ପିଏମଇଣ୍ଡିଆ
ପଞ୍ଜାବର ଭାଟିଣ୍ଡାଠାରେ ଅଖିଳ ଭାରତ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ)ର ନୂତନ ଶାଖା ପ୍ରତିଷ୍ଠା ପ୍ରସ୍ତାବକୁ କେନ୍ଦ୍ର କେବିନେଟ ଅନୁମୋଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର (27.07.2017) ଅନୁଷ୍ଠିତ କେବିନେଟ ବୈଠକରେ ଏହି ପ୍ରସ୍ତାବକୁ ସ୍ୱୀକୃତି ମିଳିଛି । ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକ୍ରମ ଅନୁସାରେ ସେଠାରେ ଏକ 750 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ମଧ୍ୟ ସ୍ଥାପନ କରାଯିବ ଯେଉଁଥିରେ ଆପାତକାଳୀନ/ଟ୍ରମା ଶଯ୍ୟା, ଆୟୁଷ ଶଯ୍ୟା, ଘରୋଇ ଶଯ୍ୟା, ଆଇସିୟୁ, ସ୍ପେଶାଲିଟି ଓ ସୁପରସ୍ପେଶାଲିଟି ଶଯ୍ୟା ରହିବ । ଏତଦ ବ୍ୟତୀତ ଏହି ହସ୍ପିଟାଲ ସହ ଏକ ପ୍ରଶାସନିକ ବ୍ଲକ, ଆୟୁଷ ବ୍ଲକ, ପ୍ରେକ୍ଷାଳୟ, ରାତ୍ରୀ ଆଶ୍ରୟସ୍ଥଳୀ, ହୋଷ୍ଟେଲ ଓ ଆବାସିକ ବ୍ୟବସ୍ଥା ମଧ୍ୟ ରହିବ ।
925 କୋଟି ଟଙ୍କା ବ୍ୟୟରେ ଭାଟିଣ୍ଡାଠାରେ ଏମ୍ସ ସ୍ଥାପନ କରାଯିବ । ଭାଟିଣ୍ଡା ଏମ୍ସ ପଞ୍ଜାବର ଜନସାଧାରଣଙ୍କୁ ସୁପର ସ୍ପେଶାଲିଟି ସ୍ୱାସ୍ଥ୍ୟସେବା ଯୋଗାଣ ସହ ଅନେକ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀ ସୃଷ୍ଟି କରିବ । ଯାହାକି ଜାତୀୟ ସ୍ୱାସ୍ଥ୍ୟ ମିଶନର ଲକ୍ଷ୍ୟ ପୂରଣ କରିବ । ସରକାରଙ୍କ ସ୍ୱୀକୃତି ପ୍ରଦାନ ପରେ 48 ମାସ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ।