Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନୂତନ ଦଶକରେ ଚଳିତ ସଂସଦ ଅଧିବେଶନ ଦେଶର ଦୃଢ଼ ଉଜ୍ଜଳ ଭବିଷ୍ୟତର ମୂଳଦୂଆ ସ୍ଥାପନ କରିବା ଉଚିତ: ପ୍ରଧାନମନ୍ତ୍ରୀ


 

ଆର୍ଥିକ ବିକାଶ ଓ ଜନସାଧାରଣଙ୍କ ସଶକ୍ତିକରଣ ଉପରେ ଆଲୋକପାତ କରିବା ଲାଗି ସାଂସଦମାନଙ୍କୁ ଆହ୍ଵାନ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଦଶକରେ ଦେଶର ଉଜ୍ଜଳ ଭବିଷ୍ୟତର ଦୃଢ଼ ଭିତ୍ତିଭୂମି ସ୍ଥାପନ ପାଇଁ ସଂସଦର ସଦସ୍ୟମାନଙ୍କୁ ଆହ୍ୱାନ ଦେଇଛନ୍ତି । ସଂସଦର ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ଗଣମାଧ୍ୟମ ନିକଟରେ ତାଙ୍କର ପାରମ୍ପରିକ ଅଭିଭାଷଣ ରଖି ପ୍ରଧାନମନ୍ତ୍ରୀ  କହିଛନ୍ତି ଯେ, ଦେଶର ଆର୍ଥିକ ସମସ୍ୟାକୁ ନେଇ ବିଶଦ ଆଲୋଚନା ହେବା ଆବଶ୍ୟକ । ବର୍ତ୍ତମାନର ବୈଶ୍ୱିକ, ଆର୍ଥିକ ଦୃଶ୍ୟପଟ୍ଟ ପରିପ୍ରେକ୍ଷୀରେ ଦେଶ କିପରି ସର୍ବାଧିକ ଲାଭାନ୍ୱିତ ହୋଇପାରିବ ତା ଉପରେ ମଧ୍ୟ ଆଲୋଚନା କରିବାକୁ ଶ୍ରୀ ମୋଦୀ ପରାମର୍ଶ ଦେଇଛନ୍ତି ।

ସେ କହିଛନ୍ତି ଏହି ଅଧିବେଶନରେ ଆମେମାନେ ବିଶେଷ କରି ଆର୍ଥିକ ସମସ୍ୟା ଉପରେ ଆଲୋକପାତ କରିବା ସହ ପ୍ରଚଳିତ ବିଶ୍ୱ ଆର୍ଥିକ ଦୃଶ୍ୟପଟ୍ଟରେ ଦେଶର ଅର୍ଥନୀତିକୁ ଆଗେଇ ନେବାରେ କିପରି ସଫଳ ହେବା ତଥା ଦେଶ ଭାରତ କିପରି ଅଧିକ ଲାଭାନ୍ୱିତ ହେବ ତାହା ଆମେ ଚଳିତ ଅଧିବେଶନରେ ଆମକୁ ଦେଖିବାକୁ ହେବ ।

ସଂସଦର ଉଭୟ ଗୃହରେ ଜନସାଧାରଣଙ୍କ ସଶକ୍ତି ଉପରେ ପର୍ଯ୍ୟବଶିତ ଫଳପ୍ରଦ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ସେ କହିଛନ୍ତି ଆମ ସରକାର ମହିଳା ଓ ବହୁବିଧ ସୁବିଧାରୁ ବଂଚିତ ଶ୍ରେଣୀର ସଶକ୍ତିକରଣ ପାଇଁ ଆମ ସରକାରର ଖ୍ୟାତି ରହିଛି । ଚଳିତ ଦଶନ୍ଧିରେ ଆମକୁ ଏ  ଦିଗରେ କାର୍ଯ୍ୟକରିବାକୁ ପଡିବ । ମୁଁ ଆଶା କରୁଛି ଯେ, ସଂସଦର ଉଭୟ ଗୃହ ଆର୍ଥିକ ସମସ୍ୟା ଓ ଜନସଶକ୍ତିକରଣ ଉପରେ ବିଶେଷ ଆଲୋଚନା କରିବେ । ମୋର ଦୃଢ଼ ବିଶ୍ୱାସ ଏହି ଆଲୋଚନା ସମସ୍ତଙ୍କୁ ପ୍ରେରଣାରେ ଉଦ୍ବୁଦ୍ଧ କରିବ ।