ପିଏମଇଣ୍ଡିଆ
ମହାମହିମ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ,
ନେସେଟର ବାଚସ୍ପତି ମହାମହିମ ଶ୍ରୀ ଆମିର ଓହାନା, ,
ମହାମହିମ, ବିରୋଧୀ ଦଳ ନେତା ଶ୍ରୀ ୟାଇର ଲାପିଡ୍,
ନେସେଟର ମାନନୀୟ ସଦସ୍ୟଗଣ,
ମୋର ପ୍ରିୟ ଭଉଣୀ ଏବଂ ଭାଇମାନେ,
ଶାଲୋମ!
ନମସ୍କାର!
ମାନ୍ୟବର ସଦସ୍ୟଗଣ,
ଏହି ବିଶିଷ୍ଟ ସଦନରେ ଉପସ୍ଥିତ ହେବା ମୋ ପାଇଁ ଏକ ସୌଭାଗ୍ୟ ଏବଂ ଗୌରବର ବିଷୟ। ମୁଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଏବଂ ଏକ ପ୍ରାଚୀନ ସଭ୍ୟତାର ପ୍ରତିନିଧି ଭାବରେ ଆଉ ଗୋଟିଏ ପ୍ରାଚୀନ ସଭ୍ୟତାକୁ ସମ୍ବୋଧିତ କରୁଛି। ମୁଁ ମୋ ସହିତ ୧୪୦ କୋଟି ଭାରତୀୟଙ୍କ ଶୁଭେଚ୍ଛା ଏବଂ ବନ୍ଧୁତା, ସମ୍ମାନ ଓ ସହଭାଗୀତାର ବାର୍ତ୍ତା ନେଇ ଆସିଛି।
ମାନ୍ୟବର ବାଚସ୍ପତି, ଆପଣଙ୍କ ସଦୟ ନିମନ୍ତ୍ରଣ ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ଏଥିସହିତ ନେସେଟକୁ ଭାରତୀୟ ରଙ୍ଗରେ ଆଲୋକିତ କରିବାର ଆପଣଙ୍କ ଚମତ୍କାର କାର୍ଯ୍ୟ ପାଇଁ ମଧ୍ୟ ଧନ୍ୟବାଦ ଅର୍ପଣ କରୁଛି । ତିନି ବର୍ଷ ପୂର୍ବେ ଆପଣଙ୍କର ଭାରତ ଗସ୍ତ ନେସେଟ ବାଚସ୍ପତିଙ୍କ ପ୍ରଥମ ଗସ୍ତ ଥିଲା। ଆଉ ଆପଣଙ୍କୁ ଧନ୍ୟବାଦ, ମୁଁ ଏହି ମହାନ ସଦନକୁ ସମ୍ବୋଧିତ କରିବାରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇପାରିଛି।
ନଅ ବର୍ଷ ପୂର୍ବେ, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ରୂପେ ଇସ୍ରାଏଲ ଗସ୍ତର ସୌଭାଗ୍ୟ ମୋତେ ମିଳିଥିଲା। ଆଉ ମୁଁ ପୁଣିଥରେ ଏଠାକୁ ଆସି ବହୁତ ଖୁସି। ମୁଁ ଏପରି ଏକ ଭୂମିକୁ ଆସିଛି ଯେଉଁଠାକୁ ଆସିବା ଲାଗି ମୁଁ ସର୍ବଦା ଆକର୍ଷିତ ହୋଇଥାଏ। ସର୍ବୋପରି, ମୁଁ ସେହି ଦିନ ଜନ୍ମ ହୋଇଥିଲି ଯେଉଁଦିନ ଭାରତ ଇସ୍ରାଏଲକୁ ଆନୁଷ୍ଠାନିକ ଭାବରେ ମାନ୍ୟତା ଦେଇଥିଲା – ୧୭ ସେପ୍ଟେମ୍ବର ୧୯୫୦ !
ମାନ୍ୟବର ସଦସ୍ୟଗଣ,
‘‘ଅକ୍ଟୋବର ୭’’ରେ ହମାସ ଦ୍ୱାରା ହୋଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତି ଏବଂ ପ୍ରତ୍ୟେକ ପରିବାର ପାଇଁ ମୁଁ ଭାରତର ଜନସାଧାରଣଙ୍କ ପକ୍ଷରୁ ଗଭୀର ସମବେଦନା ଜ୍ଞାପନ କରୁଛି। ଆମେ ଆପଣଙ୍କ ଯନ୍ତ୍ରଣା ଅନୁଭବ କରିପାରୁଛୁ। ଆମେ ଆପଣଙ୍କ ଦୁଃଖରେ ସହଭାଗୀ। ଭାରତ ଏହି ମୁହୂର୍ତ୍ତରେ ଏବଂ ପରବର୍ତ୍ତୀ ସମୟରେ ଇସ୍ରାଏଲ ସହିତ ଦୃଢ଼ ଭାବରେ, ପୂର୍ଣ୍ଣ ବିଶ୍ୱାସ ସହିତ ଠିଆ ହୋଇଛି।
ନାଗରିକଙ୍କ ହତ୍ୟାକୁ କୌଣସି କାରଣ ଯଥାର୍ଥ କରିପାରିବ ନାହିଁ। କୌଣସି ଜିନିଷ ଆତଙ୍କବାଦକୁ ଯଥାର୍ଥ ସାବ୍ୟସ୍ତ କରିପାରିବ ନାହିଁ।
ଭାରତ ମଧ୍ୟ ଦୀର୍ଘ ସମୟ ଧରି ଆତଙ୍କବାଦର ଯନ୍ତ୍ରଣା ସହ୍ୟ କରିଆସିଛି। ଇସ୍ରାଏଲୀ ନାଗରିକଙ୍କ ସମେତ ୨୬/୧୧ ମୁମ୍ବାଇ ଆକ୍ରମଣରେ ଜୀବନ ହରାଇଥିବା ନିର୍ଦ୍ଦୋଷ ଲୋକଙ୍କର ଆମେ ସ୍ମୃତିଚାରଣ କରୁଛୁ। ଆପଣଙ୍କ ପରି, ଆମର ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତାର ଏକ ସ୍ଥିର ଏବଂ ସାଲିସବିହୀନ ନୀତି ଅଛି, ଏଥିରେ କୌଣସି ଦୋହରା ମାନଦଣ୍ଡ ନାହିଁ।
ଆତଙ୍କବାଦର ଲକ୍ଷ୍ୟ ହେଉଛି ସମାଜକୁ ଅସ୍ଥିର କରିବା, ବିକାଶକୁ ଅବରୋଧ କରିବା ଏବଂ ବିଶ୍ୱାସକୁ ନଷ୍ଟ କରିବା। ଆତଙ୍କବାଦର ମୁକାବିଲା ପାଇଁ ଦୀର୍ଘସ୍ଥାୟୀ ଏବଂ ସମନ୍ୱିତ ବିଶ୍ୱସ୍ତରୀୟ ପ୍ରୟାସ ଆବଶ୍ୟକ, କାରଣ ଯେକୌଣସି ସ୍ଥାନରେ ଆତଙ୍କବାଦ ସବୁସ୍ଥାନରେ ଶାନ୍ତିକୁ ବିପଦରେ ପକାଇଥାଏ। ସେଥିପାଇଁ, ଭାରତ ସ୍ଥାୟୀ ଶାନ୍ତି ଏବଂ ଆଞ୍ଚଳିକ ସ୍ଥିରତାରେ ଯୋଗଦାନ କରୁଥିବା ସମସ୍ତ ପ୍ରୟାସକୁ ସମର୍ଥନ କରେ।
କିଛି ବର୍ଷ ପୂର୍ବେ, ଯେତେବେଳେ ଆପଣ ଆବ୍ରାହାମ ଚୁକ୍ତିନାମା ସମାପନ କରିଥିଲେ, ଆମେ ଆପଣଙ୍କ ସାହସ ଏବଂ ଦୃଷ୍ଟିକୋଣକୁ ପ୍ରଶଂସା କରିଥିଲୁ। ଏହା ଏକ ଦୀର୍ଘ ସମୟ ଧରି ସମସ୍ୟାରେ ଥିବା ଅଞ୍ଚଳ ପାଇଁ ନୂତନ ଆଶାର ମୁହୂର୍ତ୍ତ ଥିଲା। ସେବେଠାରୁ ପରିସ୍ଥିତିରେ ଯଥେଷ୍ଟ ପରିବର୍ତ୍ତନ ଆସିଛି। ପଥ ଆହୁରି ଆହ୍ୱାନପୂର୍ଣ୍ଣ। ତଥାପି ସେହି ଆଶାକୁ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ।
ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ଅନୁମୋଦିତ ଗାଜା ଶାନ୍ତି ପ୍ରୟାସ ଏକ ମାର୍ଗ ପ୍ରଦାନ କରେ। ଭାରତ ଏହି ପଦକ୍ଷେପ ପାଇଁ ନିଜର ଦୃଢ଼ ସମର୍ଥନ ପ୍ରକଟ କରିଛି। ଆମେ ବିଶ୍ୱାସ କରୁଛୁ ଯେ ଏଥିରେ ପାଲେଷ୍ଟାଇନ ସମସ୍ୟାର ସମାଧାନ ସହିତ ସ୍ଥାନୀୟ ଅଞ୍ଚଳର ସବୁ ଲୋକଙ୍କ ପାଇଁ ଏକ ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତିର ସମ୍ଭାବନା ରହିଛି।
ଆମର ସମସ୍ତ ପ୍ରୟାସ ବୁଦ୍ଧିମତା, ସାହସ ଏବଂ ମାନବତା ଦ୍ୱାରା ପରିଚାଳିତ ହେଉ। ଶାନ୍ତିର ପଥ ସର୍ବଦା ସହଜ ନୁହେଁ। କିନ୍ତୁ ଏ ଅଞ୍ଚଳରେ ଆଲୋଚନା, ଶାନ୍ତି ଏବଂ ସ୍ଥିରତା ପାଇଁ ଭାରତ ଆପଣମାନଙ୍କୁ ଏବଂ ବିଶ୍ୱକୁ ସମର୍ଥନ କରୁଛି ।
ମାନ୍ୟବର ସଦସ୍ୟଗଣ,
ଇସ୍ରାଏଲର ଦୃଢ଼ ସଂକଳ୍ପ, ସାହସ ଏବଂ ସଫଳତାକୁ ଭାରତରେ ଉଚ୍ଚ ପ୍ରଶଂସା କରାଯାଏ। ଆମେ ପରସ୍ପରକୁ ଆଧୁନିକ ରାଷ୍ଟ୍ର ଭାବରେ ଯୋଡ଼ିବା ପୂର୍ବରୁ, ଆମେ ଦୁଇ ହଜାର ବର୍ଷରୁ ଅଧିକ ପୁରୁଣା ସମ୍ପର୍କ ଦ୍ୱାରା ଯୋଡ଼ି ହୋଇଥିଲୁ। ଏସ୍ଥେର୍ ପୁସ୍ତକରେ ଭାରତକୁ ହୋଡୁ ଭାବରେ ଉଲ୍ଲେଖ କରାଯାଇଛି। ପ୍ରାଚୀନ କାଳରେ ଭାରତ ସହିତ ବାଣିଜ୍ୟର ଉଲ୍ଲେଖ ତାଲମୁଦରେ ଦେଖିବାକୁ ମିଳିଥାଏ।
ଇହୁଦୀ ବ୍ୟବସାୟୀମାନେ ସମୁଦ୍ର ପଥ ଦେଇ ଯାତ୍ରା କରୁଥିଲେ ଯାହା ଭୂମଧ୍ୟସାଗରକୁ ଭାରତ ମହାସାଗର ସହିତ ସଂଯୋଗ କରୁଥିଲା। ସେମାନେ ସୁଯୋଗ ଏବଂ ମର୍ଯ୍ୟାଦା ଖୋଜିବାକୁ ଆସିଥିଲେ ଏବଂ ଭାରତରେ, ସେମାନେ ଆମ ଭିତରୁ ଜଣେ ହୋଇଯାଇଥିଲେ।
