ପିଏମଇଣ୍ଡିଆ

ମଞ୍ଚରେ ଉପସ୍ଥିତ ମନ୍ତ୍ରିପରିଷଦର ମୋର ସହଯୋଗୀ ଶ୍ରୀମାନ ଧର୍ମେନ୍ଦ୍ର ପ୍ରଧାନ ମହାଶୟ, ଡକ୍ଟର ହର୍ଷବର୍ଦ୍ଧନ ମହାଶୟ, ଟେକ୍ନୋଲଜି ମାଧ୍ୟମରେ ଦେଶର ଭିନ୍ନ-ଭିନ୍ନ ଭାଗରୁ ଯୋଡି ହୋଇଥିବା ସମସ୍ତ ମହାନୁଭବ, ଆଜିର ବିଡିଂ ପର୍ଯ୍ୟାୟରେ ସାମିଲ ହେଉଥିବା ଉଦ୍ୟୋଗୀଗଣ ଏବଂ ଏଠାରେ ଉପସ୍ଥିତ ସମସ୍ତ ମହାନୁଭବ ।
ଭାଇ ଓ ଭଉଣୀମାନେ, ଭବିଷ୍ୟତର ଭାରତ ପାଇଁ କେଉଁ ଭଳି ଭାବେ ଆଜି କାଲି ଭାରତରେ ବଡ଼ ବଡ଼ ସଂକଳ୍ପକୁ ନେଇ କାର୍ଯ୍ୟଗୁଡ଼ିକୁ ସିଦ୍ଧ କରାଯାଉଛି, ଆଜି ଆମେ ସମସ୍ତେ ତାହାର ସାକ୍ଷୀ ହୋଇ ଯାଇଛେ । ଆଜିକାର ଦିନ ଭାରତରେ ଆଗାମୀ ପିଢ଼ି ଭିତ୍ତିଭୂମି, ତାହାକୁ ବିକଶିତ କରିବା ଦିଗରେ ହେଉଛି ଏକ ବହୁତ ହିଁ ମହତ୍ୱପୂର୍ଣ୍ଣ ପଦକ୍ଷେପ । ନବମ ବିଡିଂ ରାଉଣ୍ଡ ଦ୍ୱାରା ଦେଶର 129 ଜିଲ୍ଲାରେ ନଗର ଗ୍ୟାସ ବିତରଣ ନେଟୱାର୍କ ସ୍ଥାପନ କରିବାର କାର୍ଯ୍ୟ ଗୁଡ଼ିକର ଶୁଭାରମ୍ଭ ହେବ । ଏହା ବ୍ୟତୀତ ଦଶମ ବିଡିଂର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ।
ଏହି ଶୁଭାରମ୍ଭ ହେଉଛି ଏଥିପାଇଁ ମହତ୍ୱପୂର୍ଣ୍ଣ କାରଣ ଯେତେବେଳେ ଏସବୁ କାର୍ଯ୍ୟ ସଂପୂର୍ଣ୍ଣ ହେବ ତ ତାହାର ପରିଣତି ବହୁତ ହିଁ ବ୍ୟାପକ ହେବ, ବୃହତ ହେବ । ଦଶମ ବିଡିଂ ପରେ ଆରମ୍ଭ ହୋଇଥିବା କାର୍ଯ୍ୟ ଯେତେବେଳେ ପୂର୍ଣ୍ଣତା ଆଡ଼କୁ ଅଗ୍ରସର ହେବ, ତ ଦେଶର 400 ରୁ ଅଧିକ ଜିଲ୍ଲା ଗୁଡ଼ିକ ସିଟି ଗ୍ୟାସ ବିତରଣ ନେଟୱାର୍କର ପରିସର ମଧ୍ୟକୁ ଆସିଯିବ । ଆଉ ମୋତେ ଅବଗତ କରାଯାଇଛି କି ଦେଶର ପ୍ରାୟ 70 ପ୍ରତିଶତ ଜନସଂଖ୍ୟାକୁ ଏ ସୁବିଧା ମିଳିବାର ମାର୍ଗ ଖୋଲିଯିବ । ଦେଶର ବିକାଶ ସହିତ ଜଡ଼ିତ, ଦେଶର ଲୋକ ମାନଙ୍କର ଜୀବନକୁ ସହଜ କରିବା ସହିତ ଜଡ଼ିତ ଏହା ହେଉଛି ଏକ ବହୁତ ବଡ଼ ଉପଲବ୍ଧୀ ।
ସାଥୀଗଣ, 2014 ପର୍ଯ୍ୟନ୍ତ ଦେଶର କେବଳ ଛଅଷଠି ଜିଲ୍ଲା, 66 ଜିଲ୍ଲା ନଗର ଗ୍ୟାସ ବିତରଣ ନେଟୱାର୍କର ପରିସରରେ ମଧ୍ୟରେ ଥିଲା । ଆଜି ଯେତେବେଳେ ମୁଁ ଆପଣମାନଙ୍କ ସହିତ କଥାବାର୍ତ୍ତା କରୁଛି ତ ଦେଶର 174, ଜିଲ୍ଲାରେ ସିଟି ଗ୍ୟାସର କାର୍ଯ୍ୟ ଚାଲୁ ରହିଛି । ଆଗାମୀ ଦୁଇ-ତିନି ବର୍ଷ ମଧ୍ୟରେ 400 ରୁ ଅଧିକ ଜିଲ୍ଲାକୁ ଏହା ପହଂଚିଯିବ ।
ଏହା କୌଣସି ଛୋଟ କାଟିଆ ପରିସଂଖ୍ୟାନ ନୁହେଁ ଆଜ୍ଞା । ଆମ ସହର ଗୁଡ଼ିକ ବିଗତ ଚାରି ବର୍ଷରେ ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥା ଆଡ଼କୁ କିଭଳି ସୁଦୃଢ଼ ପଦକ୍ଷେପ ଉଠାଇଛନ୍ତି, ଏହା ହେଉଛି ତାହାର ଭବ୍ୟ ପ୍ରତିଛବି । 2014 ରେ ପ୍ରାୟ 25 ଲକ୍ଷ ଘରମାନଙ୍କରେ ପାଇପ୍ ଯୋଗେ ଗ୍ୟାସ ସଂଯୋଗ ଥିଲା । ଚାରି ବର୍ଷରେ ଏହାର ସଂଖ୍ୟା ବୃଦ୍ଧି ପାଇ ପ୍ରାୟ ଦୁଇ ଗୁଣ ହୋଇ ଯାଇଛି । ଆଜି ଯେଉଁ ସହରମାନଙ୍କରେ ସିଜିଡି କାର୍ଯ୍ୟର ଶୁଭାରମ୍ଭ ହୋଇଛି ଏହା ପରେ ଏହାର ସଂଖ୍ୟା 2 କୋଟି ଉପରକୁ ପହଂଚିଯିବ ବୋଲି ଆଶା କରାଯାଉଛି । ଏହି ଭଳି ଭାବେ 2014ରେ ଦେଶରେ 947 ସିଏନଜି ଷ୍ଟେସନ ଥିଲା । ଭୁଲନ୍ତୁ ନାହିଁ, କି ଆଜିଠାରୁ ପ୍ରାୟ 25 ବର୍ଷ ପୂର୍ବେ ଦେଶର ତିନୋଟି ସହର ଦିଲ୍ଲୀ, ମୁମ୍ବାଇ ଏବଂ ସୁରତ, ଯେଉଁଠାରେ ଆଗରୁ ସିଏନଜି ଷ୍ଟେସନ୍ ଖୋଲିଥିଲା । ସେବେଠାରୁ ନେଇ 2014 ପର୍ଯ୍ୟନ୍ତ ଏମାନଙ୍କର ସଂଖ୍ୟା 947 ପର୍ଯ୍ୟନ୍ତ ପହଂଚିଥିଲା । ଅର୍ଥାତ୍ ମୋଟାମୋଟି ଭାବେ ଯଦି ଆମେ ହାରାହାରି ବାହାର କରିବା ତ କହିପାରିବା କି ଏକ ବର୍ଷରେ ପ୍ରାୟ 40 ସିଏନଜି ଷ୍ଟେସନ୍ ଖୋଲିଛି, ଏତେ ବର୍ଷ ମଧ୍ୟରେ, ପ୍ରତି ବର୍ଷ ଚାଳିଶ । ଏବେ ଏଗୁଡ଼ିକର ସଂଖ୍ୟା ମଧ୍ୟ ବୃଦ୍ଧି ପାଇ 1470 ରୁ ଅଧିକ ହୋଇ ଯାଇଛି । ଏହା ମଧ୍ୟ ଅନୁମାନ କରାଯାଇ ପାରେ କି ଏଗୁଡ଼ିକ ଆଗାମୀ ଦଶକର ଶେଷ ସୁଦ୍ଧା ସିଏନଜି ଷ୍ଟେସନର ସଂଖ୍ୟା ବୃଦ୍ଧି ପାଇ 10 ହଜାର ଉପରେ ହେବାର ସଂପୂର୍ଣ୍ଣ ବ୍ୟବସ୍ଥା ରହିଛି ।
ଭାଇ, ଭଉଣୀମାନେ, କେନ୍ଦ୍ର ସରକାରଙ୍କର ଚାରି ବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ଏବେ ଦେଶ ଏହି ସ୍ଥିତିକୁ ଆସି ଯାଇଛି କି ସେହି କାରଣରୁ ନଗର ଗ୍ୟାସ ବିତରଣ ନେଟୱାର୍କର ବିକାଶରେ ଆଗ ଅପେକ୍ଷା ଆଜି ବହୁ ଗୁଣ ଅଧିକ ଦ୍ରୁତ ବେଗରେ ଆଗକୁ ବଢ଼ି ପାରିବ । ଏହି କ୍ଷେତ୍ରର ବିକାଶରେ ଆସୁଥିବା ପ୍ରତିବନ୍ଧକ, ସ୍ଥାଣୁତା, ବିତରକମାନଙ୍କ ପାଇଁ ଆସୁଥିବା ସମସ୍ୟା, ଆମେ ପ୍ରତ୍ୟେକ ଆହ୍ୱାନକୁ ଗୋଟିଏ ଗୋଟିଏ କରି ଦୂର କରିବାର ପ୍ରୟାସ କରିଛୁ ।
ମୁଁ ଯେଉଁ ସଂସ୍କାର, ପ୍ରଦର୍ଶନ, ପରିବର୍ତ୍ତନର ମନ୍ତ୍ରର କଥା କହୁଛି, ତାହା ଏହି କ୍ଷେତ୍ରରେ ହେଉଛି ବହୁତ ହିଁ ଉତ୍ତମ ଉଦାହରଣ । ସରକାର ବିଗତ ଚାରି ବର୍ଷରେ ଯେଉଁ ପଦକ୍ଷେପ ଉଠାଇଛନ୍ତି, ଯେଉଁ ସଂସ୍କାର ଆଣିଛନ୍ତି, ତାହା ଏହି କ୍ଷେତ୍ରର ପ୍ରଦର୍ଶନକୁ ବୃଦ୍ଧି କରିଛି । ଆଉ ଆମେ ପରିବର୍ତ୍ତନର ଯୁଗ ଆଡ଼କୁ ପ୍ରବେଶ କରିବାକୁ ଯାଉଛୁ ।
ସାଥୀଗଣ, 2022, ଆମ ଦେଶ ନିଜ ସ୍ୱାଧୀନତାର 75 ବର୍ଷ ପୂରଣ କରିବାକୁ ଯାଉଛି । ଆମେ 130 କୋଟି ଦେଶବାସୀ ମିଳିମିଶି ଏକ ଭବ୍ୟ ଭାରତ, ଏକ ନୂତନ ଭାରତର ନିର୍ମାଣ ପାଇଁ କାର୍ଯ୍ୟ କରୁଛେ । ଏକ ଏପରି ଭାରତ ଯାହା ଆଧୁନିକ ଟେକ୍ନୋଲଜି ସହିତ ଜଡ଼ିତ ଆଉ ପୁରୁଣା ହୋଇ ଯାଇଥିବା ବ୍ୟବସ୍ଥାରୁ ମୁକ୍ତ ହେଉ, ଏହି ଦୃଷ୍ଟିଭଙ୍ଗୀର ସହିତ ଦେଶର ଶକ୍ତି କ୍ଷେତ୍ରରେ କାୟାକଳ୍ପ କରାଯାଉଛି ।
ଏହା ଏଥିପାଇଁ ବହୁତ ଆବଶ୍ୟକ କାରଣ ଦେଶରେ ବୃଦ୍ଧି ପାଉଥିବା ଅର୍ଥନୈତିକ କାର୍ଯ୍ୟକ୍ରମ ଶକ୍ତି ଚାହିଦାକୁ ବହୁତ ବୃଦ୍ଧି କରି ଦେଇଛି । ଉର୍ଜ୍ଜାର ଏହି ବୃଦ୍ଧି ପାଉଥିବା ଆବଶ୍ୟକତାକୁ ପୂରଣ କରିବା ସହିତ ଆମକୁ ସ୍ୱଚ୍ଛ ଶକ୍ତି ପ୍ରତି ଆମର ପ୍ରତିବଦ୍ଧତାକୁ ମଧ୍ୟ ଧ୍ୟାନ ରଖିବାର ଅଛି । ଆମକୁ ମଧ୍ୟ ଏହା ଦୁନିଆକୁ ଦେଖାଇବାକୁ ପଡ଼ିବ କି ପର୍ଯ୍ୟାବରଣକୁ କୌଣସି କ୍ଷତି ନ ପହଂଚାଇ ମଧ୍ୟ ବିକାଶ ହୋଇ ପାରିବ । ଏମିତିରେ ନିଜର ଶକ୍ତି ଆବଶ୍ୟକତା ପାଇଁ ପ୍ରାକୃତିକ ବାଷ୍ପର ଅଧିକରୁ ଅଧିକ ବ୍ୟବହାର ଆମ ଦେଶ ପାଇଁ ହେଉଛି ବହୁତ ଜରୁରୀ ।
ଆମର ପ୍ରୟାସ ହେଉଛି କି ଆଗାମୀ ଦଶକର ଶେଷ ସୁଦ୍ଧା ଦେଶରେ ପ୍ରାକୃତିକ ବାଷ୍ପର ବ୍ୟବହାରକୁ ଅଢ଼େଇ ଗୁଣରୁ ଅଧିକ ବୃଦ୍ଧି କରାଯାଉ । ଆଉ ଏଥିପାଇଁ ସରକାର ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥାର ସମସ୍ତ ଆବଶ୍ୟକତା ପ୍ରତି ଦୃଷ୍ଟି ଦେଉଛନ୍ତି । ଦେଶରେ ଗ୍ୟାସ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଏଲଏନଜି ଟର୍ମିନାଲ ଗୁଡିକର ସଂଖ୍ୟା ବୃଦ୍ଧି, ଦେଶବ୍ୟାପୀ ଗ୍ୟାସ ଗ୍ରୀଡ଼ ଏବଂ ନଗର ଗ୍ୟାସ ବିତରଣ ନେଟୱାର୍କ ଉପରେ ଏକା ସଙ୍ଗେ କାର୍ଯ୍ୟ କରାଯାଉଛି । ତରଳ ପ୍ରାକୃତିକ ଗ୍ୟାସର ଆମଦାନୀ କ୍ଷମତା ବୃଦ୍ଧି ପାଇଁ ପୁରୁଣା ଟର୍ମିନାଲର ଆଧୁନିକୀକରଣ କରାଯାଉଛି ଏବଂ ନୂତନ ଏଲଏନଜି ଟର୍ମିନାଲର ନିର୍ମାଣ ମଧ୍ୟ କରାଯାଉଛି ।
