ପିଏମଇଣ୍ଡିଆ
‘କା ହାଲ ବା’?
ନେଦରଲାଣ୍ଡର ମୋର ପ୍ରିୟ ଭାରତର ପ୍ରବାସୀ ଭାଇ ଓ ଭଉଣୀମାନେ, ମୁଁ ଏଠାକାର ମ୍ୟାଡମ ମେୟରଙ୍କୁ, ଉପ ମେୟରଙ୍କୁ ହୃଦୟର ସହିତ କୃତଜ୍ଞତା ଜ୍ଞାପନ କରୁଛି । ସେ ମୋର ସ୍ୱାଗତ ସମ୍ମାନ କଲେ ସେ ସ୍ୱୟଂ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି । ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି ।
ଏଇ ଯେଉଁ ପ୍ରତିଧ୍ୱନୀ ଆପଣଙ୍କ ଚାରିପଟେ ଶୁଣାଯାଉଛି । ଯେଉଁ ଉତ୍ସାହ ଉଦ୍ଦିପନା ଦେଖାଯାଉଅଛି । ଯେଉଁ ଲୋକମାନେ ଭାରତରେ ଟିଭିରେ ଏହାକୁ ଦେଖୁଥିବେ, ତାଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ ଯେ ଏଇ ଛୋଟ ହେଗ୍ ରେ ମଧ୍ୟ ଭାରତୀୟଙ୍କର ଏତେ ଶକ୍ତି ରହିଛି । ମୁଁ ବିଶେଷ କରି ସୁରୀନାମର ଯେଉଁ ଲୋକ ଅଛନ୍ତି । ତାଙ୍କୁ ମୁଁ ବିଶେଷ କରି ଅଭିନନ୍ଦନ ଜଣାଇବାକୁ ଚାହୁଁଛି । ବହୁତ ବର୍ଷ ପୂର୍ବେ ମତେ ସୁରୀନାମ ଯିବାର ସୌଭାଗ୍ୟ ମିଳି ଥିଲା ।
5 ଜୁନ ପ୍ରତିବର୍ଷ ସୁରୀନାମର ଲୋକ ବଡ଼ ଗୌରବର ସହିତ ପାଳନ କରୁଛନ୍ତି । ଦୁନିଆରେ ଯେଉଁଠି ଯେଉଁଠିକୁ ଭାରତବାସୀ ଯାଇଛନ୍ତି ସେହି ସମସ୍ତଙ୍କ ପାଇଁ ଆମ ସୁରୀନାମର ଭାଇ-ଭଉଣୀ କିମ୍ବା ସେହି ସମୟରେ ଦୁନିଆର ଯେଉଁ ଯେଉଁ ଦେଶକୁ ଶ୍ରମିକ ଭାବେ ଲେକଙ୍କୁ ନିଆଗଲା । ମରିସସ୍ ହେଉ, ସୁରୀନାମ ହେଉ, ଗୟାନା ହେଉ, ଦେଢ ଶହ ବର୍ଷ ହୋଇଗଲା । ଚାରି ଚାରୋଟି ପିଢି ବିତି ଗଲାଣି । କିନ୍ତୁ ଆଜି ମଧ୍ୟ ଭାରତର ଭାଷା, ଭାରତର ସଂସ୍କୃତି, ଭାରତର ପରମ୍ପରା ତାହାକୁ ଏହିଭଳି ସେମାନେ ବଜାୟ ରଖିଛନ୍ତି । ମୁଁ ସେମାନଙ୍କୁ ଲକ୍ଷ ଲକ୍ଷ ଥର ଶୁଭେଚ୍ଛା ଜଣାଉଛି ଅଭିନନ୍ଦନ ଜଣାଉଛି । ଆଉ ଆମେ ଆମର ସେହି ପୂର୍ବ ପୁରୁଷଙ୍କୁ ପ୍ରଣାମ କରିବା ଦରକାର ଯେ ଯେଉଁମାନେ ଭାରତର କୂଳ ଛାଡିବାପରେ କେବେ ଭାରତ ଆଡ଼କୁ ଦେଖିବାର ସୁଯୋଗ ମିଳି ନାହିଁ କିନ୍ତୁ ନିଜ ସହିତ ଯେଉଁ ଭାରତୀୟତାକୁ ନେଇ ଯାଉଥିଲେ ଆଜି ଚତୁର୍ଥ, ପଂଚମ ପିଢି, ଷଷ୍ଠ ପିଢି ହେବ ପରିବାର ମଧ୍ୟରେ ଯେମିତି କି ସେମିତି ତାହାକୁ ବଜାୟ ରଖିଛନ୍ତି । ନ ହେଲେ ଆଜି ଗୋଟିଏ ହିଁ ପିଢିରେ ସବୁକିଛି ବଦଳି ଯାଉଛି ଭାଷା ମଧ୍ୟ ଛାଡ଼ି ଦେଉଛନ୍ତି ଏବଂ କେବେ-କେବେ ତ ମାଆ-ବାପା ଗର୍ବ କରନ୍ତି ଯେ ମୋ ପୁଅକୁ ଭାରତୀୟ ଭାଷା ଆସେ ନାହିଁ । ଏହି କଥା ଗୁଡିକରେ ନିଜର ମୂଳଦୁଆ ସହିତ ଯୋଡି ହେବା ଦ୍ୱାରା ଗୋଟିଏ ଶକ୍ତି ମିଳିଥାଏ । ଲୁହାର ବଲ୍ କେତେ ହିଁ ଶକ୍ତଶାଳୀ କାହିଁକି ନ ହେଉ, କେତେ ହିଁ ବଡ଼ କାହିଁକି ନ ହେଉ, କେତେ ହିଁ ମଜବୁତ କାହିଁକି ନ ହେଉ ଠିକ୍ ଭାବେ ଦୁଇଜଣ ବାଳକ ମଧ୍ୟ ତାକୁ ଧକ୍କା ମାରନ୍ତି ତ ଧୀରେ ଧୀରେ ଚାଲି ଯାଇଥାଏ । କିନ୍ତୁ ଗଛ ଯାହାର ଚେର ମାଟି ସହିତ ଯୋଡ଼ି ହୋଇ ରହିଛି, ତାହାର ଶକ୍ତି ଆଉ କିଛି ହୋଇଥାଏ, ସେ ହଲି ପାରେ ନାହିଁ ଆଉ ସେ ଛାଇ ମଧ୍ୟ ଦେଇଥାଏ ଆଉ ଏଥିପାଇଁ ମୂଳ ସହିତ ଯୋଡ଼ି ହୋଇ ରହିବା ଆଉ ଯୋଡ଼ି ହୋଇ ରହିବାର କାରଣରୁ ଶକ୍ତି କ’ଣ ହୋଇଥାଏ ଏହା ମୋର ସୁରୀନାମର ଭାଇ ଭଉଣୀଙ୍କ ଠାରୁ ଶିଖି ପାରିବେ । ସେହି ପ୍ରକାରରେ ଆପଣମାନଙ୍କ ମଧ୍ୟରେ ବହୁତ ପ୍ରକାର ଲୋକ ଥିବେ ଯେଉଁ ମାନେ ଏବେ ମଧ୍ୟ ହିନ୍ଦୁସ୍ଥାନ ଦେଖି ନ ଥିବେ । ଆପଣ ମାନଙ୍କ ମଧ୍ୟରୁ କିଏ ଏମିତି ଥିବେ ଯେଉଁମାନଙ୍କ ପୂର୍ବରୁ ତାଙ୍କର ଜେଜେ ଓ ଅଣଜେଜେ ବାପା ହିନ୍ଦୁସ୍ଥାନ ଛାଡ଼ି ଆସିଥିଲେ ସେମାନେ କେଉଁଠାରୁ ଆସିଲେ କେଉଁ ଗାଁର ଥିଲେ କ’ଣ ଥିଲେ, କିଏ ସମ୍ପର୍କୀୟ ଥିଲେ । କିଛି ଜଣା ନ ଥିବ । କିନ୍ତୁ ତା’ ପରେ ମଧ୍ୟ ହୃଦୟରେ ଆଜି ମଧ୍ୟ ହିନ୍ଦୁସ୍ଥାନ ବିଦ୍ୟମାନ ହୋଇ ରହିଛି । ଏକ ପ୍ରକାରରେ ଆପଣ ଯାହା କିଛି ହୋଇଛନ୍ତି ନିଜ ପରାକାଷ୍ଠା ଆଧାରରେ ହୋଇଛନ୍ତି, ପରିଶ୍ରମ ଯୋଗୁଁ ହୋଇଛନ୍ତି, ନିଜ ସାମର୍ଥ୍ୟରୁ ହୋଇଛନ୍ତି । ତା’ ପରେ ମଧ୍ୟ ଆପଣଙ୍କ ହୃଦୟରେ ସବୁବେଳେ ରହିଥାଏ କି ଭାରତ ଭଳି ଆପଣ ଉପରେ କୌଣସି ଋଣ ଅଛି ଆଉ ସୁଯୋଗ ମିଳିବ ତ ଭାରତର ଏହି ଋଣ ସୁଝିବାକୁ ହେବ । ମୁଁ ବୁଝୁଛି ଏହାଠାରୁ ବଡ଼ କୌଣସି ଭକ୍ତି ହୋଇ ନ ପାରେ, ଭାବନା ହୋଇ ନ ପାରେ ।
ଏଠାରେ ଦୁଇ ପ୍ରକାରର ଲୋକ ଅଛନ୍ତି । ଗୋଟିଏ ପ୍ରକାରର ସେମାନେ ଯେଉଁମାନେ ଦେଢ଼ ଶହ ବର୍ଷରୁ ହିନ୍ଦୁସ୍ଥାନ ଛାଡ଼ି ଆସିଥିବା ଲୋକ ସୁରୀନାମ ଦେଇ ଏଠାରେ ପହଁଚିଛନ୍ତି ଆଉ ଦ୍ୱିତୀୟ ପ୍ରକାରର ସେହି ମାନେ ଯେଉଁମାନେ ଏବେ ଏବେ ଉଡ଼ାଜାହାଜରେ ବସି ଆସିଛନ୍ତି । ଯେଉଁମାନେ ଏବେ ଏବେ ଆସିଛନ୍ତି ମୁଁ ସେହି ମାନଙ୍କୁ କହିବାକୁ ଚାହୁଁଛି କ’ଣ କେବେ ଆପଣ ଭାବିଥିବେ କି ଆପଣ ଯଦି ଦେଢ଼ଶହ ବର୍ଷ ହିନ୍ଦୁସ୍ଥାନ ଠାରୁ ଅଲଗା ହୋଇଥିବେ ତ କ’ଣ ଆପଣଙ୍କ ଭିତରେ ସେହି ଭାରତୀୟତା, ହିନ୍ଦୁସ୍ଥାନୀର ଭାବ ସେହି ପରି ବଜାୟ ରହିଥିବ ଯେପରି ସୁରୀନାମର ଲୋକଙ୍କର ଅଛି । ଆଉ ଏଥିପାଇଁ ମୁଁ ଚାହିଁବି କି ଏଠାରେ ରହୁଥିବା ପାସପୋର୍ଟର ରଙ୍ଗ ଯାହା ମଧ୍ୟ ହେଉ ନା କାହିଁକି, ପାସପୋର୍ଟର ରଙ୍ଗ ବଦଳିଲେ ମଧ୍ୟ ରକ୍ତର ସମ୍ପର୍କ ବଦଳି ନଥାଏ ।
ମୋର ସମସ୍ତ ହିନ୍ଦୁସ୍ଥାନୀଙ୍କୁ ପ୍ରାର୍ଥନା, ଅନୁରୋଧ ଯେ ପାସପୋର୍ଟର ରଙ୍ଗ ଆଧାରରେ ସମ୍ପର୍କକୁ ଯୋଡ଼ନ୍ତୁ ନାହିଁ ପାସପୋର୍ଟର ରଙ୍ଗ କିଛି ମଧ୍ୟ ହେଉ ନା କାହିଁକି ତାହାର ଏବଂ ମୋର ପୂର୍ବ ପୁରୁଷ ଏକ ଅଟନ୍ତି । ଯେଉଁ ମାଟିର ପୂଜା ସେ କରୁଛନ୍ତି ସେହି ମାଟିର ପୂଜା ମୁଁ କରୁଛି । ତାଙ୍କ ଜୀବନରେ ଯେଉଁ କଠିନ ମୁହୂର୍ତ ଥିଲା କି ଦେଢ଼ ଶହ ବର୍ଷ ପୂର୍ବେ ତାଙ୍କୁ ଦେଶ ଛାଡ଼ି ଯିବାକୁ ପଡ଼ିଥିଲା । ମୁଁ ଭାଗ୍ୟବାନ ଅଟେ ଏବେ ମଧ୍ୟ ମୁଁ ମୋ ଦେଶର ମୂଳଦୁଆ ସହ ଯୋଡ଼ି ହୋଇ ରହିଛି । ମୋର ଅଧିକ କର୍ତବ୍ୟ ରହିଛି ଯେ ମୁଁ ସୁରୀନାମବାଲାଙ୍କୁ କୋଳାଗ୍ରତ କରିବି । ଆମେ ଏକ ହୋଇ ରହିବୁ । ଆମେ ସାଙ୍ଗ ହୋଇ କାର୍ଯ୍ୟକ୍ରମ କରିବୁ । ଏବେ ଆମ ଭିତରେ ଟିକେ ମଧ୍ୟ ଦୂରତା ରହିବା ଅନାବଶ୍ୟକ । ହୋଇପାରେ ଯେଉଁମାନେ ଏବେ ଆସିଛନ୍ତି ଏବେ ଏବେ ଆସିଛନ୍ତି ତାଙ୍କୁ ବୋଧହୁଏ ହିନ୍ଦୀ କହିବାରେ ଅସୁବିଧା ହେଉଥିବ । ସୁରୀନାମ ବାଲାଙ୍କୁ ହେଉ ନ ଥିବ ।
ନା କେବଳ ୟୁରୋପରେ କିନ୍ତୁ କାରବିୟାନ ଦେଶମାନଙ୍କରେ ମଧ୍ୟ ଆମେ ସବୁ ମିଶି ଏହାକୁ ଏଭଳି ଏକ ଉର୍ଜ୍ଜାଭୂମି କରିପାରିବା ହେଗ୍ କୁ ଏହି ସମସ୍ତ ଭୂଭାଗରେ ଭାରତୀୟଙ୍କ ସହିତ ଆମର ସଂପର୍କ ଯୋଡ଼ି ହୋଇ ଯାଉ । ଆଉ ଆଜି ତ ବୈଷୟିକ ଜ୍ଞାନ ଏତେ ସରଳ ଯେ ଆପଣ ମେବାଇଲ ଫୋନ ଦ୍ୱାରା ଏ ସମସ୍ତ ପରିବାରଙ୍କ ସହିତ ପାଖରୁ ଯୋଡ଼ି ହୋଇ ପାରିବେ, ସଂଗଠନରେ ହିଁ ଶକ୍ତି ଅଛି । ଆଉ ଏଥିପାଇଁ ମୁଁ ଦେଖିଲି ଆପଣଙ୍କ ଶକ୍ତି ମୋର କାର୍ଯ୍ୟକ୍ରମ ତ ଏବେ ହଠାତ ହେଲା । କିଛି ଅଧିକ ପ୍ରସ୍ତୁତି କରିବାର ସୁଯୋଗ ମିଳିଲା ନାହିଁ । ବିଗତ ଦୁଇ ଚାରି ଦିନରେ ବୋଧ ହୁଏ ଆପଣଙ୍କୁ ଖବର ମିଳିଲା ଏବଂ ଏତେବଡ଼ ସଂଖ୍ୟାରେ ଆପଣ ପହଂଚି ଗଲେ । ସରକାରଙ୍କ ତରଫରୁ ଦୂତାବାସ ରହିଥାଏ, ରାଷ୍ଟ୍ରଦୂତ ରହିଥାନ୍ତି, ବାବୁମାନେ ରହିଥାନ୍ତି, କିନ୍ତୁ ଆପଣଙ୍କୁ ଜଣାଅଛି ସେମାନଙ୍କୁ ରାଜଦୂତ କହନ୍ତି । ହିନ୍ଦୀ ଭାଷାରେ ତାଙ୍କୁ ରାଜଦୂତ କହନ୍ତି । କିନ୍ତୁ ଏଠାରେ ଆପଣ ସମସ୍ତେ ହେଉଛନ୍ତି ରାଷ୍ଟ୍ରଦୂତ । ପ୍ରତ୍ୟେକ ହିନ୍ଦୁସ୍ଥାନୀ, ପ୍ରତ୍ୟେକ ହିନ୍ଦୁସ୍ଥାନୀ ଦୁନିଆର ପ୍ରତ୍ୟେକ କୋଣରେ ରାଷ୍ଟ୍ରଦୂତ ଅଛନ୍ତି । ଆମ ଦେଶର ସେହି ଭଲଗୁଣ ଗୁଡିକ ସହିତ ବିଶ୍ୱକୁ ପରିଚିତ କରାଇବା, ଯେବେ ବିଶ୍ୱକୁ ଜଣାପଡେ ଯେ ଭାରତ ହେଉଛି ଏଭଳି ଦେଶ, ଯେଉଁଠାରେ ଦୁନିଆର ସମସ୍ତ ସଂପ୍ରଦାୟ, ଦୁନିଆର କୌଣସି ଏଭଳି ସଂପ୍ରଦାୟ ନାହିଁ, ଯାହାଙ୍କୁ ଭାରତରେ ଗୌରବପୂର୍ଣ୍ଣ ସ୍ଥାନ ମିଳି ନାହିଁ । ଲୋକମାନଙ୍କୁ ଆଶ୍ଚର୍ଯ୍ୟ ହୋଇଥାଏ । ଦୁନିଆର ଛୋଟରୁ ଛୋଟ ସଂପ୍ରଦାୟ ମଧ୍ୟ ଥିବ ପନ୍ଥ ଥିବ ମାନିବାବାଲା ଲୋକ ଥିବେ ଭାରତରେ ଆପଣଙ୍କୁ ଅବଶ୍ୟ ମିଳିବେ ଏବଂ ଗର୍ବର ସହ ବଂଚିଛନ୍ତି । ଦୁନିଆକୁ ଯେବେ ଜଣାପଡେ ଯେ ହିନ୍ଦୁସ୍ଥାନରେ 100 ଭାଷା ଅଛି ଶହେ ଭାଷା ଅଛି, 1700 ଉପଭାଷା ଅଛି.. 1700ରୁ ମଧ୍ୟ ଅଧିକ ଉପଭାଷା ଲୋକଙ୍କୁ ଆଶ୍ଚର୍ଯ୍ୟ ଲାଗେ । ଆଚ୍ଛା ଆମର ତ ୟୁରୋପରେ ଦେଶ ବଦଳିଯାଏ ଭାଷା ବଦଳିଯାଏ ତ ଆମକୁ ଅସୁବିଧା ହୋଇଯାଏ । ଆପଣ ଶହେ ଭାଷା ମଧ୍ୟରେ କିଭଳି ବଂଚୁଛନ୍ତି । ଆମକୁ ଯୋଡ଼ିବାବାଲା ଯେଉଁ ଶକ୍ତି ରହିଛି ତା ହେଉଛି ଆମର ମାତୃଭୂମୀ ପ୍ରତି ଆମର ଭଲ ପାଇବା । ଏହି ମାଟି ପ୍ରତି ତ୍ୟାଗ ତପସ୍ୟା ପ୍ରତି…ଇତିହାସ ପ୍ରତି… ପରମ୍ପରା ପ୍ରତି ଆମର ଅନୁରାଗ ରହିଛି । ଆଉ ଏଥିପାଇଁ କୌଣସି ମଧ୍ୟ ହିନ୍ଦୁସ୍ଥାନୀ ଦୁନିଆରେ ଗର୍ବର ସହିତ ଠିଆ ହୋଇପାରିବ ଯେ ମୋର ଦେଶ ବିବିଧତାରେ ଭରି ରହିଛି ।
ବିଶ୍ୱରେ ଯାହା କିଛି ମଧ୍ୟ ଆପଣ ଅନୁଭବ କରୁଛନ୍ତି । ଆପଣ ମୋ ଦେଶରେ ସ୍ୱଭାବିକ ରୂପରେ କରିପାରିବେ । ଦେଶର ବିଶାଳତା ରହିଛି । ଯେବେ ଦୁନିଆର ନେତାଙ୍କୁ ମୁଁ ସାକ୍ଷାତ କରୁଛି ଆଉ ମୁଁ ହେଉଛି ଶହେ ପଚିଶ କୋଟି ଦେଶବାସୀଙ୍କ ସରକାରର ପ୍ରଧାନମନ୍ତ୍ରୀ ତ ମତେ ଚାହିଁ ରହିଯାଆନ୍ତି । ସେମାନଙ୍କୁ ଲାଗିଥାଏ ଆମକୁ ଛୋଟ ଦେଶଟିଏ ଚଳାଇବାକୁ ଏତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ଆପଣ କିଭଳି ଚଳାଉଛନ୍ତି । ମୁଁ ସେମାନଙ୍କୁ କହୁଛି ଯେ ଆପଣମାନେ ଏଠି ଦେଶ ନିଜେ ଚଳାନ୍ତି ମୋର ସେଠି ଦେଶ ଶହେ ପଚିଶ କୋଟି ଦେଶବାସୀ ଚଳାନ୍ତି । ଗଣତନ୍ତ୍ରର ଏହା ହେଉଛି ଶକ୍ତି । ଭାରତ ମଧ୍ୟରେ ବିଶେଷ ଭାବେ ଯେବେ ଠାରୁ ମୋତେ ସରକାରରେ ସେବା କରିବାର ସୁଯୋଗ ମିଳିଅଛି । ଆମେ ସବୁଠାରୁ ବଡ଼ ଚେଷ୍ଟା କରିଛୁ ଯେ ଜନ ଭାଗିଦାରୀ ଦ୍ୱାରା ଦେଶର ପ୍ରତିଟି କାମରେ ଜନ ଭାଗିଦାରୀକୁ ପ୍ରାଥମିକତା ଦେଇଛୁ । ସବୁ କିଛି ସରକାର କରିବେ ସବୁ ସମସ୍ୟାର ସମାଧାନ ସରକାରଙ୍କ ପାଖରେ ହିଁ ଅଛି । ଭଗବାନ ବୁଦ୍ଧି ବାଂଟିବାକୁ ବାହାରିଲେ ତ ସମସ୍ତ ସରକାରବାଲାଙ୍କୁ ହିଁ ବୁଦ୍ଧି ମିଳିଥିଲା ଏହି ଚିନ୍ତାରୁ ଆମେ ବାହାରକୁ ବାହାରି ଆସିଛୁ ଆଉ ଆମର ପ୍ରଚେଷ୍ଟା ଏହା ଯେ ଜନ ଭାଗିଦାରୀରେ ଦେଶ କେତେ ଗୁଣ ପ୍ରଗତି କରି ପାରିବ । ଯଦି ସରକାର ସ୍ଥିର କରନ୍ତି କି ଆମେ ଶୌଚାଳୟ ତିଆରି କରିବା, ଖୋଲାରେ ଶୌଚ ହେବାକୁ ଯିବା ବନ୍ଦ କରିବା, ସ୍କୁଲରେ ଝିଅ ପିଲାମାନଙ୍କ ପାଇଁ ଶୌଚାଳୟ ତିଆରି କରିବା, ଏହି କାର୍ଯ୍ୟକ୍ରମ ତ ପୂର୍ବରୁ ମଧ୍ୟ ଚାଲୁଥିଲା । କିନ୍ତୁ ସେହି କାର୍ଯ୍ୟକ୍ରମ ସରକାର ଚଲାଉଥିଲେ । ଆମେ ଆସି କହିଲୁ ଲୋକ ଏହାକୁ ଗ୍ରହଣ କଲେ ଆଉ ଆପଣମାନେ ଜାଣି ଖୁସି ହେବ କି ସ୍କୁଲ ମଧ୍ୟରେ ଗୋଟିଏ ବର୍ଷ ଭିତରେ ବାଳିକାମାନଙ୍କ ପାଇଁ ଅଲଗା ଶୌଚାଳୟ ତିଆରି କରିବାର କାମ ବାଳକମାନଙ୍କ ପାଇଁ ଅଲଗା ଶୌଚାଳୟ ତିଆରି କରିବାର କାମ ଲୋକେ ସଂପୂର୍ଣ୍ଣ କରିଦେଲେ । କହିବାର ତାତ୍ପର୍ଯ୍ୟ ଏହା ଯେ ଯେଉଁ ନୂଆ ସରକାର ଗଠନ ହୋଇଛନ୍ତି ଆଜି ଦେଶରେ ଯିଏ ନିଜର ପ୍ରତ୍ୟେକ କାମରେ ଲୋକ ଭାଗିଦାରୀ ଜନ ଭାଗିଦାରୀକୁ ପ୍ରାଥମିକତା ଦେଇଛନ୍ତି । ନ ହେଲେ ଆଗରୁ କ’ଣ ହେଉଥିଲା । ଗଣତନ୍ତ୍ରର ଅର୍ଥ ବହୁତ ସାଧାସିଧା ହୋଇଯାଇଥିଲା… ଗଣତନ୍ତ୍ରର ଅର୍ଥ ପାଂଚ ବର୍ଷରେ ଥରେ ଯିବା, ଇଭିଏମ୍ ମେସିନର ବୋତାମ ଚିପିବା ଏବଂ ଯିଏ ପସନ୍ଦ ଆସିଲା ତାକୁ ଜିତାଇ ଦେବା ଆଉ ତାକୁ ପାଂଚ ବର୍ଷର ଠିକା ଦେଇଦେବା ଦେଖନ୍ତୁ ପାଂଚ ବର୍ଷ ତୁମକୁ ବସାଇଛୁ ଏଇ ଆମର ଦଶଟି କାମ କରିଦେବ । ନ କରି ପାରିଲେ ତ ଛୁଟି, ଯାଅ ଅନ୍ୟ କିଏ ଆସୁ । ଏହା ଗଣତନ୍ତ୍ରର ମର୍ଯ୍ୟାଦା ନୁହେଁ । ଏହା ତ ହେଉଛି ଗଣତନ୍ତ୍ରର ଏକ ସୀମିତ ଅଂଶ ଯେ ଯେଉଁଥିରେ ଜନତା ଭୋଟ ଦିଅନ୍ତି ସରକାର ହେଉଛି ତାଙ୍କର । କିନ୍ତୁ ସରକାର ଚାଲିଥାଏ ଜନ ଭାଗିଦାରୀରେ ।
ଆମର ଏଠି କୌଣସି ପ୍ରାକୃତିକ ଦୁର୍ବିପାକ ଆସିଯାଏ ତ ଆମେ ସମସ୍ତେ ଅନୁଭବ କରିଛୁ ଯେ ସରକାରୀକଳର ଶକ୍ତି ବହୁତ କମ୍ ହୋଇ ପଡିଥାଏ । କିନ୍ତୁ ଲୋକ ସାମାଜିକ ସଂସ୍ଥା, ଧାର୍ମିକ ସଂସ୍ଥା ଏଭଳି ଖାଦ୍ୟ ପ୍ୟାକେଟ ଅମୁକ ସମୁକ ନେଇ କରି ବାହାରି ପଡନ୍ତି ପ୍ରାକୃତିକ ବିପଦରେ ପ୍ରତ୍ୟେକଙ୍କ ପାଖରେ ସାହାଯ୍ୟ ତୁରନ୍ତ ପହଂଚିଯାଏ କାହିଁକି ନା ଏହା ହେଉଛି ଜନ ଶକ୍ତିର ସାମର୍ଥ୍ୟ । ଏହି ସରକାରଙ୍କର ଚେଷ୍ଟା ହେଉଛି ଯେ ପ୍ରତ୍ୟେକ କାମରେ ଜନ ଭାଗିଦାରୀ । ଭାରତର ସଙ୍ଘୀୟ ଢାଂଚା ହେଉଛି ରାଜ୍ୟ, କେନ୍ଦ୍ର କାନ୍ଧରେ କାନ୍ଧ ମିଶାଇ କିପରି କାମ କରନ୍ତୁ ପ୍ରକୃତ ଭାବନା ସହିତ ସଙ୍ଘୀୟ ଢାଂଚାକୁ କିପରି ଅଗ୍ରସର କରାଯିବ ତା ଉପରେ ଏହି ସରକାର ଗୁରୁତ୍ୱ ଦେଇଛନ୍ତି ।
ସୁ-ଶାସନ ମୁଁ ମାନୁଛି ଯେ ବିକାଶଯୁକ୍ତ ସୁଶାସନ ତେବେ ଯାଇ ଜନତା ଜନାର୍ଦ୍ଦନଙ୍କ ସ୍ୱପ୍ନ ପୂରଣ ହୁଏ । କେବଳ ବିକାଶ ଦ୍ୱାରା ଆତ୍ମସନ୍ତୋଷ ମିଳି ନ ଥାଏ । କେବଳ ସୁ-ଶାସନ ଦ୍ୱାରା ମଧ୍ୟ ମିଳି ନ ଥାଏ । ବିକାଶ ଏବଂ ସୁ-ଶାସନ ଦୁହିଁଙ୍କର ସମନ୍ୱୟ ଥାଏ, ତେବେ ଜନସାଧାରଣଙ୍କର ସମସ୍ୟା ସମାଧାନ ହୋଇଥାଏ । ବସ୍ ଷ୍ଟାଣ୍ଡ ତିଆରି କରିବା, ଭଲ ବସ୍ ଷ୍ଟେସନ ତିଆରି କରିବା, ବିକାଶ ହେଲା, କିନ୍ତୁ ବସ୍ ଠିକ୍ ସମୟରେ ଆସିବ, ବସ୍ ସଫା ସୁତୁରା ରହିବ, ଡ୍ରାଇଭର, କଣ୍ଡକ୍ଟରର ବ୍ୟବହାର ଠିକ୍ ହେବ ଏହା ହେଉଛି ସୁ-ଶାସନ । ତେବେ ସାଧାରଣ ବ୍ୟକ୍ତିଙ୍କୁ ସନ୍ତୋଷ ମିଳିଥାଏ । ତାକୁ ସମାଧାନ ମିଳିଥାଏ ଏହା ହିଁ ହେଉଛି ମୋ ସରକାର, ଇଏ ହେଉଛି ମୋ ଦେଶ, ଇଏ ହେଉଛି ମୋ ସଂପତି । ଏହି ସରକାରର କ୍ରମାଗତ ଭାବେ ପ୍ରଚେଷ୍ଟା ଏହା ହେଉଛି ଯେ ଜନ ଭାଗିଦାରୀକୁ ଗୁରୁତ୍ୱ ମିଳୁ, ଜନ ଶକ୍ତିକୁ ଗୁରୁତ୍ୱ ମିଳୁ ଏବଂ ଜନ ଶକ୍ତିର ଭରସାରେ ଦେଶକୁ ଆଗକୁ ବଢାଇବାର ଚେଷ୍ଟା ହେଉ ଏବଂ ଏହି ଅନୁଭବ ଆମ ଦେଶର ଜନତା ଜନାର୍ଦ୍ଦନଙ୍କୁ ଯେଉଁ କାମରେ ଖୋଜିବା ପାଇଁ ଅଛି, ଆପଣ ଦେଖିଥିବେ ଦୁଇ ବର୍ଷ ପୂର୍ବେ ଯେବେ ଆମ ସରକାର ଗଠନ ହୋଇଥିଲା ତ ଟିଭିରେ ଗୋଟିଏ ହିଁ ଖବର ଆସୁଥିଲା ଯେ ଡାଲି ଦର ମହଙ୍ଗା, ଡାଲି ଦର ମହଙ୍ଗା । ମୋଦୀ କୁହନ୍ତୁ ଡାଲିର ଦର କାହିଁକି କମ୍ ହେଉ ନାହିଁ ଯେଉଁଠିକୁ ମଧ୍ୟ ଯାଆନ୍ତୁ କେବଳ ଏହି କଥା, ଏବେ ଡାଲିର ଦର କେତେ କମ୍ ହୋଇଗଲା କେହି ପଚାରୁ ନାହାନ୍ତି । କେମିତି ହେଲା, କିନ୍ତୁ ଦେଶର କୃଷକମାନଙ୍କୁ ମୁଁ ପ୍ରାର୍ଥନା କଲି ଯେ ଆପଣ ଡାଲି ଜାତୀୟ ଫସଲ ଚାଷ ଉପରେ ଗୁରୁତ୍ୱ ଦିଅନ୍ତୁ ଏବଂ ଡାଲି ଜାତୀୟ ଫସଲ ଚାଷ ପାଇଁ ବେଶି କିଛି କରିବାକୁ ପଡି ନ ଥାଏ ଫସଲ ଭିତରେ ତାକୁ ବୁଣାଯାଇ ପାରେ । ଅତିରିକ୍ତ ଆୟ ହୋଇଥାଏ । ଆଉ ମୋ ଦେଶର କୃଷକମାନେ କରି ଦେଖାଇଲେ । ବିପୁଳ ମାତ୍ରାରେ ଡାଲି ଉତ୍ପାଦନ କଲେ, ତ ଆଜି ଥାଳି ଶସ୍ତା ହୋଇଗଲା । ମଧ୍ୟମ ବର୍ଗର ପରିବାର ଯଦି ଅଧିକ ଡାଲି ଖାଏ ତ, ପୁଷ୍ଟିସାର ମଧ୍ୟ ଅଧିକ ମିଳେ ତ ଶରୀରର ଶକ୍ତି ମଧ୍ୟ ବଢେ, ଶରୀରର ଅଧିକାଂଶ ଆବଶ୍ୟକତା ପୂରଣ ହୁଏ । କହିବାର ତାତ୍ପର୍ଯ୍ୟ ଏହା ଯେ, ସରକାରୀ ଚେଷ୍ଟାରୁ ଅଧିକ ଜନ ସାଧାରଣଙ୍କ ସାମର୍ଥ୍ୟ ଏକ ବହୁତ ବଡ଼ ଭୂମିକା ତୁଲାଇଥାଏ ।