ଇହୁଦୀ ସମ୍ପ୍ରଦାୟର ଲୋକମାନେ ନିର୍ଯାତନା କିମ୍ବା ଭେଦଭାବର ଭୟ ବିନା ଭାରତରେ ବସବାସ କରିଆସିଛନ୍ତି। ସେମାନେ ନିଜର ବିଶ୍ୱାସକୁ ବଜାୟ ରଖିଛନ୍ତି ଏବଂ ସମାଜରେ ସମ୍ପୂର୍ଣ୍ଣ ଅଂଶଗ୍ରହଣ କରିଛନ୍ତି। ଏହି ରେକର୍ଡ ଆମ ପାଇଁ ଗର୍ବର ଉତ୍ସ।
ମାନ୍ୟବର ସଦସ୍ୟଗଣ,
ମହାରାଷ୍ଟ୍ରର ବେନେ ଇସ୍ରାଏଲ, କେରଲମର କୋଚିନି ଇହୁଦୀ, କୋଲକାତା ଓ ମୁମ୍ବାଇର ବାଗଦାଦୀ ଇହୁଦୀ ଏବଂ ଉତ୍ତର-ପୂର୍ବର ବେନେ ମେନାଶେ ଭାରତକୁ ସମୃଦ୍ଧ କରିଛନ୍ତି। ମୋର ଗୃହ ରାଜ୍ୟ ଗୁଜରାଟରେ, ଏକ ବେନେ ଇସ୍ରାଏଲୀ ପରିବାର – ମିଷ୍ଟର ଏବଂ ମିସେସ୍ ବେଷ୍ଟଙ୍କ ଦ୍ୱାରା ଏକ ସ୍କୁଲ ପ୍ରତିଷ୍ଠା କରାଯାଇଛି। ଏହା ଏକ ଉତ୍କୃଷ୍ଟ ସ୍କୁଲ, ଆଉ ନିଶ୍ଚିତ ଭାବରେ, ଏହାକୁ ସର୍ବୋତ୍ତମ ସ୍କୁଲ କୁହାଯାଏ!
ଏଡୱିନ୍ ମେୟର୍ସ ଭାରତର ଫିଲ୍ମ ଡିଭିଜନକୁ ରୂପ ଦେଇଥିଲେ ଏବଂ ଭାରତୀୟ ସିନେମାର ଇତିହାସରେ ସେ ଜଣେ ଉଚ୍ଚ ବ୍ୟକ୍ତିତ୍ୱ ଥିଲେ। ଡକ୍ଟର ରୁବେନ୍ ଡେଭିଡ୍ ଅହମଦାବାଦର କାଙ୍କରିଆ ଚିଡ଼ିଆଖାନାର ପ୍ରତିଷ୍ଠାତା ଥିଲେ। ଅଭିନେତା ଡେଭିଡ୍ ଆବ୍ରାହମ୍ ଚେଉଲକର ବା କାକା ଡେଭିଡ୍, ସାରା ଦେଶରେ ଘରେ ଘରେ ପରିଚିତ ହୋଇଥିଲେ। ୱାଲ୍ଟର କଫମ୍ୟାନ୍ ଆକାଶବାଣୀ ପାଇଁ ସିଗ୍ନେଚର୍ ଟ୍ୟୁନ୍ ରଚନା କରିଥିଲେ। ଡେଭିଡ୍ ସାସୁନ୍ ଅନେକ ପ୍ରତିଷ୍ଠାନ ନିର୍ମାଣ କରିଥିଲେ ଯାହାସବୁ ଏପର୍ଯ୍ୟନ୍ତ ଭାରତୀୟ ସମାଜକୁ ସେବା ଯୋଗାଇ ଦେଉଛନ୍ତି।
ଆହୁରି, ନିଶ୍ଚିତ ଭାବରେ, ପାକିସ୍ତାନ ସହିତ ୧୯୭୧ ଯୁଦ୍ଧ ସମୟରେ ଲେଫ୍ଟନାଣ୍ଟ ଜେନେରାଲ ଜେ.ଏଫ୍.ଆର୍. ଜାକବଙ୍କ ବୀରତ୍ୱପୂର୍ଣ୍ଣ ଅବଦାନ ବହୁଳ ଭାବରେ ପରିଚିତ। ତାଙ୍କ ଅବସର ପରେ ମୁଁ ତାଙ୍କ ସହିତ ଘନିଷ୍ଠ ଭାବରେ କାମ କରିବାର ଗୌରବ ପାଇଥିଲି। ଆମେ ଅନେକ ଥର ଚା’ ପିଇବା ବାହାନାରେ ଭାରତ-ଇସ୍ରାଏଲ ସମ୍ପର୍କ, ଅନ୍ୟାନ୍ୟ ଅନେକ ବିଷୟରେ ଆଲୋଚନା କରିଥିଲୁ। ଏମିତି ଅଗଣିତ ଲୋକ ଅଛନ୍ତି ଯେଉଁମାନଙ୍କର ଅବଦାନ ଭାରତର ସମୃଦ୍ଧ ଜୀବନ ଜୀବନକୁ ସାକାର ରୂପ ଦେଇଛି।
ମାନନୀୟ ସଦସ୍ୟଗଣ,
ବିଂଶ ଶତାବ୍ଦୀର ମଧ୍ୟଭାଗରେ ଭାରତରୁ ଇସ୍ରାଏଲକୁ ଏକ ପ୍ରବାସ ମଧ୍ୟ ଦେଖିବାକୁ ମିଳିଥିଲା, ଯେତେବେଳେ ବହୁସଂଖ୍ୟ ଭାରତୀ ଇହୁଦୀ ଇସ୍ରାଏଲ ଚାଲି ଯାଇଥିଲେ। ଆଜି, ଏକ ସକ୍ରିୟ ଭାରତୀୟ ବଂଶୋଦ୍ଭବ ଇହୁଦୀ ସମ୍ପ୍ରଦାୟ ଏଠାରେ ବସବାସ କରନ୍ତି। ସେମାନେ ଆଧୁନିକ ଇସ୍ରାଏଲ ନିର୍ମାଣରେ, ପରୀକ୍ଷାଗାର ଓ ହସ୍ପିଟାଲରେ, ଶ୍ରେଣୀଗୃହରେ ଓ ଯୁଦ୍ଧକ୍ଷେତ୍ରରେ ମଧ୍ୟ ଅବଦାନ ରଖିଛନ୍ତି। ସେମାନେ ଦୃଢ଼ ଭାବରେ ଧରିନେଇଛନ୍ତି ଯେ ଇସ୍ରାଏଲ ସେମାନଙ୍କର ପିତୃଭୂମି ଏବଂ ଭାରତ ସେମାନଙ୍କର ମାତୃଭୂମି। ଆମେ ସେମାନଙ୍କ ପାଇଁ ଗର୍ବିତ।