10 ହଜାର କୋଟି ଟଙ୍କା ବ୍ୟୟରେ ତାମିଲନାଡ଼ୁର ଏନ୍ନୋର ଏବଂ ଓଡ଼ିଶାର ଧାମରାରେ ନୂତନ ଏଲଏନଜି ଟର୍ମିନାଲର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଏହିଭଳି ଭାବେ ଦେଶରେ ଯେମିତି ଅଧିକରୁ ଅଧିକ ଜିଲ୍ଲାରେ ପ୍ରାକୃତିକ ବାଷ୍ପ ପହଞ୍ଚିବ, ଏଥିପାଇଁ ପ୍ରାକୃତିକ ବାଷ୍ପ ଗ୍ରୀଡ଼ର ଆର୍ଥିକ ବାତାବରଣ ବିକଶିତ କରାଯାଉଛି ।
ଏହା ଅଧୀନରେ ଜଗଦିଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପାଇପ୍ ଲାଇନ ପ୍ରକଳ୍ପ କାର୍ଯ୍ୟ କରାଯାଉଛି । ଏହା ସହିତ ଉତର-ପୂର୍ବର ଅନ୍ୟାନ୍ୟ କ୍ଷେତ୍ରକୁ ଏହି ଗ୍ୟାସ ଗ୍ରୀଡ଼ ସହିତ ଯୋଡ଼ିବା ପାଇଁ ଏହି ପ୍ରକଳ୍ପର ସମ୍ପ୍ରସାରଣ ବରୌନୀରୁ ଗୌହାଟୀ ପର୍ଯ୍ୟନ୍ତ କରାଯାଉଛି । ଏହି ପ୍ରକଳ୍ପ ପାଇଁ ପ୍ରାୟ 13 ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ।
ଏହି ପ୍ରକଳ୍ପ ଯୋଗୁଁ ଗୋରଖପୁର, ବରୌନୀ ଏବଂ ସିନ୍ଦ୍ରି, ଏହି ତିନୋଟି ସାର କାରଖାନାକୁ ମଧ୍ୟ ଏକ ନୂତନ ଜୀବନଦାନ ମିଳିବାକୁ ଯାଉଛି । ସିକ୍କିମ ସମେତ ଉତର ପୂର୍ବାଂଚଳର ପ୍ରତ୍ୟେକ ରାଜ୍ୟକୁ ଏହି ଗ୍ରୀଡ଼ ସହିତ ଯୋଡ଼ିବା ପାଇଁ 9,200 କୋଟିରୁ ଅଧିକ ଅର୍ଥ ବ୍ୟୟରେ ଇନ୍ଦ୍ରଧନୁଷ ଗ୍ୟାସ ଗ୍ରୀଡ଼ ନାମରେ ଏକ ଯୁଗ୍ମ ପ୍ରକଳ୍ପ ମଧ୍ୟ ପ୍ରତିଷ୍ଠା କରାଯାଇଛି ।
ସାଥୀଗଣ, ଯେଉଁ ନିବେଶକ ଏହି କ୍ଷେତ୍ରରେ ନିବେଶ କରୁଛନ୍ତି, ସେମାନଙ୍କର ସ୍ୱାର୍ଥ ରକ୍ଷା ଉପରେ ମଧ୍ୟ ଧ୍ୟାନ ଦିଆ ଯାଉଛି । ଘରୋଇ ଗ୍ୟାସ ମୂଲ୍ୟକୁ ବିଶ୍ୱ ଗ୍ୟାସ ବଜାର ସହିତ ସଂଯୋଗ କରିବାର କାମ ପ୍ରଥମେ କରାଯାଇ ସାରିଛି । ଘରୋଇ ଭାବେ ଗ୍ୟାସର ଉତ୍ପାଦନ ବୃଦ୍ଧି କରିବା ପାଇଁ କମ୍ପାନୀ ମାନଙ୍କୁ ବଜାର ଏବଂ ମୂଲ୍ୟ ନିର୍ଦ୍ଧାରଣର ସ୍ୱାଧୀନତା ଦିଆ ଯାଇଛି ।
ଗ୍ୟାସର ମୂଲ୍ୟ ଉପରେ ଧ୍ୟାନ ଦେବା ପାଇଁ, ଗ୍ୟାସ ଗ୍ରୀଡର ସଂଚାଳନ ପାଇଁ ଏକ ସ୍ୱାଧୀନ ପରିବହନ ପରିଚାଳନା ବ୍ୟବସ୍ଥା ମଧ୍ୟ ପ୍ରତିଷ୍ଠା କରାଯାଇଛି । ଏହା ସହିତ ଦେଶରେ ମୁକ୍ତ ଗ୍ୟାସ ବଜାରର ବାତାବରଣ ସୃଷ୍ଟି, ଏହି କ୍ଷେତ୍ରରେ ପାରଦର୍ଶିତା ବଜାୟ ରଖିବା ପାଇଁ ସରକାର ଗ୍ୟାସ ବାଣିଜ୍ୟ ଏକ୍ସଚେଞ୍ଜକୁ ବିକଶିତ କରିବା ଉପରେ ମଧ୍ୟ କାର୍ଯ୍ୟ କରୁଛନ୍ତି ।
ଭାଇ ଓ ଭଉଣୀମାନେ, ଏହି ବୈଷୟିକ ଦିଗ ଗୁଡ଼ିକ ଏବଂ ପରିସଂଖ୍ୟାନର ସହିତ ହିଁ ଆମ ସମସ୍ତଙ୍କ ପାଇଁ ସବୁଠାରୁ ବଡ଼ ମହତ୍ୱପୂର୍ଣ୍ଣ ହେଉଛି ଏହି କାର୍ଯ୍ୟ ଗୁଡ଼ିକ, ଏହି ପ୍ରକଳ୍ପ ଗୁଡ଼ିକର ଦେଶ ଉପରେ ସକରାତ୍ମକ ପ୍ରଭାବ । ଏହି କାର୍ଯ୍ୟ ସାମାଜିକ ସ୍ତରରେ, ଆର୍ଥିକ ସ୍ତରରେ, ଆଉ ପର୍ଯ୍ୟାବରଣ ସ୍ତରରେ ଦେଶରେ ବହୁତ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି ।