ଭାରତ ବାହାରେ ଏଭଳି ଧାରଣା ରହିଛି ଯେ ଭାରତର ମହିଳାମାନେ ହେଉଛନ୍ତି ଗୃହିଣୀ । କଛି କରିବାର ନାହିଁ ରୋଷଇ ଘରେ ରହିଥାନ୍ତି । ଏହା ହେଉଛି ବାହାରେ ଏକ କଳ୍ପନା, କିନ୍ତୁ ସତ ହେଉଛି ଅଲଗା । ଆଜି ମଧ୍ୟ ହିନ୍ଦୁ ସ୍ଥାନରେ ପଶୁପାଳନ, ଡାଏରୀ, ଦୁଗ୍ଧ ଉତ୍ପାଦନର ସମସ୍ତ କ୍ଷେତ୍ର ଭାରତରେ ମହିଳାମାନେ ହିଁ ସମ୍ଭାଳି ଥାଆନ୍ତି । ପୁରୁଷର ବହୁତ କମ୍ ଯୋଗଦାନ ରହିଥାଏ । କୃଷିରେ ମଧ୍ୟ ମହିଳାଙ୍କ ଭାଗିଦାରୀ ବହୁତ ବଡ଼ମାତ୍ରାରେ ରହିଥାଏ । ସେମାନେ ଶାରୀରିକ ଯୋଗଦାନ କରିଥାନ୍ତି କିନ୍ତୁ ଆମର ସାମାଜିକ ସଂରଚନା ଏଭଳି ଯେ ତାଙ୍କୁ ଟଙ୍କା ପଇସାର ତରାଜୁରେ ତଉଲାଯାଇ ନ ଥାଏ । ଏହାର ଅର୍ଥ ଏହା ନୁହେଁ ଯେ ଭାରତର ଆର୍ଥିକ ବିକାଶ ଯାତ୍ରାରେ ମହିଳାଙ୍କର ଭୂମିକା ନାହିଁ । ମହିଳାଙ୍କ ଭୂମିକା ଅଛି । ମହିଳାଙ୍କଠାରେ ସାମର୍ଥ୍ୟ ମଧ୍ୟ ଅଛି ଏବଂ ଏଥିପାଇଁ ଆମ ସରକାର ପଚାଶ ପ୍ରତିଶତ ଯେଉଁ ଜନ ସଂଖ୍ୟା ଅଛି ତାହାକୁ ଭାରତର ବିକାଶ ଯାତ୍ରାର ଏକ ପ୍ରମୁଖ ଅଂଶ କରିବା ଦିଗରେ ଦାୟିତ୍ୱ ନେଇଛନ୍ତି । ମହିଳା ସଶକ୍ତି କରଣ ଏବଂ ଏତିକି ହିଁ ନୁହେଁ ମହିଳାଙ୍କ ନେତୃତ୍ୱରେ ବିକାଶ, ଆମେ ଯେବେ ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନାର ଅଭିଯାନ ଚଲାଇଲୁ ବ୍ୟାଙ୍କରେ ଖାତା ଖୋଲିବାରେ ଆମ ଦେଶରେ 40 ପ୍ରତିଶତ ଲୋକ ଏଭଳି ଥିଲେ ଯେଉର୍ମାନେ କେବେ ବ୍ୟାଙ୍କର ଦରଜା ମାଡି ନ ଥିଲେ, ସାଧାରଣ ଅର୍ଥ ବ୍ୟବସ୍ଥାରୁ ବାହାରେ ଥିଲେ । ଆମେ ଅଭିଯାନ ଚଳାଇଲୁ ଏବଂ ଖୁସିର କଥା ଯେ ଯେବେ ବ୍ୟାଙ୍କ ଖାତା ଖୋଲାଗଲା ତ ସେଥିରେ ଅଧିକାଂଶ ମହିଳାଙ୍କର ବ୍ୟାଙ୍କ ଖାତା ଥିଲା । ମହିଳାଙ୍କୁ ଲାଗିଲା ହଁ ମୁଁ ମଧ୍ୟ କିଛି ଆର୍ଥିକ ବ୍ୟବସ୍ଥାର ଅଂଶ ଅଟେ । ଏବେ ଆମେ ଗୋଟିଏ ଯୋଜନା ପ୍ରସ୍ତୁତ କଲୁ ମୁଦ୍ରା ଯୋଜନା । ମୁଦ୍ରା ଯୋଜନାରେ ଆମେ ଉଦ୍ୟୋଗକୁ ଗୁରୁତ୍ୱ ମିଳୁ । ଆମ ଦେଶର ଯୁବକ ନିଯୁକ୍ତି ଅନ୍ୱେଷଣକାରୀରୁ ନିଯୁକ୍ତି ସୃଷ୍ଟିକାରୀ ହୁଅନ୍ତୁ । ସେ ନିଯୁକ୍ତି ପ୍ରଦାନକାରୀ ହୁଅନ୍ତୁ, ଛୋଟ ଛୋଟ କାମ କରି ଜଣେ ଲୋକଙ୍କୁ ତ ଚାକିରିରେ ରଖି ପାରିବେ, ଦୁଇ ଜଣଙ୍କୁ ରଖି ପାରିବେ କାମ ଦେଇ ପାରିବେ । ଆଉ ଏଥି ପାଇଁ ଛୋଟ ଛୋଟ କାରବାରକୁ ସାହାଯ୍ୟ କରିବା ଦିଗରେ ଆମେ ବଡ଼ ଅଭିଯାନ ଆରମ୍ଭ କଲୁ ।
ମୁଦ୍ରା ଯୋଜନା ଆଉ ମୁଦ୍ରା ଯୋଜନା ଏଭଳି ଯେ କୌଣସି ଗ୍ୟାରେଂଟି ନ ଦେଇ ନାଗରିକଙ୍କୁ ଯଦି ସେ ବ୍ୟାଙ୍କକୁ ଆସୁଛନ୍ତି, ନିଜର ସମସ୍ତ ସୂଚନା ଦିଅନ୍ତି ତ ପଚାଶ ହଜାର ଟଙ୍କାରୁ ନେଇ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ତାଙ୍କୁ ଋଣ ମିଳୁଛି । ପାଖାପାଖି ସାତ କୋଟି ଲୋକ ଏହାର ଫାଇଦା ଉଠାଇଲେ ସାତ କୋଟି ଲୋକ । ଆଉ ପାଖାପାଖି ତିନି ଲକ୍ଷ କୋଟିରୁ ଅଧିକ ଟଙ୍କା ଏହି ଲୋକଙ୍କୁ ମିଳିଛି । କାହାକୁ ପଚାଶ ହଜାର, କାହାକୁ ପଂଚାବନ ହଜାର, କାହାକୁ ଅଶୀ ହଜାର, କାହାକୁ ଲକ୍ଷେ ଏବଂ ଆପଣ ଜାଣି ଖୁସୀ ହେବେ ଯେ ଏହି ମୁଦ୍ରା ଯୋଜନାର ଲାଭ ଉଠାଇବାବାଲା ଙ୍କ ମଧ୍ୟରେ 70 ପ୍ରତିଶତ ହେଉଛନ୍ତି ମହିଳା, ଶତକଡ଼ା 70 ଭାଗ ମହିଳା ।
ମହିଳା ସଶକ୍ତି କରଣ କିଭଳି ହେବ, ମହିଳାଙ୍କ ନେତୃତ୍ୱର ବିକାଶ କିଭଳି ହେବ । ଏହା ସେଥିରେ ଦୃଷ୍ଟିକୁ ଆସେ । ଆଜି ମଧ୍ୟ ଦୁନିଆରେ ଫର ଏଭର କୁହାଯାଉଥିବା ଦେଶ ମାନଙ୍କରେ ମାତୃତ୍ୱ କାଳୀନ ଛୁଟି ହେଉଛି ହାରାହାରି 12 ସପ୍ତାହ… ବିକଶିତ ଦେଶରେ ମଧ୍ୟ କର୍ମଜୀବୀ ମହିଳାଙ୍କ ପାଇଁ ମାତୃତ୍ୱ କାଳୀନ ଛୁଟି ହେଉଛି 12 ସପ୍ତାହ । ଭାରତ ଏଭଳି ଏକ ଦେଶ ଯିଏ ସଂସଦରେ ଆଇନ ପ୍ରଣୟନ କଲେ ଏବଂ ଏବେ କର୍ମଜୀବୀ ମହିଳାଙ୍କୁ 26 ସପ୍ତାହ ମାତୃତ୍ୱ କାଳୀନ ଛୁଟି ଦିଆଯାଉଛି । 6 ମାସ ଆଉ ତାହା ଏଇଥିପାଇଁ ଆମେ ଭାରତର ଭବିଷ୍ୟତ ଆଡ଼କୁ ଦେଖୁଛୁ । ଏବେ ତ ଏଭଳି ଲାଗିବ ଆଚ୍ଛା 6 ମାସ ଚାକିରି କରି ପଇସା ଖାଇବେ । କାହାକୁ ଲାଗୁଥିବ । କିନ୍ତୁ ସେହି 6 ମାସ ସେହି ବାଳକର ଲାଳନ ପାଳନ କରିଥଆନ୍ତି, ଯିଏ ମୋ ଦେଶର ଆଗାମୀ କାଲିର ନାଗରିକ । ଏହା ହେଉଛି ନିବେଶ ଅର୍ଥାତ 26 ସପ୍ତାହ ଜଣେ କର୍ମଜୀବୀ ମହିଳାଙ୍କୁ ଚାକିରିରୁ ଛୁଟି ଦେଇ ଦରମା ଚାଲୁ ରଖିବା ଆରମ୍ଭରେ ତ ଲାଗେ କାମ କିଏ କରିବ, ଆରମ୍ଭରେ ତ ଲାଗେ କି ମାଗଣାରେ ପଇସା ଦେବା କିନ୍ତୁ ଦୂରଦୃଷ୍ଟିରେ ଦେଖିବା ତ ଜଣା ପଡ଼େ କି ତା’ କୋଳରେ ଯେଉଁ ବାଳକ ଅଛି ତାହାର ମାଆର କୋଳରେ ଏଭଳି ଲାଳନ ପାଳନ ହେବା ଛଅ ମାସରେ ତା’ର ମୂଳଦୁଆ ଏତେ ସୁଦୃଢ଼ ହେବ କି ମୋର ଭବିଷ୍ୟତ ଉଜ୍ଜ୍ୱଳ ହୋଇଯିବ, ମୋର ଭବିଷ୍ୟତ ସୁଦୃଢ଼ ହୋଇଯିବ, ଏହି ଦିଗରେ କାମ କରୁଅଛୁ ।