ମାନନୀୟ ସଦସ୍ୟଗଣ,
ଏହି ଭୂମି ସହିତ ଭାରତର ସମ୍ପର୍କ ରକ୍ତ ଏବଂ ବଳିଦାନରେ ମଧ୍ୟ ଲେଖାଯାଇଛି। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ, ଏହି ଅଞ୍ଚଳରେ ଚାରି ହଜାରରୁ ଅଧିକ ଭାରତୀୟ ସୈନିକ ସେମାନଙ୍କ ଜୀବନ ଦେଇଥିଲେ। ସେପ୍ଟେମ୍ବର ୧୯୧୮ରେ ହାଇଫାରେ ଅଶ୍ୱାରୋହୀ ସୈନ୍ୟ ଆକ୍ରମଣ ସାମରିକ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ହୋଇ ରହିଛି।
ହାଇଫାର ନାୟକ ଭାବରେ ସ୍ମରଣୀୟ ମେଜର ଠାକୁର ଦଲପତ ସିଂହ ଏହି ସହଭାଗୀ ଇତିହାସର ପ୍ରତୀକ। ଗତଥର ଗସ୍ତ ବେଳେ, ମୁଁ ଭାରତୀୟ ସୈନିକଙ୍କ ପାଇଁ ନିର୍ମିତ ହାଇଫା ସ୍ମାରକୀରେ ମୋର ସମ୍ମାନ ଜଣାଇ ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ିଥିଲି।
ମାନ୍ୟବର ସଦସ୍ୟଗଣ,
ଗତ ମାସରେ, ବିଶ୍ୱ ଅନ୍ତର୍ଜାତୀୟ ହୋଲୋକଷ୍ଟ ସ୍ମରଣ ଦିବସ ପାଳନ କରିଥିଲା। ହୋଲୋକଷ୍ଟ ମାନବତାର ସବୁଠାରୁ କଳା ଅଧ୍ୟାୟ ମଧ୍ୟରୁ ଅନ୍ୟତମ ଭାବରେ ଠିଆ ହୋଇଛି। ତଥାପି, ସେହି ଅଶାନ୍ତ ବର୍ଷଗୁଡ଼ିକରେ ମଧ୍ୟ ମାନବତାର କିଛି କାର୍ଯ୍ୟ ସ୍ପଷ୍ଟ ଭାବରେ ଦେଖାଯାଇଥିଲା। ଗୁଜରାଟର ନବନଗରର ମହାରାଜା, ଜାମ୍ ସାହେବ ଭାବରେ ମଧ୍ୟ ପରିଚିତ, ପୋଲାଣ୍ଡ ପିଲାମାନଙ୍କୁ ଆଶ୍ରୟ ଦେଇଥିଲେ, ଯେଉଁଥିରେ ଇହୁଦୀ ପିଲାମାନେ ମଧ୍ୟ ଥିଲେ, ଯେଉଁମାନଙ୍କର ଅନ୍ୟ କୌଣସି ଆଶ୍ରୟ ନଥିଲା। ନିକଟରେ, ମୋଶାଭ ନେଭାଟିମରେ ଜାମ୍ ସାହେବଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିବା ମୁଁ ଜାଣିବାକୁ ପାଇଛି ।
ଧନ୍ୟବାଦ। ଏହି ସମ୍ମାନ ଏବଂ ସ୍ମୃତିଚାରଣ ପାଇଁ ଧନ୍ୟବାଦ।
ମାନ୍ୟବର ସଦସ୍ୟଗଣ,
ଭାରତର ସ୍ୱାଧୀନତା ପରେ, ଅନେକ ଭାରତୀୟ ନେତା ଇସ୍ରାଏଲର ଲୋକଙ୍କ ସହିତ ଏକ ଆତ୍ମୀୟତା ଅନୁଭବ କରିଥିଲେ। ମରୁଭୂମିରେ କୃଷି ବିକାଶ ଲାଗି ଇସ୍ରାଏଲର ପ୍ରୟାସକୁ ନେଇ ୧୯୫୦ ଦଶକରେ ଭାରତର ସଂସଦରେ ପ୍ରଶଂସା କରାଯାଇଥିଲା। ଇସ୍ରାଏଲର କିବୁଟଜ୍ ଆନ୍ଦୋଳନ ଆଚାର୍ଯ୍ୟ ବିନୋବା ଭାବେ ଏବଂ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଭଳି ଆମର ନେତାମାନଙ୍କୁ ଅନୁପ୍ରାଣିତ କରିଥିଲା। ‘‘ପ୍ରତି ବୁନ୍ଦା, ଅଧିକ ଫସଲ’’ (ପର୍ ଡ୍ରପ୍ ମୋର୍ କ୍ରପ୍) ପଦ୍ଧତି ପ୍ରଥମେ ମୋ ଗୃହ ରାଜ୍ୟ ଗୁଜରାଟରେ ଏବଂ ବର୍ତ୍ତମାନ ସମଗ୍ର ଭାରତର କୃଷି କ୍ଷେତ୍ରରେ ଆଶ୍ଚର୍ଯ୍ୟଜନକ ଭାବେ କାର୍ଯ୍ୟ କରୁଥିବା ମୁଁ ଦେଖିଛି।
୨୦୦୬ ମସିହାରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ମୋର ପ୍ରଥମ ଇସ୍ରାଏଲ ଗସ୍ତ ହୋଇଥିଲା। ପରେ, ୨୦୧୭ ମସିହାରେ, ପ୍ରଧାନମନ୍ତ୍ରୀ ଭାବରେ ଇସ୍ରାଏଲ ଗସ୍ତ ସମୟରେ, ଆମର ଦୁଇ ଦେଶ ସେମାନଙ୍କର ସମ୍ପର୍କକୁ ଏକ ରଣନୀତିକ ସହଭାଗୀତାକୁ ଉନ୍ନୀତ କରିଥିଲେ। ସେବେଠାରୁ, ଆମ ସମ୍ପର୍କର ବ୍ୟାପକତା ଏବଂ ପରିସର ବୃଦ୍ଧି ପାଇଛି। ଆଉ ଆମେ ଅନେକ କ୍ଷେତ୍ରରେ ଏହି ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ପ୍ରତିଶ୍ରୁତିବଦ୍ଧ।
