ଥାନଗୁଡ଼ିକ ଅଛି, ଦିଲ୍ଲୀର ନୂତନ ପରିଚୟ ସୃଷ୍ଟି କରୁଛି । ସର୍ଦ୍ଦାର ପଟେଲଙ୍କର ନୂତନ ସ୍ମାରକ ଦିଲ୍ଲୀରେ ନିର୍ମାଣ କରାଯାଇଛି । ଡିଜିଟାଲ ସଂଗ୍ରହାଳୟ ନିର୍ମାଣ କରାଯାଇଛି । ଏହିସବୁ ସ୍ଥାନମାନଙ୍କରେ ଆପଣମାନଙ୍କୁ ଇତିହାସ ସହିତ ଜଡ଼ିତ, ଅନେକ ମହାନ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ସହିତ ଜଡ଼ିତ ଅନେକ ତଥ୍ୟ ତ ମିଳିବ ହିଁ ଦେଶ ପାଇଁ କାର୍ଯ୍ୟ କରିବା ପାଇଁ, ସମାଜ ପାଇଁ କାର୍ଯ୍ୟ କରିବାର ଏକ ନୂତନ ଉର୍ଜ୍ଜା ମଧ୍ୟ ମିଳିବ । ମୋର ବିଶ୍ୱାସ ରହିଛି କି ଆପଣଙ୍କର ଏହି ଉର୍ଜ୍ଜା ଦ୍ୱାରା ନ୍ୟୁ ଇଣ୍ଡିଆର ନୂତନ ଉତ୍ସାହ ଆହୁରି ଅଧିକ ସୁଦୃଢ଼ ହେବ । ଆଗାମୀ ମାସରେ ଆଉ ଏକ ଉପହାର, ଆଉ ଏକ ପ୍ରେରଣାସ୍ଥଳ ଦୀର୍ଘ ପ୍ରତୀକ୍ଷା ପରେ ଦେଶକୁ ସମର୍ପିତ ହେବାକୁ ଯାଉଛି । ସ୍ୱାଧୀନତା ପରେ ଦେଶ ପାଇଁ ପ୍ରାଣବଳୀ ଦେଇ-ମାଟିରେ ମିଶିଲା ବାଲା ଆମର ବୀର ଯବାନ, ଆମର ସେନାର ଯବାନ ଏକ ରାଷ୍ଟ୍ରୀୟ ସ୍ତରର ଯୁଦ୍ଧ ସ୍ମାରକୀ ଦେଶ ତାହାର ପ୍ରତୀକ୍ଷା କରୁଥିଲା, ଦେଶର ଯବାନମାନେ ପ୍ରତୀକ୍ଷା କରୁଥିଲେ । ବୀରମାନଙ୍କ ପରିଜନଙ୍କ ସ୍ୱାଭାବିକ ପ୍ରତୀକ୍ଷା, ଦୀର୍ଘ ସମୟ ଧରି ତାହା ମଧ୍ୟ ଅଟକି ପଡ଼ି ରହିଥିଲା । ଏହି କାର୍ଯ୍ୟ ବହୁ ବର୍ଷ ପୂର୍ବରୁ ହେବାର ଆବଶ୍ୟକତା ଥିଲା । କିନ୍ତୁ ସରକାରରେ ଆସିବା ପରେ ଆମେ … ନିଷ୍ପତ୍ତି ନେଲୁ ଆଉ ଏବେ ତାହା ସଂପୂର୍ଣ୍ଣ ହେବା ଉପରେ ଆଉ ଫେବୃଆରୀ ମାସରେ ଦେଶର ବୀର, ବଳିଦାନକାରୀ ଯେଉଁମାନେ ଉଚ୍ଚ ବଳିଦାନ ଦେଇଛନ୍ତି, ସର୍ବୋଚ୍ଚ ବଳିଦାନ ଦେଇଛନ୍ତି, ଏଭଳି ବୀରଙ୍କ ସ୍ମୃତିରେ ଭାରତରେ ଏକ ରାଷ୍ଟ୍ରୀୟ ସ୍ତରର ଯୁଦ୍ଧ ସ୍ମାରକୀ ପ୍ରାୟତଃ ପ୍ରସ୍ତୁତ ହୋଇ ସାରିଛି । ଫେବୃଆରୀ ମାସରେ ତାହାର ଲୋକାର୍ପଣ କରିବାର ଅବସର ମିଳିବ ଏବଂ ଦେଶର ଆମର ବୀର ଯବାନମାନଙ୍କୁ ସମ୍ମାନିତ କରିବାର ସୌଭାଗ୍ୟ ମିଳିବ । ମୁଁ ପୁଣି ଆଉଥରେ ଆପଣମାନଙ୍କୁ ବହୁତ-ବହୁତ ଶୁଭକାମନା ଜଣାଉଛି । ଏହିସବୁ ଅବସର ଆମାନଙ୍କର ଚିନ୍ତାଧାରାକୁ ବଦଳାଇଥାଏ, ମାସ ସାରାର ଏହି ବାସ୍ତବତା ଗୋଟିଏ ପ୍ରକାରରେ ଆମର ପ୍ରତ୍ୟେକ ପ୍ରକାରର ଚିନ୍ତାଧାରାକୁ ରାଷ୍ଟ୍ରୀୟସ୍ତରକୁ ନେଇଯାଇଥାଏ । ପ୍ରତ୍ୟେକ ଚିନ୍ତାଧାରାରେ ଆମେ ଆମ ଦେଶ ପାଇଁ କ’ଣ ଚିନ୍ତା କରୁ । କେବଳ ନିଜର ଗାଁ, ଗଣ୍ଡା, ନିଜର ଜାତି, ନିଜର କୁଟୁମ୍ବ ନୁହେଁ ଦେଶ ସନ୍ଦର୍ଭରେ ଚିନ୍ତା କରିବା