ସାଥୀଗଣ, ଯେତେବେଳେ କୌଣସି ସ୍ଥାନରେ କୌଣସି ନୂତନ ବ୍ୟବସ୍ଥାର ନିର୍ମାଣ ହୋଇଥାଏ, ତ ତାହା ଯୋଗୁଁ ଆଖପାଖର ବୃହତ୍ ଅଂଚଳରେ ଇକୋ ସିଷ୍ଟମ ମଧ୍ୟ ନିର୍ମାଣ ହୋଇ ଯାଇଥାଏ । ଯେପରି କୌଣସି ସ୍ଥାନରେ କୌଣସି ବଡ଼ ଡାକ୍ତରଖାନାଟିଏ ଖୋଲିଥାଏ, ତ ତା’ ଆଖପାଖରେ ମେଡିକାଲ ଷ୍ଟୋର ଖୋଲିଯାଏ, ଢ଼ାବା ଖୋଲିଥାଏ, ଚା’ ଦୋକାନ ଥିବ, ଧର୍ମଶାଳା ଥିବ, ଛୋଟ ଛୋଟ ହୋଟେଲ ଖୋଲିଯିବ, ଅଟୋ-ଷ୍ଟାଣ୍ଡ ନିର୍ମାଣ ହୋଇଯିବ, ଟ୍ୟାକ୍ସି-ଷ୍ଟାଣ୍ଡ ନିର୍ମାଣ ହୋଇଯିବ; ଏହି ସମସ୍ତ ନିଜସ୍ୱ ଢ଼ଂଗରେ କାମ କରିଥାଆନ୍ତି, କିନ୍ତୁ ସେମାନଙ୍କ ଅସ୍ତିତ୍ୱର କେନ୍ଦ୍ରରେ ସେହି ହାସପାତାଳ ହିଁ ଥାଏ ।
ସେହିଭଳି ଭାବେ ଯେତେବେଳେ କୌଣସି ସହରରେ ଗ୍ୟାସ ପହଂଚିଥାଏ ତ ଏକ ନୂତନ ଆର୍ଥିକ ବାତାବରଣ ମଧ୍ୟ ନିର୍ମାଣ କରିଥାଏ । ସେହି ସହରରେ ଗ୍ୟାସ ଆଧାରିତ ଛୋଟ-ବଡ଼ ଉଦ୍ୟୋଗ ସ୍ଥାପନ ଅନେକ ଗୁଣ ବଢ଼ିଯାଇଥାଏ । ପାଇପ୍ ଜରିଆରେ ସିଧା ଲୋକଙ୍କ ଘରେ ପହଂଚୁଥିବା ଗ୍ୟାସ ଲୋକଙ୍କ ଜୀବନରେ ସହାବସ୍ଥାନର ସୁଗମତାକୁ ଆହୁରି ସରଳ କରି ଦେଇଥାଏ । ସେହି ପାଇପକୁ ବିଛାଇବା ପାଇଁ; ସିଏନଜି ଅବା ପିଏନଜି ନେଟୱାର୍କକୁ କାର୍ଯ୍ୟକ୍ଷମ କରିବା ପାଇଁ ହଜାର-ହଜାର ଲକ୍ଷ-ଲକ୍ଷ ଯୁବକଙ୍କୁ ରୋଜଗାର ମିଳିଥାଏ । ସେହି ସହରରେ ଚାଲୁଥିବା ଅଟୋ, ଟ୍ୟାକ୍ସିଗୁଡ଼ିକୁ, କମ୍ ଇନ୍ଧନର ଏକ ଆଧୁନିକ ବିକଳ୍ପ ମିଳିଥାଏ । ଗ୍ୟାସ ଭିତ୍ତିଭୂମି ପାଇଁ ଯେଉଁ ଯୋଜନାମାନ ବର୍ତ୍ତମାନ ଦେଶରେ ଚାଲୁ ରହିଛି, ତାହା ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାର ମିଳିବ ।
ଆଜି ନବମ ବିଡ଼ିଂ ଅଧୀନରେ ଯେଉଁ କାର୍ଯ୍ୟ ଆରମ୍ଭ ହୋଇଛି, ତାହା ଦ୍ୱାରା ହିଁ ସିଧାସଳଖ ଭାବେ ଅତି କମ୍ ରେ ତିନି ଲକ୍ଷ ଯୁବକଙ୍କୁ ରୋଜଗାର ମିଳିବ । ଏହା ବ୍ୟତୀତ ଯେଉଁ ସବୁ ଅନ୍ୟାନ୍ୟ ବ୍ୟବସ୍ଥା ବିକଶିତ ହେବ ତାହା ମଧ୍ୟ ରୋଜଗାର ପାଇଁ ଲକ୍ଷ ଲକ୍ଷ ନୂତନ ସୁଯୋଗ ସୃଷ୍ଟି କରିବ । ବିଶେଷ କରି ପୂର୍ବ ଭାରତ ଏବଂ ପୂର୍ବୋତ୍ତର ରାଜ୍ୟଗୁଡ଼ିକୁ ଏହାର ବହୁତ ବଡ଼ ଲାଭ ମିଳିବ । କହିବାର ଅର୍ଥ ଏହା ଯେ ଗ୍ୟାସ ଆଧାରିତ ବ୍ୟବସ୍ଥା ଗୁଡ଼ିକ କେବଳ ଉଦ୍ୟୋଗଗୁଡ଼ିକୁ ନୁହେଁ, ସେହି ଜିଲ୍ଲାର ଲୋକଙ୍କ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଘଟୁଛି । ସେମାନଙ୍କର ଜୀବନ ପଦ୍ଧତିରେ ମଧ୍ୟ ପରିବର୍ତ୍ତନ ହେଉଛି ।
ଆଗାମୀ କିଛି ବର୍ଷ ମଧ୍ୟରେ ଭାରତର ଶହ ଶହ ସହରରେ, ଏହି ପରିବର୍ତ୍ତନ ସ୍ୱୟଂ ଦେଖିବାକୁ ମିଳିବ ଏବଂ ଆପଣମାନେ ମଧ୍ୟ ଏହାର ସହଭାଗୀ ହେବେ । ଆମେ ନିଜକୁ ଏହି ପ୍ରସଙ୍ଗରେ ସୌଭାଗ୍ୟଶାଳୀ ମଧ୍ୟ ଅନୁଭବ କରି ପାରୁଛୁ କି ଆମେ ନିଜ ଜୀବନ କାଳରେ ହେଉଥିବା ଏତେ ବଡ଼ ପରିବର୍ତ୍ତନକୁ ଦେଖି ପାରୁଛେ, ନଚେତ୍ ମୋର ସେହି ସମୟ ମଧ୍ୟ ମନେ ଅଛି, ଯେତେବେଳେ ଦେଶର ଜଣେ ସାଧାରଣ ନାଗରିକ ନିଜ ଘରକୁ ସାଧାରଣ ଗ୍ୟାସ ସଂଯୋଗ ନେବା ପାଇଁ ସାଂସଦ, ବିଧାୟକ ମାନଙ୍କ ସୁପାରିଶ ଚିଠି ଲେଖାଇ ନେବା ପାଇଁ ଲାଇନରେ ଠିଆ ହୋଇ ରହୁଥିଲେ । ସେହି ସ୍ଥିତିରୁ ଦେଶ ବହୁତ ଆଗକୁ ବଢ଼ି ଆସି ଯାଇଛି ।
