ପିଏମଇଣ୍ଡିଆ

ମୋର ପ୍ରିୟ ଭାଇ ଓ ଭଉଣୀମାନେ,
ଆଜି ସମଗ୍ର ବିଶ୍ୱ ଖ୍ରୀଷ୍ଟମାସର ପର୍ବ ପାଳନ କରୁଛି । ଭଗବାନ ଯୀଶୁଙ୍କର ପ୍ରେମ ଆଉ କରୁଣାର ସନ୍ଦେଶ ହେଉଛି ମାନବ ଜାତିର କଲ୍ୟାଣ ପାଇଁ ଏକ ଉତ୍ତମରୁ ଉତ୍ତମ ମାର୍ଗ । ସମଗ୍ର ବିଶ୍ୱକୁ ଏହି ପବିତ୍ର ଖ୍ରୀଷ୍ଟମାସର ପର୍ବ ପାଇଁ ବହୁତ-ବହୁତ ଶୁଭକାମନା । ଆଜି ଦୁଇ ଜଣ ଭାରତ ରତ୍ନ, ତାଙ୍କର ମଧ୍ୟ ଜନ୍ମଦିନ । ଜଣେ ଭାରତରତ୍ନ ମହାମନା ମଦନ ମୋହନ ମାଲବ୍ୟ ଆଉ ଅନ୍ୟ ଜଣକ ହେଉଛନ୍ତି ଭାରତ ରତ୍ନ ଶ୍ରୀମାନ ଅଟଳ ବିହାରୀ ବାଜପେୟୀ ।
ଏବେ ଆମର ମୁଖ୍ୟମନ୍ତ୍ରୀ ମହାଶୟ କହୁଥିଲେ କି କୌଣସି ପ୍ରଧାନମନ୍ତ୍ରୀ ଯେତେବେଳେ କୌଣସି ରାଜ୍ୟକୁ ଯାଆନ୍ତି ତ ସେହି ରାଜ୍ୟକୁ ଆନନ୍ଦ ଲାଗିଥାଏ, ଭଲ ଲାଗିଥାଏ କିନ୍ତୁ ମୁଁ ତ କୌଣସି ରାଜ୍ୟକୁ ଯାଇ ନାହିଁ, ମୁଁ ତ ମୋର ନିଜ ରାଜ୍ୟକୁ ଆସିଛି । ଉତ୍ତରପ୍ରଦେଶ ହିଁ ମୋତେ କୋଳେଇ ନେଇ ମୋର ଲାଳନ-ପାଳନ କରିଛି, ମୋର ଶିକ୍ଷା-ଦୀକ୍ଷା କରିଛି ଆଉ ମୋତେ ନୂତନ ଦାୟିତ୍ୱ ନେବା ପାଇଁ ସମର୍ଥ କରିଛି । ଏହା ହେଉଛି ଉତ୍ତରପ୍ରଦେଶ, ବନାରସ ବାସୀମାନେ ମୋତେ ସାଂସଦ କଲେ, ପ୍ରଥମଥର ସାଂସଦ ହେଲି । ଆଉ ଏହି ଉତ୍ତରପ୍ରଦେଶର ସେହି 22କୋଟି ଲୋକ ଯେଉଁମାନେ ଦେଶକୁ ଏକ ସ୍ଥିର ସରକାର ଦେବାରେ ବହୁତ ବଡ଼ ଭୂମିକା ତୁଲାଇଛନ୍ତି ଆଉ ମୋତେ ପ୍ରଧାନମନ୍ତ୍ରୀ ହିସାବରେ ଆପଣଙ୍କର ସେବା କରିବାର ସୌଭାଗ୍ୟ ମିଳିଛି ।
ଭାଇ ଓ ଭଉଣୀମାନେ, ଆଜି ବଟାନିକାଲ ଗାର୍ଡେନରୁ ମୋତେ ମେଟ୍ରୋରେ ଯାତ୍ରା କରିବାର ସୌଭାଗ୍ୟ ମିଳିଲା । ଆଉ ଆଜିର ଯୁଗ ଏଭଳି ଯେ ସଂଯୋଗୀକରଣ ବିନା ଜୀବନ ଆଗକୁ ବଢିପାରିବ ନାହିଁ । ସଂପର୍କ ବିନା ପରିବେଶ ଅସ୍ତବ୍ୟସ୍ତ ଭଳି ଲାଗୁଛି । ଏହି ମେଟ୍ରୋ, ଏହା କେବଳ ଆଜିର ଯୁଗରେ ଚାଲନ୍ତୁ ମେଟ୍ରୋ ଆସିଗଲା, ଭଲ ହେଲା । ଏ ସୀମିତ ଅର୍ଥ ନୁହେଁ । କୋଟି କୋଟି ଟଙ୍କାର ଖର୍ଚ୍ଚ ଲାଗେ । ବହୁତ ସୂକ୍ଷ୍ମ ଭାବରେ ଏହାକୁ ଲାଗୁ କରିବାକୁ ପଡ଼ିଥାଏ । କିନ୍ତୁ ଗୋଟିଏ ପ୍ରକାରରେ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଆସିବାକୁ ଥିବା ପିଢି ପରେ ପିଢି ଏହାର ଲାଭ ସାଧାରଣ ମାନବକୁ ମିଳିବ । ଏହିସବୁ ବ୍ୟବସ୍ଥା ଦୂରଗାମୀ ହୋଇଥାଆନ୍ତି । ଜଣେ ନୋଏଡ଼ାବାସୀ ଭାବେ, ଜଣେ ଉତ୍ତରପ୍ରଦେଶର ନାଗରିକ ଭାବେ, ଏହି ଦେଶର ନାଗରିକ ଭାବେ ଏହି ସବୁ ବ୍ୟବସ୍ଥାଗୁଡ଼ିକ ଉପଯୁକ୍ତ ଅର୍ଥରେ ହେଉଛି ସର୍ବଜନ-ହିତାୟ ସର୍ବଜନ-ସୁଖାୟ ।
କେବେ-କେବେ ଆମ ଦେଶରେ କୌଣସି ବିଷୟ ଏଭଳି ହୋଇ ନଥାଏ ଯାହା ଉପରେ ରାଜନୀତିର ରଙ୍ଗ ଲଗା ନ’ଯାଏ, ଆଉ ଏଇଥିପାଇଁ କେବେ-କେବେ ବିକାଶର ଉତ୍ତମ କାମ ମଧ୍ୟ ସବୁବେଳେ ଜନହିତର ତରାଜୁରେ ତଉଲାଯିବା ବଦଳରେ ରାଜନୈତିକ ଦଳଙ୍କ ହିତର ତରାଜୁରେ ତଉଲାଯାଏ । ଆଜି ମଧ୍ୟ ଆମେ ଦେଶରେ ବହୁତ ବଡ଼ ମାତ୍ରାରେ ପେଟ୍ରୋଲିୟମ ଉତ୍ପାଦଗୁଡ଼ିକୁ ଆମଦାନୀ କରୁଛୁ । ଦେଶରୁ ବହୁତ ଅଧିକ ଧନ ଏହାରି ପାଇଁ ଚାଲିଯାଉଛି । ଆମର ଚେଷ୍ଟା ହେଉଛି କି 2022, ଯେତେବେଳେ ଭାରତ ସ୍ୱାଧୀନତାର 75 ବର୍ଷ ପାଳିବ ତ ବିଦେଶରୁ ଆମେ ଯେଉଁ ପେଟ୍ରୋଲିୟମ ଉତ୍ପାଦଗୁଡ଼ିକୁ ଆମଦାନୀ କରୁଛୁ ଅନ୍ୟ ପଟେ ଆମ ଦେଶର ଯେଉଁ ଆବଶ୍ୟକତା ସବୁ ବଢ଼ି ଚାଲିଛି, 2022ରେ ଏହି ଆବଶ୍ୟକତା ଆହୁରି ଅଧିକ ବଢ଼ିବାକୁ ଯାଉଛି । ଆମେ କିଛି ଏଭଳି ପଦକ୍ଷେପ ଉଠାଇବାକୁ ଚାହୁଁଛୁ କି ଏହି ବର୍ଦ୍ଧିତ ଚାହିଦା ପରେ ମଧ୍ୟ ଆଜି ଆମେ ଯେତିକି ଆମଦାନୀ କରୁଛୁ ସେଥିରେ କିଛି ଭାଗ କମ୍ କରି ପାରିବୁ କି? ଦେଶର ଧନକୁ ଦେଶରେ ସଞ୍ଚୟ କରିପାରିବା କି? ଆଉ ଏଥିପାଇଁ ସାମୁହିକ ପରିବହନ, ଦ୍ରୁତ ପରିବହନ, ବହୁମୁଖୀ ଓ ମଡେଲ ପରିବହନ – ଏହା ହେଉଛି ସମୟର ଆବଶ୍ୟକତା । ଆଜି ବୋଧହୁଏ ଧନଖର୍ଚ୍ଚ କରିବାରେ ଅସୁବିଧା ଆସୁଛି, ପ୍ରାଥମିକତାଗୁଡ଼ିକୁ ଟିକିଏ ବଦଳାଇବାକୁ ପଡ଼ୁଛି । କିନ୍ତୁ ଏହା କାରଣରୁ ଆଗାମୀ ଦିନମାନଙ୍କରେ ଏହାର ବହୁତ ବଡ଼ ଲାଭ ହେବ ଏହି ମେଟ୍ରୋ ସହିତ ସୌର ଶକ୍ତିକୁ ମଧ୍ୟ ଯୋଡ଼ା ଯାଇଛି । ପାଖାପାଖି ଦୁଇ ମେଗାୱାଟ ବିଜୁଳି ସୌର ଶକ୍ତିରୁ ଉତ୍ପାଦନ ହେବ, ସୂର୍ଯ୍ୟଙ୍କ ଶକ୍ତିରୁ ଉତ୍ପାଦନ ହେବ । ଯାହା ଏହି ମେଟ୍ରୋର ଖର୍ଚ୍ଚ କମ୍ କରିବାରେ ସାହାଯ୍ୟ କରିବ । ଏହି ମେଟ୍ରୋ କାରଣରୁ ଯେଉଁମାନେ ଘରୋଇ ବାହନରେ ଯାଉଛନ୍ତି ସେମାନେ ସ୍ୱାଭାବିକ ଭାବେ ମେଟ୍ରୋକୁ ପସନ୍ଦ କରିବେ ଆଉ ସେମାନଙ୍କ ତରଫରୁ ମଧ୍ୟ ଯେଉଁ ପେଟ୍ରୋଲିୟମ ଖର୍ଚ୍ଚ ହେଉଥିଲା ସେଥିରେ ବହୁତ ବଡ଼ ମାତ୍ରାରେ ସଂଚୟ ହେବ । ପରିବେଶକୁ ଲାଭ ହୁଏ । ଆଉ ମୁଁ ଚାହୁଁଛି କି ମେଟ୍ରୋର ଯାତ୍ରା ଏହା ଆମ ଦେଶର ଏକ ପ୍ରତିଷ୍ଠାର ବିଷୟ ହେବା ଆବଶ୍ୟକ । ସମ୍ମାନର ବିଷୟ ହେବା ଆବଶ୍ୟକ । ପ୍ରତ୍ୟେକ ବ୍ୟକ୍ତି ଗର୍ବର ସହିତ କହିବେ ନାଇଁ-ନାଇଁ ମୁଁ ଗାଡ଼ି ନେଇ ଯିବି ନାହିଁ ଭାଇ ମୁଁ ତ ମେଟ୍ରୋରେ ଯିବାକୁ ପସନ୍ଦ କରିବି । ଆମର ମାନସିକତାରେ ପରିବର୍ତ୍ତନ ଆମକୁ ଆଣିବାକୁ ହେବ । ଆଉ ସେତେବେଳେ ଯାଇ ଆମେ ଦେଶକୁ କେତେଗୁଡ଼ିଏ ସମସ୍ୟାରୁ ବଂଚାଇ ପାରିବା ଆଉ ଆମ ପାଇଁ ଗର୍ବର କଥା ଯେ, 24 ଡିସେମ୍ବର 2002ରେ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏହି ଦେଶର ସର୍ବପ୍ରଥମ ପ୍ରଧାନମନ୍ତ୍ରୀ ହିସାବରେ ମେଟ୍ରୋ ରେଳର ଯାତ୍ରୀ ହୋଇଥିଲେ । ଆଜି ସେହି ଘଟଣାକୁ 15 ବର୍ଷ ହୋଇଯାଇଛି । ସେହି ସମୟରେ ଆରମ୍ଭ ହୋଇଥିଲା । ଆଜି ଶହେ କିଲୋମିଟରରୁ ମଧ୍ୟ ଅଧିକ ଏହି ନେଟୱାର୍କ ବିଛାଇ ହୋଇ ଗଲାଣି ଆଉ ଆଗାମୀ ଆଉ କିଛି ବର୍ଷ ମଧ୍ୟରେ ଏହା ବଡ଼ ମାତ୍ରାରେ ଯୋଡ଼ି ହେବାକୁ ଯାଉଛି । ସେହି ଦିନ ଦୂର ନୁହେଁ । ଯେବେ ଦୁନିଆର ପ୍ରଥମ ପାଞ୍ଚ ମେଟ୍ରୋ ନେଟୱାର୍କରେ ଆମର ଏହି ନେଟୱାର୍କର ନାମ ମଧ୍ୟ ଯୋଡ଼ି ହେବ । ଆଉ ଏହି ଜିନିଷ ଦେଶବାସୀଙ୍କ ପାଇଁ ଗୋଟିଏ ଗର୍ବର ବିଷୟ ହେବ ।
ଆଜି ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନକୁ ଆମେ ସୁଶାସନ ଦିବସ ରୂପେ ପାଳନ କରୁ । କେବେ-କେବେ ଆମ ଦେଶରେ ଏହା ମାନି ନେଇ ଚାଲିବାକୁ ହୁଏ ସବୁ ଏହି ଭଳି ଚାଲିବ, ଏହିଭଳି ରହିବ ଛାଡ଼ ସାଙ୍ଗ କିଏ କରିବ । ଆଉ କେବେ ଆମେ କହୁଛେ ଆମେ ତ ହେଉଛେ ବହୁତ ଗରିବ ଦେଶ କ’ଣ କରିବା କିଛି ହିଁ ନାହିଁ ଆମ ପାଖରେ, ସତ୍ୟ ଏହା ନୁହେଁ ସାଙ୍ଗମାନେ, ଏହି ଦେଶ ହେଉଛି ସମ୍ପୂର୍ଣ୍ଣ ସମୃଦ୍ଧ, କିନ୍ତୁ ଦେଶର ଜନତାକୁ ସେହି ସମ୍ପୁର୍ଣ୍ଣତା ଏବଂ ସମୃଦ୍ଧିରୁ ଅଲଗା ରଖା ଯାଇଛି । ଆଉ ଏଥିପାଇଁ ଯଦି ସୂକ୍ଷ୍ମ ଭାବେ ଦେଖାଯାଏ ତ ଏହା ଧ୍ୟାନରେ ଆସିବ କି ସମସ୍ୟାଗୁଡ଼ିକର ମୂଳରେ ଏକ ମହତ୍ୱପୂର୍ଣ୍ଣ କାରଣ ରହିଛି ଶାସନର ଅଭାବ, ସୁଶାସନର ଅଭାବ, ହୋଇଥାଏ, ଚାଲେ, ମୋର, ପରର, ତୋର, ନିଜର ଜିନିଷ ସେଇଥିରେ ଧନ୍ଦି ହୋଇଯାଏ – ଏହା ଆଉ ଏକ ସ୍ୱଭାବ ହୋଇ ଯାଇଛି । କୌଣସି ମଧ୍ୟ କାମ ନେଇ ଯାଆନ୍ତୁ ପ୍ରତ୍ୟେକ ସାମ୍ନାକୁ ଦେଖନ୍ତି ପୁଣି ଧୀରେ ପଚାରନ୍ତି ମୋର କି? ପଚାରନ୍ତି କି ପଚାରନ୍ତି ନାହିଁ? ଏହି ଅଭ୍ୟାସ ରହିଛି ନା ଆଉ ଯଦି ସାମ୍ନାରୁ ଉତ୍ତର ହାଲକା ଭାବେ ଆସେ ତୋର କିଛି ନାହିଁ ଯଦି ଏହା ହେଲା ତ ପୁଣି ସେ ହାତ ଉପରକୁ ଟେକି କହିଦିଏ ତା’ହେଲେ ମୋର କ’ଣ ଅଛି । ଶାସନ ବ୍ୟବସ୍ଥା ମୋର କି, ସେହିଠାରୁ ଆରମ୍ଭ ହେବ । ଆଉ ଯଦି ମୋର ସ୍ୱାର୍ଥ ସିଦ୍ଧ ନ ହେବ ତ ମୋର କ’ଣ ଅଛି, ତୁମେ ଜାଣ ତୁମର କାମ ଜାଣୁ । ଏହି ସ୍ଥିତି ଦେଶକୁ ଧ୍ୱଂସ କରି ଦେଇଛି । ଆଉ ମୁଁ ଏହାକୁ ବଦଳାଇବାର କଷ୍ଟ ଉଠାଇଛି ।