ମାନ୍ୟବର ସଦସ୍ୟଗଣ,
ଗତ କିଛି ବର୍ଷ ଧରି, ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ପ୍ରମୁଖ ଅର୍ଥବ୍ୟବସ୍ଥା ହୋଇ ରହିଆସିଛି। ଖୁବ୍ ଶୀଘ୍ର, ଆମେ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥବ୍ୟବସ୍ଥା ମଧ୍ୟରେ ସାମିଲ ହେବୁ। ଏପରି ଏକ ସମୟରେ, ଇସ୍ରାଏଲ ନୂଆ ଉଦ୍ଭାବନ ଏବଂ ପ୍ରଯୁକ୍ତିବିଦ୍ୟା ନେତୃତ୍ୱର ଏକ ଶକ୍ତିଶାଳୀ କେନ୍ଦ୍ର ହୋଇ ପାରିଛି । ଏହା ଏକ ଭବିଷ୍ୟତ ଉନ୍ମୁଖି ଦୂରଦୃଷ୍ଟିସମ୍ପନ୍ନ ସହଭାଗୀତା ପାଇଁ ଏକ ପ୍ରାକୃତିକ ଆଧାର ସୃଷ୍ଟି କରେ।
ଆମେ ବାଣିଜ୍ୟ ବିସ୍ତାର, ନିବେଶ ପ୍ରବାହକୁ ସୁଦୃଢ଼ କରିବା ଏବଂ ମିଳିତ ଭିତ୍ତିଭୂମି ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ସଂକଳ୍ପବଦ୍ଧ। ଗତ ବର୍ଷ ସ୍ୱାକ୍ଷରିତ ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା ଆମର ବ୍ୟବସାୟଗୁଡ଼ିକୁ ଆତ୍ମବିଶ୍ୱାସ ଏବଂ ଆକଳନ କ୍ଷମତା ପ୍ରଦାନ କରିବ।
ଗତ କିଛି ବର୍ଷ ମଧ୍ୟରେ, ଭାରତ ଅନ୍ୟ ରାଷ୍ଟ୍ରଗୁଡ଼ିକ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ଚୁକ୍ତିନାମା ସମ୍ପନ୍ନ କରିଛି। ଆପଣଙ୍କ ପଶ୍ଚିମରେ ୟୁରୋପୀୟ ସଂଘ ଏବଂ ବ୍ରିଟେନ୍ ସହିତ। ଆପଣଙ୍କ ପୂର୍ବରେ ୟୁଏଇ ଏବଂ ଓମାନ୍ ସହିତ।
ଆମର ଦ୍ୱିପାକ୍ଷିକ ସାମଗ୍ରୀ ବାଣିଜ୍ୟ ସାମ୍ପ୍ରତିକ ବର୍ଷଗୁଡ଼ିକରେ ବହୁ ଗୁଣ ବୃଦ୍ଧି ପାଇଛି। କିନ୍ତୁ, ଏହା ସୁଯୋଗର ପୂର୍ଣ୍ଣ ପରିସରକୁ ପ୍ରତିଫଳିତ କରେ ନାହିଁ। ସେଥିପାଇଁ ଆମର ଦଳଗୁଡ଼ିକ ଏକ ମହତ୍ୱାକାଂକ୍ଷୀ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନିମନ୍ତେ ଆଲୋଚନା କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ଏହା ଆମର ବାଣିଜ୍ୟିକ ସମ୍ପର୍କରେ ଥିବା ଅପାର ଅବ୍ୟବହୃତ ସମ୍ଭାବନାକୁ ଉନ୍ମୁକ୍ତ କରିବ।
ଆମେ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର ଏବଂ ଭାରତ, ଇସ୍ରାଏଲ, ୟୁଏଇ ଓ ଆମେରିକା ମଧ୍ୟରେ ଆଇଟୁୟୁଟୁ ବ୍ୟବସ୍ଥା ଭଳି ବିଭିନ୍ନ ଯୋଜନାରେ ମଧ୍ୟ ନିକଟରୁ କାମ କରିବୁ। ପ୍ରତିରକ୍ଷା ଏବଂ ସୁରକ୍ଷା ଆମର ସହଭାଗୀତାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ଗତ ବର୍ଷ ନଭେମ୍ବରରେ, ଆମେ ପ୍ରତିରକ୍ଷା ସହଯୋଗ ଉପରେ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲୁ। ଆଜିର ଅନିଶ୍ଚିତ ବିଶ୍ୱରେ, ଭାରତ ଏବଂ ଇସ୍ରାଏଲ ଭଳି ବିଶ୍ୱସ୍ତ ସହଭାଗୀମାନଙ୍କ ମଧ୍ୟରେ ଏକ ଦୃଢ଼ ପ୍ରତିରକ୍ଷା ସହଭାଗୀତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ମାନ୍ୟବର ସଦସ୍ୟଗଣ,
