ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୨ ସେପ୍ଟେମ୍ବର ୨୦୨୬ରେ ୧୮ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ମହାମହିମ ଶେଖ୍ ଖାଲିଦ ବିନ୍ ମହମ୍ମଦଙ୍କ ସହ ଏକ ବୈଠକ କରିଥିଲେ।
ଉଭୟ ନେତା ଭାରତ–ୟୁଏଇ ବ୍ୟାପକ ରଣନୀତିକ ସହଭାଗିତାର ଗୁରୁତ୍ୱକୁ ଦୋହରାଇଥିଲେ, ଯାହା ଦୃଢ଼ ରାଜନୈତିକ, ସାଂସ୍କୃତିକ, ବାଣିଜ୍ୟିକ, ଉର୍ଜା ଏବଂ ଜନସାଧାରଣଙ୍କ ମଧ୍ୟରେ ଥିବା ସମ୍ପର୍କ ଉପରେ ଆଧାରିତ। ୨୦୨୬ ଜାନୁଆରୀରେ ୟୁଏଇର ରାଷ୍ଟ୍ରପତି ମହାମହିମ ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହ୍ୟାନଙ୍କ ଭାରତ ଗସ୍ତ ଏବଂ ୨୦୨୬ ମେ ମାସରେ ପ୍ରଧାନମନ୍ତ୍ରୀଙ୍କ ୟୁଏଇ ଗସ୍ତର ସଫଳତାକୁ ସେମାନେ ମନେ ପକାଇଥିଲେ।
ଭାରତର ଅଧ୍ୟକ୍ଷତାରେ ବ୍ରିକ୍ସରେ ୟୁଏଇର ସକ୍ରିୟ ଏବଂ ଗଠନମୂଳକ ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଭାରତର ଅଧ୍ୟକ୍ଷତା କାଳରେ ବ୍ରିକ୍ସ ମଧ୍ୟରେ ହାସଲ ହୋଇଥିବା ସକାରାତ୍ମକ ଫଳାଫଳକୁ ନେତାମାନେ ସ୍ୱାଗତ କରିଥିଲେ। ଉଭୟ ଦେଶ ମିଳିତ ସ୍ୱାର୍ଥ ଓ ପ୍ରାଥମିକତାକୁ ଆଗକୁ ବଢ଼ାଇବା ତଥା ବ୍ରିକ୍ସ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଏହି ମଞ୍ଚ ମାଧ୍ୟମରେ ଘନିଷ୍ଠ ଭାବରେ କାର୍ଯ୍ୟ ଜାରି ରଖିବେ ବୋଲି ସହମତ ହୋଇଥିଲେ।
ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ଅଗ୍ରଗତିକୁ ନେତାମାନେ ସ୍ୱୀକାର କରିଥିଲେ। ଓଡ଼ିଶାରେ ୧୧.୫ ବିଲିୟନ ଆମେରିକୀୟ ଡଲାର ବିନିଯୋଗରେ ଏକ ସମନ୍ୱିତ ଗ୍ରୀନ୍ଫିଲ୍ଡ ଆଲୁମିନିୟମ୍ ପ୍ରକଳ୍ପର ବିକାଶ ପାଇଁ ୟୁଏଇର ‘ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ‘ ର ଘୋଷଣାକୁ ସେମାନେ ସକାରାତ୍ମକ ଦୃଷ୍ଟିକୋଣରୁ ଗ୍ରହଣ କରିଥିଲେ। ଏହା ଭାରତର ସର୍ବବୃହତ ସମନ୍ୱିତ ଆଲୁମିନିୟମ୍ କ୍ଷେତ୍ରରେ ବିନିଯୋଗ ଅଟେ। ଏହି ପ୍ରକଳ୍ପ ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ଆଲୁମିନିୟମ୍ ଉତ୍ପାଦନ କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରିବ ବୋଲି ଆଶା କରାଯାଉଛି।
ନେତାମାନେ ୟୁଏଇର ସର୍ବଶେଷ ସାର୍ବଭୌମ ନିବେଶ ପାଣ୍ଠି ଭାବରେ ‘ଲିମାଦ୍’ ଦ୍ୱାରା ପାରସ୍ପରିକ ଲାଭ ପାଇଁ ଭାରତ – ୟୁଏଇ ଭାଗୀଦାରୀକୁ ଆହୁରି ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସ୍ୱୀକାର କରିଥିଲେ। ସେମାନେ ପ୍ରତିରକ୍ଷା, ମହାକାଶ, ପରମାଣୁ ଶକ୍ତି, ପ୍ରଯୁକ୍ତି ବିଦ୍ୟା ଏବଂ ନବସୃଜନ ସମେତ ରଣନୈତିକ ଓ ଉଦୀୟମାନ କ୍ଷେତ୍ରଗୁଡ଼ିକରେ ଉଭୟ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି କରିବାର ସୁଯୋଗ ଉପରେ ମଧ୍ୟ ଆଲୋଚନା କରିଥିଲେ।
ଏହି ଗସ୍ତ ନେତୃତ୍ୱ ସ୍ତରରେ ନିୟମିତ ଆଲୋଚନା ଓ ସମ୍ପର୍କର ସେହି ପିଢ଼ିଗତ ନିରନ୍ତରତାର ପରମ୍ପରାକୁ ପୁନର୍ବାର ସୁଦୃଢ଼ କରିଛି, ଯାହା ଭାରତ ଓ ୟୁଏଇ ମଧ୍ୟରେ ଥିବା ଦୀର୍ଘସ୍ଥାୟୀ ସମ୍ପର୍କର ମୂଳାଧାର ଅଟେ।.
**********
SSP
PM @narendramodi met HH @KBM_ALNAHYAN and discussed ways to further strengthen the India-UAE Strategic Partnership. They discussed ways to increase cooperation in sectors such as defence, AI, space, critical minerals, energy, food security, and connectivity. The PM conveyed that… pic.twitter.com/Qj60YCUAow
— PMO India (@PMOIndia) September 12, 2026
India-UAE ties have been transformed over the last few years. Now, we are raising our ambitions even higher.
— Narendra Modi (@narendramodi) September 12, 2026
Delighted to meet His Highness Sheikh Khaled bin Mohamed bin Zayed Al Nahyan.
Discussed taking our Strategic Partnership forward across defence, AI, space, critical… pic.twitter.com/omzRK4ccuP