ଯେବେ ଆମେରିକାର ରାଷ୍ଟ୍ରପତି ପୂର୍ବତନ ରାଷ୍ଟ୍ରପତି ଶ୍ରୀମାନ ଓବାମା ଜାନୁଆରୀ 26 ତାରିଖରେ ପ୍ରଜାଙ୍କ କ୍ଷମତାର ପର୍ବ ପାଇଁ ଭାରତ ଆସିଥିଲେ । ଏବେ ଯେବେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଗଲା ତ ଫୌଜର ତିନି ପଂକ୍ତି ସ୍ଥଳସେନା, ନୌସେନା, ଆକାଶବାହିନୀ ସବୁ ମହିଳା ପୋଲିସ ଫୌଜର ତିନି ଜଣ ତାଙ୍କୁ ଗାର୍ଡ ଅଫ୍ ଅନର ଦେଉଥିଲେ । ସେମାନଙ୍କର କମାଣ୍ଡର ସଂଚାଳକ ମଧ୍ୟ ଜଣେ ମହିଳା କରୁଥିଲେ । ଆମେରିକାର ରାଷ୍ଟ୍ରପତି ମଂଚ ଉପରେ ଚାଲୁ ଚାଲୁ କହିଲେ ମୋଦୀଜୀ ବଡ଼ ଆଶ୍ଚର୍ଯ୍ୟ କଥା ଭାଇ ଏହା ଏଇ ହିନ୍ଦୁସ୍ଥାନରେ । ମୁଁ କହିଲି ଏବେ ତ ଆରମ୍ଭ ମାତ୍ର ମୁଁ କହିଲି କାଲି ଦେଖିବେ ଏବଂ 26 ଜାନୁଆରୀର ପରେଡ଼ ହେଲା ତ ସମଗ୍ର ଦୁନିଆ ପାଇଁ ଏହା ମୁଖ୍ୟ ଖବର ଥିଲା ଯେ ସେହି ପରେଡ଼ର ନେତୃତ୍ୱ ମହିଳା ହିଁ ନେଉଥିଲେ । ପରେଡ଼ ଭିତରେ ଯେଉଁ ଦଳ ଚାଲୁଥିଲେ ତାହା ମହିଳାଙ୍କର ଚାଲୁଥିଲା । ସୁରକ୍ଷା କ୍ଷେତ୍ରରେ ମଧ୍ୟ ମୋ ଦେଶର ମହିଳା ମାନେ ବହୁତ ବଡ଼ ଭୂମିକା ତୁଲାଉଛନ୍ତି । ଦିଲ୍ଲୀରେ ଯଦି ଆପଣ ଯିବେ କିମ୍ବା ଦେଶର ଅନ୍ୟ କୌଣସି ରାଜ୍ୟକୁ ଯିବେ ଯେଉଁଠାରେ ପୁଲିସରେ 33 ପ୍ରତିଶତ ମହିଳା ପୁଲିସଙ୍କ ପାଇଁ ସଂରକ୍ଷଣ କରାଯାଉଛି ଏବଂ ସୁରକ୍ଷାର ଦାୟିତ୍ୱ ମଧ୍ୟ ଏହି ସଶକ୍ତ ମହିଳା ଆମର କରିବେ । ସେହି ଦିଗରେ ଆମେ କାମ କରୁଅଛୁ ।
ଏବେ ଆପଣ ଦେଖିଥିବେ ଆମର ମହିଳା ଭଉଣୀ ମାନେ ଲଢୁଆ ବିମାନ ଉଡ଼ାଉଛନ୍ତି । ଲଢୁଆ ବିମାନର ନେତୃତ୍ୱ ମହିଳାଙ୍କ ହାତରେ ଦୁନିଆ ଭିତରେ ଚର୍ଚ୍ଚା ହେଉଛି । ଆଜି ଭାରତ ମହାକାଶ ଟେକ୍ନୋଲଜିର ଦୁନିଆରେ ମହାକାଶରେ ସମଗ୍ର ବିଶ୍ୱରେ ସେ ନିଜର ବହୁତ ସୁନାମ ଅର୍ଜନ କରିଛନ୍ତି । ଏବେ ଗତ ସପ୍ତାହରେ ଏକ ସହିତ 30ଟି ନାନୋ ଉପଗ୍ରହ ଛାଡ଼ିବାର କାମ ସଫଳତାପୂର୍ବକ ଆମର ଏଠି ହେଲା । ଏହା ପୂର୍ବରୁ ଆମ ବୈଜ୍ଞାନିକମାନେ ବିଶ୍ୱ ରେକର୍ଡ଼ କଲେ । 104 ଟି ଉପଗ୍ରହ ପ୍ରକ୍ଷେପଣ କରିବାର କାମ ହିନ୍ଦୁସ୍ଥାନର ମହାକାଶ ବିଜ୍ଞାନ କଲା । ଗତ ମାସରେ ସବୁଠାରୁ ଅଧିକ ଓଜନର ଉପଗ୍ରହ ଛଡ଼ାଗଲା ଏବଂ ଓଜନ ଏତେ ଯେ ଖବରକାଗଜ ଛାପିଲାବାଲା ଲେଖିଲେ ଏତେ ଏତେ ହାତୀ ଭଳି ଅର୍ଥାତ୍ ହାତୀର ଓଜନର ସମାନ ଲେଖାଗଲା । ଆପଣ ଜାଣି ଖୁସୀ ହେବେ । ଏହି ସମସ୍ତ ମହାକାଶ ଦୁନିଆରେ କାମ କରିବାରେ ତିନି ଜଣ ପ୍ରମୁଖ ମହିଳା ଅଛନ୍ତି ଯେଉଁମାନେ ଏହି କାମକୁ କରୁଛନ୍ତି । କ’ଣ ଗର୍ବ ହେବ ନାହିଁ ମୋ ଦେଶର ମାଆ ଭଉଣୀଙ୍କର ଏଭଳି ଶକ୍ତି, କାହାକୁ ଗର୍ବ ହେବ ନାହିଁ । ବିଜ୍ଞାନର କ୍ଷେତ୍ର ହେଉ, ଶିକ୍ଷାର କ୍ଷେତ୍ର ହେଉ, ଆରୋଗ୍ୟର କ୍ଷେତ୍ର ହେଉ ଆଜିକାଲି ତ ହିନ୍ଦୁସ୍ଥାନର କୌଣସି ମଧ୍ୟ ରାଜ୍ୟରେ ଶିକ୍ଷକ ସମ୍ମେଳନ କରିବେ ତ ଆପଣଙ୍କୁ ଗୋଟିଏ ଜାଗାରେ ବୋର୍ଡ ଲଗାଇବାକୁ ପଡ଼ିବ ଯେ ଏହି କୋଣଟି ପୁରୁଷ ଶିକ୍ଷକଙ୍କ ପାଇଁ ସଂରକ୍ଷିତ ରହିଛି । ସଂପୂର୍ଣ୍ଣ ଶିକ୍ଷା କ୍ଷେତ୍ରର କାମ ଆଜି ମୋ ଦେଶରେ ମାଆ ଭଉଣୀମାନେ ସମ୍ଭାଳିଛନ୍ତି । କ୍ରୀଡ କ୍ଷେତ୍ର, ନର୍ସିଂ, ପାରାମେଡିକାଲ, ଡାକ୍ତରୀ, କେଉଁଠିକୁ ମଧ୍ୟ ଯାଆନ୍ତୁ ଆପଣଙ୍କୁ ଦୃଷ୍ଟି ଗୋଚର ହେବ କି ମହିଳାମାନେ ସେହି କାମକୁ କରୁଅଛନ୍ତି । କହିବାର ତାତ୍ପର୍ଯ୍ୟ ଏହି ଯେ ମହିଳା ଶକ୍ତି ଏବଂ ଖେଳକୁଦରେ ଅଲିମ୍ପିକ୍ସରେ କିଏ ପଦକ ନେଇ ଆସିଲେ । ସବୁ ପଦକ ଆଣୁଥିଲାବାଲା ଆମର ଝିଅମାନେ ଥିଲେ । ସମସ୍ତେ ହିନ୍ଦୁସ୍ଥାନର ନାଁ ରଖିଲେ । କେବଳ ଏତିକି ହିଁ ନୁହେଁ ଶାରୀରିକ ରୂପେ ଯେଉଁମାନଙ୍କର ଅସୁବିଧା ଅଛି ପାରା ଅଲିମ୍ପିକ୍ସ ସେଥିରେ ମଧ୍ୟ ହିନ୍ଦୁସ୍ଥାନର ତ୍ରିରଙ୍ଗା ପତାକାକୁ ଉପରକୁ କରିବାର କାମ ଆମ ମହିଳା ଖେଳାଳି ମାନେ କଲେ ।
ଏକ ଏଭଳି ସରକାର ଦିଲ୍ଲୀରେ ଅଛନ୍ତି ଯାହାର ମନ ମସ୍ତିଷ୍କରେ ଭାରତର ବିକାଶ ଯାତ୍ରାରେ ଭାରତର ପଚାଶ ପ୍ରତିଶତ ଜନସଂଖ୍ୟା ସେ ଶକ୍ତିଶାଳୀ କିପରି ହୋଇପାରିବ, ସଶକ୍ତିକରଣ କିପରି ହେବ, ଭାରତର ଆର୍ଥôକ ବିକାଶର ଯାତ୍ରା ମଧ୍ୟରେ ତାହାର ସମାନ ଅଂଶୀଦାର କିପରି ହେବ, ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଅଛୁ ଆଉ ଯାହାର ପରିଣାମ ହେଉଛି ଆଜି ମୋ ଦେଶର ନାଗରିକର ଶକ୍ତି ଭାରତର ପତାକାକୁ ଉପରକୁ ଉଠାଇବାରେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । ଦେଶ ତ ଆଗକୁ ବଢ଼ିବା ଦରକାର, ପ୍ରଥମେ ତାକୁ ଭଲ ହେବାକୁ ପଡ଼ିବ କିନ୍ତୁ ସମୟ ଅଧିକ ଅପେକ୍ଷା କରିବ ନାହିଁ । ଯେଉଁ ଗତିରେ ଆଜି ଆମେ ଏ ପର୍ଯ୍ୟନ୍ତ ପହଂଚିଛେ ସେହି ଗତିରେ ଆଗକୁ ଗଲେ ଆମେ ଲକ୍ଷ୍ୟ ସ୍ଥଳରେ ପହଂଚି ପାରିବା ନାହିଁ, ଯାହା ପ୍ରତ୍ୟେକ ହିନ୍ଦୁସ୍ଥାନୀର ହୃଦୟରେ ଅଛି । ଆଉ ଏଥିପାଇଁ ଗତିକୁ ଦ୍ରୁତ କରିବା ଅନିର୍ବାଜ୍ୟ ହୋଇଯାଇଛି । ଆଗରୁ ସରକାର ହେଉଥିଲେ । ଗୋଟିଏ କାମ, ଦୁଇଟି କାମ ଏହିଭଳି ହୋଇଯାଉଥିଲା ସେ ସରକାର ଜଣା ଯାଉଥିଲେ ଏହି କାମ ପାଇଁ । ଆଜି ସବୁ ଦିନ ଗୋଟିଏ କାମ କର ତା’ହେଲେ ମଧ୍ୟ କମ୍ ହୋଇଯାଉଛି ଏତେ ଆଶା ଓ ଆକାଂକ୍ଷା ବଢ଼ି ଯାଇଛି । ଆଉ ଦେଶକୁ କେବଳ ଆଗକୁ ନେଇ ଯିବା ଏହା କେବଳ ଯଥେଷ୍ଟ ନୁହେଁ । ଦେଶକୁ ଆଧୁନିକ କରିବା ବହୁତ ଜରୁରୀ ଅଟେ । ଆମକୁ ଆଗକୁ ତ ବଢ଼ିବାର ଅଛି । କିନ୍ତୁ ଆମକୁ ଆଧୁନିକ ମଧ୍ୟ ହେବାର ଅଛି । ଏକବିଂଶ ଶତାବ୍ଦୀର ହିନ୍ଦୁସ୍ଥାନ ବିଶ୍ୱ ମାନକରେ ପଛରେ ରହି ନ ଯାଉ । ଆମର ଭିତ୍ତିଭୂମୀ ବିଶ୍ୱ ମାନକ ଅନୁକୂଳ ହେଉ ଏବଂ ବିଶ୍ୱର ସମକକ୍ଷ ହେବାର ସାମର୍ଥ୍ୟ ହିନ୍ଦୁସ୍ଥାନ ନିକଟରେ ଥିବା ଆବଶ୍ୟକ । ଏହି ଭୂମିକାରୁ ଆମେ ଆଗକୁ ବଢ଼ୁଛୁ । ଆଜି ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାର ପରିବେଶ ସୃଷ୍ଟି ହୋଇଛି । ପରିବେଶର ଚିନ୍ତା ଅଛି । ସମସ୍ତଙ୍କୁ ଲାଗୁଛି ଭାଇ ନିଶ୍ୱାସ ନେବା ତ ଭଲ ନିଶ୍ୱାସ ମିଳୁ, ପାଣି ପିଇବା ତ ଭଲ ମିଳୁ, ଖାଦ୍ୟ ଖାଇବା ତ ଭଲ ମିଳୁ । ଏହା ବହୁତ ସ୍ୱାଭାବିକ ଚିନ୍ତାଧାରା ବୋଧହୁଏ । ଭାରତ ଦାୟିତ୍ୱ ନେଇଛି ଉର୍ଜ୍ଜା କ୍ଷେତ୍ରରେ ନବୀକରଣୀୟ ଶକ୍ତି 175 ଗିଗାୱାଟ୍ । ଆପଣମାନଙ୍କ ମଧ୍ୟରୁ ଅନେକଙ୍କ ପାଇଁ ଗିଗାୱାଟ୍ ଶବ୍ଦ ନୂଆ ଥିବ । କାରଣ ଶତାବ୍ଦୀ ଧରି ଆମେ ମେଗାୱାଟ୍ ରୁ ଆଗକୁ ଚିନ୍ତା ହିଁ କରି ନାହେଁ । ମେଗାୱାଟ୍ ଅର୍ଥାତ୍ ଆମର ପରିମାପକ ଥିଲା । 175 ଗିଗାୱାଟ୍ ନବୀକରଣୀୟ ଶକ୍ତି ହେଉଛି ଆମର ଲକ୍ଷ୍ୟ ।
ସୌର ଶକ୍ତି ଆମ ଦେଶର ଆବଶ୍ୟକତାରେ କିଭଳି ଭୂମିକା ତୁଲାଇବ, ପବନ ଶକ୍ତି, ଆଣବିକ ଶକ୍ତି, ବାୟୋମାସ ଶକ୍ତି ଏକ ବହୁତ ବଡ଼ ପରିବର୍ତନ ଯାହା ପରିବେଶରେ ସକରାତ୍ମକ ପ୍ରଭାବ ପକାଇ ସେହି ଦିଗରେ ଦ୍ରୁତ ଗତିରେ କାମ ଆଗକୁ ବଢ଼ୁଅଛି । ଆଉ ଆଜି ସ୍ଥିତି ଏଭଳି ଯେ କୋଇଲାରୁ ଉତ୍ପାଦିତ ହେଉଥିବା ବିଜୁଳିରୁ ସୌର ଶକ୍ତି ଶସ୍ତା ହୋଇଯିବ ଏହି ପର୍ଯ୍ୟନ୍ତ ପ୍ରତିଯୋଗିତା ଆଗକୁ ବଢ଼ିଛି । ଆପଣ ଭବିଷ୍ୟତର କଳ୍ପନା କରି ପାରନ୍ତି ଯଦି ସମସ୍ତ ବ୍ୟବସ୍ଥା ସୌର ଶକ୍ତି ଦ୍ୱାରା ଚାଲିବ, ତ ଅର୍ଥବ୍ୟବସ୍ଥାରେ କେତେ ବଡ଼ ପରିବର୍ତ୍ତନ ଆସିବ ।
ଦେଶକୁ ଆଜି ଗଲ୍ଫ ଦେଶରୁ ଯେଉଁ ତୈଳ ଆମଦାନୀ କରିବାକୁ ପଡ଼ୁଛି, ସେହି ଆମଦାନୀରେ କେତେ ବଡ଼ ହ୍ରାସ ଆସିବ । ଦେଶ କେତେ ଆତ୍ମନିର୍ଭରଶୀଳ ହେବ । ଆଉ ଏଥିପାଇଁ ଯେଉଁ ସୌର ଶକ୍ତି ଏହି ସୂର୍ଯ୍ୟ ମୁଁ ପ୍ରଧାନମନ୍ତ୍ରୀ ହେଲି ତା’ ପରେ ଆସିଲା କି? ଆଗରୁ ଥିଲା କି ନ ଥିଲା, ଥିଲା କି ନ ଥିଲା । ମୋତେ ଦେଖାଯାଉଥିଲା ତାଙ୍କୁ ଦେଖାଯାଉ ନଥିଲା । ଆଉ ଏଥିପାଇଁ ସମଗ୍ର ଜୀବନକୁ ଆଧୁନିକ କରିବା ଦିଗରେ ଏହା ଆମର ପ୍ରଚେଷ୍ଟା ।
ମୁଁ ପ୍ରଧାନମନ୍ତ୍ରୀ ହେଲି ତ ପ୍ରଥମେ ପ୍ରଥମେ ମୁଁ ଶିଖିବାକୁ ଚାହୁଁଥିଲି । ବୁଝିବାକୁ ମଧ୍ୟ ଚାହୁଁଥିଲି ଯେ ଇଏ କ’ଣ ବାସ୍ତବିକ୍ ଏତେ ବଡ଼, ତ ମୁଁ ଅଫିସରଙ୍କ ବୈଠକ କରୁଥିଲି । ବିବରଣୀ ନେଉଥିଲି କ’ଣ ଚାଲୁଛି କ’ଣ ନୁହେଁ । ତ ଦିନେ ବିଜୁଳିବାଲାଙ୍କଠାରୁ ବିବରଣୀ ନେଉଥିଲି । ତ ସେ କହିଲେ ସାହେବ ମୁଁ ପଚାରିଲି ଭାଇ କୌଣସି ଜାଗା ଅଛି ଯେଉଁଠାରେ ଏବେ ମଧ୍ୟ ବିଜୁଳି ପହଂଚି ନାହିଁ । ଭାବିଲି ସ୍ୱାଧୀନତାର 70 ବର୍ଷ ହୋଇ ଗଲା ତ ଏଭଳି ପଚାରିବାର ହିଁ ନଥିଲା । ତ ମୁଁ ଟିକେ ଡରି ଡରି ପଚାରି ଦେଲି କି ଭାଇ କ’ଣ ଏମିତି ନୁହେଁ କି କୌଣସି ଦୂର ଜାଗାରେ ଏବେ ମଧ୍ୟ ବିଜୁଳି ପହଂଚି ନାହିଁ । ତ ମୁଁ ଆଶ୍ଚର୍ଯ୍ୟ ହୋଇଗଲି ସେ କହିଲେ ସାହେବ 18000 ଗାଁ ଏଭଳି ଅଛି ଯେଉଁଠାରେ ଏବେ ମଧ୍ୟ ବିଜୁଳି ପହଂଚି ନାହିଁ । ଆପଣ ମୋତେ କୁହନ୍ତୁ ଏକବିଂଶ ଶତାବ୍ଦୀ ଓ ଅଷ୍ଟାଦଶ ଶତାବ୍ଦୀ ମଧ୍ୟରେ କ’ଣ ତଫାତ ଅଛି । ଅଷ୍ଟାଦଶ ଶତାବ୍ଦୀରେ ଲୋକ ମଧ୍ୟ ବିଜୁଳି ବିନା ସୂର୍ଯ୍ୟଙ୍କ ପ୍ରକାଶରେ କିମ୍ବା ଚନ୍ଦ୍ରମାର ଆଲୋକରେ ଜୀବନ ଅତିବାହିତ କରୁଥିଲେ । ସ୍ୱାଧୀନତାର 70 ବର୍ଷ ପରେ ମୋ ଦେଶରେ 18000 ଗାଁ ଅଷ୍ଟାଦଶ ଶତାବ୍ଦୀର ଜୀବନ ଅତିବାହିତ କରିବା ପାଇଁ ବାଧ୍ୟ ହେଉଛନ୍ତି । ଆଧୁନିକ ଭାରତର ସ୍ୱପ୍ନ ମୋତେ ପୂରଣ କରିବାକୁ ଥିଲା ।
ମୁଁ ବୋଝ ଉଠାଇଲି ମୁଁ କହିଲି ହଁ ଭାଇ କୁହନ୍ତୁ କେତେ ସମୟ ଲାଗିବ । ସେ କହିଲେ ସାହେବ ସାତ ବର୍ଷ ତ ଲାଗିଯିବ । ସେମାନଙ୍କର ଏ ସାହସ ହିଁ ମୋ ପାଇଁ ଆଶ୍ଚର୍ଯ୍ୟପୂର୍ଣ୍ଣ ଥିଲା ଆରାମରେ କହି ଦେଲେ ସାତ ବର୍ଷ ଲାଗିବ । ମୁଁ କହିଲି ଭାଇ ଶୀଘ୍ର କରିବା ଦରକାର ଏଭଳି କାହିଁକି କରୁଛ କାହିଁକି ଭାବୁଛ ବୁଝାଉଥିଲି । ଶେଷରେ ଯେବେ ମୁଁ ଦିନେ ଲାଲକିଲ୍ଲାରେ 15 ଅଗଷ୍ଟରେ କହିଦେଲି । 1000 ଦିନ ମଧ୍ୟରେ ଆମେ 18000 ଗାଁରେ ଆମେ ବିଜୁଳି ପହଂଚାଇଦେବୁ । ଏବେ ହଜାର ଦିନ ହୋଇ ନାହିଁ ପାଖାପାଖି ତେର ଚଉଦ ହଜାର ଗାଁରେ ବିଜୁଳି ପହଂଚି ଯାଇଛି । ଭାଇ ଓ ଭଉଣୀମାନେ କାହିଁକି ନା ମୋତେ ଆଧୁନିକ ଭାରତ ଗଢ଼ିବାର ଅଛି । ଆଉ ବାକି ଯେଉଁ ଗାଁ ରହିଯାଇଛି ତାହାର କାମ ମଧ୍ୟ ଦ୍ରୁତ ଗତିରେ ଚାଲୁ ରହିଛି ।