ଯଦି ମୁଁ କହିବି କି ବର୍ଷ 2014ରେ ଦେଶର ଲୋକମାନେ କେବଳ ସରକାର ହିଁ ବଦଳାଇ ନାହାଁନ୍ତି, ବରଂ ସରକାରଙ୍କର କାର୍ଯ୍ୟଶୈଳୀ, କାର୍ଯ୍ୟସଂସ୍କୃତି ଏବଂ ଯୋଜନା ଗୁଡ଼ିକୁ ଲାଗୁ କରିବାର ଶୈଳୀକୁ ମଧ୍ୟ ବଦଳାଇ ଦେଇଛନ୍ତି ତ କହିଲେ ଭୁଲ ହେବ ନାହିଁ । ଆଜି ଏହି ଅବସରରେ ଆପଣମାନଙ୍କୁ ଏହି କ୍ଷେତ୍ର ସହିତ ଯୋଡ଼ି ହୋଇ ରହିଥିବା ଆଉ ଏକ ଉଦାହରଣ ଦେଉଛି । ଆମେ ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥାର କଥା କହୁଛେ, ଏହା ଆମକୁ ଭୁଲି ଯିବା ଉଚିତ ନୁହେଁ କି ଦେଶରେ ଏଲପିଜି ସଂଯୋଗ ଦିଆଯିବାର ବ୍ୟବସ୍ଥା 1955ରେ ଆରମ୍ଭ ହୋଇଥିଲା । ଏହା ପରଠାରୁ 2014 ପର୍ଯ୍ୟନ୍ତ ଦେଶରେ 13 କୋଟି ଏଲପିଜି ସଂଯୋଗ ଦିଆଯାଇଥିଲା । ଅର୍ଥାତ 60 ବର୍ଷରେ 13 କୋଟି ସଂଯୋଗ । ଏହି ପରିସଂଖ୍ୟାନ ଯଦି ଆପଣ ମନେ ରଖିବେ ତ ଲୋକଙ୍କ ସହିତ କଥା ହେବା ସମୟରେ ଆପଣ ବିଶ୍ୱାସର ସହିତ କହି ପାରିବେ କି କିପରି ପରିବର୍ତ୍ତନ ଆସୁଛି, 60 ବର୍ଷରେ 13 କୋଟି । ଦେଶରେ ସେହି ସମସ୍ତ ସଂସାଧନ ଅଛି, ସେହି ଲୋକ ଅଛନ୍ତି, ସେହି ଫାଇଲ ଅଛି, ସେହି ଅଫିସ ମଧ୍ୟ ଅଛି, ବାବୁମାନଙ୍କର କାମ କରିବାର ସେହି ଶୈଳୀ ମଧ୍ୟ ଅଛି, ପୁଣି ଚାରି ବର୍ଷରେ ପ୍ରାୟ 12 କୋଟି ସଂଯୋଗ ଦିଆ ଯାଇସାରିଛି ।
60 ବର୍ଷରେ 13 କୋଟି, ଚାରି ବର୍ଷରେ ପ୍ରାୟ 12 କୋଟି, ଯଦି ଏହି ଗତିରେ ଚାଲି ଥାଆନ୍ତେ ତ ବୋଧହୁଏ ଆମର ଦୁଇ ପିଢ଼ି ପରେ ମଧ୍ୟ ଏହି ଲାଭ ପରିବାରଗୁଡିକୁ ମିଳି ନ ଥାଆନ୍ତା । ଘରୋଇ ଗ୍ୟାସର ପରିବ୍ୟାପ୍ତିର ଏହି ଯେଉଁ ପରିସର 2014 ପୂର୍ବରୁ କେବଳ 55 ପ୍ରତିଶତ ଥିଲା, ଏବେ ବୃଦ୍ଧି ପାଇ ପ୍ରାୟ 90 ପ୍ରତିଶତ ହୋଇଯାଇଛି । ନିଶ୍ଚିତ ଭାବରେ ଏଥିରେ ଉଜ୍ଜ୍ୱଳା ଯୋଜନାର ମଧ୍ୟ ବହୁତ ବଡ଼ ଭୂମିକା ରହିଛି । 1 ମଇ, 2016 ରେ ଆରମ୍ଭ ହେବା ପରେ ଏ ପର୍ଯ୍ୟନ୍ତ ଉଜ୍ଜ୍ୱଳା ଯୋଜନା ଅଧୀନରେ ପାଖାପାଖି 6 କୋଟି ମହିଳାଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଦିଆ ଯାଇସାରିଛି । ଏହି ଯୋଜନା ଦେଶର ଗାଁରେ ରହୁଥିବା ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣି ଦେଇଛି ।
ଏହି ବିଡ଼ିଂ ପ୍ରକ୍ରିୟା ମଧ୍ୟରେ, ଶିଳାନ୍ୟାସ ମଧ୍ୟରେ ଆଜି କ୍ଷଣକ ପାଇଁ ଆମେ ସେହି ମହିଳାଙ୍କ ବିଷୟରେ ମଧ୍ୟ ଚିନ୍ତା କରିବା ଦରକାର, ଯେଉଁମାନେ ଏ ପର୍ଯ୍ୟନ୍ତ କାଠ ଚୂଲି ଫୁଙ୍କୁଥିଲେ । ନିଜ ସ୍ୱାସ୍ଥ୍ୟକୁ ବାଜି ଲଗାଇ ପରିବାରର ପେଟକୁ ଖାଦ୍ୟ ଯୋଗାଉଥିଲେ । ଏହି ମହିଳାଙ୍କୁ ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥାର ଉଦ୍ଦେଶ୍ୟ ଯଦିଓ ଜଣା ନ ଥାଉ, କିନ୍ତୁ ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥା ଆଡ଼କୁ ବଢ଼ୁଥିବା ଦେଶର ପଦକ୍ଷେପ ତାଙ୍କ ଜୀବନକୁ ନିଶ୍ଚୟ ବଦଳାଇ ଦେଇଛି ।
ଭାଇ ଓ ଭଉଣୀମାନେ, କିଛି ସମୟ ପୂର୍ବେ ମୁଁ ଆପଣ ମାନଙ୍କ ସହିତ ପର୍ଯ୍ୟାବରଣ ବିଷୟରେ କଥା ହେଉଥିଲି । ଯେଉଁ ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥା ଆଡ଼କୁ ଆମେ ବଢ଼ୁଛେ, ତାହାର ଏକ ବଡ଼ ଆଉ ଉନ୍ନତ ପ୍ରଭାବ ଆମ ପର୍ଯ୍ୟାବରଣ ଉପରେ ପଡ଼ିବାକୁ ଯାଉଛି । ଯେତେବେଳେ ଦେଶରେ ହଜାର ହଜାର ନୂତନ ସିଏନଜି ଷ୍ଟେସନ୍ ଖୋଲିବ, ଉଦ୍ୟୋଗଗୁଡ଼ିକୁ ବିନା ପ୍ରତିବନ୍ଧକରେ ଗ୍ୟାସ ମିଳିବ, ଟ୍ୟାକ୍ସି, ଅଟୋ କାରଗୁଡ଼ିକରେ ଭରିବା ପାଇଁ ଦେଶର ଅଧିକାଂଶ ଜିଲ୍ଲାରେ ସିଏନଜି ସହଜରେ ଉପଲବ୍ଧ ହେବ, ତ ପ୍ରଦୂଷଣ ମଧ୍ୟ ସେତିକି ହ୍ରାସ ପାଇବ । ଏହା ସିଓପି 21 (CoP21) ପ୍ରତି ଭାରତର ପ୍ରତିବଦ୍ଧତାକୁ ଆହୁରି ଅଧିକ ସୁଦୃଢ଼ କରିବ । ଏହା ବିଶ୍ୱ ପର୍ଯ୍ୟାବରଣର ସୁରକ୍ଷା ପ୍ରତି ଭାରତର ଯୋଗଦାନକୁ ସୁଦୃଢ଼ କରିବ । ଏହା ବିଶ୍ୱ ମଂଚରେ ଭାରତର ନେତୃତ୍ୱର ଚମକକୁ ଆହୁରି ବଢ଼ାଇବ ।
