Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନେଦରଲେଣ୍ଡ ଗସ୍ତ(27 ଜୁନ୍, 2017) ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବିବୃତି

ନେଦରଲେଣ୍ଡ ଗସ୍ତ(27 ଜୁନ୍, 2017) ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବିବୃତି

ନେଦରଲେଣ୍ଡ ଗସ୍ତ(27 ଜୁନ୍, 2017) ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବିବୃତି


ମହାମହିମ ପ୍ରଧାନମନ୍ତ୍ରୀ ମାର୍କ ରୁଟ୍ଟେ,

ଜୁନ୍ 2015ରେ ମୁଁ ଆପଣଙ୍କୁ ଭାରତ ମାଟିରେ ସ୍ୱାଗତ ଜଣାଇବାର ସୌଭାଗ୍ୟ ପାଇଥିଲି । ସାଧାରଣତଃ ଜୁନ୍ ମାସରେ ଭାରତରେ ପ୍ରବଳ ଗରମ ଅନୁଭୂତ ହୋଇଥାଏ । ତଥାପି ସେହି ମାସରେ ଆପଣ ଭାରତ ଆସିବା ଲାଗି ବାଛିବା ଆମ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ପ୍ରତି ଆପଣଙ୍କ ପ୍ରତିବଦ୍ଧତାର ପ୍ରତୀକ ।

ଆଜି ଠିକ୍ 2 ବର୍ଷ ପରେ ମୁଁ ମଧ୍ୟ ଜୁନ୍ ମାସରେ ନେଦରଲେଣ୍ଡ ଆସିଛି । କିନ୍ତୁ ଅବଶ୍ୟ ତାପମାତ୍ରା ଦୃଷ୍ଟିରୁ ଦିଲ୍ଲୀ ଏବଂ ହଗ୍ ମଧ୍ୟରେ ଢେର ତଫାତ୍ ରହିଛି । ଏହା ପ୍ରାୟତଃ ଦିନ ଏବଂ ରାତି ଭଳି । ଏଠାକାର ପରିବେଶ, ଯାହା ମୁଁ ଦେଖିପାରୁଛି, ଅତ୍ୟନ୍ତ ମନୋରମ ।

ମହାମାନ୍ୟଗଣ ପ୍ରଥମତଃ, ମୋତେ ଏବଂ ମୋ ସହିତ ଆସିଥିବା ପ୍ରତିନିଧିମଣ୍ଡଳୀକୁ ଭବ୍ୟ ସ୍ୱାଗତ ଜଣାଇଥିବାରୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି । ଏପରି ସ୍ୱାଗତ ଦ୍ୱାରା ଆପଣମାନେ ଭାରତବାସୀଙ୍କ ପ୍ରତି ରହିଥିବା ଆପଣଙ୍କ ଭାବାବେଗକୁ ପ୍ରଦର୍ଶନ କରିଛନ୍ତି ।

ମହାମହିମ, ନେଦରଲେଣ୍ଡକୁ ମୋର ଏହି ଗସ୍ତ ସମ୍ପର୍କରେ ଅଳ୍ପ ଦିନ ପୂର୍ବରୁ ସୂଚନା ଦିଆଯାଇଥିଲା । ତଥାପି ଏହି ଗସ୍ତକୁ ସ୍ୱୀକାର କରିବା ଏବଂ ଏତେ କମ୍ ସମୟ ମଧ୍ୟରେ ସବୁ କାର୍ଯ୍ୟକ୍ରମ ଆୟୋଜନ କରିବା ଏବଂ ଏହାକୁ ଫଳପ୍ରଦ କରିବା ଲାଗି ମୁଁ ଆପଣଙ୍କୁ କୃତଜ୍ଞତା ଜଣାଉଛି । ଆପଣଙ୍କ ନେତୃତ୍ୱର ମୁଁ ପ୍ରଶଂସା କରୁଛି ଏବଂ ମୁଁ ଭାବୁଛି ଯେ ଆପଣଙ୍କ ଚମତ୍କାର ନେତୃତ୍ୱର ଏହା ପ୍ରତିଫଳନ ।

ମହାମହିମ, ଆପଣ ଠିକ୍ କହିଛନ୍ତି, ଭାରତ ଏବଂ ନେଦରଲେଣ୍ଡ ମଧ୍ୟରେ ସମ୍ପର୍କ ଶତାଧିକ ବର୍ଷ ପୁରୁଣା ଏବଂ ଦୁଇ ଦେଶ ସର୍ବଦା ଏହାକୁ ଆହୁରି ସୁଦୃଢ଼ ଏବଂ ଗଭୀର କରିବା ଲାଗି ଚେଷ୍ଟା କରିଆସିଛନ୍ତି । ଚଳିତ ବର୍ଷ ଆପଣ କହିବା ଭଳି, ଭାରତ ଏବଂ ନେଦରଲେଣ୍ଡ ମଧ୍ୟରେ କୂଟନୈତିକ ସମ୍ପର୍କର 70ତମ ବର୍ଷପୂର୍ତ୍ତି ଆମେ ପୂରଣ କରିବାକୁ ଯାଉଛୁ ଏବଂ ନିଶ୍ଚିତ ସ୍ୱାଭାବିକ ଯେ ଆମେ ଦ୍ୱିପାକ୍ଷିକ ସମ୍ପର୍କ ପ୍ରତି ବିଶେଷ ଗୁରୁତ୍ୱ ଦେଉଛୁ ।