ଭାରତରେ ଅଛି ଅଢେଇ ଲକ୍ଷ ପଂଚାୟତ । 6 ଲକ୍ଷ ଗାଁ ଅଛି ପଂଚାୟତରେ ଆପଣ ମତେ କୁହନ୍ତୁ କ’ଣ ଆପଣ ଗୋଟିଏ ଘଂଟା ମୋବାଇଲ ବିନା ଜୀଇଁ ପାରିବେ । ଜୀଇଁ ପାରିବେ କି? ଅସୁବିଧା ହୋଇଯାଏ ନା ଯଦି ଏହି ଅଧିକାର ଆପଣଙ୍କର ଅଛି, ତ ହିନ୍ଦୁସ୍ଥାନର ପ୍ରତ୍ୟେକ ଗରିବର ଅଛି କି ନାହିଁ । ଗାଁ କୁ ଅଛି କି ନାହିଁ । ଭାଇ ଓ ଭଉଣୀମାନେ ଆମେ ଡ଼ିଜିଟାଲ ଇଣ୍ଡିଆର ମିଶନ ଆରମ୍ଭ କରିଛୁ ଏହା ହେଉଛି ସେହି ଅଢେଇ ଲକ୍ଷ ପଂଚାୟତ ଯେଉଁଠାରେ ଅପ୍ଟିକାଲ ଫାଇବର ନେଟୱାର୍କର କାମ ଚାଲୁ ରହିଛି । ଦ୍ରୁତ ଗତିରେ ଚାଲୁ ରହିଛି । ଆଉ ଆଗାମୀ କିଛି ସମୟରେ ଏହି ଅଢେଇ ଲକ୍ଷ ପଂଚାୟତ ପର୍ଯ୍ୟନ୍ତ ଡ଼ିଜିଟାଲ ବ୍ୟବସ୍ଥା କରିବା ପାଇଁ ଅପ୍ଟିକାଲ ଫାଇବର ନେଟୱାର୍କ ସଂଯୋଗ କରି ଆଧୁନିକରୁ ଆଧୁନିକ ଟ୍ରାନ୍ସମିଟର ବ୍ୟବସ୍ଥା କରିବୁ ଏବଂ ସେହି କାରଣରୁ ଦୂର ଶିକ୍ଷା ବ୍ୟବସ୍ଥା ସମ୍ଭବ ହେବ, ବୃହତ ଧରଣର ହେବ । ଯେଉଁ ସୁବିଧା ସହରରେ ଉପଲବ୍ଧ ସେହି ଜ୍ଞାନର ସୁବିଧା ଗାଁରେ ମଧ୍ୟ ଉପଲବ୍ଧ ହେଉ ସେହି ଦିଗରେ ଆମେ କାମ କରିବା ପାଇଁ ପ୍ରୟାସ କରୁଛୁ । ଅର୍ଥାତ ଭାରତ ଆଗକୁ ବଢୁ ମାତ୍ର ଭାରତ ଆଧୁନିକ ହେଉ ସେହି ଜିନିଷଗୁଡିକ ଉପରେ ଗୁରୁତ୍ୱ ଦେଇ ଆମେ କାମ କରୁଅଛୁ । ଆଉ ସେହି କାମ କରିବା ଦିଗରେ ପ୍ରୟାସ ଜାରି ରହିଛି । ଭାଇ ଓ ଭଉଣୀମାନେ ବହୁତ କଥା ଅଛି ଆପଣ ନିଶ୍ଚୟ ଭାରତ ପାଇଁ ରୁଚି ରଖୁଥିବେ । କିନ୍ତୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି । ଏତେ ବଡ଼ ସଂଖ୍ୟାରେ ନେଦରଲାଣ୍ଡରେ ଆପଣମାନେ ରହୁଛନ୍ତି ସୁରୀନାମରୁ ଆସିଛନ୍ତି, ଡଚ୍ର ନାଗରିକ ଅଟନ୍ତି କ’ଣ ଅସୁବିଧା ଆପଣଙ୍କୁ ହେଉଛି ଓସିଆଇ କାର୍ଡ ବାହାର କରିବାକୁ । ଆପଣଙ୍କ ମନ ଚାହୁଁନାହିଁ ଏହି ସଂପର୍କ ଯୋଡିବା ପାଇଁ । ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଯେବେ ମୁଁ ଶୁଣିଲି ଯେ ଏଠାରେ ଏତେ ସଂଖ୍ୟାରେ ହିନ୍ଦୁସ୍ଥାନର ପ୍ରବାସୀ ରହିଛନ୍ତି କିନ୍ତୁ କେବଳ 10ଭାଗ ଲୋକ ଅଛନ୍ତି ଯେଉଁମାନଙ୍କର ଓସିଆଇ କାର୍ଡ ଅଛି ।
ଆପଣ ମତେ କୁହନ୍ତୁ ଏହି 26 ଜାନୁଆରୀ ପୂର୍ବରୁ ମିଶନ ମୋଡରେ ଆପଣ ଏହି କାମକୁ ସଂପୂର୍ଣ୍ଣ କରିବେ । କରିବା ଦରକାର ମୁଁ ଏଠାକାର ଦୂତାବାସକୁ ମଧ୍ୟ କହୁଛି । ଦେଖନ୍ତୁ ଏହି ଓସିଆଇ କାର୍ଡ ଏହା ଆପଣ ଏବଂ ହିନ୍ଦୁସ୍ଥାନ ସହିତ ଶତାବ୍ଦୀର ଏକ ପୁରୁଣା ସଂପର୍କର ଯୋଗାଯୋଗ ଏହାକୁ ନ ଭୁଲିବା ଦରକାର । ଆଉ ଏହାକୁ ଟଙ୍କା ପଇସାର ତରାଜୁରେ ତଉଲିବା ଉଚିତ ନୁହେଁ । ଯାହାବି ଦେବାକୁ ପଡିବ ଦେଇ କରି ମଧ୍ୟ ଓସିଆଇ କାର୍ଡ ଏହା ମୋ ପାଇଁ । ମୁଁ କାଲି ଦୁଇଦିନ ତଳେ ପର୍ତୁଗାଲରେ ଥିଲି । ସେଠାକାର ପ୍ରଧାନମନ୍ତ୍ରୀ ସର୍ବସାଧାରଣରେ ନିଜର ଓସିଆଇ କାର୍ଡ ଦେଖାଉଥିଲେ କହିଲେ ମୁଁ ଗର୍ବିତ ଯେ ମୋ ପାଖରେ ଓସିଆଇ କାର୍ଡ଼ ଅଛି । ମୁଁ ହେଉଛି ମୂଳ ଭାରତୀୟ । ମୁଁ ଆଜି ଏଠାକାର ପ୍ରଧାନମନ୍ତ୍ରୀ । ସର୍ବସାଧାରଣରେ ସେ ଦେଖାଇଲେ । ପ୍ରତ୍ୟେକ ହିନ୍ଦୁସ୍ଥାନୀର ମନରେ ଉତ୍ସାହ ଅଛି । ମୁଁ ହେଉଛି …ମୋ ପାଖରେ ଓସିଆଇ ଅଛି । ଆଚ୍ଛା ତୁମ ପାଖରେ ନାହିଁ ଓ ତୁମର । ଏହି ଭାବ ରହିବା ଦରକାର । ଆଉ ମୁଁ ଚାହିଁବି ଆଉ ମୁଁ ପଚାରିବି ଆମର ଦୂତାବାସକୁ ଏବେ ନୂଆ ରାଷ୍ଟ୍ରଦୂତ ଆସିଛନ୍ତି । ଆଉ ମୁଁ ଏହା ତ ପଚାରିବି ..କେତେ ତିଆରି ହେଲା । ମୁଁ ଆପଣ ମାନଙ୍କଠାରୁ ଆଶା କରିବି ସାହାଯ୍ୟ କରନ୍ତୁ ।
କାରଣ ଏହି କାମ ଆମର ସଂପୂର୍ଣ୍ଣ ହେବା ଦରକାର ଦେଖନ୍ତୁ ଯେଉଁ 2000 ଯେଉଁ ଡଚ୍ ପାସପୋର୍ଟ ବାଲା ଅଛନ୍ତି 2015ରେ ସେମାନଙ୍କ ପାଇଁ ଭାରତରେ ଇ-ଭିସାର ବ୍ୟବସ୍ଥା ହୋଇ ଯାଇଛି । ଏହାର ଲାଭ ଆପଣମାନେ ନେଉଥିବେ । ଆଉ ମୁଁ ଆପଣମାନଙ୍କୁ କହୁଛି । ଡଚ୍ ନାଗରିକମାନଙ୍କ ପାଇଁ ଆଗାମୀ ଦିନରେ ପାଂଚ ବର୍ଷ ପାଇଁ ବ୍ୟାବସାୟିକ ଭିସା ଦେବା ଦିଗରେ ମଧ୍ୟ ଭାରତ ସରକାର ବିଚାର କରୁଛନ୍ତି । ପାଂଚ ବର୍ଷର ବ୍ୟାବସାୟିକ ଏବଂ ଟୁରିଷ୍ଟ ଭିସା ଏହା ନିଜକୁ ନିଜେ ଡଚ୍ ନାଗରିକଙ୍କୁ ଭାରତ ସହିତ ଯେଡିବାରେ ନିଜର ପ୍ରୟାସ ଗୁଡିକୁ ନିରନ୍ତର ଅତୁଟ ରଖନ୍ତୁ ନିଜ ଦେଶ ସହିତ ମନ ମସ୍ତିଷ୍କ ସହିତ ଯୋଡି ହୋଇ ଥିବା ପରମ୍ପରା ସହିତ ଯୋଡି ହୋଇଛି । ଭାରତର ଭଲ କଥା ଶୁଣିବା ମାତ୍ରେ ହିଁ ଆପଣ ହର୍ଷୋଲ୍ଲାସରେ ମଜି ଯାଆନ୍ତି । ଏତେ ଭାରତମୟ ହେଉଛି ଆପଣଙ୍କ ଜୀବନ । ତାକୁ ନିକଟତର କରିବା ପାଇଁ ଆହୁରି ପ୍ରୟାସ କରି ଚାଲନ୍ତୁ । ଆପଣମାନେ ମୋ ସହିତ ଯୋଡି ହେବାକୁ ଚାହୁଛନ୍ତି କି? ପକ୍କା ।