ମୁଁ ଜାଣିଛି ଏ ସବୁ ଜିନିଷ କରିବାରେ କେତେ ଅସୁବିଧା ହୁଏ । ମୁଁ ଭଲ ଭାବରେ ଜାଣିଛି । କିନ୍ତୁ ଆପଣ ମୋତେ କୁହନ୍ତୁ ରାଜନୈତିକ ଲାଭ ହେବ ତେବେ ନିର୍ଣ୍ଣୟ କରିବା ଦରକାର ଆଉ ଯଦି ରାଜନୈତିକ ଲାଭ ନ ହେବ ତେବେ ନିର୍ଣ୍ଣୟ କରିବା ଦରକାର ନୁହେଁ । କ’ଣ ଦେଶକୁ ଏଭଳି ଅଧାରେ ଝୁଲେଇ ରଖିବା ଦରକାର କି? ଆଉ ଏଥିପାଇଁ ଭାଇ ଓ ଭଉଣୀମାନେ ଦେଶ ଏଭଳି ଏକ ସରକାର ବାଛିଛନ୍ତି ଯିଏ ନୀତି ଆଧାରରେ ଚାଲିବାକୁ ଚାହୁଁଛନ୍ତି । ସ୍ପଷ୍ଟ ଉଦ୍ଦେଶ୍ୟର ସହିତ କାମ କରିବାକୁ ଚାହାଁନ୍ତି । ଆଉ ସାଧାରଣ ମଣିଷର ଜୀବନରେ ପରିବର୍ତ୍ତନ ଆଣିବାର ସ୍ୱପ୍ନକୁ ପୂରଣ କରିବା ଲକ୍ଷ୍ୟରେ କାମ କରନ୍ତି । ଆମର ସମସ୍ତ ନିଷ୍ପତ୍ତି ସାଧାରଣ ମଣିଷର ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଉଦିଷ୍ଟ ।
ଏହି ମେଟ୍ରୋର ଆଜି ଉଦ୍ଘାଟନ ହେଉଛି । କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମୁଁ ମାନିବାକୁ ପ୍ରସ୍ତୁତ ନୁହେଁ ଯେ ହିନ୍ଦୁସ୍ଥାନର ଯେଉଁ ଶ୍ରେଷ୍ଠ 10 ଜଣ ଉଦ୍ୟୋଗପତି ଥିବେ ସେମାନଙ୍କ ମଧ୍ୟରୁ କେହି ଏଥିରେ ଯାତ୍ରା କରିବା ପାଇଁ ଆସିବେ ନାହିଁ । ଏଥିରେ ତ ଯାତ୍ରା କରିବାବାଲା ହେଉଛନ୍ତି ଆପଣମାନେ । ବଡ଼ ଗର୍ବର ସହିତ ଯାତ୍ରା କରିଲାବାଲା ଲୋକ ଆସିଛନ୍ତି ଆଉ ମୁଁ ମଧ୍ୟ ଆପଣମାନଙ୍କ ପାଇଁ ଏଠାକୁ ଆସିଛି ।
ସୁଶାସନ ଆପଣମାନେ ଦେଖିଥିବେ ସେହି ରାଜ୍ୟର ପ୍ରଗତି ଭଲ ଭାବରେ ହେଉଛି ଯେଉଁଠାରେ ଶାସନ ଉପରେ ଗୁରୁତ୍ୱ ଦିଆଯାଉଛି । ସୁଶାସନର ପ୍ରୟାସ ହୋଇଛି । ଆଉ ଯେଉଁଠି ଶାସନରେ ସୁଧାର ଆରମ୍ଭ ହୋଇଛି; ଶାସନ ବ୍ୟବସ୍ଥାରେ ସୁଧାର ଆରମ୍ଭ ହୋଇଛି; ସରକାର ଉତ୍ତରଦାୟୀ ରହିଛି; କର୍ମଚାରୀମାନେ ଦାୟିତ୍ୱବାନ ହୋଇଥା’ନ୍ତି; ସମଗ୍ର ବ୍ୟବସ୍ଥା, ପ୍ରଶାସନ ଦାୟିତ୍ୱବାନ ହୋଇଥାଏ; ସେସବୁ ସ୍ଥଳରେ ସମସ୍ୟା ସବୁ ନିଜକୁ ନିଜେ କମ୍ ହେଉଥିବା ଦୃଷ୍ଟିଗୋଚର ହୋଇଥାଏ । ଶ୍ରୀ ଅଟଳ ବିହାରୀ ବାଜପେୟୀ ନିଜ ଶାସନ କାଳରେ ସୁଶାସନ ଉପରେ ଗୁରୁତ୍ୱ ଦେଲେ, ଦେଶର ଯୋଗାଯୋଗ କ୍ଷେତ୍ରରେ ଗୁରୁତ୍ୱ ଦେଇଥିଲେ । ଆଜି ଗୋଟିଏ ଯୋଜନା ସମଗ୍ର ଦେଶରେ କୌଣସି ଜଣେ ବିଧାୟକଙ୍କୁ ଭେଟନ୍ତୁ । କୌଣସି ଜଣେ ସାଂସଦଙ୍କୁ ଭେଟନ୍ତୁ, ଗୋଟିଏ ଜିନିଷ ଉପରେ ନିଶ୍ଚିତ ଆଗ୍ରହ ରହିଥିବା ଦରକାର, ଆଉ ତାହା ହେଉଛି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ।
ଏହି ଦେଶରେ ସେହି କଥାଗୁଡ଼ିକୁ ଭୁଲାଇ ଦେବାର ଭରପୂର ପ୍ରୟାସ ହୋଇଛି କି ସର୍ବଶେଷରେ ଗାଁ ଗାଁରେ ରାସ୍ତା ପହଂଚାଇବାର ଏହି ସ୍ୱପ୍ନ କାହାର ଥିଲା । ବହୁତ କମ୍ ଲୋକଙ୍କୁ ଜଣାଥିବ କି ଏହି ସ୍ୱପ୍ନ ଅଟଳ ବିହାରୀ ବାଜପେୟୀଙ୍କର ଥିଲା । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଯଦି କେହି ତିଆରି କରିଛନ୍ତି ତ ଅଟଳ ବିହାରୀ ବାଜପେୟୀ ଆରମ୍ଭ କରିଥିଲେ ଆଉ ସେହି କାରଣରୁ ଆଜି ହିନ୍ଦୁସ୍ଥାନର ପ୍ରତ୍ୟେକ ଗାଁ ପକ୍କା ସଡ଼କ ସହ ଯୋଡ଼ି ହେଉଛି ଆଉ ଯେବେଠାରୁ ଆମେ ଆସିଛୁ ଆମେ କଷ୍ଟ ଉଠାଇଛୁ କି, 2019 ପର୍ଯ୍ୟନ୍ତ ପ୍ରତ୍ୟେକ ଗାଁ କୁ ପକ୍କା ସଡ଼କ ସହିତ ସଂଯୋଗ କରି ଶ୍ରୀ ବାଜପେୟୀ ଯେଉଁ କାମକୁ ଆରମ୍ଭ କରିଥିଲେ ତାକୁ ପୂର୍ଣ୍ଣତା ଆଡ଼କୁ ନେଇଯିବୁ ।
ସ୍ୱର୍ଣ୍ଣିମ ଚତୁର୍ଭୁଜ ସମଗ୍ର ହିନ୍ଦୁସ୍ଥାନକୁ ଯୋଡ଼ିବାର କାମ କୌଣସି ସମୟରେ ରାସ୍ତା ତିଆରି କରିବା ପାଇଁ ଇତିହାସରେ ଆମେ ଶେର ଶାହା ସୁରୀଙ୍କ ନାମ ଶୁଣି ଆସୁଥିଲେ । ତା’ପରେ ସମଗ୍ର ହିନ୍ଦୁସ୍ଥାନକୁ ଯୋଡ଼ିବାର ଗୋଟିଏ ହିଁ କଳ୍ପନା ଗୋଟିଏ ହିଁ ଡିଜାଇନ୍ ର ସ୍ୱର୍ଣ୍ଣିମ ଚତୁର୍ଭୁଜ ତିଆରି କରିବାର ସ୍ୱପ୍ନ ବାଜପେୟୀଜୀ ଦେଖିଥିଲେ । ଆଉ ନିଜ କାର୍ଯ୍ୟକାଳରେ ବହୁତ ମାତ୍ରାରେ ତାକୁ ମଧ୍ୟ ଗତି ଦେଇଥିଲେ । ଆଜି ସମଗ୍ର ଦେଶ ଏହି ନୂଆ ସଂଯୋଗ, ନୂଆ ରାସ୍ତା ନିର୍ମାଣ ତାହାକୁ ଦେଖି ତାକୁ ଲାଗୁଛି କି ଆମେ ଏବେ ଦୁନିଆର ସମକକ୍ଷ ହୋଇ ପାରୁଛୁ ।ଏହି ମେଟ୍ରୋର ସ୍ୱପ୍ନ, ଯାହାର ପ୍ରଥମ ଯାତ୍ରୀ ଅଟଳ ବିହାରୀ ବାଜପେୟୀ ଥିଲେ ଆଜି ହିନ୍ଦୁସ୍ଥାନର ଅନେକ ସହରରେ ମେଟ୍ରୋର କାମ ଚାଲୁ ରହିଛି । 50ରୁ ଅଧିକ ସହରରେ ବହୁତ ଶୀଘ୍ର ମେଟ୍ରୋ ନେଟୱାର୍କ ଆଉ ଦୁନିଆକୁ ମଧ୍ୟ ଆଶ୍ଚର୍ଯ୍ୟ ହେଉଛି କି ଗୋଟିଏ ଦେଶରେ ମେଟ୍ରୋ ନେଟୱାର୍କ ପାଇଁ ଏତେ ବଡ଼ ମାତ୍ରାରେ କାମ ଚାଲୁ ରହିଛି । ଆଉ ବିଶ୍ୱରେ ପୁଞ୍ଜି ନିବେଶ କରିବାବାଲା ଏ କ୍ଷେତ୍ରରେ ଆଗ୍ରହ ପ୍ରକାଶ କରୁଛନ୍ତି ।
1200 ଆଇନ । ଯେତେବେଳେ ମୁଁ ନିର୍ବାଚନ ଲଢ଼ୁଥିଲି ତ ମୁଁ ଗୋଟିଏ ଜାଗାରେ ଭାଷଣରେ କହିଥିଲି । ପୂର୍ବରୁ ଥିବା ସରକାରମାନେ ଏହି କଥାକୁ ନେଇ ଗର୍ବ କରୁଥିଲେ କି ଆମେ ଏହି ଆଇନ ତିଆରି କରିଛୁ, ସେହି ଆଇନ ତିଆରି କରିଛୁ, ଅମୁକ କରିଛୁ, ସମୁକ କରିଛୁ । ଭଲ କଥା ହେଉଛି ଆଇନ ତିଆରି କରିବା ସଂସଦର ବିଶେଷ ଦାୟିତ୍ୱ ଅଛି । ଆଉ ସମୟର ଆବଶ୍ୟକତା ଅନୁସାରେ ମଧ୍ୟ ତିଆରି ହେବା ଦରକାର । କିନ୍ତୁ ମୁଁ ନିର୍ବାଚନ ପ୍ରଚାର ସମୟରେ କହିଥିଲି କି ମୁଁ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ଆଇନକୁ ଶେଷ କରିବା ପାଇଁ ଚାହୁଁଛି । ଆଇନର ଏପରି ଜାଲ ରହିଛି ଯାହା ସୁଶାସନ ପାଇଁ ସବୁଠାରୁ ବଡ଼ ପ୍ରତିବନ୍ଧକ ହେଉଛି । ଗୋଟିଏ ହିଁ କାମ ପାଇଁ ଆପଣମାନଙ୍କୁ ତିନୋଟି ଆଇନ ମିଳିଯିବ । ଯଦି ଅଫିସର କରିବା ପାଇଁ ଚାହିଁବେ ତ ଗୋଟିଏ ବାହାର କରିବେ, ଅଟକାଇବାକୁ ଚାହିଁବେ ତ ଦ୍ୱିତୀୟ ନିୟମ ବାହାରିବ ଆଉ ଫୋପାଡ଼ି ଦେବାକୁ ଚାହିଁବେ ତ ତୃତୀୟ ଆଇନ ବାହାର କରିବେ । ସାଧାରଣ ମଣିଷକୁ ଏଥିପାଇଁ ବହୁତଗୁଡ଼ିଏ ସମସ୍ୟା ହେଉଥିଲା ଆଉ ଏଥିପାଇଁ ସରକାର ବର୍ତ୍ତମାନ ସୁଦ୍ଧା ପାଖାପାଖି 1200 ଆଇନକୁ ଶେଷ କରି ଦେଇଛନ୍ତି । ସୁଶାସନ ଦିଗରେ ମୋର ବାରମ୍ବାର ମନେ ଅଛି ଯେତେବେଳେ ମୁଁ ପ୍ରଥମ ଥର ନୂଆ-ନୂଆ ପ୍ରଧାନମନ୍ତ୍ରୀ ହେଲି ତ ସମ୍ବାଦପତ୍ରରେ ସ୍ୱତନ୍ତ୍ର ସମ୍ବାଦ ପ୍ରକାଶିତ ହେଉଥିଲା । ବକ୍ସ ଆଇଟମ୍ କ’ଣ ପ୍ରକାଶିତ ହେଉଥିଲା? ଏହି ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଲୋକମାନେ ଠିକ୍ ସମୟରେ ଅଫିସ୍ ଆସିବାରେ ଲାଗିଛନ୍ତି । ଏବେ ମୋତେ କହନ୍ତୁ କି ଏହା ହେଉଛି ଖୁସିର ଖବର କିମ୍ବା ଦୁଃଖ ଦେଲାଭଳି ଖବର । ବହୁତ ଲୋକଙ୍କୁ ଖୁସି ଲାଗିଲା କି ଚାଲ ମୋଦୀ ମହାଶୟ ଆସିଲେ ତ ଲୋକ ଠିକ୍ ସମୟରେ ଆସିବାକୁ ଲାଗିଲେ । କିନ୍ତୁ ମୋତେ ଦୁଃଖ ଲାଗିଲା କି ମୋ ଦେଶର ଅବସ୍ଥା କ’ଣ ହୋଇଛି କି ଜଣେ ଅଫିସର ଠିକ୍ ସମୟରେ କାର୍ଯ୍ୟାଳୟକୁ ଚାଲି ଯାଆନ୍ତି ତ ମୋ ଦେଶ ମଧ୍ୟ ଖୁସି ହୋଇ ଯାଇଥାଏ । ସେ କେତେ ଦୁଃଖ ଦେଖିଥିବ ଏହା ହେଉଛି ତାହାର ଜୀବନ୍ତ ଉଦାହରଣ ।
ମୁଁ ଆଜି ଆମର ଉର୍ଜ୍ଜାବାନ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥଙ୍କୁ ହୃଦୟର ସହ ଅଭିନନ୍ଦନ ଜଣାଉଛି । ବହୁତ ଭଲ ଭାବେ ସେ ଉତ୍ତରପ୍ରଦେଶକୁ ଆଗକୁ ନେଉଛନ୍ତି । ସମସ୍ତ ଦିଗରେ ବିକାଶର ମାର୍ଗରେ ଆଗକୁ ବଢ଼ୁଛନ୍ତି । ସୁଶାସନ ଉପରେ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ତାଙ୍କ ପୋଷାକକୁ ଦେଖି ଏହି ଭ୍ରମ ସୃଷ୍ଟି କରାଯାଉଛି କି ସେ ଆଧୁନିକ ଚିନ୍ତାଧାରାର ହୋଇ ନଥିବେ । ଏହି ପୂରାଣ-ପୋଥି ହୋଇଥିବ, ସେହି ମାନ୍ୟତାଗୁଡ଼ିକରେ ବାନ୍ଧି ହୋଇ ରହିଥିବେ । କିନ୍ତୁ ଆଜି ମୋତେ ବହୁତ ଖୁସି ଲାଗୁଛି କି ଯେଉଁ ନୋଏଡ଼ା ସମ୍ବନ୍ଧରେ ଏକ ଛବି ସୃଷ୍ଟି ହୋଇ ଯାଇଥିଲା କି କୌଣସି ମୁଖ୍ୟମନ୍ତ୍ରୀ ଏଠାକୁ ଆସି ପାରିବେ ନାହିଁ । ସେହି ରହସ୍ୟ/ପ୍ରହେଳିକା(Myth)କୁ ଯୋଗୀ ମହାଶୟ କିଛି ନ କହି ନିଜ ଆଚରଣରେ ସିଦ୍ଧ କରି ଦେଇଛନ୍ତି କି ସେ ସବୁ ମାନ୍ୟତାଗୁଡ଼ିକ ଭୁଲ ହୋଇଥାଏ । ଆଧୁନିକ ଯୁଗ ଏପରି ହୋଇ ପାରିବ ନାହିଁ ଆଉ ଏଥିପାଇଁ ମୁଁ ଯୋଗୀ ମହାଶୟଙ୍କୁ ଅନ୍ତରର ସହିତ ଧନ୍ୟବାଦ ଦେଉଛି ।