ଇସ୍ରାଏଲକୁ ପ୍ରାୟତଃ ‘‘ଷ୍ଟାର୍ଟ-ଅପ୍ ରାଷ୍ଟ୍ର’’ କୁହାଯାଏ। ସାମ୍ପ୍ରତିକ ବର୍ଷଗୁଡ଼ିକରେ, ଆମେ ଆମର ଯୁବପିଢ଼ିଙ୍କ ନବୋନ୍ମେଷ ଏବଂ ସୃଜନଶୀଳତା ସମ୍ଭାବନାକୁ ଉନ୍ମୁକ୍ତ କରିବା ପାଇଁ ମଧ୍ୟ କାର୍ଯ୍ୟ କରିଆସୁଛୁ। ମୋର ମନେ ଅଛି ଯେ ୨୦୧୮ରେ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଏବଂ ମୁଁ ଭାରତରେ ଆଇ କ୍ରିଏଟ୍ ପ୍ରଯୁକ୍ତିବିଦ୍ୟା ବ୍ୟବସାୟ ଇନକ୍ୟୁବେଟର ଉଦଘାଟନ କରିଥିଲୁ। ସେବେଠାରୁ, ଏହା ପ୍ରାୟ ୯୦୦ ଏପରି ଏପରି ଷ୍ଟାର୍ଟ-ଅପକୁ ସମର୍ଥନ କରିଛି।
ଗତ ସପ୍ତାହରେ, ଆମେ ୧୦୦ରୁ ଅଧିକ ଦେଶର ପ୍ରତିନିଧିମାନଙ୍କୁ ନେଇ ବିଶ୍ୱର ସର୍ବବୃହତ ଏବଂ ସବୁଠାରୁ ସାର୍ବଜନୀନ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଆୟୋଜନ କରିଥିଲୁ। ଆମର ଆକାଂକ୍ଷୀ ମନୋଭାବ ସ୍ୱାଭାବିକ ଭାବରେ ଇସ୍ରାଏଲର ନବୋନ୍ମେଷ ଇକୋସିଷ୍ଟମ ସହିତ ସମାନ। ମୁଁ କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା, ସେମିକଣ୍ଡକ୍ଟର ଏବଂ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଭଳି କ୍ଷେତ୍ରରେ ଅଧିକ ସମନ୍ୱୟ ଦେଖୁଛି। ଆମେ ଆମର ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ବ୍ୟବହାର କରି ସୀମାପାର ଆର୍ଥିକ ସଂଯୋଗ ସୃଷ୍ଟି କରିବା ପାଇଁ ଇସ୍ରାଏଲ ସହିତ ମଧ୍ୟ କାର୍ଯ୍ୟ କରୁଛୁ।
ମାନ୍ୟବର ସଦସ୍ୟଗଣ,
ମରୁଭୂମିରେ ଇସ୍ରାଏଲର କୃଷି ଚମତ୍କାର ଆମ ପାଇଁ କେତେ ପ୍ରେରଣାଦାୟକ ଥିଲା ତାହା ମୁଁ କହିସାରିଛି । ସଠିକ୍ ଜଳସେଚନ ଏବଂ ଜଳ ପରିଚାଳନାରେ ଇସ୍ରାଏଲୀ ବିଶେଷଜ୍ଞତା ଭାରତରେ କୃଷି ପଦ୍ଧତିକୁ ପରିବର୍ତ୍ତନ କରିସାରିଛି।
ଏକାଠି ମିଶି, ଆମେ ସାରା ଭାରତରେ ୪୩ଟି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିଛୁ ଯାହା ପାଞ୍ଚ ଲକ୍ଷରୁ ଅଧିକ ଚାଷୀଙ୍କୁ ତାଲିମ ପ୍ରଦାନ କରିଛି। ଲକ୍ଷ ଲକ୍ଷ ଚାଷୀ ଏବଂ ମତ୍ସ୍ୟଜୀବୀଙ୍କୁ ଲାଭ ପହଞ୍ଚାଇବା ପାଇଁ ଏବେ ଏହାକୁ ୧୦୦ କେନ୍ଦ୍ରକୁ ବିସ୍ତାର କରିବାର ଏକ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଆମେ ସ୍ଥିର କରିବା ଉଚିତ।
ମାନ୍ୟବର ସଦସ୍ୟଗଣ,
ଭାରତ-ଇସ୍ରାଏଲ ସହଭାଗୀତାର ମୂଳରେ ଆମ ଲୋକଙ୍କ ମଧ୍ୟରେ ସମ୍ପର୍କ ରହିଛି। ଯେତେବେଳେ ମୁଁ ୨୦୦୬ରେ ପ୍ରଥମ ଥର ପାଇଁ ଇସ୍ରାଏଲ ଗସ୍ତ କରିଥିଲି, ସେତେବେଳେ ଇସ୍ରାଏଲରେ କିଛି ଯୋଗ କେନ୍ଦ୍ର ଥିଲା। ଆଜି, ପ୍ରାୟ ପ୍ରତ୍ୟେକ ସ୍ଥାନରେ ଯୋଗ ଅଭ୍ୟାସ କରାଯାଉଥିବା ପରି ମନେହୁଏ!
ଇସ୍ରାଏଲରେ ଆୟୁର୍ବେଦ ପ୍ରତି ଆଗ୍ରହ ମଧ୍ୟ ବଢ଼ୁଛି ବୋଲି ମୁଁ ଜାଣିବାକୁ ପାଇଛି । ମୁଁ ଅଧିକରୁ ଅଧିକ ଯୁବ ଇସ୍ରାଏଲୀମାନଙ୍କୁ ଭାରତ ଯାତ୍ରା କରିବାକୁ ନିମନ୍ତ୍ରଣ କରୁଛି। ସେମାନେ ଆମ ସମାଜର ଗତିଶୀଳତା ଦେଖିବେ ଏବଂ ଶରୀର ଓ ମନ ପାଇଁ ସାମଗ୍ରିକ ସୁସ୍ଥତା କ’ଣ କରିପାରେ ତାହା ଅନୁଭବ କରିବେ।
ମୁଁ ଏହି ମହାନ ସଦନକୁ ଖୁସିର ସହିତ ଜଣାଇବାକୁ ଚାହୁଁଛି ଯେ ଭାରତୀୟ ସଂସଦ ଇସ୍ରାଏଲ ପାଇଁ ଏକ ସଂସଦୀୟ ବନ୍ଧୁତା ଗୋଷ୍ଠୀ ଗଠନ କରିଛି। ମୁଁ ଆପଣମାନଙ୍କୁ ଭାରତ ଗସ୍ତ କରିବାକୁ ଏବଂ ଆମର ସଂସଦ ସଦସ୍ୟମାନଙ୍କ ମଧ୍ୟରେ ଅଧିକ ମତବିନିମୟ ପାଇଁ ଅନୁରୋଧ କରୁଛି।
ମୁଁ ଜାଣିଛି ଯେ ଇସ୍ରାଏଲରେ ଭାରତୀୟ ସେବିକା ଏବଂ କୁଶଳୀ ଶ୍ରମିକମାନେ ପରିବାର ଏବଂ ସମ୍ପ୍ରଦାୟ ଲାଗି ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖନ୍ତି। ସେମାନେ ଅକ୍ଟୋବର ୭ ସମେତ ସବୁ ସଙ୍କଟ ସମୟରେ ଉଲ୍ଲେଖନୀୟ ସାହସ ଏବଂ ସମର୍ପଣ ପ୍ରଦର୍ଶନ କରିଛନ୍ତି। ଆମେ ସେମାନଙ୍କ ପାଇଁ ଗର୍ବିତ।
ଯେପରି ଇହୁଦୀ ଶିକ୍ଷା ଆମକୁ ମନେ ପକାଇ ଦିଏ, ‘‘ଯେକେହି ଗୋଟିଏ ଜୀବନ ବଞ୍ଚାଇଲେ, ସେ ସମଗ୍ର ବିଶ୍ୱକୁ ବଞ୍ଚାଇଥାଏ।” ସେମାନଙ୍କର ସେବା ଆମ ସହଯୋଗ ପଛରେ ଥିବା ମାନବ ବନ୍ଧନର ଶକ୍ତିକୁ ପ୍ରତିଫଳିତ କରେ। ଆମେ ଉଭୟ ରାଷ୍ଟ୍ରକୁ ଲାଭ ପହଞ୍ଚାଉଥିବା କ୍ଷେତ୍ରରେ ଶ୍ରମିକ ଏବଂ ପେସାଦାରଙ୍କ ଗମନାଗମନକୁ ସହଜ କରିବା ଜାରି ରଖିବୁ।
ମାନ୍ୟବର ସଦସ୍ୟଗଣ,
ଆମେ ଉଭୟ ପ୍ରାଚୀନ ସଭ୍ୟତା। ଆଉ ଏହା ହୁଏତ ଆଶ୍ଚର୍ଯ୍ୟର କଥା ନୁହେଁ ଯେ ଆମର ସଭ୍ୟତା ପରମ୍ପରାରେ ମଧ୍ୟ ଦାର୍ଶନିକ ସମାନତା ରହିଛି । ଇସ୍ରାଏଲରେ, ଟିକ୍କୁନ୍ ଓଲାମ୍ ନୀତି ବିଶ୍ୱକୁ ସୁସ୍ଥ କରିବା ବିଷୟରେ କୁହେ। ଭାରତରେ, ବସୁଧୈବ କୁଟୁମ୍ବକମ୍ ନୀତି ଦୃଢ଼ ବିଶ୍ୱାସ କରିଥାଏ ଯେ ‘ସବଗ୍ର ବିଶ୍ୱ ଗୋଟିଏ ପରିବାର’। ଉଭୟ ଅବଧାରଣା ସୀମିତ ପରିସର ଠାରୁ ଊର୍ଦ୍ଧ୍ୱରେ ଏକ ଉତ୍ତରଦାୟିତ୍ୱକୁ ବିସ୍ତାର କରିଥାଏ। ଏହି ଦୁଇଟି ବିଚାର ସମାଜକୁ କରୁଣା ଏବଂ ନୈତିକ ସାହସ ସହିତ କାର୍ଯ୍ୟ କରିବାକୁ କୁହନ୍ତି।
ଇହୁଦୀ ଧର୍ମ ହଲାଖା ଉପରେ ଗୁରୁତ୍ୱ ଦିଏ, ନିୟମ ଏବଂ ପ୍ରଥା ମାଧ୍ୟମରେ ଦୈନନ୍ଦିନ ଆଚରଣକୁ ମାର୍ଗଦର୍ଶନ କରେ। ହିନ୍ଦୁ ଦର୍ଶନ ଧର୍ମ ବିଷୟରେ କହେ, ନୈତିକ ବ୍ୟବସ୍ଥା ଯାହା କର୍ତ୍ତବ୍ୟ ଏବଂ ସଠିକ୍ କର୍ମକୁ ଆକାର ଦିଏ। ଉଭୟ ପରମ୍ପରାରେ, ନୈତିକ ଜୀବନ କର୍ମ ମାଧ୍ୟମରେ ବଞ୍ଚିଥାଏ, ଏବଂ ଆଚରଣ ମାଧ୍ୟମରେ ବିଶ୍ୱାସ ପ୍ରକାଶିତ ହୁଏ।
ଆମର ପର୍ବଗୁଡ଼ିକରେ ମଧ୍ୟ ଏକ ପ୍ରିୟ ସମାନତା ଅଛି। ଆପଣ ମହମବତିର ଉଷ୍ମ ଆଭା ସହିତ ହନୁକା ପାଳନ କରନ୍ତି। ପ୍ରାୟ ସେହି ସମୟରେ, ଆମେ ଦୀପର କୋମଳ ଆଲୋକ ସହିତ ଆଲୋକର ପର୍ବ ଦୀପାବଳି ପାଳନ କରୁ। ଖୁବ୍ ଶୀଘ୍ର, ଭାରତ ଖୁସି ଏବଂ ରଙ୍ଗରେ ପରିପୂର୍ଣ୍ଣ ହୋଲି ପର୍ବ ପାଳନ କରିବ। ଆଉ ସେହି ସମୟରେ, ଇସ୍ରାଏଲ ମଧ୍ୟ ଉତ୍ସାହ ଏବଂ ଆନନ୍ଦ ସହିତ ପୁରିମ୍ ପାଳନ କରିବ।
ମାନ୍ୟବର ସଦସ୍ୟଗଣ,
ଆମର ସହଭାଗୀ ଆଦର୍ଶ ହେଉଛି ଗଭୀର ଆଧାର ଯାହା ଆମର ଆଧୁନିକ ସହଭାଗୀତାକୁ ଶକ୍ତି ପ୍ରଦାନ କରେ। ଆମେ ଇତିହାସ ଦ୍ୱାରା ଆକୃତିପ୍ରାପ୍ତ ଏବଂ ଭବିଷ୍ୟତ ଉପରେ ଧ୍ୟାନ କେନ୍ଦ୍ରିତ ଗଣତନ୍ତ୍ର। ଆମର ଭାଗିଦାରୀ ସହଭାଗୀ ଅଭିଜ୍ଞତା ଏବଂ ସହଭାଗୀ ଆକାଂକ୍ଷା ଉପରେ ଆଧାରିତ। ଆମର ଦୃଢ଼ ଭାଗିଦାରୀ କେବଳ ଜାତୀୟ ସ୍ୱାର୍ଥ ପାଇଁ ନୁହେଁ ବରଂ ବିଶ୍ୱ ସ୍ଥିରତା ଏବଂ ସମୃଦ୍ଧିରେ ମଧ୍ୟ ଯୋଗଦାନ କରେ।
ଆସନ୍ତୁ ଆମେ ନିଶ୍ଚିତ କରିବା ଯେ ଭାରତ ଏବଂ ଇସ୍ରାଏଲ ମଧ୍ୟରେ ବନ୍ଧୁତା ଏକ ଅନିଶ୍ଚିତ ବିଶ୍ୱରେ ଶକ୍ତିର ଉତ୍ସ ହୋଇ ରହିବ।
ଅମ ୟିସରାଏଲ ଚାଇ।
ଜୟ ହିନ୍ଦ।
ଧନ୍ୟବାଦ।
******
PS
Addressing the Knesset. Do watch my speech. @KnessetENG https://t.co/a8V6Ah5HwY
