ପିଏମଇଣ୍ଡିଆ
ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀଗଣ, ଉତ୍ତର ପ୍ରଦେଶ ବିଜେପି ସଭାପତି ଭୂପେନ୍ଦ୍ର ଚୌଧୁରୀ , ଶିଳ୍ପ ଜଗତର ସମସ୍ତ ବନ୍ଧୁ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ସଜ୍ଜନଗଣ।
ମୁଁ ୟୁପି ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରଦର୍ଶନୀକୁ ଆସିଥିବା ସମସ୍ତ ବ୍ୟବସାୟୀ, ନିବେଶକ, ଉଦ୍ୟୋଗୀ ଏବଂ ଯୁବ ବନ୍ଧୁମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି। ମୁଁ ବହୁତ ଖୁସି ଯେ ୨,୨୦୦ ରୁ ଅଧିକ ପ୍ରଦର୍ଶକ ସେମାନଙ୍କର ଉତ୍ପାଦ ଏବଂ ସେବା ପ୍ରଦର୍ଶନ କରୁଛନ୍ତି। ଏଥର, ବାଣିଜ୍ୟ ପ୍ରଦର୍ଶନୀରେ ଦେଶର ସହଭାଗୀ ହେଉଛି ରୁଷ। ଏହାର ଅର୍ଥ ହେଉଛି ଏହି ବାଣିଜ୍ୟ ପ୍ରଦର୍ଶନୀରେ, ଆମେ ଏକ ଦୀର୍ଘକାଳୀନ ସହଯୋଗକୁ ସହଭାଗୀତାକୁ ଆହୁରି ମଜବୁତ କରୁଛୁ। ମୁଁ ମୁଖ୍ୟମନ୍ତ୍ରୀ ଯୋଗୀ, ଅନ୍ୟ ସମସ୍ତ ସରକାରୀ ସହକର୍ମୀ ଏବଂ ଅଂଶୀଦାରମାନଙ୍କୁ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଅଭିନନ୍ଦନ ଜଣାଉଛି।
ବନ୍ଧୁଗଣ,
ଆଜି ଆମର ମାର୍ଗଦର୍ଶକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମବାର୍ଷିକୀ। ଦୀନଦୟାଲ ଉପାଧ୍ୟାୟ ଆମକୁ ଅନ୍ତ୍ୟୋଦୟର ପଥ ଦେଖାଇଥିଲେ। ଅନ୍ତ୍ୟୋଦୟ ଅର୍ଥ ହେଉଛି ତଳସ୍ତରର ଲୋକଙ୍କର ଉର୍ନ୍ନତି ହେବା । ବିକାଶ ଗରିବରୁ ଗରିବ ଲୋକଙ୍କ ପାଖରେ ପହଞ୍ଚିବା ଉଚିତ ଏବଂ ସମସ୍ତ ଭେଦଭାବକୁ ଦୂର କରିବା ଉଚିତ। ଏହା ହେଉଛି ଅନ୍ତ୍ୟୋଦୟ, ଏବଂ ଏହା ସାମାଜିକ ନ୍ୟାୟ ସହ ଦୃଢ଼ ଭାବରେ ସନ୍ନିହିତ। ଆଜି, ଭାରତ ବିଶ୍ୱକୁ ବିକାଶର ଏହି ମଡେଲ ପ୍ରଦାନ କରୁଛି।
ବନ୍ଧୁଗଣ,
ମୁଁ ଆପଣଙ୍କୁ ଏକ ଉଦାହରଣ ଦେବି। ଆଜି, ଆମର ଫିନଟେକ୍ କ୍ଷେତ୍ର ବିଶ୍ୱ ସ୍ତରରେ ବ୍ୟାପକ ଭାବରେ ଆଲୋଚନାର ବିଷୟବସ୍ତୁ ହୋଇଛି। ଏହି ଫିନଟେକ୍ କ୍ଷେତ୍ରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯେ ଏହା ସମ୍ମିଳିତ ବିକାଶକୁ ବହୁଳ ଭାବରେ ମଜବୁତ ଏବଂ ପ୍ରୋତ୍ସାହିତ କରିଛି। ଭାରତ ଏପରି ଖୋଲା ପ୍ଲାଟଫର୍ମ ସୃଷ୍ଟି କରିଛି ଯାହା ସମସ୍ତଙ୍କୁ ସାଙ୍ଗରେ ନେଇଥାଏ। ୟୁପିଆଇ, ଆଧାର, ଡିଜି ଲକର ଏବଂ ଓଏନଡିସି ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରେ। ଏହାର ଅର୍ଥ ହେଉଛି ସମସ୍ତଙ୍କ ପାଇଁ ପ୍ଲାଟଫର୍ମ ଓ ମସ୍ତଙ୍କ ପାଇଁ ପ୍ରଗତି। ଆଜି, ଏହାର ପ୍ରଭାବ ଭାରତର ସବୁ ସ୍ଥାନରେ ଦୃଶ୍ୟମାନ ହେଉଛି। ଏକ ମଲରେ ଜଣେ ଦୋକାନୀ ମଧ୍ୟ ୟୁପିଆଇ ବ୍ୟବହାର କରନ୍ତି, ଏବଂ ରାସ୍ତାରେ ଜଣେ ଚା ବିକ୍ରେତା ମଧ୍ୟ ୟୁପିଆଇ ବ୍ୟବହାର କରନ୍ତି। ଆନୁଷ୍ଠାନିକ କ୍ରେଡିଟ୍, ଯାହା ପୂର୍ବରୁ କେବଳ ବଡ଼ କମ୍ପାନୀଗୁଡ଼ିକ ପାଇଁ ଉପଲବ୍ଧ ଥିଲା, ତାହା ଏବେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ମାଧ୍ୟମରେ ରାସ୍ତା କଦାର ବିକ୍ରେତାମାନଙ୍କ ପାଖରେ ମଧ୍ୟ ପହଞ୍ଚୁଛି।
