Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନ୍ୟାୟପାଳିକା କ୍ଷେତ୍ରରେ ଭାରତ, ବାଂଲାଦେଶ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି


ନ୍ୟାୟପାଳିକା କ୍ଷେତ୍ରରେ ପାରସ୍ପରିକ ସହଯୋଗ ଲାଗି ଭାରତ ଏବଂ ବାଂଲାଦେଶ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମ୍ଓୟୁ)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି । ଦୁଇ ଦେଶର ନ୍ୟାୟପାଳିକା ମଧ୍ୟରେ ସହଯୋଗ ବୃଦ୍ଧି ଏବଂ ନ୍ୟାୟପାଳିକା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏହି ଏମଓୟୁର ଉଦ୍ଦେଶ୍ୟ ।

ଶିକ୍ଷଣୀୟ କାର୍ଯ୍ୟକ୍ରମ, ତାଲିମ ଏବଂ ଗସ୍ତ ମାଧ୍ୟମରେ ଦୁଇ ଦେଶର ବିଚାରପତି ଏବଂ ବିଚାରବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଆପୋଷ ଆଲୋଚନା ଲାଗି ଏହି ବୁଝାମଣାପତ୍ରରେ ବ୍ୟବସ୍ଥା ହୋଇଛି । ଆଇନ ଏବଂ ନ୍ୟାୟ କ୍ଷେତ୍ରରେ ସାମ୍ପ୍ରତିକ ବିକାଶ ଏବଂ ସୂଚନା ଆଦାନପ୍ରଦାନ ଲାଗି ଏହି ଏମ୍ଓୟୁ ପ୍ରୋତ୍ସାହନ ଯୋଗାଇବ । ଭିତ୍ତିଭୂମି ଏବଂ ସୂଚନା ଟେକ୍ନୋଲଜି କ୍ଷେତ୍ରରେ ମତବିନିମୟ ଲାଗି ମଧ୍ୟ ଏଥିରେ ବ୍ୟବସ୍ଥା କରାଯାଇଛି ।

**********