ମୁଖ୍ୟମନ୍ତ୍ରୀ କେଉଁଠାକୁ ଗଲେ ଚଉକି ଚାଲିଯିବ, ଏହି ଡରରେ ଯଦି ଜୀଇଁବା ତ ଏପରି ଲୋକଙ୍କୁ ମୁଖ୍ୟମନ୍ତ୍ରୀ ହେବାର ଅଧିକାର ନାହିଁ । ମାନ୍ୟତାଗୁଡ଼ିକ ମଧ୍ୟରେ ବାନ୍ଧି ହୋଇ କୌଣସି ସମାଜ ମଧ୍ୟ ପ୍ରଗତି କରି ପାରିବ ନାହିଁ । ଆମେ ଟେକ୍ନୋଲଜିର ଯୁଗରେ ଜୀଉଁଛୁ, ବୈଜ୍ଞାନିକ ଯୁଗରେ ବଂଚୁଛୁ । ଶ୍ରଦ୍ଧାର ନିଜସ୍ୱ ଏକ ସ୍ଥାନ ରହିଥାଏ । କିନ୍ତୁ ଅନ୍ଧ ଭଳି ଶ୍ରଦ୍ଧା ପାଇଁ କୌଣସି ସ୍ଥାନ ରହିନଥାଏ । ମୁଁ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ହେଲି, ଏବେ ଏହି ଅସୁବିଧା କେବଳ ଉତ୍ତରପ୍ରଦେଶରେ ଅଛି ତାହା ନୁହେଁ । ହିନ୍ଦୁସ୍ଥାନର ଏପରି ଅନେକ ରାଜ୍ୟ ଅଛି, ଏପରି କେତେ ଜାଗା ଅଛି ଯେଉଁଠାରେ ଜଣା ନାହିଁ ମାନ୍ୟତାରେ କ’ଣ କ’ଣ ଅଛି । ଆପଣମାନେ ଦେଖିଥିବେ କି ଜଣେ ମୁଖ୍ୟମନ୍ତ୍ରୀ କାର କିଣିଲେ । ମୁଁ ଆଧୁନିକ ଯୁଗର କଥା କହୁଛି । ଆଉ କିଏ କହିଦେଲେ କି କାରର ରଙ୍ଗ ବିଷୟରେ ତ ସେ କାର ଉପରେ ଲେମ୍ବୁ ଲଙ୍କା ଆହୁରି କେତେ କ’ଣ ଲଗେଇଲେ, ଏହି ଲୋକ ଦେଶକୁ କ’ଣ ପ୍ରେରଣା ଦେବେ । ଏଭଳି ଅନ୍ଧ ଶ୍ରଦ୍ଧାରେ ବଂଚୁଥିବା ଲୋକ ସାର୍ବଜନିକ ଜୀବନରେ ବହୁତ କ୍ଷତି କରିଥା’ନ୍ତି । ସମଗ୍ର ହିନ୍ଦୁସ୍ଥାନରେ କେଉଁଠି ନା କେଉଁଠି ଏହି ପ୍ରକାରର ମାନ୍ୟତାଗୁଡ଼ିକରେ କେତେ ସରକାର କେତେ ମୁଖ୍ୟମନ୍ତ୍ରୀ ଫସି ରହିଛନ୍ତି ।
ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ହେଲି, ମୋ ଧ୍ୟାନରେ କୌଣସି ଛଅ କିମ୍ବା ସାତୋଟି ଏପରି ସ୍ଥାନ ଆସିଲା ଯେଉଁଠାକୁ ମୁଁ ଯାଇ ପାରିବି । ଯଦି ସେଠାକୁ କିଏ ଯାଆନ୍ତି ପରେ ସେ ମୁଖ୍ୟମନ୍ତ୍ରୀ ପଦରେ ରହନ୍ତି ନାହିଁ, ତାଙ୍କର ଚଉକି ଚାଲି ଯାଇଥାଏ । ମୁଁ କଷ୍ଟ ଉଠାଇଲି ମୁଁ କହିଲି ମୋ ଗସ୍ତର ପ୍ରଥମ ବର୍ଷରେ ହିଁ ଏହି ସମସ୍ତ ସ୍ଥାନକୁ ପୂରଣ କରିଦେବି । ମୁଁ ଗୁଜରାଟର ସେହି ସମସ୍ତ ଜାଗାକୁ ଗଲି, ଯେଉଁଠାକୁ ଏହି ପ୍ରକାରର ମାନ୍ୟତା କାରଣରୁ ତିନି-ତିନି, ଚାରି-ଚାରି ଦଶକ ଧରି କୌଣସି ମୁଖ୍ୟମନ୍ତ୍ରୀ ସେଠାକୁ ଯାଇ ନଥିଲେ । ମୁଁ ସବୁ ଶେଷ କରିଦେଲି, ସମସ୍ତ ଜାଗାକୁ ଗଲି, ସମ୍ମାନର ସହ ଗଲି, ଆଉ ତା’ ପରେ ମଧ୍ୟ ସବୁଠାରୁ ଦୀର୍ଘ କାର୍ଯ୍ୟକାଳ ପର୍ଯ୍ୟନ୍ତ ସେବା କରିବାର ସୁଯୋଗ ମୁଖ୍ୟମନ୍ତ୍ରୀ ଭାବେ ମୋତେ ମିଳିଲା । ଏବେ କହନ୍ତୁ ସେହି ଗାଁର, ସେହି ତହସିଲର ସେହି ନଗରର କ’ଣ ଦୋଷ ଥିଲା । କିନ୍ତୁ ଆଜି ଯୋଗୀ ମହାଶୟ ନୋଏଡ଼ା ସହିତ ଯେଉଁ ଟୀକା ଲାଗିଥିଲା, ନିଜର ଶକ୍ତି ସାହାଯ୍ୟରେ ତାହାକୁ ହଟାଇ ଦେଇଛନ୍ତି । ଆପଣ ହେଉଛନ୍ତି ବହୁତ-ବହୁତ ଧନ୍ୟବାଦର ପାତ୍ର ।
ଭାଇ ଓ ଭଉଣୀମାନେ, ସୁଶାସନ, ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ, ଯେତେବେଳେ ମୁଁ ସୁଶାସନର କଥା କହୁଛି ତ ମୁଁ ଆପଣଙ୍କ ସାମ୍ନାରେ କିଛି ତଥ୍ୟ ରଖିବାକୁ ଚାହୁଁଛି । ଆପଣ ଦେଖନ୍ତୁ କି ୟୁରିଆ କାରଖାନା ନିର୍ମାଣ ହେବ ତ ୟୁରିଆ ଉତ୍ପାଦନରେ ବୃଦ୍ଧି ହେବ । ଏହା ତ ଛୋଟ ପିଲା ମଧ୍ୟ ଜାଣିଥାଏ । କିନ୍ତୁ ଦେଶରେ ଗୋଟିଏ ମଧ୍ୟ ନୂଆ ୟୁରିଆ କାରଖାନା ତିଆରି ନ କରି ଆମ ସରକାର ଆସିବା ପରେ ଯଥା ଶୀଘ୍ର ସୁଶାସନ ଉପରେ ଗୁରୁତ୍ୱ ଦେଲେ । ଆବଶ୍ୟକ ନୀତି ଗୁଡ଼ିକ ନିର୍ଦ୍ଧାରିତ କରାଗଲା, ରୋଡ଼ମେପ୍ ପ୍ରସ୍ତୁତ କରାଗଲା, ଲାଗୁ କରାଗଲା । ଗୋଟିଏ ମଧ୍ୟ ନୂଆ ୟୁରିଆ କାରଖାନା ପ୍ରତିଷ୍ଠା ନ କରି ପାଖାପାଖି 20 ଲକ୍ଷ ଟନ୍ ଅଧିକ ୟୁରିଆ ଉତ୍ପାଦନ ହେଲା । ସେହି କାରଖାନା, ସେହି ମେସିନ୍, ସେହି କଂଚାମାଲ, ସେହି ଶ୍ରମିକ, ସରକାର ପରିବର୍ତ୍ତନ ହେବା ପରେ ସୁଶାସନ ଉପରେ ଗୁରୁତ୍ୱ ଦେଲେ । ନୂଆ କାରଖାନା ନିର୍ମାଣ ନ ହୋଇ ସେହି ପୁରୁଣା ବ୍ୟବସ୍ଥାରେ 18-20 ଲକ୍ଷ ଟନ୍ ୟୁରିଆ ଉତ୍ପାଦନ ବଢ଼ିଯିବା, ଏହା ସୁଶାସନ କାରଣରୁ ହୋଇଥାଏ ।
