ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ନ୍ୟାୟପାଳିକା ନିମନ୍ତେ ଭିତିଭୂମି ସୁବିଧାଗୁଡ଼ିକର ବିକାଶ ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନା ପରେ ଅର୍ଥାତ୍ 2017 ଏପ୍ରିଲ 1 ରୁ 2020 ମାର୍ଚ୍ଚ 31ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅଧୀନରେ ଜାରି ରଖିବାକୁ ମଞ୍ଜୁରି ଦେଇଛନ୍ତି । ଏଥିପାଇଁ 3320 କୋଟି ଟଙ୍କାର ଆନୁମାନିକ ଅଟକଳକୁ ମିଶନ୍ ମୋଡ୍ରେ “ଜାତୀୟ ମିଶନ୍ ଫର୍ ଜଷ୍ଟିସ୍ ଡେଲିଭରି ଓ ନ୍ୟାୟିକ ସୁଧାର” ରେ ଖର୍ଚ୍ଚ କରାଯିବ ।
ଆଇନ ମନ୍ତ୍ରଣାଳୟ ଦ୍ୱାରା ଜିଓ ଟ୍ୟାଗିଙ୍ଗ୍ ସହ ଏକ ଅନଲାଇନରେ ତଦାରଖ ପ୍ରଣାଳୀର ସ୍ଥାପନ କରିବାର ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରି ଦେଇଛନ୍ତି । ଯାହାଫଳରେ କାର୍ଯ୍ୟର ପ୍ରଗତି, ଭବିଷ୍ୟତର ପରିଯୋଜନା ସମେତ ଭବିଷ୍ୟରେ ସମଗ୍ର ଦେଶରେ କାର୍ଯ୍ୟକାରିତା ନିମନ୍ତେ ସ୍କିମ୍ ଅନ୍ତର୍ଗତ ନିର୍ମାଣ କରାଯାଉଥିବା ନ୍ୟାୟପାଳିକା ପରିସର ଓ ଆବାସିକ ୟୁନିଟର ନିୟମ ଏବଂ ବିଶେଷତ୍ୱ ବଜାୟ ରଖିବା ତଥା ଅଧିକ ସମ୍ପତ୍ତି ସମେତ ନିର୍ମାଣାଧୀନ ନ୍ୟାୟପାଳିକା ପରିସର ଓ ଆବାସିକ ୟୁନିଟର କାର୍ଯ୍ୟର ବିକାଶ ଉପରେ ତଥ୍ୟ ଏକଜୁଟ୍ କରାଯାଇପାରିବ ।
ଏହି ସ୍କିମ୍ ଅନ୍ତର୍ଗତ ଜିଲ୍ଲା, ଉପ ଜିଲ୍ଲା, ସବ୍ଡିଭିଜନ, ତହସିଲ, ଗ୍ରାମପଞ୍ଚାୟତ ଓ ଗାଁସ୍ତରରେ ସମେତ ସମ୍ପୂର୍ଣ୍ଣ ରାଷ୍ଟ୍ରର ଜିଲ୍ଲା ଓ ଅଧିନସ୍ଥ ନ୍ୟାୟାଳୟର ନ୍ୟାୟିକ ଅଧିକାରୀ/ ବିଚାରପତିଙ୍କ ନିମନ୍ତେ ଉପଯୁକ୍ତ ସଂଖ୍ୟାରେ ନ୍ୟାୟ ପରିସର ଓ ଆବାସିକ ୟୁନିଟର ଉପଲବ୍ଧତାରେ ବୃଦ୍ଧି ହେବ । ଏହା ଦ୍ୱାରା ସମଗ୍ର ଦେଶରେ ନ୍ୟାୟପାଳିକା କାର୍ଯ୍ୟ ପ୍ରଣାଳୀ ଓ କାର୍ଯ୍ୟ ପ୍ରଦର୍ଶନରେ ସୁଧାର କରିବାରେ ସହାୟତା ମିଳିବ । ଯାହାଫଳରେ ଦେଶର ପତ୍ୟେକ ନାଗରିକଙ୍କ ପର୍ଯ୍ୟନ୍ତ ନ୍ୟାୟ ପ୍ରକ୍ରିୟା ପହଂଚି ପାରିବ ।
ଆର୍ଥିକ ସହାୟତା
ଜିଲ୍ଲା ଓ ଅଧୀନସ୍ଥ ନ୍ୟାୟାଳୟର ନ୍ୟାୟିକ ଅଧିକାରୀ/ ବିଚାରପତି ନିମନ୍ତେ ନ୍ୟାୟାଳୟ ପରିସର ଓ ଆବାସିକ ୟୁନିଟର ନିର୍ମାଣ ନିମନ୍ତେ କେନ୍ଦ୍ର ପ୍ରାୟୋଜିତ ସ୍କିମ(ସିଏସ୍ଏସ୍) ଅନ୍ତର୍ଗତ ରାଜ୍ୟ ସରକାର/କେନ୍ଦ୍ରଶାସିତ ପ୍ରଦେଶର ପ୍ରଶାସନକୁ କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯାଉଛି । ପୂର୍ବାଂଚଳ ଓ ହିମାଳୟ ରାଜ୍ୟଗୁଡ଼ିକୁ ଛାଡ଼ି ଅନ୍ୟ ରାଜ୍ୟରେ ଏବେ ପାଣ୍ଠି ଆବଂଟନର ଅନୁପାତ କେନ୍ଦ୍ର ଓ ରାଜ୍ୟ ନିମନ୍ତେ ଯଥାକ୍ରମେ 60:40 ରହିଛି । ପୂର୍ବାଂଚଳ ଓ ହିମାଳୟ ରାଜ୍ୟଗୁଡ଼ିକରେ ପାଣ୍ଠି ଆବଂଟନର ଅନୁପାତ 90:10 ଏବଂ କେନ୍ଦ୍ରଶାସିତ ପ୍ରଦେଶରେ 100 ପ୍ରତିଶତ ରହିଛି । ଏଥିରେ ଜିଲ୍ଲା ଓ ଅଧୀନସ୍ଥ ନ୍ୟାୟାଳୟର ନ୍ୟାୟିକ ଅଧିକାରୀ/ବିଚାରପତିଙ୍କ ନିମନ୍ତେ ଏବେ ଚାଲିଥିବା 3000 ନ୍ୟାୟପାଳିକା ପରିସର ଓ 1800 ଆବାସିକ ୟୁନିଟର ନିର୍ମାଣକୁ ସମ୍ପୂର୍ଣ୍ଣ କରିବାରେ ସହାୟତା ମିଳିବ ।
ଯୋଜନାର ତଦାରଖ
ନ୍ୟାୟ ବିଭାଗ ଦ୍ୱାରା ଏକ ଅନଲାଇନ ତଦାରଖ ପ୍ରଣାଳୀର ସ୍ଥାପନ କରାଯିବ । ଯାହାଫଳରେ କାର୍ଯ୍ୟର ଅଗ୍ରଗତି, ନିର୍ମାଣାଧୀନ ନ୍ୟାୟାଳୟ ପରସର ଓ ଆବାସିକ ୟୁନିଟର କାର୍ଯ୍ୟ ଅଗ୍ରଗତି ଉପରେ ତଥ୍ୟ ଏକଜୁଟ କରିବା ସହ ଉତ୍ତମ ସମ୍ପତ୍ତି ମେନେଜମେଣ୍ଟ ହୋଇପାରିବ ।
ତ୍ୱରିତ ଓ ଉତ୍ତମମାନର ନିର୍ମାଣକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବ ଓ ପିଡବ୍ଲ୍ୟୁଡି ଅଧିକାରୀଙ୍କ ସହ ମନିଟରିଂ ସମିତିର ନିୟମିତ ବୈଠକ ଆୟାଜନ କରାଯାଇପାରିବ । କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଉଥିବା ପାଣ୍ଠିକୁ ରାଜ୍ୟ ସରକାରଙ୍କ ଦ୍ୱାରା ପିଡବ୍ଲ୍ୟୁଡି ବିଭାଗକୁ ବିନା ବିଳମ୍ବରେ ପଠାଯାଉଛି କି ନାହିଁ ତାହା ମଧ୍ୟ ତଦାରଖ କରାଯାଇପାରିବ ।
**********
Cabinet approves Rs 3,320 cr plan to boost judicial infrastructure. https://t.co/G8puncR4x3
— PMO India (@PMOIndia) November 17, 2017
via NMApp pic.twitter.com/abUsyqvHHw