— Narendra Modi (@narendramodi) February 25, 2026
I bring with me the greetings of 1.4 billion Indians and a message of friendship, respect and partnership: PM @narendramodi at the Knesset pic.twitter.com/9SL3bQjr5Y
— PMO India (@PMOIndia) February 25, 2026
I am very happy to be here again, returning to a land to which I have always felt drawn.
— PMO India (@PMOIndia) February 25, 2026
After all, I was born on the same day that India formally recognised Israel – September 17, 1950: PM @narendramodi at the Knesset pic.twitter.com/4gotvXEsy8
Nothing can justify terrorism: PM @narendramodi pic.twitter.com/VuwpULEjXF
— PMO India (@PMOIndia) February 25, 2026
Countering terrorism requires sustained and coordinated global action, because terror anywhere threatens peace everywhere: PM @narendramodi pic.twitter.com/iUK05sBJi7
— PMO India (@PMOIndia) February 25, 2026
Jewish communities have lived in India without fear of persecution or discrimination.
— PMO India (@PMOIndia) February 25, 2026
They have preserved their faith and participated fully in society: PM @narendramodi at the Knesset pic.twitter.com/cDML2cljFB
The Holocaust stands as one of humanity’s darkest chapters. Yet, even in those turbulent years, some acts of humanity stood out.
— PMO India (@PMOIndia) February 25, 2026
The Maharaja of Nawanagar in Gujarat, also known as the Jam Saheb, offered refuge to Polish children, including Jewish children, who had nowhere else… pic.twitter.com/ptX3SKezs6
In Israel, the principle of Tikkun Olam speaks of healing the world.
— PMO India (@PMOIndia) February 25, 2026
In India, Vasudhaiva Kutumbakam affirms that the world is one family. pic.twitter.com/QhzqqpjHAn
I bring with me the greetings of 1.4 billion Indians and a message of friendship, respect and partnership. pic.twitter.com/fD3P1spB29
— Narendra Modi (@narendramodi) February 25, 2026
We feel your pain.
— Narendra Modi (@narendramodi) February 25, 2026
We share your grief. pic.twitter.com/mmYDPjwwP3
In India, there is great admiration for Israel’s resolve, courage and achievements. pic.twitter.com/pjXIaU5PIt
— Narendra Modi (@narendramodi) February 25, 2026
Historical connect between India and Israel… pic.twitter.com/qnGC88oySx
— Narendra Modi (@narendramodi) February 25, 2026
May the India-Israel friendship remain a source of strength in an uncertain world. pic.twitter.com/aLRDcNJXB1
— Narendra Modi (@narendramodi) February 25, 2026