ଭାଇ ଓ ଭଉଣୀମାନେ ରେଳ ଲାଇନ ବିଛେଇବାର କାମ, ସେତିକି ରେଳ କର୍ମଚାରୀ ଅଛନ୍ତି । ସଡ଼କ, ରାସ୍ତା ତାହା ହିଁ ଅଛି । ସେହି ରେଳ ବିଭାଗ ଅଛି । ନିଷ୍ପତ୍ତି ନେଲାବାଲା ସେହି ଲୋକ ଅଛନ୍ତି । ଫାଇଲ ଯିବା ଆସିବାର ସେହି ରାସ୍ତା ମଧ୍ୟ ଅଛି । ତାପରେ ମଧ୍ୟ ଅଛି । କାରଣ କ’ଣ ? ପ୍ରଥମେ ଯେତିକି ରେଳ ଲାଇନ ଦିନକୁ ବିଛା ଯାଉଥିଲା ଆଜି ଆମ ସରକାର ଆସିବା ପରେ ତା’ଠାରୁ ଦୁଇଗୁଣା ରେଳ ଲାଇନ ବିଛାଯାଉଛି, କାରଣ ନୀତି ସ୍ପଷ୍ଟ ଆଉ ଉଦ୍ଦେଶ୍ୟ ସ୍ୱଚ୍ଛ, ସୁଶାସନ ଉପରେ ଗୁରୁତ୍ୱ ତାହାର ପରିଣାମ – ଏହା ହୋଇଥାଏ । ନୂତନ ରେଳ ଲାଇନ ସେହିପରି ଡ଼ବଲ ଲାଇନ ଯେଉଁଠି ବର୍ତ୍ତମାନ ଗୋଟିଏ ଲାଇନ ଅଛି ନା ସେଠି ଡ଼ବଲ ଲାଇନ, କାରଣ କ’ଣ ଅଛି କି ପୂର୍ବ ସରକାରମାନଙ୍କ ତୁଳନାରେ ଆମେ ଆସିବା ପରେ ଏହି ଦୋହରୀକରଣ, ଡ଼ବଲ ଲାଇନର କାମ ଦୁଇଗୁଣା ହୋଇଯାଇଛି । କାରଣ ସୁଶାସନ ।
ଭାଇ ଓ ଭଉଣୀମାନେ, ରାସ୍ତା ନିର୍ମାଣ କରିବା, ଜାତୀୟ ରାଜପଥ ପ୍ରଥମେ ଗୋଟିଏ ଦିନରେ ଯେତିକି ତିଆରି ହେଉଥିଲା ଅକସ୍ମାତ ସରକାରଙ୍କ ପାଖକୁ ଟଙ୍କା ଆସିଯାଇ ନାହିଁ । କିନ୍ତୁ ଗୋଟିଏ ଗୋଟିଏ ପଇସାର ସର୍ବାଧିକ ଓ ଉତ୍ତମ ଉପଯୋଗ ହେଉ, ପ୍ରତ୍ୟେକ ମେସିନର ସବୁଠାରୁ ଭଲ ଉପଯୋଗ ହେଉ, ସମୟର ସବୁଠାରୁ ଭଲ ଉପଯୋଗ ହେଉ ଏହା ହେଉଛି ସୁଶାସନର ମୌଳିକ ସିଦ୍ଧାନ୍ତର ପରିଣାମ କି ଆମର ଜାତୀୟ ରାଜପଥର ନିର୍ମାଣ, ପୂର୍ବ ସରକାର ସମୟରେ ଗୋଟିଏ ଦିନରେ ଯେତେ ହେଉଥିଲା, ଏହି ସରକାରରେ ଦୁଇଗୁଣା ହେଉଛି, ଦୁଇଗୁଣା । ଏହାର କାରଣ କେବଳ ସୁଶାସନ ।
ଭାଇ ଓ ଭଉଣୀମାନେ, ଆଜି ହେଉଛି ବିଶ୍ୱ ବାଣିଜ୍ୟର ଯୁଗ । ସମୁଦ୍ର ଉପକୂଳରେ, ଆମ ବନ୍ଦରଗୁଡିକର ବେଶ ମହତ୍ୱ ରହିଛି । ଆମର ଏଠି ପଣ୍ୟ କାରବାର ନକାରାତ୍ମକ ଥିଲା । ବିକାଶ ହେଉ ନଥିଲା ଯାହାଥିଲା ସେଥିରୁ ପଛକୁ ଯାଉଥିଲୁ । ଆମେ ଆସିବା ପରେ ଦୁନିଆ ବଦଳି ନାହିଁ, ଆମେ ବଦଳିଛୁ, ସରକାର ବଦଳିଛନ୍ତି ସୁଶାସନ ଉପରେ ଗୁରୁତ୍ୱ ଦେଇଛନ୍ତି । ଆଉ ଆଜି ସେହି ପଣ୍ୟ କାରବାରର ନକାରାତ୍ମକ ଅଭିବୃଦ୍ଧି ଥିଲା ଯାହା ଆଜି 11ପ୍ରତିଶତ ବୃଦ୍ଧି ହୋଇଛି । କାରଣ ଆମେ ସୁଶାସନ ଆଣିଛୁ ।
ଭାଇ ଓ ଭଉଣୀମାନେ, ଅଣ ପାରମ୍ପରିକ ଶକ୍ତି, ସୌର ଶକ୍ତି, ପବନ ଶକ୍ତି, ଜଳ ବିଦ୍ୟୁତ ପ୍ରକଳ୍ପ, ପରମାଣୁ ଶକ୍ତି ପ୍ରକଳ୍ପ ଏହି ସମସ୍ତ କ୍ଷେତ୍ରରେ ଆଜି ଆମେ ଯେଉଁଭଳି ଭାବେ କାମ କରଛୁ । ପୂର୍ବ ତୁଳନାରେ ଅଣ ପାରମ୍ପରିକ ଶକ୍ତିର କ୍ଷମତା ଆମେ ଦୁଇଗୁଣ କରିଦେଇଛୁ, ଦୁଇଗୁଣ । ଭାଇ ଓ ଭଉଣୀମାନେ ଏହା ସୁଶାସନ କାରଣରୁ ହୋଇଛି ।
ପୂର୍ବରୁ ଯେତେବେଳେ ସରକାର ଥିଲେ ଯଦି ଆପଣ ଏଲଇଡିର ବଲ୍ବ ଆଣିବାକୁ ଯାଉଥିଲେ ଯେଉଁଥିରେ ବିଜୁଳି ଖର୍ଚ୍ଚରେ ସଂଚୟ ହୋଇଥାଏ, ଆପଣ ଜାଣିକରି ଆଶ୍ଚର୍ଯ୍ୟ ହେବେ ପୂର୍ବରୁ ଏଲଇଡିର ବଲ୍ବ ସାଢ଼େ ତିନି ବର୍ଷ ପୂର୍ବେ, ମୋ ଆସିବା ପୂର୍ବରୁ ସାଢ଼େ ତିନି ଶହ ଟଙ୍କାରେ ବିକ୍ରି ହେଉଥିଲା । ଆଜି 40-50 ଟଙ୍କାରେ ବିକ୍ରି ହେଉଛି । 28 କୋଟି ଏଲଇଡି ବଲ୍ବ ଆଜି ଏହି ଦେଶରେ ପହଂଚିଛି । 14 ହଜାର କୋଟିରୁ ଅଧିକ ଟଙ୍କା, ଯେଉଁମାନଙ୍କ ଘରେ ଏଲଇଡି ବଲ୍ବ ଲାଗିଛି ସେମାନଙ୍କର ସଂଚୟ ହୋଇଛି । କାହାର 200 ଟଙ୍କା, କାହାର 500, କାହାର 1000, କାହାର 2000 ଟଙ୍କା ବଞ୍ଚିଛି । ଏତିକି ନୁହେଁ, ପ୍ରାୟ ଛଅ ହଜାର କୋଟି ଟଙ୍କା ଏଲଇଡି ବଲ୍ବ ମୂଲ୍ୟ କମ୍ ହେବା କାରଣରୁ ମଧ୍ୟମ ବର୍ଗର ପରିବାରର ପକେଟ୍ ରେ ବଳକା ରହିଛି । ସୁଶାସନ ଯଦି ହୋଇଥାଏ ତ କିପରି ପରିବର୍ତ୍ତନ ଆସିଥାଏ ଏହା ହେଉଛି ଏକ ଜୀବନ୍ତ ଉଦାହରଣ ।
ଭାଇ ଓ ଭଉଣୀମାନେ, ସୁଶାସନ ହୋଇଥାଏ ତ ନିର୍ଦ୍ଧାରିତ ସମୟ ସୀମାରେ କାର୍ଯ୍ୟକ୍ରମ ସ୍ଥିର ହୋଇଥାଏ । ନୀତି ଆଧାରରେ ଦେଶ ଚାଲିଥାଏ । କାହାର ଜିଦ୍ ରେ ଚାଲି ନଥାଏ । ନୀତି କଳାଧଳା ହୋଇଥାଏ ଆଉ ସେହି କାରଣରୁ ଭେଦଭାବର କୌଣସି ଅବକାଶ ରହି ନଥାଏ । ଆଉ ଯେତେବେଳେ ଭେଦଭାବର ଅବକାଶ ରହି ନଥାଏ ତ ଭ୍ରଷ୍ଟାଚାରର ସମ୍ଭାବନା ମଧ୍ୟ ବହୁତ କମ୍ ହୋଇ ଯାଇଥାଏ ।