ସାଥୀଗଣ, ସ୍ୱଚ୍ଛ ଶକ୍ତି ପାଇଁ ଭାରତ ସରକାରଙ୍କର ପ୍ରୟାସର ବିସ୍ତାର ହେଉଛି ବହୁତ ବ୍ୟାପକ । ଆମର କୃଷି ବ୍ୟବସ୍ଥାରୁ ଯେଉଁ ଅବଶିଷ୍ଟାଂଶ ବାହାରୁଛି, ଜୈବିକ ଅବଶିଷ୍ଟାଂଶ ବାହାରୁଛି, ସେଥିରୁ ସପ୍ରେଷିତ ଜୈବିକ ଗ୍ୟାସ (Compressed Bio Gas)ପ୍ରସ୍ତୁତ କରିବା ଦିଗରେ ମଧ୍ୟ ଏକ ଅଭିଯାନ ସରକାର ଆରମ୍ଭ କରିଛନ୍ତି । ଏହି ଅଭିଯାନ ଅଧୀନରେ ଆଗାମୀ ପାଂଚ ବର୍ଷରେ ଦେଶରେ ପାଂଚ ହଜାର ସଙ୍କୁଚିତ ଜୈବିକ ଗ୍ୟାସ ପ୍ଲାଂଟର ସ୍ଥାପନ କରାଯିବ ।
ଏହି ଚାରା, ଫସଲର ଅବଶିଷ୍ଟ ଜଳାଇବା, କୃଷି ଆଧାରିତ ବର୍ଜ୍ୟ ସମସ୍ୟାକୁ ହ୍ରାସ ତ କରିବ, କୃଷକଙ୍କର ଆୟ ବୃଦ୍ଧିରେ ଏହା ସାହାଯ୍ୟକାରୀ ପ୍ରମାଣିତ ହେବ । ଏହା ବ୍ୟତୀତ ଜୈବ ଅବଶିଷ୍ଟାଂଶକୁ ଜୈବ ଇନ୍ଧନରେ ପରିବର୍ତ୍ତିତ କରିବା ପାଇଁ 10 ହଜାର କୋଟି ଟଙ୍କା ବ୍ୟୟରେ 12 ଟି ଆଧୁନିକ ବାୟୋ ରିଫାଇନାରୀ ନିର୍ମାଣ ଯୋଜନା ଉପରେ ମଧ୍ୟ କାର୍ଯ୍ୟକାରୀ କରାଯାଉଛି । ଇଥାନଲ ମିଶ୍ରଣକୁ ନେଇ ସରକାର ଯେଉଁ ନୀତିଗତ ପରିବର୍ତ୍ତନ କରିଛନ୍ତି, ତାହାଦ୍ୱାରା ଇଥାନଲ ମିଶ୍ରଣରେ ମଧ୍ୟ ରେକର୍ଡ ସ୍ତରର ବୃଦ୍ଧି ଘଟିଛି ।
2014ରେ ଯେଉଁଠି ଦେଶରେ ପ୍ରାୟ 40 ହଜାର କୋଟି ଲିଟର ଇଥାନଲ ମିଶ୍ରଣ ହେଉଥିଲା, ତାହା ଏବେ ପ୍ରାୟ 4 ଗୁଣା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ସରକାରଙ୍କର ଲକ୍ଷ୍ୟ ଏବେ ଇଥାନଲ ମିଶ୍ରଣକୁ 10 ପ୍ରତିଶତ ପର୍ଯ୍ୟନ୍ତ ନେଇ ଯିବାର ଅଛି । ଆଗାମୀ ବର୍ଷ ମାନଙ୍କରେ ଇଥାନଲ ମିଶ୍ରଣ 2014 ତୁଳନାରେ ପ୍ରାୟ ଆଠ ଗୁଣା ହୋଇଯିବ ।
ସ୍ୱଚ୍ଛ ଶକ୍ତିରୁ ସ୍ୱଚ୍ଛ ପରିବେଶ ଦିଗରେ ଆଗକୁ ବଢି ସରକାର ଏବେ ବିଏସ-4 ଇନ୍ଧନରୁ ସିଧା ବିଏସ-6 ଇନ୍ଧନର ବ୍ୟବହାର ପାଇଁ ଲମ୍ଫ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଟେଲିକମ କ୍ଷେତ୍ରରେ ଆମେ 2ଜି ରୁ 3ଜି, 3ଜି ରୁ 4ଜି, 4ଜି ରୁ 5ଜି, କିନ୍ତୁ ସ୍ଵଚ୍ଛ ଇନ୍ଧନ ଉପଯୋଗ କ୍ଷେତ୍ରରେ ଆମେ ଏଠାରେ ସିଧା 4 ରୁ 6 ପର୍ଯ୍ୟନ୍ତ ଯାଇଛୁ । ଏହା ବ୍ୟତୀତ ଏଲଇଡ଼ି ବଲ୍ବ ମୂଲ୍ୟରେ ଆସିଥିବା ହ୍ରାସ ଆଉ ଦେଶରେ ପାଖାପାଖି 32 କୋଟି ଏଲଇଡ଼ି ବଲ୍ବ ବିତରଣ ଦ୍ୱାରା ମଧ୍ୟ 3 କୋଟି ଟନ୍ ରୁ ଅଧିକ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନ ରୋକିବାରେ ସହାୟତା ମିଳିଛି ।
ସରକାର 2022 ସୁଦ୍ଧା ଦେଶରେ ଅକ୍ଷୟ (ନବୀକରଣୀୟ) ଶକ୍ତିରୁ 175 ଗିଗାୱାଟ ଶକ୍ତି ଉତ୍ପାଦନ ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି । ଏହା ଅଧୀନରେ ଅତି କମରେ 100 ଗିଗାୱାଟ ବିଜୁଳି ସୌରଶକ୍ତିରୁ ଉତ୍ପାଦନ ହେବ । ଆଗାମୀ ଚାରି ବର୍ଷରେ ସରକାର କୃଷକ ମାନଙ୍କୁ 28 ଲକ୍ଷରୁ ଅଧିକ ସୌର ପମ୍ପ ବାଂଟିବାର ଅଭିଯାନ ମଧ୍ୟ ଚଳାଉଛନ୍ତି । ଦେଶରେ ଗ୍ୟାସ ଆଧାରିତ ଭିତ୍ତିଭୂମିର ବିକାଶ ସହିତ ହିଁ ଏହି ସମସ୍ତ ପ୍ରୟାସ ଭାରତର ବିଶ୍ୱ ପ୍ରତିବଦ୍ଧତାକୁ ପୂରଣ କରିବାରେ ସହାୟତା କରିବ ।