ଏପରି ଏକ ଉଦାହରଣ ହେଉଛି ସରକାରୀ ଇ-ମାର୍କେଟପ୍ଲେସ୍, ବା GeM। ଗୋଟିଏ ସମୟ ଥିଲା ଯେତେବେଳେ ସରକାରଙ୍କୁ ସମସ୍ତ ସାମଗ୍ରୀ ବିକ୍ରୟ କରିବା ଦାୟିତ୍ୱ କେବଳ ବଡ଼ ବଡ ଖେଳାଳିମାନଙ୍କ ଅଧୀନରେ ଥିଲା, ଏବଂ ଏହା ସେମାନଙ୍କ ନିୟନ୍ତ୍ରଣରେ ଥିଲା। କିନ୍ତୁ ଆଜି, ପ୍ରାୟ ୨.୫ ନିୟୁତ ବିକ୍ରେତା ଏବଂ ସେବା ପ୍ରଦାନକାରୀ ଇ-ମାର୍କେଟପ୍ଲେସ୍ ପୋର୍ଟାଲ୍ ସହିତ ଯୋଡ଼ି ହୋଇଛନ୍ତି ଏବଂ ସରକାରଙ୍କୁ ସାମଗ୍ରୀ ଯୋଗାଣ କରୁଛନ୍ତି। ଏହି ଯେଉଁମାନେ ଭାରତ ସରକାରଙ୍କ ଆବଶ୍ୟକତା ଅନୁଯାୟୀ, ସେମାନଙ୍କର ସାମଗ୍ରୀ ସିଧାସଳଖ ଭାରତ ସରକାରଙ୍କୁ ବିକ୍ରି କରୁଛନ୍ତି ଏବଂ ସରକାର ସେମାନଙ୍କୁ କ୍ରୟ କରୁଛନ୍ତି। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତ ସରକାର ଏପର୍ଯ୍ୟନ୍ତ ଇ-ମାର୍କେଟପ୍ଲେସ୍ ମାଧ୍ୟମରେ ୧୫ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଏବଂ ସେବା କିଣିଛନ୍ତି। ଏହି ପୋର୍ଟାଲ୍ରେ ଆମର ଏମଏସଏମଇ (ଛୋଟ ଶିଳ୍ପ) ଠାରୁ ପ୍ରାୟ ୭ ଲକ୍ଷ କୋଟି ଟଙ୍କାର ସାମଗ୍ରୀ କିଣାଯାଇଛି। ପୂର୍ବ ସରକାରମାନଙ୍କ ସମୟରେ ଏହା କଳ୍ପନା କରାଯାଇ ନଥିଲା, କିନ୍ତୁ ଆଜି, ଦେଶର ଦୂରଦୂରାନ୍ତରେ ଥିବା ଛୋଟ ଦୋକାନୀମାନେ ମଧ୍ୟ ଇ-ମାର୍କେଟପ୍ଲେସ୍ ପୋର୍ଟାଲ୍ରେ ସେମାନଙ୍କର ସାମଗ୍ରୀ ବିକ୍ରୟ କରୁଛନ୍ତି ଏବଂ ଏହା ପ୍ରକୃତ ଅର୍ଥରେ ଅନ୍ତ୍ୟୋଦୟ, ଏହା ବିକାଶର ମୂଳଦୁଆ।
ବନ୍ଧୁଗଣ,
ଆଜି, ଭାରତ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ହେବାର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛି। ବିଶ୍ୱ ସାମ୍ନାରେ ଥିବା ବାଧା ଏବଂ ଅନିଶ୍ଚିତତା ସତ୍ତ୍ୱେ, ଭାରତର ଅଭିବୃଦ୍ଧି ପ୍ରଭାବଶାଳୀ। ବାଧା ଆମକୁ ବିଚଳିତ କରେ ନାହିଁ, ବରଂ, ଆମେ ସେହି ପରିସ୍ଥିତି ମଧ୍ୟରେ ନୂତନ ଦିଗ ଖୋଜୁ, ନୂତନ ଦିଗ ପାଇଁ ସୁଯୋଗ ଖୋଜୁ। ତେଣୁ, ଏହି ବାଧା ମଧ୍ୟରେ, ଭାରତ ଆଗାମୀ ଦଶନ୍ଧି ପାଇଁ ମୂଳଦୁଆକୁ ମଜବୁତ କରୁଛି ଏବଂ ଏଥିରେ, ଆମର ସଂକଳ୍ପ, ଆମର ମନ୍ତ୍ର, ଆତ୍ମନିର୍ଭରଶୀଳ ଭାରତକୁ ଆହୁରି ସୁଦୃଢ କରୁଛି। ଅଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହେବାଠାରୁ ବଡ଼ ଅସହାୟତା ଆଉ କିଛି ହୋଇପାରେ ନାହିଁ। ଏହି ପରିବର୍ତ୍ତିତ ବିଶ୍ୱରେ, ଏକ ଦେଶ ଯେତେ ଅଧିକ ଅନ୍ୟମାନଙ୍କ ଉପରେ ନିର୍ଭର କରେ, ତାହାର ଅଭିବୃଦ୍ଧି ସେତେ ଅଧିକ ବିପଦଜନକ ହେବ। ତେଣୁ, ଭାରତ ଭଳି ଦେଶ ଆଉ କାହା ଉପରେ ନିର୍ଭର କରିବ ତାହା ଗ୍ରହଣୀୟ ନୁହେଁ। ତେଣୁ, ଭାରତକୁ ଆତ୍ମନିର୍ଭରଶୀଳ ହେବାକୁ ପଡିବ। ପ୍ରତ୍ୟେକ ଉତ୍ପାଦ ଯାହା ଆମେ ଭାରତରେ ଉତ୍ପାଦନ କରିପାରିବା,ତାହା ଆମକୁ ଭାରତରେ ହିଁ ଉତ୍ପାଦନ କରିବାକୁ ପଡିବ। ଆଜି, ମୋ ସମ୍ମୁଖରେ, ଏତେ ଉଦ୍ୟୋଗୀ ଏବଂ ବ୍ୟବସାୟୀମାନେ ଅଛନ୍ତି। ଆପଣମାନେ ଏହି ଆତ୍ମନିର୍ଭରଶୀଳ ଭାରତ ଅଭିଯାନରେ ଏକ ବଡ଼ ଅଂଶୀଦାର। ମୁଁ ଆଜି ଆପଣଙ୍କୁ ଅନୁରୋଧ କରୁଛି: ଆପଣଙ୍କର ବ୍ୟବସାୟ ମଡେଲକୁ ଏପରି ଭାବରେ ବିକଶିତ କରନ୍ତୁ ଯାହା ଏକ ଆତ୍ମନିର୍ଭରଶୀଳ ଭାରତକୁ ଆହୁରି ମଜବୁତ କରିବ।
ବନ୍ଧୁଗଣ,