ଭାଇ ଓ ଭଉଣୀମାନେ, ଆମେ ଦେଶରେ ସୁଶାସନ ମାଧ୍ୟମରେ ଗୁଡ଼୍ ଗଭର୍ନାନ୍ସ ମାଧ୍ୟମରେ ଶ୍ରୀମାନ ଅଟଳ ବିହାରୀ ବାଜପେୟୀଙ୍କ ଜୀବନର ତପସ୍ୟାରୁ ପ୍ରେରଣା ନେଇ ଦେଶକୁ ନୂତନ ଶିଖର ପର୍ଯ୍ୟନ୍ତ ନେଇ ଯିବା ପାଇଁ ପ୍ରୟାସ କରୁଛୁ । ସମସ୍ତଙ୍କ ସହିତ-ସମସ୍ତଙ୍କ ବିକାଶ ଏହି ମନ୍ତ୍ରକୁ ନେଇ ଆଗକୁ ଚାଲୁଛୁ । ଆଉ ଆମେ ଯେତେବେଳେ ବିକାଶର କଥା କହୁଛୁ ତ ବିକାଶ ସର୍ବସମାବେଶୀ ହେଉ, ବିକାଶ ସର୍ବସ୍ପର୍ଶୀ ହେଉ, ସର୍ବଦେଶୀୟ ହେଉ, “ବିକାଶ ସମସ୍ତଙ୍କ ସହିତ-ସମସ୍ତଙ୍କ ବିକାଶ-ସମସ୍ତଙ୍କ ସହଯୋଗରେ” – ଏହି ମନ୍ତ୍ରରେ ଯୋଡ଼ି ହୋଇଥାଉ । ବିକାଶ ଆଗାମୀ ଭବିଷ୍ୟତକୁ ଧ୍ୟାନରେ ରଖି ହେବା ଦରକାର । ଆଉ ଏଥିପାଇଁ ଆମେ ବିକାଶ ଉନ୍ମୁକ୍ତ ସୁଶାସନ ଏବଂ ବିକାଶ ଆଧାରିତ ସୁଶାସନ ଉପରେ ଗୁରୁତ୍ୱ ଦେଇ ଆଗକୁ ବଢ଼ୁଛୁ । ଆଉ ଅଟଳ ବିହାରି ବାଜପେୟୀଜୀ ଯେଉଁ ପ୍ରକାରେ ଦେଶର ପ୍ରତ୍ୟେକ କୋଣକୁ ଯୋଡ଼ିବାର କାମ କରିଥିଲେ, ସଂଯୋଗର କାମ କରିଥିଲେ, ରାସ୍ତା ନିର୍ମାଣର କାମ କରିଥିଲେ ଆଉ ଏଥିପାଇଁ ତ ମୁଁ ଏହା କହିବି ଯଦି ଅଟଳ ବିହାରୀ ବାଜପେୟୀ ମହାଶୟଙ୍କ ସୁଶାସନ ସନ୍ଦର୍ଭରେ ଗୋଟିଏ ବାକ୍ୟରେ ତାଙ୍କର ପରିଚୟ କରାଇବାର ହେବ । ତ ମୁଁ କହିବି ଭାରତର ମାର୍ଗ ବିଧାତା । ଅଟଳ ବିହାରୀ ବାଜପେୟୀ ହେଉଛନ୍ତି ଭାରତ ମାର୍ଗ ବିଧାତା । ରାସ୍ତାର ଦୁନିଆକୁ ନୂତନ ଶିଖରକୁ ନେଇ ଯିବା, ଲୋକମାନଙ୍କୁ ଯୋଡ଼ିବାର କାମ ବାଜପେୟୀ ମହୋଦୟଙ୍କ ମାଧ୍ୟମରେ ହୋଇଥିଲା । ଆଜି ତାଙ୍କର ଜନ୍ମଦିନ ଅବସରରେ ଖ୍ରୀଷ୍ଟମାସର ପବିତ୍ର ପର୍ବରେ, ମହାମନାଙ୍କ ଜନ୍ମ ଜୟନ୍ତୀରେ ଆଜି ଦେଶର ଉତ୍ତରପ୍ରଦେଶ ଆଉ ଦିଲ୍ଲୀକୁ ସଂଯୋଗ କରୁଥିବା ମେଟ୍ରୋକୁ ସମର୍ପିତ କରି ବହୁତ ଗର୍ବ ଅନୁଭବ କରୁଛି । ମୁଁ ପୁଣିଥରେ ଉତ୍ତର ପ୍ରଦେଶ ସରକାର, ମୋତେ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରଣ ଦେଇଥିବାରୁ କୃତଜ୍ଞତା ଜଣାଉଛି । ଉତ୍ତରପ୍ରଦେଶର ଜନତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି, ନୋଏଡ଼ାର ଲୋକମାନଙ୍କୁ କୃତଜ୍ଞତା ଜଣାଉଛି ।
ବହୁତ-ବହୁତ ଧନ୍ୟବାଦ ।
**********
I convey my greetings on the occasion of Christmas. Today we mark the birthdays of two Bharat Ratnas. One is Pandit Madan Mohan Malaviya and the second, Atal Ji: PM @narendramodi in Noida
— PMO India (@PMOIndia) December 25, 2017
It is due to the people of Uttar Pradesh that the nation has got a strong and stable Government. I will always remain grateful to UP for their affection: PM @narendramodi
— PMO India (@PMOIndia) December 25, 2017
We live in an era in which connectivity is all important. This Metro, whose line was just inaugurated, is not only for the present but also for future generations: PM @narendramodi https://t.co/IrYqQw6g18
— PMO India (@PMOIndia) December 25, 2017
In 2022, when we mark 75 years of freedom, I dream that we live in an India in which our petrol imports reduce. In order to achieve this, state of the art mass transit systems are the need of the hour: PM @narendramodi https://t.co/IrYqQw6g18
— PMO India (@PMOIndia) December 25, 2017
24th December 2002...Atal Bihari Vajpayee Ji took the ride on the metro. This was a historic moment. Since then, the Metro network in NCR has expanded considerably: PM @narendramodi https://t.co/IrYqQw6g18
