ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀ କ୍ରିଷ୍ଟୋଫର ଲକ୍ସନ ଆଜି ପ୍ରମୁଖ କମ୍ପାନୀଗୁଡ଼ିକର ସିଇଓ ଏବଂ ବ୍ୟବସାୟିକ ନେତୃମଣ୍ଡଳୀଙ୍କ ସହ ଆଲୋଚନା କରିଛନ୍ତି। ଏହି ପାରସ୍ପରିକ ବାର୍ତ୍ତାଳାପ ସମୟରେ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ଅଧିକ ମଜବୁତ କରିବା ଏବଂ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି କରିବା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି।
ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ କହିଥିଲେ, ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡର ଜନତା ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଇନର ଶାସନ ପ୍ରତି ସମ୍ମାନ, ବିବିଧତା ଏବଂ ସ୍ଥାୟୀ ବିକାଶ ପ୍ରତି ପ୍ରତିବଦ୍ଧତା ଦ୍ୱାରା ପରସ୍ପର ସହ ଜଡ଼ିତ, ଯାହା ଏକ ମହତ୍ତ୍ୱାକାଂକ୍ଷୀ ଏବଂ ପ୍ରଗତିଶୀଳ ଆର୍ଥିକ ଭାଗିଦାରୀ ପାଇଁ ଦୃଢ଼ ଭିତ୍ତିଭୂମି ପ୍ରଦାନ କରୁଛି। ସେ ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବ୍ୟବସାୟ ଚୁକ୍ତିକୁ ଏକ ମାଇଲଖୁଣ୍ଟ ଭାବରେ ବର୍ଣ୍ଣନା କରିଛନ୍ତି ଯାହା ଦ୍ୱିପାକ୍ଷିକ ଆର୍ଥିକ ସମ୍ପର୍କକୁ ଅଧିକ ଗଭୀର ଓ ଗତିଶୀଳ କରିବ ଏବଂ ବଜାର ପ୍ରବେଶ, ପୁଞ୍ଜିନିବେଶ, ସେବା, ପ୍ରଯୁକ୍ତିବିଦ୍ୟା ଏବଂ ପ୍ରତିଭା ସ୍ଥାନାନ୍ତର ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ।
ପ୍ରଧାନମନ୍ତ୍ରୀ ମୋଦୀ ଭାରତର ନିରନ୍ତର ଉଚ୍ଚ ଅଭିବୃଦ୍ଧି ସହିତ ଯୁବ ଓ ଦକ୍ଷ କାର୍ଯ୍ୟବଳ, ବିସ୍ତାରିତ ମଧ୍ୟବିତ୍ତ ଶ୍ରେଣୀ, ଡିଜିଟାଲ୍ ବିପ୍ଳବ, ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ବିକାଶ ଏବଂ ନିରନ୍ତର ଆର୍ଥିକ ସଂସ୍କାର, ସମ୍ପର୍କରେ ଗୁରୁତ୍ୱାରୋପ କରି ଏହା ନ୍ୟୁଜିଲ୍ୟାଣ୍ଡର କମ୍ପାନୀଗୁଡ଼ିକ ପାଇଁ ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ନବୋନ୍ମେଷ ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରୁଛି ବୋଲି କହିଥିଲେ। ସେ ଉଲ୍ଲେଖ କରିଛନ୍ତି ଯେ ରାଜନୈତିକ ସ୍ଥିରତା ଏବଂ ନିରନ୍ତର ଅଭିବୃଦ୍ଧି ପଥ ଭାରତକୁ ବିଶ୍ୱ ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନକାରୀ ଭାବରେ ପ୍ରତିଷ୍ଠିତ କରିଛି। ସେ ନ୍ୟୁଜିଲ୍ୟାଣ୍ଡର ନିବେଶକ ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ଭିତ୍ତିଭୂମି ବିକାଶ, ବେସାମରିକ ବିମାନ ଚଳାଚଳ, ଲଜିଷ୍ଟିକ୍ସ, ସ୍ୱଚ୍ଛ ଶକ୍ତି, ସହରୀ ଗତିଶୀଳତା, ଜଳ ପରିଚାଳନା, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଡିଜିଟାଲ୍ ଅର୍ଥନୀତି କ୍ଷେତ୍ରରେ ଭାରତ ସହ ଭାଗିଦାରୀ ହେବାକୁ ଆମନ୍ତ୍ରଣ କରିଛନ୍ତି। ଭାରତର ସୁଦୃଢ଼ ଷ୍ଟାର୍ଟ-ଅପ୍ ପରିବେଶ ବିଷୟରେ ଉଲ୍ଲେଖ କରି ସେ ନବୋନ୍ମେଷ, ଫିନଟେକ୍ ଏବଂ ବିକାଶମୁଖୀ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉଭୟ ଦେଶର ବେସରକାରୀ କ୍ଷେତ୍ର ମଧ୍ୟରେ ଅଧିକ ନିବିଡ଼ ସମ୍ପର୍କ ପାଇଁ ଆହ୍ୱାନ ଦେଇଛନ୍ତି। ଦୁଗ୍ଧ ବିଜ୍ଞାନ, ଉଦ୍ୟାନ କୃଷି ଏବଂ ବନୀକରଣ କ୍ଷେତ୍ରରେ ନ୍ୟୁଜିଲ୍ୟାଣ୍ଡର ଦକ୍ଷତା ଏବଂ ଭାରତର ଗ୍ରାହକ ବଜାର, ଫୁଡ୍ ପାର୍କ ଏବଂ ଏଗ୍ରି-ଟେକ୍ ପ୍ରତିଭା ଏକାଠି ହୋଇ ବିଶ୍ୱ ସ୍ତରୀୟ ଖାଦ୍ୟ ମୂଲ୍ୟ ଶୃଙ୍ଖଳା ସୃଷ୍ଟି କରିବା ଉଚିତ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ବ୍ୟବସାୟଗୁଡ଼ିକୁ ପୁଞ୍ଜିନିବେଶ ଏବଂ ବାଣିଜ୍ୟିକ ଭାଗିଦାରୀ ସମ୍ପ୍ରସାରଣ କରିବା ଏବଂ ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟ ପରିମାଣକୁ ଦ୍ୱିଗୁଣିତ କରି ୭ ବିଲିୟନ ନ୍ୟୁଜିଲାଣ୍ଡ ଡଲାର ଅର୍ଥାତ୍ ପ୍ରାୟ ୩୫,୦୦୦ କୋଟି ଟଙ୍କାର ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଭାରତ-ନ୍ୟୁଜିଲ୍ୟାଣ୍ଡ ଆର୍ଥିକ ଭାଗିଦାରୀ ସମାବେଶୀ ଏବଂ ସ୍ଥାୟୀ ବାଣିଜ୍ୟ ପାଇଁ ଏକ ମଡେଲ୍ ଏବଂ ନବୋନ୍ମେଷ ଓ ସମୃଦ୍ଧି ପାଇଁ ଏକ ମଞ୍ଚ ହୋଇପାରିବ ବୋଲି ଶ୍ରୀ ମୋଦୀ କହିଛନ୍ତି।
A stronger economic partnership between India and New Zealand will create new opportunities for businesses, innovators and our youth. Delighted to interact with industry leaders in Auckland.@chrisluxonmp
— Narendra Modi (@narendramodi) July 11, 2026
https://t.co/Zlkc3VYcDa
भारत और न्यूज़ीलैंड के संबंध एक turning point पर हैं।
— PMO India (@PMOIndia) July 11, 2026
आज हम अपने संबंधों को Strategic Partnership के सूत्र में बांध रहे हैं।
यह केवल एक diplomatic milestone नहीं है। यह हमारे साझा भविष्य का एक नया संकल्प है: PM @narendramodi
इस वर्ष दोनों देशों के बीच 9 महीनों के record समय में Free Trade Agreement किया गया।
— PMO India (@PMOIndia) July 11, 2026
यह आप सभी के लिए market access, investment, services, technology और talent mobility के नए अवसर लेकर आएगा: PM @narendramodi
India is not only a market; India is a launchpad for global growth: PM @narendramodi
— PMO India (@PMOIndia) July 11, 2026
न्यूज़ीलैंड के पास horticulture, dairy science, और forestry में विशाल expertise है।
— PMO India (@PMOIndia) July 11, 2026
भारत के पास consumer market, food parks और agri-tech talent की ताकत है।
हम मिलकर farm-to-market value chains और global export platforms बना सकते हैं: PM @narendramodi