Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନୂତନ ଭାରତ ପାଇଁ ବଜେଟ ରାଷ୍ଟ୍ରକୁ ସଶକ୍ତ କରିବ : ପ୍ରଧାନମନ୍ତ୍ରୀ


 

ବଜେଟ ଗରିବଙ୍କୁ ସଶକ୍ତ, କୃଷକଙ୍କୁ ପ୍ରୋତ୍ସାହିତ, ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ : ପ୍ରଧାନମନ୍ତ୍ରୀ

12 କୋଟି କୃଷକ ପରିବାର, 3 କୋଟି ମଧ୍ୟବିତ୍ତ ଟିକସଦାତା ସିଧାସଳଖ ଲାଭ ପାଇବେ : ପ୍ରଧାନମନ୍ତ୍ରୀ

5 ଏକରରୁ କମ ଜମି ଥିବା କୃଷକ ପ୍ରଧାନମନ୍ତ୍ରୀ କିଷାନ ନିଧି ଦ୍ୱାରା ବହୁଳ ଭାବେ ଉପକୃତ ହେବେ

ପିଏମ ଶ୍ରମଯୋଗୀ ମନଧନ ଯୋଜନା ଦ୍ୱାରା ଅସଂଗଠିତ କ୍ଷେତ୍ରର ସ୍ୱାର୍ଥ ସୁରକ୍ଷିତ ହେବ

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବଜେଟକୁ ନୂତନ ଭାରତ ପାଇଁ ବଜେଟ ଭାବେ ଅଭିହିତ କରି ପ୍ରଶଂସା କରିବା ସହିତ ଏହା ଦେଶକୁ ସଶକ୍ତ କରିବ ବୋଲି ମତ ଦେଇଛନ୍ତି ।

2019-20 ଅନ୍ତରୀଣ ବଜେଟ ଉପସ୍ଥାପନ ପରେ ଏକାଧିକ ଟ୍ୱିଟ ଏବଂ ବିବୃତି ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂତନ ଭାରତର ବଜେଟ ଦ୍ୱାରା 12 କୋଟି କୃଷକ ଏବଂ ସେମାନଙ୍କ ପରିବାର, 3 କୋଟିରୁ ଉର୍ଦ୍ଧ୍ଵ ମଧ୍ୟବିତ୍ତ ଟିକସଦାତା ପେସାଦାର ଏବଂ ସେମାନଙ୍କ ପରିବାର ଏବଂ 30ରୁ 40 କୋଟି ଶ୍ରମିକ ଲାଭବାନ ହେବେ ।

 

ପ୍ରଧାନମନ୍ତ୍ରୀ କହିଛନ୍ତି, ଏନଡିଏ ସରକାରଙ୍କ ପ୍ରୟାସ ସମସ୍ତଙ୍କ ଜୀବନକୁ ଛୁଇଁଛି ଯାହା ଏହି ବଜେଟ ପ୍ରସ୍ତାବରୁ ପ୍ରତିଫଳିତ ହେଉଛି କୃଷକଙ୍କ ଠାରୁ ଆରମ୍ଭ କରି ମଧ୍ୟମବର୍ଗଙ୍କ ପର୍ଯ୍ୟନ୍ତ, ଆୟକର ଆଶ୍ୱସ୍ତି ଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ, ଉତ୍ପାଦନ ଠାରୁ ଆରମ୍ଭ କରି ଏମଏସଏମଇ ପର୍ଯ୍ୟନ୍ତ, ଆବାସ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ ଏବଂ ବିକାଶର ପରିବର୍ଦ୍ଧିତ ଗତି ଠାରୁ ନୂତନ ଭାରତ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହି ବଜେଟରେ ବ୍ୟବସ୍ଥା ରହିଛି ।

ଅଧିକ ଲୋକ ଦାରିଦ୍ର୍ୟର କଷାଘାତକୁ ମୁକ୍ତି ପାଇବା ଦେଖିବା ଆନନ୍ଦର ବିଷୟ ।  ଆମର ନୂତନ ମଧ୍ୟମ ବର୍ଗଙ୍କ ଉନ୍ନତି ହେଉଛି ଏବଂ ସେମାନଙ୍କ ସ୍ୱପ୍ନ ମଧ୍ୟ ଉନ୍ନତ ହେଉଛି । ପ୍ରଧାନମନ୍ତ୍ରୀ ଟିକସ ରିହାତି ପାଇଁ ମଧ୍ୟମବର୍ଗଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ କହିଥିଲେ, ମୁଁ ମଧ୍ୟମବର୍ଗଙ୍କୁ ଦେଶର ବିକାଶ ଦିଗରେ ସେମାନଙ୍କ ଦୃଢ଼ ଯୋଗଦାନ ପାଇଁ ସଲାମ କରୁଛି ।

ବଜେଟରେ କୃଷକ ଅନୁକୂଳ ପଦକ୍ଷେପ ସମ୍ପର୍କରେ ସେ କହିଥିଲେ ଯେ ଅନେକ ବର୍ଷ ଧରି କୃଷକମାନଙ୍କ ପାଇଁ ବିଭିନ୍ନ ଯୋଜନା କରାଯାଉଛି କିନ୍ତୁ ଦୁଃଖର କଥା ବହୁସଂଖ୍ୟକ କୃଷକ ଏହି ଯୋଜନାର ଲାଭ ପାଇବାରୁ ବଂଚିତ ହୋଇଛନ୍ତି । ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ କିସାନ ନିଧି ଯୋଜନା ଏକ ଐତିହାସିକ ପଦକ୍ଷେପ ଯାହାଦ୍ୱାରା 5 ଏକରରୁ କମ ଜମି ଥିବା କୃଷକମାନେ ଲାଭବାନ ହୋଇପାରିବେ । ପ୍ରଧାନମନ୍ତ୍ରୀ ଆହୁରି ଉଲ୍ଲେଖ କରିଥିଲେ, ପଶୁପାଳନ, ମତ୍ସ୍ୟଚାଷ କ୍ଷେତ୍ର ପ୍ରତି ମଧ୍ୟ ନୂତନ ଭାରତର ବଜେଟରେ ଧ୍ୟାନ ଦିଆଯାଇଛି ।

ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ସେ କହିଥିଲେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନଧନ ଯୋଜନା ବ୍ୟାପକ ଭାବେ ସହାୟକ ହୋଇପାରିବ । ଏହି କ୍ଷେତ୍ରର ସ୍ୱାର୍ଥକୁ ଅଧିକ ସୁରକ୍ଷା ଦେବାର ଆବଶ୍ୟକତା ରହିଛି ଏବଂ ନୂତନ ଭାରତ ପାଇଁ ବଜେଟରେ ତାହା କରାଯାଇଛି । ଆୟୁଷ୍ମାନ ଭାରତ ଯୋଜନା ଏବଂ ସାମାଜିକ ନିରାପତ୍ତା ଯୋଜନା ମଧ୍ୟ ସେମାନଙ୍କ ଜୀବନକୁ ଛୁଇଁବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମାଜର ସବୁ ବର୍ଗଙ୍କ ନିକଟରେ ବିକାଶର ଲାଭ ପହଁଚିବା ସୁନିଶ୍ଚିତ ହେବା ଜରୁରି । ସେ କହିଥିଲେ, “ଏହି ବଜେଟ ଗରିବଙ୍କ ସଶକ୍ତ କରିବ, କୃଷକମାନଙ୍କୁ ପ୍ରୋତ୍ସାହନ ଦେବ ଏବଂ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବ

 

**********