— PMO India (@PMOIndia) December 25, 2017
Governance cannot happen when the dominant thought process begins at 'Mera Kya' and ends at 'Mujhe Kya.' We have changed these mindsets. For us, decisions are about national interest and not political gains: PM @narendramodi in Noida
— PMO India (@PMOIndia) December 25, 2017
Earlier Governments took pride in making new laws. We said, we want to be the Government that removes laws that are obsolete. Good governance can't happen when outdated laws hamper decision making: PM @narendramodi
— PMO India (@PMOIndia) December 25, 2017
I want to congratulate @myogiadityanath Ji, whose focus on good governance is taking UP to new heights: PM @narendramodi
— PMO India (@PMOIndia) December 25, 2017
I am very happy. Due to his dress, few people find it fashionable to believe @myogiadityanath is not 'modern enough' but it is Yogi Adityanath Ji who has done what CMs of UP did not do- he has come to Noida. Faith is important but blind faith is not desirable: PM
— PMO India (@PMOIndia) December 25, 2017
When I became CM, people told me of a few places where no CMs went because they were inauspicious. I was clear...I would go to all those places in my first year itself. Driven by blind faith and superstition, leaders never went to places for decades. How unfortunate is that: PM
— PMO India (@PMOIndia) December 25, 2017
Unfortunately, there were superstitions associated with Noida and in his own style, @myogiadityanath has risen above these superstitions and come to Noida: PM @narendramodi
— PMO India (@PMOIndia) December 25, 2017
If anybody thinks not going to a place will prolong their CM tenure and visiting a place will curtail it, such a person does not deserve to be a Chief Minister: PM @narendramodi
— PMO India (@PMOIndia) December 25, 2017
Work on railway infrastructure, expanding road network is happening at a historic pace under the tenure of our Government at the Centre: PM @narendramodi
— PMO India (@PMOIndia) December 25, 2017
India is making strides in the renewable energy sector. When we came to power, LED bulbs were expensive but now it is affordable: PM @narendramodi
— PMO India (@PMOIndia) December 25, 2017
Atal Bihari Vajpayee Ji is the 'Bharat Marg Vidhata.' He has shown us the way towards development. He focussed on futuristic road infrastructure: PM @narendramodi
— PMO India (@PMOIndia) December 25, 2017