ଆପଣମାନେ ସମସ୍ତେ ଜାଣନ୍ତି ଯେ ସରକାର ମେକ୍ ଇନ୍ ଇଣ୍ଡିଆ ଏବଂ ସ୍ବଦେଶୀ ଉତ୍ପାଦନ ଉପରେ କେତେ ଗୁରୁତ୍ୱ ଦେଉଛନ୍ତି। ଆମେ ଭାରତରେ ଚିପ୍ସଠାରୁ ଜାହାଜ ପର୍ଯ୍ୟନ୍ତ ସବୁକିଛି ଉତ୍ପାଦନ କରିବାକୁ ଚାହୁଁଛୁ। ସେଥିପାଇଁ ଆମେ ଆପଣଙ୍କର ବ୍ୟବସାୟ କରିବାର ସହଜତାକୁ ଉନ୍ନତ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛୁ। ସରକାର ୪୦୦୦୦ ରୁ ଅଧିକ ଅନୁପାଳନକୁ ହଟାଇ ଦେଇଛନ୍ତି। ସରକାର ଶହ ଶହ ନିୟମକୁ ଅପରାଧମୁକ୍ତ କରିଛନ୍ତି ଯାହା ବ୍ୟବସାୟରେ ଛୋଟ ଛୋଟ ଭୁଲ ପାଇଁ ମଧ୍ୟ ଆପଣଙ୍କ ବିରୁଦ୍ଧରେ ମାମଲା ଦାୟର କରୁଥିଲା। ସରକାର ଆପଣଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଚାଲିଛନ୍ତି ।
ବନ୍ଧୁଗଣ,
ମୋର ମଧ୍ୟ କିଛି ଆଶା ଅଛି, ଯାହା ମୁଁ ନିଶ୍ଚିତ ଭାବରେ ଆପଣଙ୍କ ସହିତ ବାଣ୍ଟିବି। ଆପଣ ଯାହା ବି ତିଆରି କରନ୍ତି ତାହା ସର୍ବୋଚ୍ଚ ଗୁଣବତ୍ତା ଏବଂ ସର୍ବୋତ୍ତମରୁ ସର୍ବୋତ୍ତମ ହେବା ଉଚିତ। ଆଜି, ଦେଶବାସୀ ଏହା ମନେ ରଖିଛନ୍ତି ଯେ ସ୍ୱଦେଶୀ ଉତ୍ପାଦର ଗୁଣବତ୍ତା ନିରନ୍ତର ଉନ୍ନତ ହେବା ଉଚିତ, ସେଗୁଡ଼ିକ ବ୍ୟବହାରକାରୀ ଅନୁକୂଳ ହେବା ଉଚିତ ଏବଂ ଦୀର୍ଘ ସମୟ ପାଇଁ ଉପଯୋଗୀ ହେବା ଉଚିତ। ତେଣୁ, ଗୁଣବତ୍ତା ସହିତ କୌଣସି ସାଲିସ କରାଯିବା ଉଚିତ ନୁହେଁ। ଆଜି, ଦେଶର ପ୍ରତ୍ୟେକ ନାଗରିକ ସ୍ୱଦେଶୀ ଉତ୍ପାଦ ସହିତ ଯୋଡ଼ି ହେଉଛନ୍ତି, ସେମାନେ ସ୍ୱଦେଶୀ ଜିନିଷ କିଣିବାକୁ ଚାହୁଁଛନ୍ତି, ଗର୍ବର ସହିତ କହୁଛନ୍ତି, “ଏହା ସ୍ୱଦେଶୀ।” ଆମେ ସବୁଠି ଏହି ଭାବନା ଅନୁଭବ କରୁଛୁ। ଆମର ବ୍ୟବସାୟୀମାନେ ମଧ୍ୟ ଏହି ମନ୍ତ୍ରକୁ ଗ୍ରହଣ କରିବା ଉଚିତ। ଭାରତରେ ଯାହା ଉପଲବ୍ଧ ତାହା ଆମକୁ ପ୍ରାଥମିକତା ଦେବା ଉଚିତ।
ବନ୍ଧୁଗଣ,
ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଗବେଷଣା। ଆମକୁ ଗବେଷଣାରେ ନିବେଶ ବୃଦ୍ଧି କରିବାକୁ ପଡିବ, ଏହାକୁ ଅଧିକରୁ ଅଧିକ ଭାବରେ ବୃଦ୍ଧି କରିବାକୁ ପଡିବ। ନବସୃଜନ ବିନା ବିଶ୍ୱ ସ୍ଥଗିତ ହୋଇଯାଏ, ବ୍ୟବସାୟ ସ୍ଥଗିତ ହୋଇଯାଏ, ଜୀବନ ସ୍ଥଗିତ ହୋଇଯାଏ। ସରକାର ଏହାକୁ ସମାଧାନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଏବେ, ଗବେଷଣାରେ ଘରୋଇ ନିବେଶକୁ ଉତ୍ସାହିତ କରିବା ପାଇଁ ସମସ୍ତଙ୍କୁ ଆଗକୁ ବଢିବାକୁ ପଡିବ। ଏହା ସମୟର ଆବଶ୍ୟକତା। ଆମକୁ ସ୍ୱଦେଶୀ ଗବେଷଣା, ସ୍ୱଦେଶୀ ଡିଜାଇନ୍ ଏବଂ ବିକାଶର ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମ ସୃଷ୍ଟି କରିବାକୁ ପଡିବ ।
ବନ୍ଧୁଗଣ,
ଆମର ଉତ୍ତର ପ୍ରଦେଶ ମଧ୍ୟ ପ୍ରଚୁର ନିବେଶ ସମ୍ଭାବନାରେ ପରିପୂର୍ଣ୍ଣ। ଗତ କିଛି ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶରେ ଘଟିଥିବା ସଂଯୋଗ ବିପ୍ଳବ ଲଜିଷ୍ଟିକ୍ସ ଖର୍ଚ୍ଚକୁ ଯଥେଷ୍ଟ ହ୍ରାସ କରିଛି। ଉତ୍ତର ପ୍ରଦେଶ ଦେଶରେ ସର୍ବାଧିକ ସଂଖ୍ୟକ ଏକ୍ସପ୍ରେସୱେ ଥିବା ରାଜ୍ୟ ପାଲଟିଛି। ଉତ୍ତର ପ୍ରଦେଶରେ ଦେଶରେ ସର୍ବାଧିକ ସଂଖ୍ୟକ ଅନ୍ତର୍ଜାତୀୟ ବିମାନବନ୍ଦର ଅଛି ଏବଂ ଏହା ଦେଶର ଦୁଇଟି ପ୍ରମୁଖ ସମର୍ପିତ ମାଲ ପରିବହନ କରିଡରର କେନ୍ଦ୍ର ପାଲଟିଛି । ଉତ୍ତର ପ୍ରଦେଶ ଐତିହ୍ୟ ପର୍ଯ୍ୟଟନରେ ମଧ୍ୟ ଏକ ନମ୍ବର। ନମାମି ଗଙ୍ଗେ ଭଳି ପଦକ୍ଷେପ ଉତ୍ତର ପ୍ରଦେଶକୁ କ୍ରୁଜ୍ ପର୍ଯ୍ୟଟନ ମାନଚିତ୍ରରେ ରଖିଛି ଏବଂ ଏହାର ସ୍ଥାନ ପ୍ରତିଷ୍ଠା କରିଛି। ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ ଉତ୍ତର ପ୍ରଦେଶର ଅନେକ ଜିଲ୍ଲାରୁ ଉତ୍ପାଦକୁ ଅନ୍ତର୍ଜାତୀୟ ବଜାରକୁ ଆଣିଛି ଏବଂ ମୋତେ ବିଦେଶୀ ଅତିଥିମାନଙ୍କୁ ଭେଟିବାକୁ ପଡ଼େ, ତେଣୁ ଆଜିକାଲି ମୋତେ ସେମାନଙ୍କୁ କ’ଣ ଦେବି ସେ ବିଷୟରେ ବହୁତ ଚିନ୍ତା କରିବାକୁ ପଡ଼େ ନାହିଁ। ଆମର ଦଳ ଏହି ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ ତାଲିକାକୁ ଦେଖେ, ଏବଂ ମୁଁ କେବଳ ସେଗୁଡ଼ିକୁ ସାରା ବିଶ୍ୱର ଲୋକଙ୍କୁ ଦିଏ।
ବନ୍ଧୁଗଣ,
ଉତ୍ତର ପ୍ରଦେଶ ମଧ୍ୟ ଉତ୍ପାଦନରେ ନୂତନ ରେକର୍ଡ ସ୍ଥାପନ କରୁଛି। ଉଦାହରଣ ସ୍ୱରୂପ, ଇଲେକ୍ଟ୍ରୋନିକ୍ସ ଏବଂ ମୋବାଇଲ୍ ଫୋନ୍ ନିର୍ମାଣ କ୍ଷେତ୍ରରେ, ଭାରତ ଗତ ଦଶନ୍ଧିରେ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଉତ୍ପାଦକ ହୋଇସାରିଛି। ଏଥିରେ ଉତ୍ତର ପ୍ରଦେଶ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଆଜି, ଭାରତରେ ଉତ୍ପାଦିତ ହେଉଥିବା ପ୍ରାୟ ୫୫ ପ୍ରତିଶତ ମୋବାଇଲ୍ ଫୋନ୍ ଉତ୍ତର ପ୍ରଦେଶରେ ତିଆରି ହୁଏ। ଉତ୍ତର ପ୍ରଦେଶ ଏବେ ଅର୍ଦ୍ଧପରିବାହୀ କ୍ଷେତ୍ରରେ ମଧ୍ୟ ଭାରତର ଆତ୍ମନିର୍ଭରଶୀଳତାକୁ ସୁଦୃଢ଼ କରିବ। କିଛି କିଲୋମିଟର ଦୂରରେ ଏକ ବଡ଼ ସେମିକଣ୍ଡକ୍ଟର ସୁବିଧା ଉପରେ କାମ ଆରମ୍ଭ ହେବାକୁ ଯାଉଛି।
ବନ୍ଧୁଗଣ,
ପ୍ରତିରକ୍ଷା କ୍ଷେତ୍ର ହେଉଛି ଆଉ ଏକ ଉଦାହରଣ। ଆମର ସଶସ୍ତ୍ର ବାହିନୀ ସ୍ୱଦେଶୀ ଉତ୍ପାଦ ଚାହାଁନ୍ତି ଏବଂ ଅନ୍ୟମାନଙ୍କ ଉପରେ ନିର୍ଭରହେବାକୁ ଚାହୁଁନାହାନ୍ତି । ତେଣୁ, ଆମେ ଭାରତ ଭିତରେ ଏକ ସକ୍ରିୟ ପ୍ରତିରକ୍ଷା କ୍ଷେତ୍ର ବିକଶିତ କରୁଛୁ। ଆମେ ଏକ ଇକୋସିଷ୍ଟମ ସୃଷ୍ଟି କରୁଛୁ ଯେଉଁଠାରେ ପ୍ରତ୍ୟେକ ଉପାଦାନ “ମେଡ୍ ଇନ୍ ଇଣ୍ଡିଆ” ଲେବଲ୍ ବହନ କରେ। ରୁଷିଆର ସହଯୋଗରେ ନିର୍ମିତ ଏକ କାରଖାନାରେ ଏକେ-୨୦୩ ରାଇଫଲର ଉତ୍ପାଦନ ଖୁବ୍ ଶୀଘ୍ର ଆରମ୍ଭ ହେବ। ଉତ୍ତର ପ୍ରଦେଶରେ ଏକ ପ୍ରତିରକ୍ଷା କରିଡର ମଧ୍ୟ ନିର୍ମାଣ କରାଯାଉଛି, ଯେଉଁଠାରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ସମେତ ଅନେକ ଅସ୍ତ୍ରଶସ୍ତ୍ରର ଉତ୍ପାଦନ ଆରମ୍ଭ ହୋଇସାରିଛି। ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଉତ୍ତର ପ୍ରଦେଶରେ ନିବେଶ କରିବାକୁ ଏବଂ ଏଠାରେ ଉତ୍ପାଦନ କରିବାକୁ ଅନୁରୋଧ କରୁଛି। ଏଠାରେ ଲକ୍ଷ ଲକ୍ଷ ଏମଏସଏମଇ ମାନଙ୍କର ଏକ ଦୃଢ଼ ନେଟୱାର୍କ ଅଛି, ଏବଂ ଏହା ନିରନ୍ତର ବୃଦ୍ଧି ମଧ୍ୟ ପାଉଛି। ସେମାନଙ୍କର ସମ୍ଭାବନାକୁ ଉପଯୋଗ କରନ୍ତୁ ଏବଂ ଏଠାରେ ଏକ ସମ୍ପୂର୍ଣ୍ଣ ଉତ୍ପାଦ ନିର୍ମାଣ କରନ୍ତୁ। ଉତ୍ତର ପ୍ରଦେଶ ସରକାର ଏବଂ ଭାରତ ସରକାର ଆପଣଙ୍କ ସହିତ ଅଛନ୍ତି, ଏଥିପାଇଁ ସମସ୍ତ ପ୍ରକାରର ସମର୍ଥନ ଯୋଗାଇ ଦେଉଛନ୍ତି।
ବନ୍ଧୁଗଣ,