ପାଇଁ ଏହା ସୁଯୋଗ ଦେଇଥାଏ । କୌଣସି ମଧ୍ୟ ଦେଶ ବଡ଼ ହେବା, ଆଗକୁ ବଢ଼ିବା ଏହି କଥା ଉପରେ ନିର୍ଭର କରେ କି ସେଠାକାର ସାମାଜିକ ବ୍ୟବସ୍ଥାରେ ଏକତାର ସୂତ୍ରରେ ବାନ୍ଧି ହୋଇ ଲୋକମାନେ କିପରି ରହିଛନ୍ତି । ସେହି ରାଷ୍ଟ୍ରର ପ୍ରଗତିର ଦ୍ୱିତୀୟ ଆଧାର ହେଉଛି ଯେ ସେ କେତେ ପରିମାଣରେ ଆଶାବାଦୀ, କେତେ ଆକାଂକ୍ଷାରେ ଭରି ହୋଇଛି । ନିରାଶାର ଗର୍ତ୍ତ ମଧ୍ୟରେ ବୁଡ଼ି ରହିଥିବା ସମାଜ ନା କେବେ ହେଲେ ନିଜକୁ ଉପରକୁ ନେଇ ଯାଇପାରେ, ଆଉ ନା ହିଁ ଦେଶକୁ ଉପରକୁ ନେଇ ଯାଇପାରେ । ଆଜି ମୁଁ ଗର୍ବର ସହିତ କହୁଛି କି ଶହେ ପଚିଶ କୋଟି ହିନ୍ଦୁସ୍ଥାନୀ ନୂତନ ଆଶା ଏବଂ ନୂତନ ଆକାଂକ୍ଷାରେ ଭରି ରହିଛନ୍ତି, ଆଉ ଏହି କାରଣରୁ ମୋତେ ଲାଗୁଛି କି ମୋ ଦେଶ ନୂତନ ଶିଖରକୁ ନିଶ୍ଚିତ ଅତିକ୍ରମ କରିବ । ସ୍ୱପ୍ନକୁ ନିଶ୍ଚିତ ସାକାର କରିବ । ଆଉ ଯେଉଁ ସ୍ୱପ୍ନଗୁଡ଼ିକୁ ନେଇ ସ୍ୱାଧୀନତା ପ୍ରେମୀ ପାଗଳମାନେ, ସ୍ୱାଧୀନତାର ଯୁଦ୍ଧ ଲଢ଼ିଥିଲେ, ସେହି ସ୍ୱପ୍ନଗୁଡ଼ିକୁ ପୂରଣ କରିବାର ସମୟ ଏବେ ଆରମ୍ଭ ହୋଇ ସାରିଛି । ଆସନ୍ତୁ ଆମେ ସମସ୍ତେ ମିଳିମିଶି ଭାରତ ମାତାର ଜୟକାରର ଗାନ କରି ସେହି ସ୍ୱପ୍ନଗୁଡ଼ିକୁ ଏକ ନୂତନ ଉର୍ଜ୍ଜା ଦେବା, ନୂତନ ଶକ୍ତି ଦେବା, ନୂତନ ସଂକଳ୍ପ କରିବା । ମୋ ସହିତ କହନ୍ତୁ –
ଭାରତ ମାତା କୀ ଜୟ
ଭାରତ ମାତା କୀ ଜୟ
ଭାରତ ମାତା କୀ ଜୟ
ବହୁତ-ବହୁତ ଧନ୍ୟବାଦ ।
**********
Sharing some pictures from the NCC Rally in Delhi today.
— Narendra Modi (@narendramodi) January 28, 2019
I congratulate all those associated with the NCC family and wish them the very best for their future endeavours. pic.twitter.com/Btp1qj5b0G
Seeing the brilliant youngsters of the NCC reaffirms my belief that India's future is bright thanks to our talented Yuva Shakti. pic.twitter.com/M8stIHaZBs
— Narendra Modi (@narendramodi) January 28, 2019
हमारी सेना ने ये स्पष्ट संदेश दिया है कि हम छेड़ते नहीं हैं, लेकिन किसी ने छेड़ा तो फिर छोड़ते भी नहीं हैं! pic.twitter.com/avGOuCWNZB
— Narendra Modi (@narendramodi) January 28, 2019