ଆଜିର ବିଶ୍ୱ ଆନ୍ତଃନିର୍ଭରଶୀଳ ଏବଂ ଆନ୍ତଃସଂଯୁକ୍ତ । ତେଣୁ ଏହା ନିଶ୍ଚିତ ଭାବେ ସ୍ୱାଭାବିକ ଥିଲା ଯେ ଆମର ଆଲୋଚନାରେ କେବଳ ଦ୍ୱିପାକ୍ଷିକ ସମ୍ପର୍କ ନୁହେଁ ଅନ୍ତର୍ଜାତୀୟ ଗୁରୁତ୍ୱ ବହନ କରୁଥିବା ସମ୍ପର୍କ ମଧ୍ୟ ସ୍ଥାନ ପାଇଥିଲା ।

ଆମ ଦୁଇ ଦେଶ ମଧ୍ୟରେ କେତେକ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ସହମତି ରହିଛି ଏବଂ ନେଦରଲେଣ୍ଡର ସହଯୋଗ ଯୋଗୁ ଭାରତ ଗତବର୍ଷ ସଫଳତାପୂର୍ବକ MTCR(Missile Technology Control Regime) ର ସଦସ୍ୟତା ପାଇଥିଲା ଏବଂ ଏଥିପାଇଁ ମୁଁ ଆପଣଙ୍କୁ ହୃଦୟର ସହ ଧନ୍ୟବାଦ ଜ୍ଞାପନ କରୁଛି ।

ଦ୍ୱିପାକ୍ଷିକ ନିବେଶ ପ୍ରସଙ୍ଗକୁ ଦେଖିଲେ ନେଦରଲେଣ୍ଡ ବର୍ତ୍ତମାନ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶର ପଞ୍ଚମ ବୃହତ ଉତ୍ସ ହୋଇ ରହିଛି । ଏପରିକି ଗତ 3 ବର୍ଷ ମଧ୍ୟରେ ଏହା ପ୍ରତ୍ୟକ୍ଷ ବିଦେଶୀ ନିବେଶର ତୃତୀୟ ବୃହତ ଉତ୍ସ ହୋଇପାରିଛି ।

ପୁଣିଥରେ ମୋତେ ଏହା ଦୋହରାଇବା ଆବଶ୍ୟକ ପଡ଼ିବ ନାହିଁ ଯେ ଭାରତର ଅର୍ଥନୈତିକ ବିକାଶ, ବିକାଶ ପାଇଁ ଆମର ପ୍ରାଥମିକତାରେ ନେଦରଲେଣ୍ଡ ଏକ ସ୍ୱାଭାବିକ ସହଯୋଗୀ ।

ଆଜି ଆମେ ଡଚ୍ କମ୍ପାନୀଗୁଡ଼ିକର ସିଇଓଙ୍କ ସହ ବୈଠକରେ ଆଲୋଚନା କରିବାର ସୁଯୋଗ ପାଇବୁ ଏବଂ ମୁଁ ଭାବୁଛି ଯେ ସେମାନେ ଭାରତ ପ୍ରତି ସକାରାତ୍ମକ ମନୋଭାବ ରଖିଛନ୍ତି ଏବଂ ସେମାନଙ୍କ ମତ ଜାଣିବା ଲାଗି ମୁଁ ଆଗ୍ରହୀ ।

ଆଜି ମୁଁ ନେଦରଲେଣ୍ଡରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇବି । ଦୁଇ ଦେଶ ମଧ୍ୟରେ ପ୍ରବାସୀ ଭାରତୀୟମାନେ ସମ୍ପର୍କର ସେତୁ ଭଳି କାର୍ଯ୍ୟ କରୁଛନ୍ତି । ଜନ-ଜନ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଆମର ଉଦ୍ଦେଶ୍ୟ ।

ମୋ ପାଇଁ ମହାମହିମ ମହାରାଜା ଏବଂ ମହାରାଣୀଙ୍କୁ ଭେଟିବାର ସୁଯୋଗ ପାଇବା ବଡ଼ ସୌଭାଗ୍ୟର କଥା । ମୁଁ ପୁଣିଥରେ ପ୍ରଧାନମନ୍ତ୍ରୀ ରୁଟ୍ଟେ, ନେଦରଲେଣ୍ଡ ସରକାର ଏବଂ ଜନସାଧାରଣଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ।

ଧନ୍ୟବାଦ

**********