ଆଜି, ଭାରତ ଏହାର ଶିଳ୍ପ, ଏହାର ବ୍ୟବସାୟୀ ଏବଂ ଏହାର ନାଗରିକମାନଙ୍କ ସହିତ ଠିଆ ହୋଇଛି, ଯେଉଁମାନେ ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନ ପାଇଁ ପ୍ରତିବଦ୍ଧ। ମାତ୍ର ତିନି ଦିନ ପୂର୍ବେ, ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର କାର୍ଯ୍ୟକାରୀ କରାଯାଇଥିଲା। ଜିଏସଟିରେ ପରିବର୍ତ୍ତନଗୁଡ଼ିକ ହେଉଛି ସାଂରଚନିକ ସଂସ୍କାର ଯାହା ଭାରତକୁ ଏହାର ଅଭିବୃଦ୍ଧି କାହାଣୀକୁ ନୂତନ ସୁଯୋଗ ଦେବ। ଏହି ସଂସ୍କାରଗୁଡ଼ିକ ଜିଏସଟି ପଞ୍ଜୀକରଣକୁ ସରଳ କରିବ, ଟିକସ ବିବାଦ ହ୍ରାସ କରିବ ଏବଂ ଏମଏସଏମଇ ପାଇଁ ରିଫଣ୍ଡକୁ ତ୍ୱରାନ୍ୱିତ କରିବ। ଏହା ପ୍ରତ୍ୟେକ କ୍ଷେତ୍ରକୁ ଲାଭ ପହଞ୍ଚାଇବ। ଆପଣ ସମସ୍ତେ ତିନୋଟି ପରିସ୍ଥିତି ଅନୁଭବ କରିଛନ୍ତି: ଜିଏସଟି-ପୂର୍ବ, ଜିଏସଟି-ପରବର୍ତ୍ତୀ, ଏବଂ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ, ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର। ମୁଁ କିଛି ଉଦାହରଣ ଦେଇ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟକୁ ବୁଝାଇବାକୁ ଚାହେଁ। ମୁଁ ୨୦୧୪ ପୂର୍ବ ସମୟ ବିଷୟରେ କହୁଛି, ଆପଣ ମୋତେ ନିଯୁକ୍ତି ଦେବା ପୂର୍ବରୁ। ୨୦୧୪ ପୂର୍ବରୁ, ଏତେ ଟିକସ, ଏକ ଟିକସ ଜଟିଳତା ଥିଲା, ଏବଂ ଏହି କାରଣରୁ, ବ୍ୟବସାୟିକ ଖର୍ଚ୍ଚ ଓ ପରିବାରିକ ବଜେଟ୍ ଉଭୟ କେବେ ସନ୍ତୁଳିତ ହୋଇନଥିଲା; ସେଗୁଡ଼ିକୁ ନିୟନ୍ତ୍ରଣ କରିବା କଷ୍ଟକର ହେଉଥିଲା। ୧୦୦୦ ଟଙ୍କା ମୂଲ୍ୟର ସାର୍ଟ ଉପରେ, ମୁଁ ୨୦୧୪ ପୂର୍ବରୁ କଥା କହୁଛି, ଯଦି ଆପଣଙ୍କ ପାଖରେ ଏକ ପୁରୁଣା ବିଲ୍ ପଡ଼ି ରହିଛି ତେବେ ଏହାକୁ ବାହାର କରିଦେଖନ୍ତୁ , ୨୦୧୪ ପୂର୍ବରୁ, ୧୦୦୦ ଟଙ୍କା ମୂଲ୍ୟର ସାର୍ଟ ଉପରେ ୧୭୦ ଟଙ୍କା ଟିକସ ଲାଗୁ ହେଉଥିଲା। ଯେତେବେଳେ ଆମେ ୨୦୧୭ରେ ଜିଏସଟି ଲାଗୁ କରିଥିଲୁ, ଏହା ପରେ ଜିଏସଟି ହାର ୧୭୦ ଟଙ୍କାରୁ ହ୍ରାସ ପାଇ ୫୦ ଟଙ୍କା ହୋଇଥିଲା। ଅର୍ଥାତ୍, ପୂର୍ବରୁ ୧୦୦୦ ଟଙ୍କା ମୂଲ୍ୟର ସାର୍ଟ ଉପରେ ଟିକସ ୧୭୦ ଟଙ୍କା ଥିଲା, ଯେତେବେଳେ ଆମେ ୨୦୧୭ରେ ଜିଏସଟି ଲାଗୁ କରିଥିଲୁ, ତାହା ୫୦ ଟଙ୍କା ହୋଇଗଲା। ବର୍ତ୍ତମାନ ୨୨ ସେପ୍ଟେମ୍ବରରେ ଲାଗୁ ହୋଇଥିବା ହାର ପରେ, ୧୦୦୦ ଟଙ୍କା ମୂଲ୍ୟର ସମାନ ସାର୍ଟ ଉପରେ କେବଳ ୩୫ ଟଙ୍କା ଟିକସ ଦେବାକୁ ପଡିବ।
ବନ୍ଧୁଗଣ,
୨୦୧୪ ମସିହାରେ, ଯଦି କେହି ଟୁଥପେଷ୍ଟ, ସାମ୍ପୁ, କେଶ ତେଲ, କିମ୍ବା ଶେଭିଂ କ୍ରିମ ପାଇଁ୧୦୦ ଟଙ୍କା ଖର୍ଚ୍ଚ କରୁଥିଲେ, ତେବେ ସେମାନଙ୍କୁ ୩୧ଟଙ୍କା ଟିକସ ଦେବାକୁ ପଡୁଥିଲା – ପ୍ରତି ୧୦୦ ଟଙ୍କା ପାଇଁ ୩୧ଟଙ୍କା। ଏହାର ଅର୍ଥ ହେଉଛି ୧୦୦ ଟଙ୍କାର ବିଲ୍ ପାଇଁ ୧୩୧ ଟଙ୍କା ଦେବାକୁ ପଡୁଥିଲା । ମୁଁ ୨୦୧୪ ପୂର୍ବ ସମୟ ବିଷୟରେ କହୁଛି। ଯେତେବେଳେ ୨୦୧୭ରେ ଜିଏସଟି ଲାଗୁ ହୋଇଥିଲା, ସେହି ୧୦୦ଟଙ୍କା ଜିନିଷର ମୂଲ୍ୟ ୧୧୮ଟଙ୍କା ଥିଲା, ଯାହା ୧୩୧ ଟଙ୍କା ରୁ ହ୍ରାସ ପାଇ ୧୧୮ଟଙ୍କା ହୋଇଥିଲା। ଏହାର ଅର୍ଥ ହେଉଛି ପ୍ରତି ୧୦୦ଟଙ୍କା ବିଲ୍ ପାଇଁ ସିଧାସଳଖ ୧୩ ଟଙ୍କା ସଞ୍ଚୟ। ବର୍ତ୍ତମାନ, ଜିଏସଟି ର ପରବର୍ତ୍ତୀ ପିଢ଼ିରେ, ଅର୍ଥାତ୍ ଏଥର ହୋଇଥିବା ଜିଏସଟି ସଂସ୍କାରରେ, ଏଏହି ଜିନିଷଗୁଡ଼ିକର ମୂଲ୍ୟ ପ୍ରତି ୧୦୦ ଟଙ୍କାରେ ୫ ଟଙ୍କା ହୋଇ ୧୦୫ ଟଙ୍କା ହୋଇଗଲା।