ଗୋଟିଏ ପଟରେ ଏହାଦ୍ୱାରା ତ ଭାରତ 2030 ପର୍ଯ୍ୟନ୍ତ ନିଜର ନିର୍ଗମନ ସାନ୍ଧ୍ରତାକୁ 33 ରୁ 35 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବ ଆଉ ଅନ୍ୟ ପଟେ ଅତି କମରେ 40 ପ୍ରତିଶତ ବିଜୁଳିର ଆବଶ୍ୟକତା ଅଣ ପାରମ୍ପରିକ ଉତ୍ସରୁ ମିଳିବ ।
ଭାଇ ଓ ଭଉଣୀମାନେ, ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥା ସହିତ ଜଡ଼ିତ ଲକ୍ଷ୍ୟ ହେଉ, ଅବା ପୁଣି ସ୍ୱଚ୍ଛ ଶକ୍ତି, ଏହି ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ, ଆଉ ଏହା ଆମେ କରି ରହିବା । କେବଳ ନିଜ ପାଇଁ ନୁହେଁ, ବରଂ ମାନବ ସଭ୍ୟତା ପାଇଁ, ନିଜର ଭବିଷ୍ୟତ ପିଢ଼ି ପାଇଁ, ଆମେ ଏହି ସଂକଳ୍ପ ନେଇଛୁ ଆଉ ସେଥିରେ ସିଦ୍ଧି ହାସଲ କରିବା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ ।
ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ, ଯେଉଁ ସହରରେ ନଗର ଗ୍ୟାସ ବିତରଣ ନେଟୱାର୍କର କାମ ଆରମ୍ଭ ହେବାକୁ ଯାଉଛି, ସେଠାକାର ଲୋକଙ୍କୁ ଦଶମ ବିଡିଂ ସହିତ ଜଡ଼ିତ ପ୍ରତିନିଧିମାନଙ୍କୁ ଅନେକ ଅନେକ ଶୁଭକାମନା ଦେଇ ମୋ କଥା ସମାପ୍ତ କରୁଛି ।
ବହୁତ-ବହୁତ ଧନ୍ୟବାଦ
**********
India is committed to move towards cleaner fuel. Here is how. https://t.co/GyE1SaUSKm
— Narendra Modi (@narendramodi) November 22, 2018
भविष्य के भारत के लिए, किस तरह आज के भारत में बड़े संकल्प लेकर कार्यों को सिद्ध किया जा रहा है, आज हम सभी उसके गवाह बने हैं।
— PMO India (@PMOIndia) November 22, 2018
अब से कुछ देर पहले देश के 129 जिलों में City Gas Distribution नेटवर्क स्थापित करने के कार्यों की शुरुआत हुई है: PM
10वीं Bidding के बाद शुरू हुए कार्य जब पूर्णता की तरफ बढ़ेंगे, तो देश के 400 से ज्यादा जिले City Gas Distribution नेटवर्क के दायरे में आ जाएंगे।
— PMO India (@PMOIndia) November 22, 2018
मुझे बताया गया है कि देश की करीब-करीब 70 प्रतिशत आबादी को ये सुविधा मिलने का मार्ग खुल जाएगा: PM
2014 तक देश के 66 जिले ही City Gas Distribution नेटवर्क के दायरे में थे।
— PMO India (@PMOIndia) November 22, 2018
आज देश के 174 जिलों में सिटी गैस का काम चल रहा है।
अगले 2-3 वर्षों में 400 से ज्यादा जिलों तक इसकी पहुंच होगी।
हमारे शहरों ने Gas Based Economy की तरफ कैसे मजबूत कदम उठाया है, ये उसकी भव्य तस्वीर है: PM
सरकार Gas Based Economy के सभी आयामों पर ध्यान दे रही है।
— PMO India (@PMOIndia) November 22, 2018
