Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନୂତନ ଭାରତ ନିର୍ମାଣ ଲାଗି ପ୍ରତିବଦ୍ଧ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ


ଏକ ନୂତନ ଭାରତ ନିର୍ମାଣ ଲାଗି ଆଗେଇ ଆସିବା ଏବଂ ପ୍ରତିବଦ୍ଧ ହେବା ନିମନ୍ତେ ଦେଶର ନାଗରିକମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଜଣାଇଛନ୍ତି ।

“ଏନଏମ୍ ମୋବାଇଲ୍ ଆପ୍ http://nm4.in/dnldapp ଜରିଆରେ ଦେଶବାସୀଙ୍କୁ ଉଦବୋଧନ ଦେଇ ନୂତନ ରାଷ୍ଟ୍ର ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏକ ନୂତନ ଭାରତର ନିର୍ମାଣ ହେଉଛି, ଯାହା 125 କୋଟି ଭାରତୀୟଙ୍କ ଶକ୍ତି ଏବଂ ଦକ୍ଷତା ଦ୍ୱାରା ସଶକ୍ତ ହୋଇଛି । ଏହି ଭାରତ ବିକାଶ ଦିଗରେ ଆଗେଇ ଚାଲିଛି ।

ଆମେ ଯେତେବେଳେ 2022ରେ ସ୍ୱାଧୀନତାର 75 ବର୍ଷ ପୂରଣ କରିବା ସେତେବେଳକୁ ଆମେ ଏପରି ଏକ ଭାରତର ନିର୍ମାଣ କରିସାରିଥିବା ଯାହା ପାଇଁ ଗାନ୍ଧୀଜୀ, ସର୍ଦ୍ଦାର ପଟେଲ୍ ଏବଂ ଡଃ ବାବା ସାହେବ ଆମ୍ବେଦକର ଗର୍ବ ଅନୁଭବ କରିବେ” ।

*****