୧୩୧ ଟଙ୍କା ରୁ ୧୦୫ଟଙ୍କା । ଏହାର ଅର୍ଥ ହେଉଛି ୨୦୧୪ ପୂର୍ବ ତୁଳନାରେ ସାଧାରଣ ନାଗରିକଙ୍କ ପାଇଁ ପ୍ରତି ୧୦୦ଟଙ୍କା ପାଇଁ ୨୬ ଟଙ୍କା ସଞ୍ଚୟ। ହି ଉଦାହରଣରୁ ଆପଣ ବୁଝିପାରିବେ ଯେ ଏକ ପରିବାର ପ୍ରତି ମାସରେ ହାରାହାରି କେତେ ସଞ୍ଚୟ କରୁଛି। ଯଦି ଏକ ପରିବାର ସେମାନଙ୍କର ଆବଶ୍ୟକତା ପାଇଁ ସେମାନଙ୍କର ବାର୍ଷିକ ଖର୍ଚ୍ଚ ଗଣନା କରେ, ଧରିନିଏ ଯେ ସେମାନେ୨୦୧୪ ରେ ୧ ଲକ୍ଷ ଟଙ୍କାର ସାମଗ୍ରୀ କିଣିଛନ୍ତି, ଯଦି ସେମାନେ ୨୦୧୪ ପୂର୍ବରୁ ପ୍ରାୟ ୧ ଲକ୍ଷ ଟଙ୍କାର କ୍ରୟ କରିଥାନ୍ତେ, ତେବେ ସେମାନଙ୍କୁ ପ୍ରାୟ ୨୫୦୦୦ ଟଙ୍କା ଟିକସ ଦେବାକୁ ପଡ଼ିଥାନ୍ତା। ଯଦି ସେ ଗୋଟିଏ ବର୍ଷରେ ୧ ଲକ୍ଷ ଟଙ୍କାର ସାମଗ୍ରୀ କିଣିଥାନ୍ତେ, ତେବେ ୨୦୧୪ ପୂର୍ବରୁ ଅର୍ଥାତ ମୁଁ ଆସିବା ପୂର୍ବରୁ ଟିକସ ୨୫୦୦୦ ଟଙ୍କା ଥିଲା। ଆଜିକାଲି, ଅନେକ ଲୋକମାନେ ଏହି ବିବୃତ୍ତି ଦିଅନ୍ତି, ଦୟାକରି ସେମାନଙ୍କୁ କୁହନ୍ତୁ। କିନ୍ତୁ ବର୍ତ୍ତମାନ ପରବର୍ତ୍ତୀ ପିଢ଼ିର ଜିଏସଟି ପରେ, ସମାନ ପରିବାର ଉପରେ ବାର୍ଷିକ ଟିକସ ୨୫୦୦୦ ଟଙ୍କାରୁ ପ୍ରାୟ ୫୦୦୦ ରୁ ୬୦୦୦ ଟଙ୍କାକୁ ହ୍ରାସ ପାଇଛି। ୨୫୦୦୦ ରୁ ୫୦୦୦ ଟଙ୍କା, କାରଣ ବର୍ତ୍ତମାନ ଅଧିକାଂଶ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ କେବଳ ପାଞ୍ଚ ପ୍ରତିଶତ GST ଅଛି।
ବନ୍ଧୁଗଣ,
ଆମର ଗ୍ରାମୀଣ ଅର୍ଥନୀତିରେ ଟ୍ରାକ୍ଟରଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ୨୦୧୪ ପୂର୍ବରୁ, ଏକ ଟ୍ରାକ୍ଟର କିଣିବା ପାଇଁ ସତୁରି ହଜାର ଟଙ୍କାରୁ ଅଧିକ ଟିକସ ଖର୍ଚ୍ଚ ହେଉଥିଲା। ୨୦୧୪ ପୂର୍ବରୁ ଏହି ସମାନ ଟ୍ରାକ୍ଟରର ମୂଲ୍ୟ ସତୁରି ହଜାର ଟଙ୍କା ଥିଲା, କିନ୍ତୁ ଏବେ କେବଳ ତିରିଶ ହଜାର ଟଙ୍କା ଟିକସ ଆଦାୟ କରାଯାଉଛି। ଏହାର ଅର୍ଥ ହେଉଛି ଚାଷୀମାନେ ଗୋଟିଏ ଟ୍ରାକ୍ଟରରେ ସିଧାସଳଖ ଚାଳିଶ ହଜାର ଟଙ୍କାରୁ ଅଧିକ ସଞ୍ଚୟ କରୁଛନ୍ତି। ସେହିପରି, ତିନି ଚକିଆ ଯାନ ଗରିବ ଲୋକଙ୍କ ପାଇଁ ନିଯୁକ୍ତିର ଏକ ପ୍ରମୁଖ ଉତ୍ସ। ୨୦୧୪ ପୂର୍ବରୁ, ତିନି ଚକିଆ ଯାନ ଉପରେ ଟିକସ ପ୍ରାୟ ପଂଚାବନ ହଜାର ଟଙ୍କା ଥିଲା। ବର୍ତ୍ତମାନ, ସେହି ତିନି ଚକିଆ ଯାନ ଉପରେ ଜିଏସଟି ପ୍ରାୟ ପଇଁତିରିଶ ହଜାର ଟଙ୍କାକୁ ହ୍ରାସ ପାଇଛି, ଯାହାର ଅର୍ଥ ହେଉଛି ସିଧାସଳଖ କୋଡ଼ିଏ ହଜାର ଟଙ୍କା ସଞ୍ଚୟ। ସେହିପରି, କମ୍ ଜିଏସଟି ଯୋଗୁଁ, ସ୍କୁଟରଗୁଡ଼ିକ ୨୦୧୪ ତୁଳନାରେ ପ୍ରାୟ ଆଠ ହଜାର ଟଙ୍କା ଏବଂ ମୋଟରସାଇକେଲ ପ୍ରାୟ ନଅ ହଜାର ଟଙ୍କା ଶସ୍ତା ହୋଇଛି। ଏହାର ଅର୍ଥ ହେଉଛି ଗରିବ, ନବ-ମଧ୍ୟବିତ୍ତ ବର୍ଗ ଏବଂ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ସଞ୍ଚୟ ହୋଇଛି।
କିନ୍ତୁ ବନ୍ଧୁଗଣ,