देश में गैस इंफ्रास्ट्रक्चर को मजबूत करने के लिए LNG टर्मिनल्स की संख्या बढ़ाने, Nationwide Gas Grid और City Gas Distribution नेटवर्क पर एक साथ काम किया जा रहा है: PM
जब शहर में गैस पहुंचती है, तो वो एक नए इकोसिस्टम का निर्माण करती है।
— PMO India (@PMOIndia) November 22, 2018
उस शहर में गैस आधारित उद्योगों की स्थापना की संभावना बढ़ती है।
पाइप के जरिए सीधे लोगों के घरों में पहुंचना वाली गैस, लोगों के जीवन आसान बनाती है।
पाइप को बिछाने के लिए हजारों युवाओं को रोजगार मिलता है: PM
अगर मैं कहूं कि साल 2014 में देश के लोगों ने सिर्फ सरकार ही नहीं बदली,
— PMO India (@PMOIndia) November 22, 2018
बल्कि सरकार की कार्यशैली,
कार्यसंस्कृति और
योजनाओं को लागू करने का तरीका भी बदल दिया है, तो गलत नहीं होगा: PM
2014 तक देश में 13 करोड़ LPG कनेक्शन दिए गए थे, यानि 60 साल में 13 करोड़ कनेक्शन।
— PMO India (@PMOIndia) November 22, 2018
देश में सारे संसाधन वही हैं, लोग वही हैं लेकिन पिछले 4 साल में लगभग 12 करोड़ कनेक्शन दिए जा चुके हैं।
घरेलू गैस कवरेज का जो दायरा 2014 के पहले सिर्फ 55% था, अब बढ़कर लगभग 90% हो गया है: PM
Clean Energy के लिए सरकार के प्रयास का विस्तार बहुत व्यापक है। हमारी कृषि व्यवस्था से जो Waste निकलता है, उससे Compressed Bio Gas बनाने की दिशा में भी अभियान सरकार ने शुरू किया है।
— PMO India (@PMOIndia) November 22, 2018
इस के तहत आने वाले पाँच सालों में देश में 5000 Compressed Bio Gas प्लांट की स्थापना की जाएगी: PM
इथेनॉल ब्लेंडिंग को लेकर नीतिगत परिवर्तन से इथेनॉल ब्लेंडिंग में भी रिकॉर्ड वृद्धि हुई है।
— PMO India (@PMOIndia) November 22, 2018
2014 में जहां देश में लगभग 38 करोड़ लीटर इथेनॉल की ब्लेंडिंग होती थी, वो अब लगभग चार गुना तक बढ़ चुकी है।
सरकार ने B.S. Four ईंधन से सीधा B.S. Six ईंधन पर जाने का भी फैसला किया है: PM
Gas Based Economy से जुड़े लक्ष्य हों या फिर Clean Energy से,
— PMO India (@PMOIndia) November 22, 2018
ये लक्ष्य भारत को हासिल करने ही होंगे।
सिर्फ अपने लिए नहीं, बल्कि मानवता के लिए, अपनी आने वाली पीढ़ियों के लिए।
हमने ये संकल्प लिया है और इसे सिद्ध करना हमारा दायित्व है: PM
India is committed to move towards cleaner fuel. Here is how. https://t.co/GyE1SaUSKm
— Narendra Modi (@narendramodi) November 22, 2018