ଆପଣ ଚାହୁଛନ୍ତି କି ଦେଶର ପ୍ରଧାନମନ୍ତ୍ରୀ ହିନ୍ଦୁସ୍ଥାନର ପ୍ରଧାନମନ୍ତ୍ରୀ ଆପଣଙ୍କ ପକେଟରେ ରୁହନ୍ତୁ । କାହିଁକି ଆପଣ ଚୁପ୍ ହୋଇଗଲେ । କ’ଣ ହିନ୍ଦୁସ୍ଥାନର ପ୍ରଧାନମନ୍ତ୍ରୀ ଆପଣଙ୍କ ପକେଟରେ ରୁହନ୍ତୁ ତ କ’ଣ ଖରାପ ହେଉଛି ? ଆପଣ ଚାହୁଁ ନାହାନ୍ତି କି ଆପଣମାନେ ଗର୍ବରେ, ଆରେ ଛାଡ ବନ୍ଧୁ ହିନ୍ଦୁସ୍ଥାନର ପ୍ରଧାନମନ୍ତ୍ରୀ ମୋ ପକେଟରେ ଅଛନ୍ତି । ଚାହୁଁ ନାହାନ୍ତି କି ? ମୁଁ ବତାଉଛି ତା’ର ବାଟ ଅଛି । ଆପଣ ନିଜ ମୋବାଇଲ ଫୋନ୍ରେ ନରେନ୍ଦ୍ର ମୋଦୀ ଆପ ଡାଉନଲୋଡ କରି ଦିଅନ୍ତୁ, ମୁଁ 24 ଘଂଟା, 24 ଘଂଟା, ଆପଣଙ୍କ ପକେଟରେ ଉପଲବ୍ଧ ରହିବି । ଆଉ ଆପଣଙ୍କ ସ୍ପନ୍ଦନକୁ ମୁଁ ଶୁଣି ପାରିବି ଆସନ୍ତୁ ମୋର ଆଉ ଆପଣଙ୍କ ନିକଟ ସଂପର୍କ ରହିବା ଦରକାର । ଆପଣଙ୍କର ମୋ ଉପରେ ସଂପୂର୍ଣ୍ଣ ସଂପୂର୍ଣ୍ଣ ଅଧିକାର ଅଛି । ଆପଣଙ୍କ ପାସପୋର୍ଟର ରଙ୍ଗ ଆଧାରରେ ସ୍ଥିର ହେବ ନାହିଁ । ଆପଣ ଯାହାଙ୍କ ହୃଦୟରୁ ସ୍ୱର ଆସେ ଭାରତମାତା କି ଜୟ ସେହି ସମସ୍ତଙ୍କ ପାଇଁ ମୋ ଜୀବନ ହେଉଛି ସମର୍ପିତ । ଏହି ଭାବନା ସହିତ ଆପଣ ଏତେ ବଡ଼ ସଂଖ୍ୟାରେ ଆସିଲେ ଏତେ କମ୍ ସମୟ ଥିବା ସତ୍ୱେ ମଧ୍ୟ ଆସିଲେ । ମୁଁ ହୃଦୟର ସହିତ ଆପଣମାନଙ୍କୁ ବହୁତ ବହୁତ କୃତଜ୍ଞତା ଜ୍ଞାପନ କରୁଛି ।
ବହୁତ ବହୁତ ଧନ୍ୟବାଦ ।
**********
The mayor of The Hague joins the community programme that the Prime Minister is addressing.
— PMO India (@PMOIndia) June 27, 2017
The colours of our passport may be anything, but our ties are that of blood and our ties are very special: PM @narendramodi
— PMO India (@PMOIndia) June 27, 2017
I am here in the land which is home to Europe's second largest Indian diaspora: PM @narendramodi https://t.co/ub61Y7n3mh
— PMO India (@PMOIndia) June 27, 2017
The embassy staff, the officials they are called 'Rajdoots' but you, the diaspora are the 'Rashtradoots' : PM @narendramodi
— PMO India (@PMOIndia) June 27, 2017
Every Indian takes pride in the fact that India is a land of diversity: PM @narendramodi
— PMO India (@PMOIndia) June 27, 2017
Since taking office, our priority is Jan Bhagidari. We seek strength from people to bring a transformative change: PM
— PMO India (@PMOIndia) June 27, 2017
India is about cooperative federalism. The centre and states working together for the development of India, this is our effort: PM
— PMO India (@PMOIndia) June 27, 2017
The role of women in the agriculture sector, cooperatives is very important. India's Nari Shakti is contributing to India's progress: PM
— PMO India (@PMOIndia) June 27, 2017
Mudra Yojana has turned our youth into job creators: PM @narendramodi
— PMO India (@PMOIndia) June 27, 2017
There is a Government serving at the Centre that is thinking about women-led development: PM @narendramodi pic.twitter.com/s3BnC0MDtQ
— PMO India (@PMOIndia) June 27, 2017
The India of the 21st century cannot stay behind when it comes to technology and infrastructure. Everything we have must be world class: PM
— PMO India (@PMOIndia) June 27, 2017
Coming of optical fibre network in the villages will give our villages the same facilities that are associated with cities only: PM pic.twitter.com/cxLSYRMWac
— PMO India (@PMOIndia) June 27, 2017
Many people here in the Netherlands do not have OCI cards. I urge you all to get OCI cards: PM @narendramodi pic.twitter.com/9g0xDFnWyG
— PMO India (@PMOIndia) June 27, 2017
Unforgettable community reception at The Hague. It was a delight to be among the diaspora. Sharing my speech. https://t.co/dTLiFjRGRp pic.twitter.com/M0YF3UI1JA
— Narendra Modi (@narendramodi) June 27, 2017
Our diaspora are our ‘Rashtradoots.’ We are immensely proud of their accomplishments and their passion towards India & India’s progress.
— Narendra Modi (@narendramodi) June 27, 2017
Talked about how a spirit of Jan Shakti & Jan Bhagidari has set the foundation for India’s transformation & fulfilling people’s aspirations.
— Narendra Modi (@narendramodi) June 27, 2017