ଏହା ସତ୍ତ୍ୱେ, କିଛି ରାଜନୈତିକ ଦଳ ଦେଶର ଜନତାଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି। କଂଗ୍ରେସ ଏବଂ ଏହାର ସହଯୋଗୀ ଦଳ ୨୦୧୪ ପୂର୍ବରୁ ଚଳାଇଥିବା ସରକାରଙ୍କ ବିଫଳତାକୁ ଲୁଚାଇବା ପାଇଁ ଜନସାଧାରଣଙ୍କୁ ମିଛ କହୁଛନ୍ତି। ସତ୍ୟ ହେଉଛି କଂଗ୍ରେସ ସରକାର ସମୟରେ ଟିକସ ଚୋରି ବ୍ୟାପକ ଥିଲା, ଏବଂ ଟଙ୍କା ମଧ୍ୟ ଲୁଟ ହେଉଥିଲା। ଦେଶର ସାଧାରଣ ନାଗରିକ ଟିକସର ବୋଝରେ ଚାପି ହେଉଥିଲେ। ଏହା ହେଉଛି ଆମର ସରକାର ଯାହା ଟିକସକୁ ଯଥେଷ୍ଟ ହ୍ରାସ କରିଛି, ମୁଦ୍ରାସ୍ଫୀତି ହ୍ରାସ କରିଛି। ଆମେ ଦେଶର ଲୋକଙ୍କ ଆୟ ବୃଦ୍ଧି କରିଛୁ ଏବଂ ସଞ୍ଚୟ ମଧ୍ୟ ବୃଦ୍ଧି କରିଛୁ। ୨୦୧୪ ରେ ଯେତେବେଳେ ସେମାନଙ୍କ ସରକାର କ୍ଷମତାରେ ଥିଲା, ସେତେବେଳେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ ଉପଲବ୍ଧ ଥିଲା, କିନ୍ତୁ କେବଳ୨ ଲକ୍ଷ ଟଙ୍କା। ଆଜି, ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ କରମୁକ୍ତ କରିବା ଏବଂ ନୂତନ ଜିଏସଟି ସଂସ୍କାର ଏହି ବର୍ଷ ଦେଶର ଲୋକଙ୍କ ପାଇଁ୨.୫ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିବାକୁ ଯାଉଛି। ଦେଶବାସୀଙ୍କ ପକେଟରେ ୨.୫ ଲକ୍ଷ କୋଟି ଟଙ୍କା ସଞ୍ଚୟ ହେବ ଏବଂ ସେଥିପାଇଁ ଦେଶ ଆଜି ଗର୍ବର ସହିତ ଜିଏସଟି ପାଳନ କରୁଛି। ଜିଏସଟି ସଞ୍ଚୟ ମହୋତ୍ସବ ପାଳନ କରୁଛୁ। ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ଆମେ ଏଠାରେ ଅଟକି ଯିବୁ ନାହିଁ। ୨୦୧୭ ମସିହାରେ ଆମେ ଜିଏସଟି ପ୍ରଚଳନ କରି ଅର୍ଥନୀତିକୁ ସୁଦୃଢ଼ କରିଥିଲୁ। ୨୦୨୫ ମସିହାରେ ଆମେ ଏହାକୁ ପୁନଃପ୍ରବର୍ତ୍ତନ କରି ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବୁ। ଆର୍ଥିକ ଶକ୍ତି ବୃଦ୍ଧି ପାଇବା ସହିତ ଟିକସ ବୋଝ ହ୍ରାସ ପାଇବ। ଆମ ଦେଶବାସୀଙ୍କ ଆଶୀର୍ବାଦରେ, ଜିଏସଟି ସଂସ୍କାର ପ୍ରକ୍ରିୟା ଜାରି ରହିବ।
ବନ୍ଧୁଗଣ,
ଆଜି ଭାରତରେ ସଂସ୍କାର ପାଇଁ ଦୃଢ଼ ଇଚ୍ଛାଶକ୍ତି ଅଛି, ଆମର ଗଣତାନ୍ତ୍ରିକ ଏବଂ ରାଜନୈତିକ ସ୍ଥିରତା ଅଛି, ଏବଂ ନୀତିଗତ ପୂର୍ବାନୁମାନ ମଧ୍ୟ ଅଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତରେ ଏକ ବହୁତ ବଡ଼ ଯୁବ ଏବଂ ଦକ୍ଷ କାର୍ଯ୍ୟଶକ୍ତି ଏବଂ ଏକ ଗତିଶୀଳ ଯୁବ ଗ୍ରାହକ ଆଧାର ଅଛି। ଏଏହି ସମସ୍ତ ଜିନିଷ ବିଶ୍ୱର କୌଣସି ଅଞ୍ଚଳରେ, ଅର୍ଥାତ୍, ଗୋଟିଏ ସ୍ଥାନରେ, ବିଶ୍ୱର କୌଣସି ଦେଶରେ ଏକାଠି ଉପସ୍ଥିତ ନାହିଁ। ଭାରତରେ ସବୁକିଛି ଅଛି। ବିଶ୍ୱର ଯେକୌଣସି ନିବେଶକ କିମ୍ବା କମ୍ପାନୀ ସେମାନଙ୍କର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାକୁ ଚାହୁଁଥିବା ପାଇଁ, ଭାରତରେ ନିବେଶ କରିବା ହେଉଛି ସବୁଠାରୁ ଆକର୍ଷଣୀୟ ବିକଳ୍ପ। ତେଣୁ, ଭାରତ ଏବଂ ଉତ୍ତର ପ୍ରଦେଶରେ ନିବେଶ କରିବା ଆପଣଙ୍କ ପାଇଁ ଏକ ବିଜୟ-ଜୟ ପରିସ୍ଥିତି ହେବ। ମିଳିତ ଭାବରେ, ଆମର ପ୍ରୟାସ ଏକ ବିକଶିତ ଭାରତ ଏବଂ ଏକ ବିକଶିତ ଉତ୍ତର ପ୍ରଦେଶ ନିର୍ମାଣ କରିବା । ପୁଣି ଥରେ, ମୁଁ ଆପଣମାନଙ୍କୁ ଆନ୍ତର୍ଜାତୀୟ ବାଣିଜ୍ୟ ପ୍ରଦର୍ଶନୀ ପାଇଁ ଶୁଭକାମନା ଜଣାଉଛି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
*****
SPD
Speaking at the Uttar Pradesh International Trade Show in Greater Noida, which showcases the state's rich heritage, robust MSMEs and fast-emerging industries. https://t.co/Ak5W0CWy5E
— Narendra Modi (@narendramodi) September 25, 2025
Platforms for All, Progress for All. pic.twitter.com/DuZe3M2vyL
— PMO India (@PMOIndia) September 25, 2025
Despite global disruptions and uncertainty, India's growth remains remarkable. pic.twitter.com/O8jgovHPzi
— PMO India (@PMOIndia) September 25, 2025
India must become self-reliant. Every product that can be made in India should be made in India. pic.twitter.com/1eDK1mPQB2
— PMO India (@PMOIndia) September 25, 2025
In India, we are developing a vibrant defence sector, creating an ecosystem where every component bears the mark of 'Made in India.' pic.twitter.com/G1dDTA2OrO
— PMO India (@PMOIndia) September 25, 2025
The structural reforms in GST are set to give new wings to India's growth story. pic.twitter.com/ZRBZ7rNjsi
— PMO India (@PMOIndia) September 25, 2025
अंत्योदय यानि जो सबसे आखिरी में है, उसका उदय, यही विकास के हमारे मॉडल का आधार है। Fintech sector हो, GeM हो या फिर PM स्वनिधि से रेहड़ी-ठेले वालों को मिल रही मदद, बीते वर्षों में हमने निरंतर समावेशी विकास को बढ़ावा दिया है। pic.twitter.com/bpcebM19iI
— Narendra Modi (@narendramodi) September 25, 2025
भारत जैसे देश को किसी पर निर्भर रहना अब मंजूर नहीं है। इसलिए भारत को अब आत्मनिर्भर बनाना ही होगा। pic.twitter.com/VVLr5ZHAJN
— Narendra Modi (@narendramodi) September 25, 2025
बीते कुछ वर्षों में उत्तर प्रदेश में कनेक्टिविटी से लेकर मैन्युफैक्चरिंग सेक्टर में जो क्रांति हुई है, वो अद्भुत है। यहां लाखों MSMEs का एक मजबूत नेटवर्क है। इसलिए यहां निवेश को लेकर मेरा यह विशेष आग्रह… pic.twitter.com/f3aVjQY4cv
— Narendra Modi (@narendramodi) September 25, 2025
देश आज गर्व के साथ GST बचत उत्सव मना रहा है, लेकिन हम यहीं नहीं रुकने वाले हैं। जैसे-जैसे आर्थिक मजबूती बढ़ेगी, टैक्स का बोझ कम होता जाएगा। pic.twitter.com/GANwtfXVnT
— Narendra Modi (@narendramodi) September 25, 2025